Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଶାର ଦୁର୍ଗମ ଅଂଚଳରେ ଛାତ୍ରଛାତ୍ରୀଙ୍କ ସ୍ବପ୍ନ ଓ ଆକାଂକ୍ଷା ପୁରଣରେ ସହାୟକ ହୋଇଛି ଜିଓ ଇଣ୍ଟରନେଟ୍
ଆଜିର ଖବର

ଓଡିଶାର ଦୁର୍ଗମ ଅଂଚଳରେ ଛାତ୍ରଛାତ୍ରୀଙ୍କ ସ୍ବପ୍ନ ଓ ଆକାଂକ୍ଷା ପୁରଣରେ ସହାୟକ ହୋଇଛି ଜିଓ ଇଣ୍ଟରନେଟ୍

September 19, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଜିଓ ସହିତ ଆସିଥିବା ସୁଲଭ ଇଣ୍ଟରନେଟ୍ ସେବା ସମଗ୍ର ଭାରତରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ନେଇଆସିଛି। ୟୁପିଆଇ ଜରିଆରେ କାରବାର କରୁଥିବା ଦୁର୍ଗମ ଅଂଚଳର ଦୋକାନୀ ଠାରୁ ଆରମ୍ଭ କରି ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ସେବା ଦ୍ୱାରା ଉପକୃତ ହେଉଥିବା ଜଣେ ଆଦିବାସୀ କୃଷକ କିମ୍ବା ଅନଲାଇନ୍ ପାଠ୍ୟକ୍ରମର ଲାଭ ଉଠାଉଥିବା ଅପହଞ୍ଚ ଅଂଚଳର ଛାତ୍ରଛାତ୍ରୀ, ଡିଜିଟାଲ୍ ଇଣ୍ଡିଆର ସଫଳତାର କାହାଣୀ ସବୁଆଡ଼କୁ ବ୍ୟାପ୍ତ ହୋଇଛି।

ସହଜ ଇଣ୍ଟରନେଟ ଉପଲବ୍ଧତା ତଥା ଡିଜିଟାଲ୍ ଦୁନିଆକୁ ସହଜ ପ୍ରବେଶ ଦୁର୍ଗମ ଅଂଚଳର ଅନେକ ଆଦିବାସୀ ଛାତ୍ରଛାତ୍ରୀ ଏବଂ ଯୁବକଯୁବତୀମାନଙ୍କୁ ସେମାନଙ୍କର ସ୍ୱପ୍ନ ଏବଂ ଆକାଂକ୍ଷା ପୂରଣ କରିବାରେ ସହାୟକ ହୋଇଛି। ଏହାର ଏକ ଉଦାହରଣ ଓଡିଶାର ମାଲକାନଗିରି ଜିଲ୍ଲାର ମୁଦୁଲିପଡା ପଞ୍ଚାୟତର ଦୁର୍ଗମ ବଡ଼ବେଲ ଗାଁର ବଣ୍ଡା ଜନଜାତିର ଛାତ୍ର ମଙ୍ଗଳା ମୁଦୁଲି ଯିଏ ନିଜ ସମ୍ପ୍ରଦାୟର ପ୍ରଥମ ବ୍ୟକ୍ତି ଭାବେ ଚଳିତ ବର୍ଷ ନିଟ ପରୀକ୍ଷାରେ ସଫଳ ହୋଇ ଇତିହାସ ସୃଷ୍ଟି କରିଛନ୍ତି। ତାଙ୍କ ଗ୍ରାମ ତଥା ନିକଟବର୍ତ୍ତୀ ଅଞ୍ଚଳରେ ସ୍ୱାସ୍ଥ୍ୟସେବାର କୌଣସି ସୁବିଧା ନଥିବା ଦେଖି ସେ ପିଲାଦିନରୁ ଡାକ୍ତର ହେବା ପାଇଁ ସ୍ୱପ୍ନ ଦେଖିଥିଲେ। ମୁଦୁଲିପଡାସ୍ଥିତ ଏସଏସଡି ହାଇସ୍କୁଲରୁ ଦଶମ ଶେଷ କରିବା ପରେ, ଗାଁ କ୍ଲବ ଜରିଆରେ ମିଳିଥିବା ଏକ ଜିଓଫୋନ୍ ଜରିଆରେ ସେ ଅନଲାଇନ୍ ଅଧ୍ୟୟନ ସାମଗ୍ରୀ ଓ ପାଠ୍ୟକ୍ରମରୁ ନୋଟ୍ ପ୍ରସ୍ତୁତ କରି ପରବର୍ତ୍ତୀ ସମୟରେ ପଢିବା ଜାରି ରଖିଥିଲେ।

