ଯୋଗୀ ଆଦିତ୍ୟନାଥଙ୍କ ସରକାର ୧୭ଟି ପଛୁଆ ବର୍ଗଙ୍କୁ ଅନୁସୂଚିତ ତାଲିକାରେ ଆରକ୍ଷଣ ଦେଇଛନ୍ତି । କିନ୍ତୁ ଏହାକୁ ଗ୍ରହଣ କରିପାରିନାହାନ୍ତି ବିଏସପି ସୁପ୍ରିମୋ ମାୟାବତୀ । ଏହି ପ୍ରସଙ୍ଗରେ ସେ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରିଛନ୍ତି । ପଛୁଆ ବର୍ଗଙ୍କୁ ଆରକ୍ଷଣ ଦେବାକୁ କେବଳ ସଂସଦର ପ୍ରାବଧାନ ରହିଛି କିନ୍ତୁ ଯୋଗୀ ଏହି ନିୟମର ଉଲ୍ଲଙ୍ଘନ କରିଛନ୍ତି ବୋଲି ମାୟାବତୀ କହିଛନ୍ତି । ୟୁପିର ଯୋଗୀ ସରକାର ପଛୁଆ ବର୍ଗଙ୍କୁ ଅନୁସୂଚିତ ଜାତିରେ ସାମିଲ କରି ଧୋକା ଦେଇଛନ୍ତି । ଏହା ଅସାମ୍ବିଧାନିକ ବୋଲି ମାୟାବତୀ କହିଛନ୍ତି । ଉତ୍ତର ପ୍ରଦେଶରେ ଅନୁସୂଚିତ ଜାତି ପାଇଁ ୧୭ ଲୋକସଭା ଏବଂ ୪୦୩ ବିଧାନସଭା ଆସନ ମଧ୍ୟରୁ ୮୬ଟି ଆସନରେ ଆରକ୍ଷଣ ରହିଛି । ଏବେ ଏହି ଜାତିଗୁଡିକୁ ନିର୍ବାଚନ ଲଢିବା ପାଇଁ ଅବସର ମିଳିବ । ଗତ ଦୁଇ ଦଶନ୍ଧି ଧରି ଏହି ୧୭ଟି ଜାତିକୁ ଅନୁସୂଚିତ ଜାତିରେ ସାମିଲ କରିବା ପାଇଁ ପ୍ରୟାସ ଜାରି ରହିଥିଲା । ଏପରିକି ଏସପି ଏବଂ ବିଏସପି ଏନେଇ ବହୁ ପ୍ରୟାସ କରିଥିବାବେଳେ ଏହା ଉପରେ କୋର୍ଟଙ୍କ ରହିତାଦେଶ ରହିଥିଲା ।
ଆରକ୍ଷଣ ମାମଲାରେ ଯୋଗୀଙ୍କୁ ଟାର୍ଗେଟ୍ କଲେ ମାୟାବତୀ
Published:
Jul 1, 2019, 3:34 pm IST
Tags: