Categories
ଆଜିର ଖବର ରାଜ୍ୟ ଖବର

ସୋଆ କୃଷି ମହାବିଦ୍ୟାଳୟର ପ୍ରଥମ ବର୍ଷ ସ୍ନାତକ ଓ ସ୍ନାତକୋତର ଛାତ୍ରଛାତ୍ରୀଙ୍କ ନିମନ୍ତେ ଓରିଏଂଟେସନ୍ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଫ୍ୟାକଲ୍ଟି ଅଫ୍ ଏଗ୍ରିକଲଚରାଲ ସାଇନ୍‌ସେସ୍ (ଆଇଏଏସ)ର ନବାଗତ ପ୍ରଥମ ବର୍ଷ ସ୍ନାତକ ଓ ସ୍ନାତକୋତର ଛାତ୍ରଛାତ୍ରୀମାନଙ୍କ ସ୍ୱାଗତ ନିମନ୍ତେ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଭବିଷ୍ୟତ ନିମନ୍ତେ ଗଠନମୂଳକ କାର୍ଯ୍ୟଧାରା ତଥା ନୈତିକ ଓ ବୌଦ୍ଧିକ ସ୍ତରରେ ଉନ୍ନତିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

ସମଗ୍ର ଭାରତରେ ସୋଆ ବିଶ୍ୱବିଦ୍ୟାଳୟ ବିଭିନ୍ନ କ୍ଷେତ୍ରରେ ଅନନ୍ୟ ବୋଲି ନିଜକୁ ପ୍ରତିପାଦିତ କରିଛି ଓ ବିଶ୍ୱବିଦ୍ୟାଳୟର ଏହି ସଫଳତାରେ ଛାତ୍ରଛାତ୍ରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଉତ୍ସବର ଅନ୍ୟତମ ବିଶିଷ୍ଟ ଅତିଥି ତଥା କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍  ପ୍ରଫେସର ମଞ୍ଜୁଳା ଦାସ କହିଥିଲେ।

ଏହି ଉତ୍ସବର ସ୧ାନୀତ ଅତିଥି ଭାବେ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ଯୋଗ ଦେଇ ନବାଗତ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାମନସ୍କ ହେବା ପାଇଁ ଉପଦେଶ ଦେବା ସହ ଛାତ୍ରଛାତ୍ରୀ ମାନଙ୍କର ସବୁ କ୍ଷେତ୍ରରେ ଅଭିଭାବକମାନେ ଯୋଡି ହୋଇ ରହିବା ଉଚିତ ବୋଲି ପରାମର୍ଶ ଦେଇଥିଲେ।

ଶିକ୍ଷା ଉନ୍ନତିର ମୂଳମବ ଓ ଛାତ୍ରଛାତ୍ରୀମାନେ ହିଁ ଗୋଟିଏ ଜାତିର ଉନ୍ନତିର ମାନଦଣ୍ଡ ବୋଲି ଉତ୍ସବର ଅନ୍ୟତମ ଅତିଥି ଆଡିସ୍‌ନାଲ୍‌ ଡିନ୍ (ରିସର୍ଚ୍ଚ) ଡଃ ପ୍ରିୟବ୍ରତ ପ…ନାୟକ ମତ ପୋଷଣ କରିଥିଲେ। କୃଷି ମହାବିଦ୍ୟାଳୟର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ସ୍ୱାଗତ ଅଭିଭାଷଣ ଦେବା ସହ ଭାରତୀୟ କୃଷିବିଜ୍ଞାନର ଇତିହାସ ଓ ସୋଆରେ କୃଷି ବିଜ୍ଞାନର ପାଠ୍ୟକ୍ରମ ବିଷୟରେ ତଥ୍ୟ ପ୍ରଦାନ କରିଥିଲେ। ପ୍ରଫେସର ପ୍ରଭାତ କୁମାର ଷଡଙ୍ଗୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ମହାବିଦ୍ୟାଳୟର ପୂର୍ବତନ ଡିନ୍ ତଥା ଉପଦେଷ୍ଟା ପ୍ରଫେସର ବିଜୟ କୁମାର ସାହୁ କୃଷି ବିଜ୍ଞାନକୁ ଶିକ୍ଷା ବ୍ୟବସ୍ଥାରେ ସାମିଲ କରାଯିବାର ଆଭିମୁଖ୍ୟ ସଂପର୍କରେ ଆଲୋଚନା କରିଥିଲେ।

