Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଅନୁଷ୍ଠିତ
ଆଜିର ଖବର

ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଅନୁଷ୍ଠିତ

September 13, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଓ ଓଡିଶା ପ୍ରଧାନ ମହାଲେଖାକାର (ଲେଖା ଓ ହକଦାରୀ ) ମିଳିତ ଆନୁକୂଲ୍ୟରେ ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ସହଯୋଗରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ସମ୍ମିଳନୀ ଗୃହଠାରେ ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଆଜି ଅନୁଷ୍ଠିତ ହୋଇଯାଇଅଛି। ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପେନସନ ଅଦାଲତରେ ଏ. ଜି କାର୍ଯ୍ୟାଳୟର ଉପ ମହାଲେଖାକାର (ପେନସନଓ ଭବିଷ୍ୟନିଧି ) ସଞ୍ଜୟ କୁମାର, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ନିର୍ଦ୍ଦେଶକ ସତ୍ୟ ରଞ୍ଜନ ସାହୁ, ଡେପୁଟି କଲେକ୍ଟର,
ଦେବବ୍ରତ କର ,ଜିଲ୍ଲା ଶିକ୍ଷାଧିକାରୀ ବିଶ୍ୱନାଥ ତରାଇ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟ, ବରିଷ୍ଠ ଲେଖାଧିକାରୀ ସାରଦା ପ୍ରସନ୍ନ ମହାପାତ୍ର, କଲ୍ୟାଣ ପଣ୍ଡା ଯୋଗଦେଇ ପେନସନ ଓ ଭବିଷ୍ୟନିଧି ସମ୍ବନ୍ଧୀୟ ଅଭିଯୋଗର ଶୁଣାଣି କରିଥିଲେ।

ଉପ ମହାଲେଖାକାର ସଞ୍ଜୟ କୁମାର ଉପସ୍ଥିତ ଥିବା ପେନସନ ମଞ୍ଜୁରକର୍ତ୍ତା ଓ ଡିଡିଓ ମାନେ ଠିକ ସମୟରେ ଅବସରପ୍ରାପ୍ତ କର୍ମଚାରୀମାନଙ୍କର ଅବସରକାଳୀନ ଦେୟ କାଗଜପତ୍ର ଠିକ ସମୟରେ ମହାଲେଖାକାର କାର୍ଯ୍ୟାଳୟକୁ ପଠାଉନଥିବାରୁ ସେମାନେ ଠିକ ସମୟରେ ସେମାନଙ୍କର ପ୍ରାପ୍ୟ ପାଇପାରୁ ନାହାନ୍ତି। ଅବସର ପରେ ସେମାନଙ୍କର ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡେ। ତେଣୁ ମାନବୀୟ ଦୃଷ୍ଟି କୋଣରୁ ସେମାନଙ୍କର ଦୂରାବସ୍ଥାର ସୁଧାର ଆଣିବା ପାଇଁ ଅବସରର ୨ ମାସ ପୁର୍ବରୁ ଏଜି କାର୍ଯ୍ୟାଳୟକୁ ପଠାଇବା ଉଚିତ ଯାହାଫଳରେ ଅବସର ଦିନ ସେମାନଙ୍କର ଅବସରକାଳୀନ ପ୍ରାପ୍ୟ ପାଇପାରିବେ।

ସରକାର ପେନସନ ଆବେଦନ ପତ୍ର ସରଳିକରଣ କରିବାକୁ ଅନୁରୋଧ କରିଥିଲେ। ନିର୍ଦ୍ଦେଶକ ଶ୍ରୀ ସାହୁ ପେନସନ ମଞ୍ଜୁରକର୍ତ୍ତାମାନେ ଅବସର ପୂର୍ବରୁ ଯେପରି ଅବସର କାଗଜପତ୍ର ଯେପରି ମହାଲେଖାକାର କାର୍ଯ୍ୟାଳୟରେ ପହଞ୍ଚେ ସେଥିପାଇଁ ପଦକ୍ଷେପ ନେବାକୁ ସେମାନଙ୍କୁ ଅନୁରୋଧ କରିଥିଲେ। ବିଭିନ୍ନ ବିଭାଗର ପେନସନ ମଞ୍ଜୁର କର୍ତ୍ତାମାନେ ଠିକ ସମୟରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନଙ୍କର ପେନସନ କାଗଜ ଠିକ ସମୟରେ ଏ. ଜି କାର୍ଯ୍ୟାଳୟକୁ ପଠାଉନଥିବାରୁ ପେନସନ ମଞ୍ଜୁରୀ ବିଳମ୍ବିତ ହେଉଥିବାରୁ ନିର୍ଦ୍ଦେଶକ ଶ୍ରୀ ସାହୁ ଅସନ୍ତୋଷ ପ୍ରକାଶ କରିଥିଲେ।

ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେଉରା ଖୋର୍ଦ୍ଧା ଜିଲ୍ଲାରେ ପେନସନ ଓ ଗ୍ରାଚୁଇଟି ମଂଜୁର ହୋଇ ନ ଥିବା ଅବସରପ୍ରାପ୍ତ କର୍ମଚାରୀ ମାନଙ୍କର ପେନସନ କାଗଜ ପତ୍ର ସେପ୍ଟେମ୍ବର ଶେଷ ସୁଦ୍ଧା ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ। କର୍ମଚାରୀମାନେ ସେମାନଙ୍କର ପେନସନ, ଭବିଷ୍ୟନିଧି ପ୍ରାପ୍ୟ ଯେପରି ଠିକ ସମୟରେ ପାଇପାରିବେ ତା ଉପରେ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବର୍ତ୍ତମାନ ସମୟ ବଦଳି ଯାଇଛି ଅବସରକାଳୀନ ପ୍ରାପ୍ୟ ପାଇବା ପାଇଁ ଆଉ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡୁନାହିଁ। ଏଜି କାର୍ଯ୍ୟାଳୟ ଦୁଇ ମାସ ପୂର୍ବରୁ ଯାଇଥିବା ପେନସନ ଆବେଦନ ପତ୍ର ବିଚାରକୁ ନେଇ ଅବସର ପୂର୍ବରୁ ପେନସନ ଓ ଜିପିଏଫ ପ୍ରଦାନ କରୁଥିବାରୁ ପ୍ରଶଂସା କରିଥିଲେ। ଡେପୁଟି କଲେକ୍ଟର ଶ୍ରୀ କର ଏ. ଜି କାର୍ଯ୍ୟାଳୟ ପକ୍ଷରୁ ପେନସନର ମାନଙ୍କ ପେନସନ ର ଅବସରକାଳୀନ ପ୍ରାପ୍ୟ ଫଇସଲା ପାଇଁ ଏହିଭଳି କଲ୍ୟାଣ ମୂଳକ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଧନ୍ୟବାଦ ଦେଇଥିଲେ l ବରିଷ୍ଠ ଲେଖାଧିକାରୀ ଶ୍ରୀ ମହାପାତ୍ର ଓ ଅଶୋକ କୁମାର ପାତ୍ର ପେନସନ ଓ ଜିପିଏଫ ଆବେଦନ ପତ୍ର ପଠାଉଥିବା ବେଳେ ଯେଉଁ ଭୁଲ କରନ୍ତି ତାର ସଂଶୋଧନ କିପରି କରାଯାଇ ପାରିବ ପିପିଟି ମାଧ୍ୟମରେ ବୁଝାଇଥିଲେ।

ଏହି ପେନସନ ଅଦାଲତରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟର ଗ୍ରାଚୁଇଟି ମଂଜୁର ହୋଇ ନଥିବା ୨୭୭୮ କେସ ଶୁଣାଣି ପାଇଁ ଉପସ୍ଥାପିତ ହୋଇଥିଲା। ଏହି ଅଦାଲତକୁ ସହକାରୀ ଲେଖାଧିକାରୀ ଆଶୁତୋଷ ଦାଶ, ଶରତ ଚନ୍ଦ୍ର ମହାପାତ୍ର, ବସନ୍ତ କୁମାର ପଣ୍ଡା, ଭିନେଶ ଯାଦବ, ପୁରୁଷୋତ୍ତମ ବଳ, ଅଶୋକ କୁମାର ପାତ୍ର, କୌଶିକ କୁମାର କବି, ଯାମି ସଞ୍ଜୟ ସିଂହ, ଚନ୍ଦ୍ର ଶେଖର ବେହେରା ଓ ଜିଲ୍ଲା ପ୍ରଶାସନର ବାବୁଲି ପଟ୍ଟନାୟକ, ସଂଘମିତ୍ରା ମହାପାତ୍ର, ଭବାନୀ ଶଙ୍କର ବିଧାର, ଅମୀୟ ରଞ୍ଜନ ବିଶ୍ୱାଳ ପ୍ରମୁଖ ପେନସନ ଅଦାଲତକୁ ପରିଚାଳନା କରିଥିଲେ।

ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ପେନସନ ଅଦାଲତ
Share. Facebook Twitter LinkedIn Email WhatsApp Copy Link

Related Posts

ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ

July 23, 2025

ମୋହନ ସରକାରଙ୍କ ବିରୋଧରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ କଂଗ୍ରେସ ସମର୍ଥନ କରିବ, ଭକ୍ତ ଦାସ

July 23, 2025

ନୂଆଦିଲ୍ଲୀରେ ଭାରତ ଓ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା

July 23, 2025

ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ ଉଦଯାପିତ: ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟ ଖୁବ୍ ପ୍ରଭାବଶାଳୀ

July 23, 2025
Latest News

ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ

July 23, 2025

ମୋହନ ସରକାରଙ୍କ ବିରୋଧରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ କଂଗ୍ରେସ ସମର୍ଥନ କରିବ, ଭକ୍ତ ଦାସ

July 23, 2025

ନୂଆଦିଲ୍ଲୀରେ ଭାରତ ଓ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା

July 23, 2025

ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ ଉଦଯାପିତ: ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟ ଖୁବ୍ ପ୍ରଭାବଶାଳୀ

July 23, 2025

ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: ଛତିଶଗଡ଼ ସହିତ ମହାନଦୀ ଜଳବିବାଦର ଆପୋଷ ସମାଧାନ ଉପରେ ଗୁରୁତ୍ୱାରୋପ

July 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.