Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୁଁ ମଧ୍ୟ ନିଜ ଆଖିକୁ ଦାନ କରିବାକୁ ପ୍ରସ୍ତୁତ: ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ
ଆଜିର ଖବର

ମୁଁ ମଧ୍ୟ ନିଜ ଆଖିକୁ ଦାନ କରିବାକୁ ପ୍ରସ୍ତୁତ: ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ

September 15, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଏଲ ଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟର ୧୪ ତମ ଚକ୍ଷୁ ବ୍ୟାଙ୍କ୍ ଓ ସ୍ୱଚ୍ଛ ପଟଳ (cornea) ସମ୍ବନ୍ଧୀୟ ଜାତୀୟ ସମ୍ମିଳନୀ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟଅତିଥି ରୂପେ ଯୋଗଦାନ କରି କହିଥିଲେ ଯେ, ଅଙ୍ଗଦାନ କରି ଯେପରି ଜଣେ ବ୍ୟକ୍ତିକୁ ଆମେ ଜୀବନ ଦାନ ଦେଇପାରିବା ସେହିପରି ଚକ୍ଷୁଦାନ କରି ଆମେ ଜଣେ ବ୍ୟକ୍ତିକୁ ନିଜ ଆଖିରେ ଦୁନିଆ ଦେଖେଇପାରିବା। ଅନୁରୂପଭାବେ, ମୁଁ ମଧ୍ୟ ନିଜ ଆଖିକୁ ଦାନ କରିବାକୁ ପ୍ରସ୍ତୁତ।

ଭାରତରେ ବାସ କରୁଥିବା ଜନସଂଖ୍ୟାର ୧% ଦୃଷ୍ଟିହୀନ ଥିବାବେଳେ ଚକ୍ଷୁ ଦାନ ଓ ପ୍ରତିରୋପଣ ଦ୍ଵାରା ଆମେ ପରସ୍ପରକୁ ସାହାଯ୍ୟ କରିପାରିବା ଓ ସେମାନଙ୍କୁ ନିଜ ଆଖିରେ ଦୁନିଆ ଦେଖେଇ ପାରିବା। ଜୀବନରେ ଏହାଠାରୁ ବଡ ଉପଲବ୍ଧି ଆଉ କିଛି ହେଇ ନ ପାରେ।

ଓଡ଼ିଶାରେ ‘ଦୃଷ୍ଟିଦାନ ଚକ୍ଷୁ ବ୍ୟାଙ୍କ୍’ ୨୦୦୭ ମସିହାରେ ଏଲ୍ ଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟ ଦ୍ଵାରା ଖୋଲାଯାଇଥିଲା। ଯାହା ଆଜି ଦେଶର ପ୍ରମୁଖ ୧୦ ଚକ୍ଷୁ ବ୍ୟାଙ୍କ୍ ଭିତରେ ସ୍ଥାନିତ ହୋଇପାରିଛି ଏବଂ ବର୍ଷକୁ ୧୫୦୦ରୁ ଉର୍ଦ୍ଧ୍ବ ଦାନ ଚକ୍ଷୁକୁ ସଂଗୃହିତ କରୁଛି । ଓଡ଼ିଶା ସରକାର ମଧ୍ୟ ଏହି ମହନୀୟ ପ୍ରୟାସକୁ ସହଯୋଗ କରି ସବୁ ଜିଲ୍ଲାସ୍ତରୀୟ ମେଡ଼ିକାଲ ଗୁଡ଼ିକରେ ଚକ୍ଷୁ ଦାନ ପାଇଁ ସହଜ ଓ ସରଳ ପ୍ରାବଧାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସାଧାରଣ ଜନତାଙ୍କୁ ଚକ୍ଷୁ ଦାନ ଭଳି ମହତ୍ କାର୍ଯ୍ୟରେ ନିଜକୁ ଅଂଶୀଦାର ହେବା ପାଇଁ ଆହ୍ବାନ ଦେଇଥିଲେ ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଚକ୍ଷୁ ବ୍ୟାଙ୍କ ଆସୋସିଏସନର ସଚିବ ଡ଼ ସୁଜାତା ଦାସ ସ୍ୱାଗତ ଭାଷଣ ଦେଇଥିବାବେଳେ ଉପସଭାପତି ଡ଼ ନମ୍ରତା ଶର୍ମା, ସଭାପତି ଡ଼ ପରିହାର, ଡ଼ ସୁବଳ କିଶୋର କର, ଡ଼ ପ୍ରଶାନ୍ତ ଗର୍ଗ, ନଳିନୀ ଶର୍ମା ପ୍ରମୁଖ ଉଦବୋଧନ ଦେଇଥିଲେ। ଡ଼ ଶ୍ରୀକାନ୍ତ କୁମାର ସାହୁ ଧନ୍ୟବାଦ ଜଣାଇଥିଲେ।

କନକ ବର୍ଦ୍ଧନ ସିଂହଦେଓ ଜାତୀୟ ସମ୍ମିଳନୀ
Share. Facebook Twitter LinkedIn Email WhatsApp Copy Link

Related Posts

ଦୃଢ଼ ଡିଜିଟାଲ ଭିତ୍ତିଭୂମି ଦ୍ୱାରା ଡିଜିଟାଲ ଅନ୍ତର୍ଭୁକ୍ତିକୁ ଆଗେଇ ନେଉଛି ଡିଜିଟାଲ ଇଣ୍ଡିଆ: ଅଶ୍ୱିନୀ ବୈଷ୍ଣବ

March 12, 2026

କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀଙ୍କ ଦ୍ୱାରା ‘ଭାରତ ଟେକ୍ସ ୨୦୨୬’ ଶୁଭାରମ୍ଭ

March 12, 2026

ଏର୍ଣ୍ଣାକୁଲମ୍‌ରେ ୧୧ ହଜାର କୋଟିର ବିକାଶ ପ୍ରକଳ୍ପର ଉଦଘାଟନ ଓ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

March 12, 2026

ଉତ୍ତରାଖଣ୍ଡ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

March 12, 2026
Latest News

ଦୃଢ଼ ଡିଜିଟାଲ ଭିତ୍ତିଭୂମି ଦ୍ୱାରା ଡିଜିଟାଲ ଅନ୍ତର୍ଭୁକ୍ତିକୁ ଆଗେଇ ନେଉଛି ଡିଜିଟାଲ ଇଣ୍ଡିଆ: ଅଶ୍ୱିନୀ ବୈଷ୍ଣବ

March 12, 2026

କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀଙ୍କ ଦ୍ୱାରା ‘ଭାରତ ଟେକ୍ସ ୨୦୨୬’ ଶୁଭାରମ୍ଭ

March 12, 2026

ଏର୍ଣ୍ଣାକୁଲମ୍‌ରେ ୧୧ ହଜାର କୋଟିର ବିକାଶ ପ୍ରକଳ୍ପର ଉଦଘାଟନ ଓ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

March 12, 2026

ଉତ୍ତରାଖଣ୍ଡ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

March 12, 2026

‘ଜଳ ମହୋତ୍ସବ ୨୦୨୬’କୁ ସମ୍ବୋଧିତ କଲେ ରାଷ୍ଟ୍ରପତି

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.