Categories
ଆଞ୍ଚଳିକ

ନିଖିଳ ଓଡ଼ିଶା ବିଶ୍ୱବିଦ୍ୟାଳୟ କର୍ମଚାରୀ ମହାସଂଘର ଦ୍ୱିତୀୟ ବାର୍ଷିକ ଅଧିବେଶନ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଓୟୁଏଟି ସମ୍ମିଳନୀ କକ୍ଷରେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ କର୍ମଚାରୀ ମହାସଂଘର ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ପ୍ରାରମ୍ଭରେ ମହାସଂଘର ସବୁ କର୍ମକର୍ତ୍ତାମାନେ ପରସ୍ପର ମଧ୍ୟରେ ବିଚାର ବିମର୍ଷ, ସେମାନଙ୍କ ସମସ୍ୟାକୁ ନେଇ ସରକାରଙ୍କ ପାଖରେ ଉପସ୍ଥାପନ କରିଥିବା ଦାବିଗୁଡ଼ିକ ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଏହି ଉତ୍ସବରେ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାସ, ବିଜୁ ଶ୍ରମିକ ସାମ୍ମୁଖ୍ୟର ସଭାପତି ସୁରେନ୍ଦ୍ର କୁମାର ସ୍ୱାଇଁ, ମହସଂଘର ପୂର୍ବତନ ସଭାପତି ଶାରଦା ମହାନ୍ତି ଏବଂ ମୁଖ୍ୟ ଉପଦେଷ୍ଟା ଚିନ୍ତାମଣି ମିଶ୍ର ପ୍ରମୁଖ ଯୋଗ ଦେଇ କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ମହାସଂଘର ବାର୍ଷିକ ବିବରଣୀ ଉପରେ ଆଲୋକପାତ କରିଥିଲେ। ବିଶେଷକରି ସରକାରଙ୍କ କାର୍ଯ୍ୟଧାରା ଓ ମହାସଂଘର ଦାବି ପ୍ରତି ସରକାରଙ୍କ ଟାଳଟୁଳ ନୀତି ସମ୍ପର୍କରେ ଆଲୋଚନା କରିଥିଲେ।

ମହାସଂଘ ତରଫରୁ ଆଉଟସୋର୍ସିଂ ନିଯୁକ୍ତି ବନ୍ଦ କରିବା ସହ ଠିକା କର୍ମଚାରୀମାନଙ୍କୁ ନିୟମିତ କରିବା, ଅବସର ବୟସ ୬୦ରୁ ୬୧କୁ ବୃଦ୍ଧି କରିବା, ଖାଲିଥିବା ପଦବୀଗୁଡ଼ିକ ପୂରଣ କରିବା ଏବଂ ରାଜ୍ୟ ସରକାରୀ କର୍ମଚାରୀମାନଙ୍କ ପ୍ରତି ଲାଗୁ ହେଉଥିବା ନିୟମ ବିଶ୍ୱବିଦ୍ୟାଳୟ କର୍ମଚାରୀଙ୍କ ପ୍ରତି ଲାଗୁ କରିବା ଭଳି ଦାବିଗୁଡ଼ିକ ସମ୍ପର୍କରେ ବିଶେଷଭାବେ ଆଲୋଚନା କରାଯାଇଥିଲା। ପରେ ପରେ ମହାସଂଘର ନୂତନ କର୍ମକର୍ତ୍ତା ଦାୟିତ୍ୱ ନେବା ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲ। ଓୟୁଏଟି ବିଶ୍ୱବିଦ୍ୟାଳୟର ରଞ୍ଜନ କୁମାର ସାମନ୍ତରାୟ ମହାସଂଘର ସଭାପତି ରୂପେ ନିର୍ବାଚିତ ହୋଇଥିବା ବେଳେ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ମଚାରୀ ଅଜୟ କୁମାର ରଥ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି।