ଗୋବିନ୍ଦପଲ୍ଲୀର ଏସଏସଡି ସିନିୟର ସେକଣ୍ଡାରୀ ବିଦ୍ୟାଳୟରେ ପଢିବା ସମୟରେ ମଧ୍ୟ ଗାଁ ନିକଟରେ ଥିବା ଇଣ୍ଟରନେଟ୍ ଏବଂ ଅନଲାଇନ୍ ଅଧ୍ୟୟନ ସାମଗ୍ରୀ ତାଙ୍କୁ ବେଶ ସହାୟକ ହୋଇଥିଲା। ତାଙ୍କର ଦୃଢ଼ ସଂକଳ୍ପ ଏବଂ ନିଷ୍ଠା, ଶିକ୍ଷକ ତଥା ଶୁଭେଚ୍ଛୁମାନଙ୍କ ସହଯୋଗ ତାଙ୍କୁ ଚଳିତ ବର୍ଷ ନିଟ ପରୀକ୍ଷାରେ ଆଦିବାସୀ ପ୍ରାର୍ଥୀଙ୍କ ମଧ୍ୟରେ ୨୬୧ ରାଙ୍କ ହାସଲ କରି ବ୍ରହ୍ମପୁରର ଏମ୍.କେ.ସି.ଜି ମେଡିକାଲ୍ କଲେଜରେ ନାମଲେଖାଇବାକୁ ସକ୍ଷମ କରିଥିଲା। ଏବେ ତାଙ୍କ ଗାଁ ବଡବେଲରେ ଉପଲବ୍ଧ ହେଉଥିବା ଏକମାତ୍ର ନେଟୱାର୍କ ଜିଓ ୪ଜି ନେଟୱାର୍କ ତାଙ୍କ ପରି ଅନେକ ଛାତ୍ରଛାତ୍ରୀଙ୍କୁ ନିଜ ସ୍ୱପ୍ନ ଏବଂ ଆକାଂକ୍ଷାରେ ସଫଳ ହେବା ଦିଗରେ ସହାୟତା ପାଇଁ ପ୍ରସ୍ତୁତ ରହିଛି।

ସେହିଭଳି କନ୍ଧମାଳ ଜିଲ୍ଲାର ସବେରଙ୍ଗ ଗାଁର କନ୍ଧ ଜନଜାତିର କଳାକାର ପ୍ରଧାନ ମଧ୍ୟ ଡାକ୍ତର ହେବାର ସ୍ୱପ୍ନ ଦେଖିଥିଲେ। ଭୁବନେଶ୍ୱରର ଏକ ଆବାସିକ ବିଦ୍ୟାଳୟରେ ପାଠପଢା ସମାପ୍ତ କରିବା ପରେ ପରିବାରର ଆର୍ଥିକ ସ୍ତିତି ଯୋଗୁଁ ତାଙ୍କୁ ଗାଁକୁ ଫେରିବାକୁ ପଡିଲା ଏବଂ ସେ ପିତାମାତାଙ୍କୁ ଚାଷ କାମ ତଥା ଗାଈ ଓ ଛେଳି ଚରାଇବା ଇତ୍ୟାଦି କାମରେ ସହାୟତା କରୁଥିଲେ। ତେବେ ଏହା ତାଙ୍କୁ ଲକ୍ଷ୍ୟପଥରୁ ବିରତ କରିନଥିଲା କାରଣ ସେ ରାତିରେ ଏବଂ କାମ ଭିତରେ ଜିଓ ନେଟୱାର୍କରେ ଅନଲାଇନ୍ ଅଧ୍ୟୟନ ସାମଗ୍ରୀ ଏବଂ ପାଠ୍ୟକ୍ରମ ଦ୍ୱାରା ନିଟ ପରୀକ୍ଷା ପାଇଁ ପ୍ରସ୍ତୁତି ଜାରିରଖି ନିଜ ସ୍ୱପ୍ନକୁ ସାକାର ଦିଗରେ ଆଗକୁ ବଢିବାରେ ଲାଗିଲେ। ନିଜର ଦୃଢ ନିଷ୍ଠା ଏବଂ ଇଣ୍ଟରନେଟ୍ ଉପଲବ୍ଧତା ତାଙ୍କୁ ଚଳିତ ବର୍ଷ ତୃତୀୟ ପ୍ରୟାସରେ ନିଟ ପରୀକ୍ଷାରେ ସଫା ହେବାରେ ସାହାଯ୍ୟ କରିଥିବା ସେ କହିଛନ୍ତି। ତାଙ୍କର ସ୍ୱପ୍ନକୁ ପୂରଣ କରି ସେ ବର୍ତ୍ତମାନ କଟକ ସ୍ଥିତ ଏସସିବି ମେଡିକାଲ୍ କଲେଜରେ ନାମ ଲେଖାଇଛନ୍ତି।

