Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାସ୍ତା ନଥିବାରୁ ୩ କିମି ଖଟିଆରେ ବୁହାହେଲେ ଗର୍ଭବତୀ, ଆମ୍ବୁଲାନ୍ସରେ ଜନ୍ମ ହେଲା ଶିଶୁକନ୍ୟା
ଆଜିର ଖବର

ରାସ୍ତା ନଥିବାରୁ ୩ କିମି ଖଟିଆରେ ବୁହାହେଲେ ଗର୍ଭବତୀ, ଆମ୍ବୁଲାନ୍ସରେ ଜନ୍ମ ହେଲା ଶିଶୁକନ୍ୟା

September 17, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରେଢ଼ାଖୋଲ (କନ୍ଦର୍ପ ବେହେରା): ସରକାର ଗ୍ରାମାଞ୍ଚଳର ରାସ୍ତା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଏବେ ବି ସ୍ୱାଧୀନତାର ୭୭ ବର୍ଷ ପରେ ମଧ୍ୟ ଗ୍ରାମାଞ୍ଚଳକୁ ଗମନା ଗମନ ପାଇଁ ଭଲ ରାସ୍ତା ଟିଏ ମଧ୍ୟ ନାହିଁ। ଯା’ ଫଳରେ ରୋଗୀ ଆମ୍ବୁଲାନ୍ସରେ ଡାକ୍ତରଖାନାକୁ ଯାଇପାରୁ ନାହିଁ। ବାଧ୍ୟ ହୋଇ ଆମ୍ବୁଲାନ୍ସ କର୍ମଚାରୀ ରୋଗୀକୁ ଖଟିଆରେ ଭାର କରି ବୋହିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି।

ରେଢ଼ାଖୋଲ ସବଡ଼ିଭିଜନ ନାକଟିଦେଉଳ ବ୍ଲକର କିସିଣ୍ଡା ଥାନା ଅଂଚଳରେ ସେମିତି ଏକ ଘଟଣା ଘଟିଛି। ରାସ୍ତା ନ ଥିବାରୁ ପ୍ରସୂତି ମହିଳାଙ୍କୁ ପାଖାପାଖି ୩ କିମି ଖଟିଆରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ବୋହି ନେଇ ଉଦାହରଣ ପାଲଟିଛନ୍ତି।

ନାକଟିଦେଉଳ ବ୍ଳକ କିସିଣ୍ଡା ପଂଚାୟତ ଅନ୍ତର୍ଗତ କାଙ୍କଦର ଗ୍ରାମର ଲଣ୍ଡାକୋଟ ସାହିର ସୁଜିତ ଲମଗାଙ୍କର ସ୍ତ୍ରୀ ଗୀତା ଲମଗା ଗର୍ଭ ଯନ୍ତ୍ରଣା ହେବାରୁ ତାଙ୍କୁ ଡାକ୍ତରଖାନା ଆଣିବା ପାଇଁ ୧୦୮ ଆମ୍ବୁଲାନ୍ସ କୁ ଫୋନ କରିଥିଲେ। ତୁରନ୍ତ ତାଙ୍କ ପାଇଁ ଆମ୍ବୁଲାନ୍ସ ପଠାଯାଇଥିଲା। ହେଲେ ରାସ୍ତା ନଥିବାରୁ ତାଙ୍କ ଘରଠାରୁ ୩ କିମି ଦୂର କାଙ୍କଦରଠାରେ ଆମ୍ବୁଲାନ୍ସ ଅଟକି ଯାଇଥିଲା।

