Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା ଜିଲ୍ଲା ଜୀବେ ନିଷ୍ଠୁରତା ନିରୋଧ ସମିତିର ବାର୍ଷିକ ଅଧିବେଶନ
ଆଜିର ଖବର

ଖୋର୍ଦ୍ଧା ଜିଲ୍ଲା ଜୀବେ ନିଷ୍ଠୁରତା ନିରୋଧ ସମିତିର ବାର୍ଷିକ ଅଧିବେଶନ

September 12, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ସଭାପତିତ୍ୱରେ ଜିଲ୍ଲା ନିଷ୍ଠୁରତା ନିରୋଧ ସମିତିର (SPCA ) ର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକାରୀ ସୁରେନ୍ଦ୍ର ନାଥ ମୁର୍ମୁ ଏଵଂ ଖୋର୍ଦ୍ଧା, ବାଣପୁର, ବାଲୁଗାଁ ଓ ଜଟଣୀ ପୌରାଞ୍ଚଳର ନିର୍ବାହୀ ଅଧିକାରୀ ଏବଂ DIPRO , ଖୋର୍ଦ୍ଧା ଯୋଗ ଦେଇଥିଲେ। ଜିଲ୍ଲାର ବିଭିନ୍ନ ପ୍ରାଣୀମଙ୍ଗଳ ଅନୁଷ୍ଠାନର ପ୍ରତିନିଧି SPCA ସଦସ୍ୟଗଣ ଓ ଜିଲ୍ଲାରେ ଥିବା ବିଭିନ୍ନ ଗୋଶାଳାର ପ୍ରତିନିଧି ମାନେ ଯୋଗ ଦେଇଥିଲେ।

ଜିଲ୍ଲା ମୁଖ୍ୟ ପ୍ରାଣିଚିକିତ୍ସା ଅଧିକାରୀ ତଥା ଜିଲ୍ଲା SPCA ସମ୍ପାଦକ ଡ଼. ଦେବୀଦତ୍ତ ମାଝି ପ୍ରାରମ୍ଭରେ ସଭାର ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ। ଅତିରିକ୍ତ ଜିଲା ପ୍ରାଣିଚିକିତ୍ସା ଅଧିକାରୀ ଡ଼. ସଞ୍ଜିବନୀ ପଟେଲ ଜିଲ୍ଲା ପ୍ରାଣୀ ମଙ୍ଗଳ ସମିତି ଆନୁକୂଲ୍ୟରେ ଚାଲିଥିବା ବିଭିନ୍ନ ସରକାରୀ ଯୋଜନା ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଜିଲ୍ଲାରେ ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ବୁଲା ଗାଈଗୋରୁ ଓ ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିବା ଗାଈଗୋରୁଙ୍କ ଆଶ୍ରୟ ପାଇଁ ଗୋଶାଳା ମାନ ପ୍ରତିଷ୍ଠା ହେବା ଦିଗରେ ବିସ୍ତୃତ ଆଲୋଚନା ହୋଇଥିଲା। ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଭୁକ୍ତ “ବୁଲା କୁକୁର ବନ୍ଧ୍ୟାକରଣ” (Animal Birth Control) କାର୍ଯ୍ୟକ୍ରମ ସ୍ଥଗିତ ରହିଥିବା ଯୋଗୁଁ ବୁଲା କୁକୁରଙ୍କ ସଂଖ୍ୟା ବଢିଯିବା ନେଇ ସଦସ୍ୟ ମାନେ ଚିନ୍ତା ପ୍ରକଟ କରିଥିଲେ। ଜିଲ୍ଲାପାଳ ଡେପୁଟି କମିଶନର ଭୁବନେଶ୍ୱର ମହାନଗର ନିଗମକୁ ଆବଶ୍ୟକୀୟ ପଦକ୍ଷେପ ନେବାପାଇଁ ନିର୍ଦ୍ଦେଶ ଦେଇଥିଲେ।

ବୈଠକର ବିଭିନ୍ନ ସଦସ୍ୟଙ୍କ ମତାମତ ଗ୍ରହଣ କରାଯାଇ ତାର ଉପଯୁକ୍ତ ସମାଧାନ ପାଇଁ ଜିଲ୍ଲାପାଳ ଆଶ୍ୱାସନା ଦେଇଥିଲେ।

ଖୋର୍ଦ୍ଧା ଜିଲ୍ଲା ଜିଲ୍ଲାପାଳ ଜୀବେ ନିଷ୍ଟୁରତା ନିରୋଧ ସମିତିର ସମସ୍ତ ସଦସ୍ୟ ମାନଙ୍କୁ ବିଭିନ୍ନ ଜୀବେ କଲ୍ୟାଣ କାର୍ଯ୍ୟକ୍ରମକୁ ଜିଲ୍ଲାରେ ତ୍ଵରାନିତ କରିବା ପାଇଁ ଅନୁରୋଧ କରିଥିଲେ।

ଖୋର୍ଦ୍ଧା ଜିଲ୍ଲା ଜୀବେ ନିଷ୍ଠୁରତା ନିରୋଧ ସମିତି ବାର୍ଷିକ ଅଧିବେଶନ
Share. Facebook Twitter LinkedIn Email WhatsApp Copy Link

Related Posts

କାହିଁକି ବିଜେପିରେ ଯୋଗଦେଲେ ହରଭଜନ ସିଂହ?: କହିଲେ କାରଣ

August 13, 2026

“ଗଞ୍ଜେଇ କାଣ୍ଡ” ପରେ ବଡ଼ ନିଷ୍ପତ୍ତି: ଏୟାର ଇଣ୍ଡିଆର ସମସ୍ତ ପାଇଲଟଙ୍କ ହେବା ଡ୍ରଗ୍ସ ପରୀକ୍ଷା

August 13, 2026

Hindalco’s Baphlimali Mine: ହିଣ୍ଡାଲ୍‌କୋ ଖଣିକୁ ମିଳିଲା ପ୍ରଥମ ଏଏସ୍‌ଆଇ ମାନ୍ୟତା 

August 13, 2026

ଓଡିଶା ଡିଜିପି ନିଯୁକ୍ତିରେ ପାଞ୍ଚଦିନ ପାଇଁ ରୋକ ଲଗାଇଲେ ସୁପ୍ରିମ କୋର୍ଟ

August 13, 2026
Latest News

“ପ୍ରଧାନମନ୍ତ୍ରୀ ମୋଦି କାହିଁକି ସାମ୍ବାଦିକ ସମ୍ମିଳନୀ କରୁନାହାଁନ୍ତି?”: ରାହୁଲ ଗାନ୍ଧୀଙ୍କ ବଡ଼ ଆକ୍ରମଣ

August 13, 2026

ମହଙ୍ଗା ପଡ଼ିଲା ନେତାଜୀଙ୍କ ଉପରେ ମନ୍ତବ୍ୟ: ବିଜେପି ସାଂସଦଙ୍କ ଉପରେ ହେଲା କାର୍ଯ୍ୟାନୁଷ୍ଠାନ

August 13, 2026

କାହିଁକି ବିଜେପିରେ ଯୋଗଦେଲେ ହରଭଜନ ସିଂହ?: କହିଲେ କାରଣ

August 13, 2026

ସୁଖବୀର ବାଦଲଙ୍କୁ ଆକ୍ରମଣ ପରେ ହରସିମରତ କୌର ବାଦଲଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

August 13, 2026

“ଗଞ୍ଜେଇ କାଣ୍ଡ” ପରେ ବଡ଼ ନିଷ୍ପତ୍ତି: ଏୟାର ଇଣ୍ଡିଆର ସମସ୍ତ ପାଇଲଟଙ୍କ ହେବା ଡ୍ରଗ୍ସ ପରୀକ୍ଷା

August 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.