କନ୍ଧମାଳ ଜିଲ୍ଲାର ତାଡିମାହା ଗାଁର ୧୯ ବର୍ଷୀୟ ସନାତନ ପ୍ରଧାନଙ୍କ ସଫଳତାର କାହାଣୀ ମଧ୍ୟ ସମ ଭାବରେ ପ୍ରେରଣାଦାୟୀ ରହିଛି। ବ୍ରହ୍ମପୁରର ଖଲିକୋଟ କଲେଜରୁ ଉଚ୍ଚ ମାଧ୍ୟମିକ ପଢା ଶେଷ କରିବା ପରେ ତାଙ୍କ ପରିବାରର ଆର୍ଥିକ ଅବସ୍ଥା ତାଙ୍କୁ ନିଜ ଦୁର୍ଗମ ଗ୍ରାମକୁ ଫେରି ସେଠାରେ ନିଟ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ଏକରକମ ବାଧ୍ୟ କରିଥିଲା। ଗାଁରେ ମୋବାଇଲ୍ ନେଟୱାର୍କ ଉପଲବ୍ଧ ନଥିବାରୁ ଅନଲାଇନ ପାଠପଢା ଓ ଅଧ୍ୟୟନ ସାମଗ୍ରୀ ଡାଉନଲୋଡ୍ କରିବାକୁ ତାଙ୍କୁ ପ୍ରତ୍ୟେକ ଥର ନିକଟସ୍ଥ ଏକ ଗ୍ରାମରେ ଉପଲବ୍ଧ ଜିଓ ନେଟୱାର୍କର ସହାୟତା ନେବା ପାଇଁ ପ୍ରାୟ ତିନି କିଲୋମିଟର ଯାତ୍ରା କରିବାକୁ ପଡୁଥିଲା। ତାଙ୍କର ଦୃଢ ନିଷ୍ଠା ସହିତ ସେ ଚଳିତ ବର୍ଷ ପ୍ରଥମ ପ୍ରୟାସରେ ନିଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସଫଳତାର ସହ ଏମକେସିଜି ମେଡିକାଲ କଲେଜରେ ନାମ ଲେଖାଇଛନ୍ତି।