ମୋବାଇଲ ନେଟୱାର୍କ ନ ଥିବାରୁ ସେଠାରେ କିଛି ସମୟ ଆମ୍ବୁଲାନ୍ସ କର୍ମଚାରୀମାନେ ସୁଜିତଙ୍କ ସହିତ ଯୋଗାଯୋଗ କରିବାରେ ସମସ୍ୟା ସୃଷ୍ଟି ହୋଇଥିଲା। କାଙ୍କଦର ଗ୍ରାମବାସୀଙ୍କ ସହାୟତାରେ ଆମ୍ବୁଲାନ୍ସ କର୍ମଚାରୀ ଲଣ୍ଡାକୋଟ ପହଞ୍ଚିବା ସହ ଏକ ଖଟିଆ ଯୋଗେ ଗର୍ଭବତୀ ମହିଳାଙ୍କୁ ଆମ୍ବୁଲାନ୍ସ ନିକଟକୁ ବୋହି ଆଣିଥିଲେ ଏବଂ ତାଙ୍କୁ ନିକଟସ୍ଥ ନାକଟିଦେଉଳ ଡାକ୍ତରଖାନା ଆଣିବା ସମୟରେ ରାସ୍ତାରେ ଆମ୍ବୁଲାନ୍ସ ଭିତରେ ଶିଶୁକନ୍ୟାକୁ ପ୍ରସବ କରିଥିଲେ। ଏବଂ ପରେ ତାଙ୍କୁ ଆମ୍ବୁଲାନ୍ସ କର୍ମଚାରୀ ସ୍ବାଗତ ସିଂ, ଶ୍ରବଣ ସାହୁ ଓ ଅନିଲ ପ୍ରଧାନ ନିକଟସ୍ଥ ନାକଟିଦେଉଳ ଡାକ୍ତରଖାନାରେ ସକାଳ ୦୮:୪୫ ମିନିଟ୍ ରେ ଭର୍ତ୍ତି କରିଥିଲେ।

ଆମ୍ବୁଲାନ୍ସ କର୍ମଚାରୀଙ୍କ ଏଭଳି ସେବା ମନୋଭାବକୁ ଅଂଚଳବାସୀ ପ୍ରଶଂସା କରିବା ସହିତ ସବୁଦିନିଆ ରାସ୍ତା ନିର୍ମାଣ ପାଇଁ ଦାବି କରିଛନ୍ତି।

ଆମ୍ବୁଲାନ୍ସ କିସିଣ୍ଡା ଥାନା ଗର୍ଭବତୀ ମହିଳା ନାକଟିଦେଉଳ ବ୍ଲକ ରେଢାଖୋଲ ସବଡିଭିଜନ
Share. Facebook Twitter LinkedIn Email WhatsApp Copy Link

Related Posts

ବିକଶିତ ଓଡ଼ିଶା ଦିଗରେ ବଡ଼ ପଦକ୍ଷେପ: ୨୦୨୬-୨୭ ବଜେଟ୍‌ରେ ଗ୍ରାମୀଣ ବିକାଶକୁ ସର୍ବାଧିକ ଗୁରୁତ୍ୱ

March 18, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026

ଶିଶୁ ସୁରକ୍ଷା ସେବା ସହିତ ଜଡ଼ିତ ‘ମିଶନ ବାତ୍ସଲ୍ୟ ପୋର୍ଟାଲ’ ପୁନଃପ୍ରସ୍ତୁତ

March 18, 2026
Latest News

ବିକଶିତ ଓଡ଼ିଶା ଦିଗରେ ବଡ଼ ପଦକ୍ଷେପ: ୨୦୨୬-୨୭ ବଜେଟ୍‌ରେ ଗ୍ରାମୀଣ ବିକାଶକୁ ସର୍ବାଧିକ ଗୁରୁତ୍ୱ

March 18, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026

ଶିଶୁ ସୁରକ୍ଷା ସେବା ସହିତ ଜଡ଼ିତ ‘ମିଶନ ବାତ୍ସଲ୍ୟ ପୋର୍ଟାଲ’ ପୁନଃପ୍ରସ୍ତୁତ

March 18, 2026

ଭାରତୀୟ କପା ନିଗମକୁ ୧,୭୧୮.୫୬ କୋଟିର ଏମଏସପି ପାଣ୍ଠି ମଞ୍ଜୁର କଲା କ୍ୟାବିନେଟ୍

March 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.