ସିନିୟର ପ୍ରଫେସର ବିବୁଧ ପରାଶର ଉତ୍ସବର ପ୍ରଥମ ଅଧିବେଶନରେ ଧନ୍ୟବାଦ ଦେଇଥିଲେ। ଦ୍ୱିତୀୟ ଅଧିବେଶନରେ ପ୍ରଫେସର ସରୋଜ କୁମାର ମହାନ୍ତି, ପ୍ରଫେସର ବଂଶୀଧର ପ୍ରଧାନ, ଡଃ ଲକ୍ଷ୍ମୀ ପ୍ରସନା, ଡଃ ସାଗର ସେନାପତି, ଶ୍ରୀ ଜନ ଜିତ ପ୍ରମୁଖ ମହାବିଦ୍ୟାଳୟର ନିୟମ ପାଠାଗାର, ଛାତ୍ରଛାତ୍ରୀ ନିବାସ, ଜାତୀୟ ସେବା ସଂସ୍ଥା ତଥା ସୃଜନଶୀଳ କାର୍ଯ୍ୟକ୍ରମ, ସାମାଜିକ ଓ ସାଂସ୍କୃତିକ ଦିଗ ବିଷୟରେ ଆଲୋଚନା କରିଥିଲେ।

କୃଷି ମହାଦ୍ୟାଳୟର ବିଭିନ୍ନ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ବିଜୟ କୁମାର ମିଶ୍ର, ପ୍ରଫେସର ଦୀନବନ୍ଧୁ ଜେନା, ପ୍ରଫେସର ଏସ ଏନ ଦାସ, ପ୍ରଫେସର ଚିତରଂଜନ ମହାନ୍ତି, ପ୍ରଫେସର ହୃଦାନନ୍ଦ ମିଶ୍ର, ପ୍ରଫେସର ଭବେନ୍ଦ୍ର ବୈଶାଖ, ପ୍ରଫେସର ଆର କେ ରାଜ, ପ୍ରଫେସର ଅକ୍ଷୟ କୁମାର ବେହୁରା, ପ୍ରଫେସର କାର୍ତିକ ଚନ୍ଦ୍ର ସାହୁ, ଡଃ ଶିଶିର କାନ୍ତ ବେହେରା , ପ୍ରଫେସର ଶାନ୍ତୁନୁ ସ୍ୱାଇଁ, ପ୍ରଫେସର ରାଜୁ ମିଶ୍ର, ପ୍ରଫେସର ସୁରେନ୍ଦ୍ର ନାୟକ, ପ୍ରଫେସର ଜ୍ଞାନ ରଂଜନ ରାଉତ, ଶୁଭମ୍ ଆଚାର୍ଯ୍ୟ ପ୍ରମୁଖ ଚାରି ବର୍ଷର କୃଷି ପାଠ୍ୟକ୍ରମ ଓ ମହାବିଦ୍ୟାଳୟର ବିଭିନ୍ନ ବ୍ୟବସ୍ଥା ବିଷୟରେ ଆଲୋକପାତ କରି ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ। ଏକ ଦିବସ ବ୍ୟାପୀ ଏ ଉତ୍ସବକୁ ଡଃ ଅଂଶୁମାନ ଜେନା, ଡଃ ଭୁବନାନନ୍ଦ ଅଧିକାରୀ , ଡଃ ଅଂଶୁମାନ ଖଣ୍ଡୁଆଳ, ଡଃ ସ୍ୱୟମ୍ ସିଂହ, ଡଃ ଶୁଭ୍ରପ୍ରଦ ଦାଶ, ଡଃ ଦୀପାଲି ଦାସ, ଶ୍ରୀମତି ଲୋପାମୁଦ୍ରା ମହାନ୍ତି, ରାଜୀବ କୁମାର ବେହେରା, ବିଦ୍ୱାନ ରଂଜନ ସାହୁ, ଡଃ ରିତେଶ ମିଶ୍ର, ଡଃ କୌଶିକ ସର, ଅଭିଷେକ ତ୍ରିପାଠୀ, ଡଃ ସ୍ତୁତି ଦେବପ୍ରିୟା
ବେହେରା, ମାନସ ଦାସ, ରିନୁବାଳା ପାତ୍ର, ନାରାୟଣ ପୃଷ୍ଟି ପ୍ରମୁଖ ପରିଚାଳନା କରିଥିଲେ।

