Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶ୍ରବଣ ଓ ଦୃଷ୍ଟିବାଧିତଙ୍କ ଲାଗି ଅନୁକୂଳ ହେବ ଚଳଚ୍ଚିତ୍ର ପ୍ରଦର୍ଶନ: ଲାଗୁ ହେଲା ଆକ୍ସେସିବିଲିଟି ଷ୍ଟାଣ୍ଡାର୍ଡ ମଡ୍ୟୁଲ୍‌
ଆଜିର ଖବର

ଶ୍ରବଣ ଓ ଦୃଷ୍ଟିବାଧିତଙ୍କ ଲାଗି ଅନୁକୂଳ ହେବ ଚଳଚ୍ଚିତ୍ର ପ୍ରଦର୍ଶନ: ଲାଗୁ ହେଲା ଆକ୍ସେସିବିଲିଟି ଷ୍ଟାଣ୍ଡାର୍ଡ ମଡ୍ୟୁଲ୍‌

September 16, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (ସିବିଏଫସି) ପକ୍ଷରୁ ଦୃଷ୍ଟି ଓ ଶ୍ରବଣ ବାଧିତ ଦିବ୍ୟାଙ୍ଗଙ୍କ ପାଇଁ ଉଦ୍ଦିଷ୍ଟ ‘ଆକ୍ସେସିବିଲିଟି ଷ୍ଟାଣ୍ଡାର୍ଡ’ ବା ସୁଗମତା ମାନକ ମଡ୍ୟୁଲକୁ ନିର୍ଦ୍ଧାରିତ ସମୟସୀମା ଅର୍ଥାତ୍‌ ୧୫ ସେପ୍ଟେମ୍ବର ୨୦୨୪ ଠାରୁ ଇ-ସିନେମା ପ୍ରମାଣନରେ ସଫଳତା ପୂର୍ବକ କାର୍ଯ୍ୟକାରୀ କରାଯାଇଛି। ଆବେଦନକାରୀ ଏବେ ମାର୍ଗଦର୍ଶିକାରେ ନିର୍ଦ୍ଧାରିତ ଶ୍ରବଣ ଓ ଦୃଷ୍ଟିବାଧିତଙ୍କ ପାଇଁ ଆବଶ୍ୟକ ଆକ୍ସେସବିଲିଟି ସୁବିଧା ସହିତ ନିଜ ଚଳଚ୍ଚିତ୍ର ପାଇଁ ଆବେଦନ ଦାଖଲ କରିପାରିବେ। ଫଳରେ ଏଭଳି ଦିବ୍ୟାଙ୍ଗଙ୍କ ପାଇଁ ଚଳଚ୍ଚିତ୍ରକୁ ଉପଭୋଗ କରିବା ସହଜ ହୋଇପାରିବ।

ସୂଚନାଯୋଗ୍ୟ, ଚଳଚ୍ଚିତ୍ର ଦେଖିବାକୁ ସମାବେଶୀ କରିବା ଏବଂ ଚଳଚ୍ଚିତ୍ର ପ୍ରେକ୍ଷାଳୟ ଭଳି ସାର୍ବଜନୀନ ସ୍ଥାନକୁ ଦିବ୍ୟାଙ୍ଗ ବ୍ୟକ୍ତିବିଶେଷଙ୍କ ଲାଗି ସୁଲଭ କରିବା ଲାଗି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ୧୫ ମାର୍ଚ୍ଚ ୨୦୨୪ରେ ଜାରି ବିଜ୍ଞପ୍ତି ମାଧ୍ୟମରେ ଶ୍ରବଣ ଓ ଦୃଷ୍ଟିବାଧିତ ବ୍ୟକ୍ତିବିଶେଷଙ୍କ ପାଇଁ ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ଫିଚର ଚଳଚ୍ଚିତ୍ରର ସାର୍ବଜନୀନ ପ୍ରଦର୍ଶନରେ ସୁଗମତା ମାନଦଣ୍ଡ କାର୍ଯ୍ୟକାରୀ କରିବାକୁ ମାର୍ଗଦର୍ଶିକା ଜାରି କରିଥିଲା।

ବ୍ୟବସାୟିକ ଉଦ୍ଦେଶ୍ୟରେ ସିନେମା ହଲ୍‌/ମୁଭି ଥିଏଟର୍‌ରେ ସାର୍ବଜନୀନ ପ୍ରଦର୍ଶନ ଲାଗି କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (ସିବିଏଫସି) ଦ୍ୱାରା ପ୍ରମାଣପତ୍ର ପ୍ରଦାନ କରାଯାଉଥିବା ଫିଚର୍‌ ଚଳଚ୍ଚିତ୍ର ଉପରେ ଏସବୁ ମାର୍ଗଦର୍ଶିକା ଲାଗୁ ହେବ। ଗୋଟିଏରୁ ଅଧିକ ଭାଷାରେ ସିବିଏଫସି ପ୍ରମାଣପତ୍ର ପାଉଥିବା ସବୁ ଚଳଚ୍ଚିତ୍ରରେ ଶ୍ରବଣ ଓ ଦୃଷ୍ଟିବାଧିତଙ୍କ ପାଇଁ ଅତିକମ୍‌ରେ ଗୋଟିଏ ସୁଲଭତା ସୁବିଧା ଯୋଗାଇ ଦେବା ଆବଶ୍ୟକ। ଅର୍ଥାତ୍‌ ବୋଲ୍ଡ କ୍ୟାପ୍ସନିଂ/ଓପନ୍‌ କ୍ୟାପ୍ସନିଂ ଏବଂ ଅଡିଓ ବିବରଣୀ ଭଳି ସୁବିଧା ଚଳଚ୍ଚିତ୍ରରେ ରହିବା ଉଚିତ୍‌। ଏସବୁ ମାର୍ଗଦର୍ଶିକା କାର୍ଯ୍ୟକାରୀ କରିବା ଲାଗି ଶେଷ ତାରିଖ ଭାବେ ୧୫ ସେପ୍ଟେମ୍ବର ୨୦୨୪ ତାରିଖକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଧାର୍ଯ୍ୟ କରାଯାଇଥିଲା।

ଆକ୍ସେସିବିଲିଟି ଷ୍ଟାଣ୍ଡାର୍ଡସ୍‌ ଦିବ୍ୟାଙ୍ଗ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026
Latest News

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.