ଆଦାନୀଙ୍କ ବଡ ଘୋଷଣା: ଅକ୍ଷୟ ଶକ୍ତିରେ ୪ ଲକ୍ଷ କୋଟି ବିନିଯୋଗ, ୭୧ ହଜାର ନିଯୁକ୍ତି

Published: Sep 16, 2024, 8:36 pm IST

ନୂଆଦିଲ୍ଲୀ: ଆଜି ଅଦାନୀ ଗ୍ରୁପ ଏକ ବଡ ଘୋଷଣା କରିଛି। ଚତୁର୍ଥ ବିଶ୍ୱ ଅକ୍ଷୟ ଶକ୍ତି ନିବେଶକ ସମ୍ମିଳନୀ ଏବଂ ପ୍ରଦର୍ଶନୀରେ ସୌର, ପବନ ଏବଂ ଗ୍ରୀନ୍ ହାଇଡ୍ରୋଜେନ୍ ପରି ଅକ୍ଷୟ ଶକ୍ତି ପ୍ରକଳ୍ପରେ ୪.୦୫ ଲକ୍ଷ କୋଟି ଟଙ୍କା ବିନିଯୋଗ କରିବାକୁ ଅଦାନୀ ଗ୍ରୁପର ଚେୟାରମ୍ୟାନ ଗୌତମ ଆଦାନି ଘୋଷଣା କରିଛନ୍ତି।

ଭାରତର ବୃହତ୍ତମ ଅକ୍ଷୟ ଶକ୍ତି କମ୍ପାନୀ ଆଦାନୀ ଗ୍ରୀନ୍ ଏନର୍ଜି ୨୦୩୦ ସୁଦ୍ଧା ୫୦ ଗିଗାୱାଟ (GW) RE କ୍ଷମତା ପ୍ରଦାନ କରିବାକୁ (ବର୍ତ୍ତମାନ ୧୧.୨ ଗିଗାୱାଟ କାର୍ଯ୍ୟକ୍ଷମ କ୍ଷମତା) ପ୍ରତିଶ୍ରୁତି ଦେଇଛି।

ଆଦାନୀ ନ୍ୟୁ ଇଣ୍ଡଷ୍ଟ୍ରିଜ୍ ୧୦ ଗିଗାୱାଟର ଏକ ସୌର ଉତ୍ପାଦନ କାରଖାନା, ୫ ଗିଗାୱାଟର ପବନ ଉତ୍ପାଦନ, ୧୦ ଗିଗାୱାଟର ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନ ଏବଂ ୫ ଗିଗାୱାଟର ଇଲେକ୍ଟ୍ରୋଲାଇଜର ଉତ୍ପାଦନ ପ୍ରତିଷ୍ଠା କରିବ।

ଏହି ବିନିଯୋଗରେ ୭୧ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି ସମ୍ଭାବନା ରହିବ।

Related posts