ଏହି ଅବସରରେ ନବାଗତ ଛାତ୍ରଛାତ୍ରୀମାନଙ୍କୁ ମହାବିଦ୍ୟାଳୟର ବିଭିନ୍ନ ବିଭାଗ ଓ ଛତାବର ସ୍ଥିତ ଗବେଷଣା କ୍ଷେତ୍ର ପରିଦର୍ଶନ କରାଯିବାର ପ୍ରବନ୍ଧ ରହିଥିଲା।

Categories
ଆଞ୍ଚଳିକ

ସୋଆ କୃଷି ମହାବିଦ୍ୟାଳୟରେ ନବାଗତ ଛାତ୍ରଛାତ୍ରୀମାନଙ୍କର ସ୍ୱାଗତ ଉତ୍ସବ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଅଧିନସ୍ଥ କୃଷି ମହାବିଦ୍ୟାଳୟରେ ନବାଗତ ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସ୍ୱାଗତ ଓ ଅଭ୍ୟର୍ଥନାର ବିଶେଷ କାର୍ଯ୍ୟକ୍ରମ ଚଳିତ ମାସ ୨୯ ଓ ୩୦ ତାରିଖରେ ଅନୁଷ୍ଠିତ ହୋଇଯାଇଛି। କୃଷି ମହାବିଦ୍ୟାଳୟର ନବନିର୍ମିତ ଭବ୍ୟ ସଭାଗୃହରେ ଅନୁଷ୍ଠିତ ଏଇ ଉତ୍ସବରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ସଭାପତିତ୍ୱ କରି ନବାଗତ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଭବିଷ୍ୟତର ଗଠନମୂଳକ କାର୍ଯ୍ୟପନ୍ଥା ଓ ନୈତିକ ତଥା ବୌଦ୍ଧିକ ସ୍ତରରେ ଉନ୍ନତି ସମ୍ପର୍କରେ ଆଲୋକପାତ କରିଥିଲେ।

ସମଗ୍ର ଭାରତ ବର୍ଷରେ ସୋଆ ବିଶ୍ୱବିଦ୍ୟାଳୟ ବିଭିନ୍ନ କ୍ଷେତ୍ରରେ ଅନନ୍ୟ ବୋଲି ନିଜକୁ ପ୍ରତିପାଦିତ କରିପାରିଥିବାରୁ ବିଶ୍ୱବିଦ୍ୟାଳୟର ଏହି ସଫଳତା ନିମନ୍ତେ ଛାତ୍ରଛାତ୍ରୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ ମତବ୍ୟକ୍ତ କରିଥିଲେ। ଉତ୍ସବର ବରେଣ୍ୟ ଅତିଥି ଭାବେ ବିଶ୍ୱବିଦ୍ୟାଳୟର ଛାତ୍ର କଲ୍ୟାଣ ଅଧ୍ୟକ୍ଷ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଯୋଗ ଦେଇ ନବାଗତ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାମନସ୍କ ହେବା ପାଇଁ ଉପଦେଶ ଦେବା ସହ ସେମାନଙ୍କ ଅଭିଭାବକମାନଙ୍କୁ ମଧ୍ୟ ସନ୍ତାନମାନଙ୍କ ସହ ଯୋଡି ହୋଇ ସେମାନଙ୍କ ଜୀବନର ପ୍ରତି ସୋପାନରେ ସଚେତନ ରହିବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ।

ଶିକ୍ଷା ଯେ ଉନ୍ନତିର ମୂଳ ମନ୍ତ୍ର ଓ ଛାତ୍ରଛାତ୍ରୀମାନେ ହିଁ ଏକ ଜାତିର ଉନ୍ନତିର ମୂଳଉତ୍ସ ବୋଲି ଉତ୍ସବର ଅନ୍ୟତମ ଅତିଥି ବିଶ୍ୱବିଦ୍ୟାଳୟର ଅତିରିକ୍ତ ଗବେଷଣା ଅଧ୍ୟକ୍ଷ ଡଃ ପ୍ରିୟବ୍ରତ ପଟ୍ଟନାୟକ ମତପୋଷଣ କରିଥିଲେ।