ଡିଜିଟାଲ୍ ଅନ୍ତର୍ଭୂକ୍ତିକରଣକୁ ଆଗକୁ ବଢାଇବା ସହିତ ଡିଜିଟାଲ୍ ବୈଷମ୍ୟକୁ ଦୂର କରିବା ପାଇଁ ଏହାର ପ୍ରତିବଦ୍ଧତା ସ୍ୱରୂପ ଓଡ଼ିଶାର ତଥା ଦେଶର ସର୍ବବୃହତ ଡିଜିଟାଲ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ଏହାର ୪ଜି / ୫ଜି ନେଟୱାର୍କ ସହିତ ଓଡିଶାର ହଜାର ହଜାର ଦୁର୍ଗମ ଗ୍ରାମକୁ ଇଣ୍ଟରନେଟ ସହିତ ସଂଯୁକ୍ତ କରିଛି। ବିବିଧ ଭୌଗଳିକ ଆହ୍ୱାନ ଓ ପ୍ରତିବନ୍ଧକକୁ ଅତିକ୍ରମ କରି ଜିଓ ସଫଳତାର ସହିତ ଏହାର ନେଟୱାର୍କକୁ ଓଡିଶାର ୪୭୦୦୦ ରୁ ଅଧିକ ଗ୍ରାମକୁ ବିସ୍ତାର କରିଛି ଏବଂ ଏହା ରାଜ୍ୟର ଅନ୍ୟ ଦୁର୍ଗମ ଗ୍ରାମଗୁଡିକୁ ଦ୍ରୁତ ଗତିରେ ନେଟୱାର୍କ ସମ୍ପ୍ରସାରଣ ଜାରି ରଖିଛି। ଅନେକ ସୁଦୂର ତଥା ଦୁର୍ଗମ ଗାଁରେ ଜିଓର ୪ଜି / ୫ଜି ନେଟୱାର୍କ ହେଉଛି ଲୋକଙ୍କ ପାଇଁ ଉପଲବ୍ଧ ଏକମାତ୍ର ନେଟୱାର୍କ ଯାହା ଡିଜିଟାଲ୍ ସେବା, ଶିକ୍ଷା, ସ୍ୱାସ୍ଥ୍ୟସେବା, ବ୍ୟାଙ୍କିଙ୍ଗ୍ ଏବଂ ଆର୍ଥିକ ସେବାରେ ସେମାନଙ୍କର ସୁବିଧା ସହିତ ଆର୍ଥିକ ସୁଯୋଗକୁ ଆହୁରି ବ୍ୟାପକ କରିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ସାମାଜିକ ସୁରକ୍ଷା ସଂହିତା, ୨୦୨୦: ସାର୍ବଜନୀନ ଏବଂ ଅନ୍ତର୍ଭୁକ୍ତ ସାମାଜିକ ସୁରକ୍ଷା ଦୃଷ୍ଟିକୋଣ

November 22, 2025

ଡିସେମ୍ବର ୨ରୁ କାଶୀ ତାମିଲ ସଙ୍ଗମମ ୪.୦

November 22, 2025

India International Trade Fair: ଓଡ଼ିଶା ରାଜ୍ୟ ଦିବସ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

November 22, 2025

ଇଂଲଣ୍ଡର ପରାଜୟ ପରେ କିପରି ବଦଳିଲା WTC ପଏଣ୍ଟ ଟେବୁଲ?: ଦେଖନ୍ତୁ ଅପଡେଟ୍

November 22, 2025
Latest News

ସାମାଜିକ ସୁରକ୍ଷା ସଂହିତା, ୨୦୨୦: ସାର୍ବଜନୀନ ଏବଂ ଅନ୍ତର୍ଭୁକ୍ତ ସାମାଜିକ ସୁରକ୍ଷା ଦୃଷ୍ଟିକୋଣ

November 22, 2025

Reliance Foundation: କ୍ରୀଡା କ୍ଷେତ୍ରକୁ ପ୍ରୋତ୍ସାହନ ପାଇଁ ରିଲାଏନ୍ସ ଫାଉଣ୍ଡେସନ୍ ପୁରସ୍କୃତ

November 22, 2025

ଡିସେମ୍ବର ୨ରୁ କାଶୀ ତାମିଲ ସଙ୍ଗମମ ୪.୦

November 22, 2025

India International Trade Fair: ଓଡ଼ିଶା ରାଜ୍ୟ ଦିବସ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

November 22, 2025

ଭାଙ୍ଗିଲା G-20 ଶିଖର ସମ୍ମିଳନୀ ପରମ୍ପରା, ଆମେରିକା ବୟକଟ ସତ୍ତ୍ୱେ ଗୃହୀତ ହେଲା ପ୍ରସ୍ତାବ; ଟ୍ରମ୍ପଙ୍କୁ ଦୃଢ଼ ବାର୍ତ୍ତା 

November 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.