କାର୍ଯ୍ୟକାରୀ ସଭାପତି ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ରବୀନ୍ଦ୍ର କୁମାର ପାଣିଗ୍ରାହୀ, ଉତ୍କଳ ବିଶ୍ୱବିଦ୍ୟାଳୟର କର୍ମଚାରୀ ମୁରଲୀଧର ପାଣିଗ୍ରାହୀ, ଫକୀର ମୋହନ ବିଶ୍ୱବିଦ୍ୟାଳୟର ପ୍ରଦୀପ କୁମାର, ଭିସୁଟ୍‌ର କର୍ମଚାରୀ ସୁବୋଧ କୁମାର ପଣ୍ଡା ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସେହିଭଳି ଉତ୍କଳ ବିଶ୍ୱିଦ୍ୟାଳୟ ଚିନ୍ତାମଣି ମିଶ୍ର ମୁଖ୍ୟ ଉପଦେଷ୍ଟା ଭାବେ ମହାସଂଘର ଦାୟିତ୍ୱ ତୁଲାଉଥିବା ବେଳେ ଓୟୁଏଟିର ବସନ୍ତ କୁମାର ବରାଳ, ଉତ୍କଳ ବିଶ୍ୱବିଦ୍ୟାଳୟର ଅଭୟ କୁମାର ବାରିକ ସମ୍ପାଦକ ଭାବେ ଦାୟିତ୍ୱ ନେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଶିକ୍ଷା ଓ ଅନୁସନ୍ଧାନ ଏନ୍‌ଏସ୍‌ଏସ୍‌ ଶାଖାର ବାର୍ଷିକ ଅଧିବେଶନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏନ୍‌ଏସ୍‌ଏସ୍ ଶାଖାର ୨୦୨୦-୨୧ ବର୍ଷ ନିମନ୍ତେ ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଭାରତ ସରକାରଙ୍କ ଏନ୍‌ଏସ୍‌ଏସ୍ ଆଂଚଳିକ ନିର୍ଦ୍ଦେଶିକା ସରିତା ପଟେଲ, ରାଜ୍ୟ ଏନ୍‌ଏସ୍‌ଏସ୍ ଅଧିକାରୀ
ଡ. ସୁରେଖା ସୁନ୍ଦରୀ ସ୍ୱାଇଁ, ହମାରା ବଚପନ୍‌ର ପ୍ରତିଷ୍ଠାତା ଧରିତ୍ରୀ ପଟ୍ଟନାୟକ, ଜାତୀୟ ଯୁବ ପ୍ରକଳ୍ପର ଆବାହକ ମଧୁସୂଦନ ଦାସ, ସୋଆ ଅନ୍ତର୍ଗତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର୍ ଷ୍ଟଡିଜ୍ ଡିନ୍ ପ୍ରଫେସର ଅନୁପ୍ କୁମାର ସାମନ୍ତରାୟ, ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ ଡିନ୍ ପ୍ରଫେସର ଶିତିକଣ୍ଠ ମିଶ୍ର, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ଡେନ୍‌ଟାଲ୍ ସାଇନ୍‌ସେସ୍ (ଆଇଡିଏସ୍‌) ଡିନ୍ ପ୍ରଫେସର ନୀତା ମହାନ୍ତି, ସୋଆ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌ର ଡିନ୍ (ପିଜି) ପ୍ରଫେସର ପ୍ରେମାନନ୍ଦ ମହାପାତ୍ର, ସମ୍ ନର୍ସିଙ୍ଗ କଲେଜ୍ ଡିନ୍ ପ୍ରଫେସର ପ୍ରଭାତୀ ତ୍ରିପାଠୀ ଓ ଛାତ୍ର ପ୍ରତିନିଧି ଶ୍ରୀ ପ୍ରତୀକ ଦାସ ଯୋଗ ଦେଇଥିଲେ।

ପ୍ରୋଗ୍ରାମ୍ ସଂଯୋଜକ ଡ. ନଚିକେତା ଶର୍ମା ବାର୍ଷିକ ବିବରଣୀ ପାଠ କରିବା ସହ କୋଭିଡ-୧୯ ସମୟରେ ବ୍ୟୁରୋ ତରଫରୁ ଆୟୋଜିତ କାର୍ଯ୍ରକ୍ରମ ବିଷୟରେ ସୂଚନା ଦେଇଥିଲେ। ଲିଙ୍ଗଗତ ହିଂସା ସଚେତନତା କାର୍ଯ୍ୟକ୍ରମ, ଗ୍ରାମ ପୁନର୍ଗଠନ, ପ୍ରଥମ ପର୍ଯ୍ୟାୟରେ ମହିଳା ସ୍ୱେଚ୍ଛାସେବୀଙ୍କର ଆତ୍ମସୁରକ୍ଷା ପ୍ରଶିକ୍ଷଣ, ପୋଷ୍ୟ ଗାଁମାନଙ୍କରେ ସ୍ୱଚ୍ଛ ଭାରତ, ଡିଜିଟାଲ୍ ସାକ୍ଷରତା ସଚେତନତା କାର୍ଯ୍ୟକ୍ରମ, ବିଶ୍ୱବିଦ୍ୟାଳୟ ସ୍ତରରେ ଶ୍ରେଷ୍ଠ ସ୍ୱେଚ୍ଛାସେବୀ ଓ ପ୍ରୋଗ୍ରାମ୍ ଅଫିସର ଚୟନ କରି ପୁରଷ୍କୃତ କରିବା, ମାନସିକ-ସାମାଜିକ ସ୍ୱାସ୍ଥ୍ୟ ସଂକ୍ରାନ୍ତୀୟ କାଉନ୍‌ସେଲିଙ୍ଗ୍‌, ଡାକ୍ତରଖାନା ଓ ଘର ମଝିରେ ସେବାଦାତାର ଭୂମିକା ତୁଲାଇବା ପାଇଁ ମାନସିକତା, ଦୃଷ୍ଟିକୋଣ, ଦକ୍ଷତା, ଆଚରଣ ଉପରେ ଜୋର ଦେବା ଆଦି ବିଷୟରେ ଅଧିକ ମନୋନିବେଶ କରିବାକୁ ସମସ୍ତ ସଭ୍ୟ ପରାମର୍ଶ ଦେଇଥିଲେ।