କୃଷି ମହାବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ପ୍ରଫେସର ନିରୋଦ କୁମାର ଧଳ ଏ ଉତ୍ସବରେ ଯୋଗ ଦେଇ ଭାରତୀୟ କୃଷି ବିଜ୍ଞାନର ଇତିହାସ ଓ ବୈଜ୍ଞାନିକମାନଙ୍କ ଅଦମ୍ୟ ପ୍ରଚେଷ୍ଟା ଓ ଅବଦାନ ବିଷୟରେ ଆଲୋକପାତ କରିବା ସହ କୃଷି ବିଜ୍ଞାନକୁ ଶିକ୍ଷା ବ୍ୟବସ୍ଥାରେ ସାମିଲ୍ କରାଯିବାର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଦୁଇ ଦିନ ବ୍ୟାପୀ ଅନୁଷ୍ଠିତ ଏ ଉତ୍ସବରେ ମହାବିଦ୍ୟାଳୟର କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରଫେସର ବିଜୟ କୁମାର ମିଶ୍ର ସ୍ୱାଗତ ଭାଷଣ ଦେଇ ସୋଆ ବିଶ୍ୱବିଦ୍ୟାଳୟ ଅଧିନସ୍ଥ କୃଷି ମହାବିଦ୍ୟାଳୟରେ ଗବେଷଣା ଓ ଶିକ୍ଷାର ଗୁରୁତ୍ୱ ଓ କ୍ରମୋନ୍ନତି ବିଷୟରେ ବକ୍ତବ୍ୟ ରଖିବା ସହ ସମସ୍ତ ନବାଗତ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ନିମନ୍ତେ ଯତ୍ନଶୀଳ ହେବା ନିମନ୍ତେ ଉପଦେଶ ଦେଇଥିଲେ।

ଡଃ ଚକ୍ରଧର ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏ ଉତ୍ସବର ପ୍ରଥମ ଅଧିବେଶନରେ ପ୍ରଫେସର ବିବୁଧ ପରାଶର ଧନ୍ୟବାଦ ଦେଇଥିଲେ। ପରେ ପରେ ଅଧ୍ୟାପିକା ସୁଚିସ୍ମିତା ମହାପାତ୍ରଙ୍କ ସଂଯୋଜନାରେ ଉତ୍ସବର ଦ୍ୱିତୀୟ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଦ୍ୱିତୀୟ ଅଧିବେଶନରେ ଚାରି ବର୍ଷର କୃଷି ପାଠ୍ୟକ୍ରମ ଓ ମହାବିଦ୍ୟାଳୟର ବିଭିନ୍ନ ବ୍ୟବସ୍ଥା ସମ୍ବନ୍ଧରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଯାଇଥିଲା।

ଏହି ଅବସରରେ ପ୍ରଫେସର ସନ୍ତୋଷ କୁମାର ରାଉତ, ପ୍ରଫେସର ସରୋଜ କୁମାର ମହାନ୍ତି ମହାବିଦ୍ୟାଳୟର ନିୟମ ଓ ଶିକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିବା ବେଳେ ଅଧ୍ୟାପକ ଅଜୟ କୁମାର କର୍ଣ୍ଣ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ନିବାସର ବିଧି ବ୍ୟବସ୍ଥା ଉପରେ ନିଜର ବକ୍ତବ୍ୟ ରଖିଥିଲେ।

ଏହା ସହ ମହାବିଦ୍ୟାଳୟର ପ୍ରତି ବିଭାଗର ବିଭାଗୀୟ ମୁଖ୍ୟ ଓ ଭାରପ୍ରାପ୍ତ ମୁଖ୍ୟ ଯଥା ଡଃ ଦୀନବନ୍ଧୁ ଜେନା, ଡଃ ଜଗମୋହନ ଲାଲ ଗୁଲାଟି, ଡଃ ଆଲୋକ କୁମାର ନନ୍ଦୀ, ଡଃ କାର୍ତିକ ଚନ୍ଦ୍ର ସାହୁ, ଡଃ ଶିଶିର କାନ୍ତ ବେହେରା, ଡଃ ଅସିତ ପ୍ରସାଦ ଦାଶ, ଡଃ ଚୌଧୁରୀ ହର ପ୍ରସାଦ ମିଶ୍ର, ଡଃ ବ୍ରଜ କିଶୋର ସାହୁ, ଡଃ ସୁରେନ୍ଦ୍ର ନାୟକ, ଡଃ ଆର୍‌. କେ. ରାଜ ଏବଂ ଡଃ ଏଚ୍‌.
ଏନ୍‌. ଅତିବୁଦ୍ଧି ପ୍ରମୁଖ କୃଷି ବିଜ୍ଞାନର ବିଭିନ୍ନ ବିଭାଗର ଆଭିମୁଖ୍ୟ ଓ ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ।