Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଉଟଲୁକ୍ ଏଗ୍ରି-ଟେକ୍ ସମ୍ମିଟ୍‌ରେ ସୋଆ କୃଷି ମହାବିଦ୍ୟାଳୟ ସମ୍ମାନିତ
ଆଜିର ଖବର

ଆଉଟଲୁକ୍ ଏଗ୍ରି-ଟେକ୍ ସମ୍ମିଟ୍‌ରେ ସୋଆ କୃଷି ମହାବିଦ୍ୟାଳୟ ସମ୍ମାନିତ

September 11, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌)କୁ ଗତ ରବିବାର ଦିନ ନୁଆଦିଲ୍ଲୀ ଠାରେ ‘ଆଉଟ୍‌ଲୁକ୍ ଏଗ୍ରି-ଟେକ୍ ସମ୍ମିଟ୍‌’ରେ ସମ୍ମାନଜନକ ‘ଆଉଟଷ୍ଟାଣ୍ଡିଂ ଏଗ୍ରିକଲ୍‌ଚର ଇନ୍‌ଷ୍ଟିଚ୍ୟୁଟ୍ / ୟୁନିଭର୍ସିଟି’ ସମ୍ମାନରେ ସମ୍ମାନିତ କରାଯାଇଛି।

ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଦେବେଶ ଚତୁର୍ବେଦୀଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି। ଏହି ଅବସରରେ ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଓଏସ୍‌ଡି ପ୍ରୀତମ ନାୟକ ମଧ୍ୟ ଉପସ୍ଥିତ ଥିଲେ।

କୃଷି ଶିକ୍ଷା, ଗବେଷଣା ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ କ୍ଷେତ୍ରରେ ଉଚ୍ଚକୋଟୀର ସଫଳତା ନିମନ୍ତେ ଆଇଏଏସ୍‌କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମର ପ୍ରସଙ୍ଗ ଥିଲା ‘ଫ୍ୟୁଚର ଅଫ୍ ଫାର୍ମିଙ୍ଗ୍‌: ସୋଇଙ୍ଗ୍ ସିଡ୍‌ସ ଅଫ୍ ଚେଞ୍ଜ’।

ଏହି ଅବସରରେ ପ୍ରଫେସର ରାଉତ କହିଛନ୍ତି ଯେ ଏହି ସମ୍ମାନ କୃଷି ମହାବିଦ୍ୟାଳୟ ପାଇଁ ଏକ ଉଲ୍ଲେଖନୀୟ ମାଇଲଖୁଂଟ।

ପୁରସ୍କାର ଗ୍ରହଣ କରିବା ପରେ ବୁଧବାର ପ୍ରଫେସର ରାଉତ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିବା ବେଳେ ଏହି ସମ୍ମାନ ନେଇ ପ୍ରଫେସର ନାୟକ କୃଷି ମହାବିଦ୍ୟାଳୟକୁ ଶୁଭେଚ୍ଛା ଜଣାଇଥିଲେ।
ଏହି ଅବସରରେ ଆଇଏଏସ୍‌ର ଆସୋସିଏଟ୍ ପ୍ରଫେସର ଡକ୍ଟର ଅଂଶୁମାନ ଜେନା ଓ ଡକ୍ଟର ଶୁଭପ୍ରଦ ଦାଶ ଉପସ୍ଥିତ ଥିଲେ।

ଶିକ୍ଷା ଓ ଅନୁସନ୍ଧାନ ସୋଆ କୃଷି ମହାବିଦ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Latest News

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.