Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅତନୁ ସବ୍ୟସାଚୀଙ୍କ ପୁସ୍ତକ ‘ମୋ ଜୀବନ ମୋ ସମୟ’ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ
ଆଜିର ଖବର

ଅତନୁ ସବ୍ୟସାଚୀଙ୍କ ପୁସ୍ତକ ‘ମୋ ଜୀବନ ମୋ ସମୟ’ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ

September 21, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଅତନୁ ସବ୍ୟସାଚୀଙ୍କ ପୁସ୍ତକ 'ମୋ ଜୀବନ ମୋ ସମୟ' ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ

ଭୁବନେଶ୍ବର: ଗତକାଲି ଭୁବନେଶ୍ୱରରେ ଏକ ଭବ୍ୟ ପରିବେଶରେ ପୂର୍ବତନ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ପୁସ୍ତକ ମୋ ଜୀବନ ମୋ ସମୟ, ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି।

ବିଶିଷ୍ଟ ସାହିତ୍ୟିକ ଶ୍ରୀ ଦାଶ ବେନହୂରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବରେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁସ୍ତକ ଲୋକାର୍ପଣ କରିବା ସହ ଶ୍ରୀ ନାୟକ ଙ୍କୁ ଅଭିନନ୍ଦନ ଜଣାଇଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସାଧାରଣ ଜୀବନରେ କାମ କରୁଥିବା ବ୍ୟକ୍ତିଙ୍କ ଜୀବନନୁଭୂତି ସ୍ୱତନ୍ତ୍ର ମହତ୍ୱ ରଖିଥାଏ।

କାରଣ ଏଥିରୁ ନୀତି ନିର୍ଧାରଣ ପ୍ରକ୍ରିୟା ଓ ପ୍ରଶାସନ ବିଷୟରେ ସମ୍ୟକ ସୂଚନା ଦେଇଥାଏ। ଜଣେ ସାମ୍ବାଦିକ ତଥା ରାଜନୀତିଜ୍ଞ ଭାବରେ ଅତନୁ ବାବୁଙ୍କ ଅନୁଭୂତି ଏ ପୁସ୍ତକ ରେ ସୁନ୍ଦର ଭାବେ ପ୍ରତିଫଳିତ ହୋଇଛି ବୋଲି ଶ୍ରୀ ପଟ୍ଟନାୟକ ମତ ଦେଇଥିଲେ।

ପୁସ୍ତକ ର ବିଷୟ ଉପରେ ଆଲୋକପାତ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଏଥରେ ୨୦୦୦ ରୁ ୨୦୨୪ କାଳ ଖଣ୍ଡ ଉପରେ ସ୍ୱତନ୍ତ୍ର ଆଲୋଚନା କରାଯାଇଛି। ଏହି ସମୟରେ ଅର୍ଥନୈତିକ ସ୍ଥିରତା ସହ ଓଡିଶା ରେ ଶିକ୍ଷା ସ୍ୱାସ୍ଥ୍ୟ ଭିତିଭୂମି ପୁଞ୍ଜି ନିବେଶ କ୍ରୀଡା ମହିଳା ସଶକ୍ତିକରଣ ଆଦି କ୍ଷେତ୍ରରେ ବ୍ୟାପକ ଉନ୍ନତି ହୋଇଛି। ରାଜ୍ୟର ବିକାଶ କୁ ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ନିଷ୍ଠା ଓ ପ୍ରତିବଦ୍ଧତା ବିଷୟ ରେ ମଧ୍ୟ୍ୟ ପାଠଜ ମାନେ ସୂଚନା ପାଇପାରିବେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ସମ୍ମାନିତ ବକ୍ତା ଭାବରେ ଯୋଗ ଦେଇ ବିଶିଷ୍ଟ ରାଜନୈତିକ ସମୀକ୍ଷକ ତଥା ସମ୍ପାଦକ ଶ୍ରୀ ପ୍ରଭୁ ଚାୱଲା କହିଥିଲେ ଯେ ଅତନୁ ବାବୁଙ୍କ ପୁସ୍ତକରେ ଗତ ଚବିଶ ବର୍ଷ ର ଘଟଣାବଳୀ ବିଶେଷ ଗୁରୁତ୍ୱ ରଖେ.ଗତ ଚବିଶ ବର୍ଷ ମଧ୍ୟ୍ୟ ରେ ନବୀନ ବାବୁଙ୍କ ଜୀବନ ଶୈଳୀରେ କୌଣସି ପରିବର୍ତନ ହୋଇନାହିଁ। ତାଙ୍କ ଧଳା ପୋଷାକ ପୂର୍ବ ପରି ସ୍ଵଛ ରହିଛି. କିନ୍ତୁ ଗତ ଚବିଶ ବର୍ଷ ରେ ସେ ଓଡିଶା ରେ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ବିକାଶ ହୋଇଛି। ବିଭିନ୍ନ ସୂଚକଙ୍କ ରେ ଓଡିଶା ଅନ୍ୟ ରାଜ୍ୟ ଠାରୁ ଆଗରେ ରହିଛି ବୋଲି ଶ୍ରୀ ଚାୱଳା କହିଥିଲେ

ବିଶିଷ୍ଟ ସାହିତ୍ୟିକ ଶ୍ରୀ ଦାଶ ବେନହୁର ପୌରାହିତ୍ୟ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ। ଲେଖକ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ତାଙ୍କ ପୁସ୍ତକ ସମ୍ପର୍କ ରେ ସୂଚନା ଦେଇଥିଲେ।

BJP Ads
ଅତନୁ ସବ୍ୟସାଚୀ ନାୟକ ପୁସ୍ତକ ଉନମୋଚନ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ମୁହାଁମୁହିଁ ହେବ ଭାରତ ଏବଂ ପାକିସ୍ତାନୀ କ୍ରିକେଟ୍ ଦଳ: ଜାଣନ୍ତୁ କେବେ ଓ କିପରି ଦେଖିବେ ଲାଇଭ୍ ଷ୍ଟ୍ରିମିଂ?

November 7, 2025

ପୂର୍ବତଟ ରେଳପଥର ସର୍ବାଧିକ ମାଲ ପରିବହନ ରେକର୍ଡ

November 7, 2025

Indian Roads Congress: ଆଜିଠାରୁ ଭୁବନେଶ୍ବରରେ ଆରମ୍ଭ ହେବ ଇଂଜିନିୟର ମହାକୁମ୍ଭ

November 7, 2025

ଦୋହାରେ ଭାରତର ପ୍ରଗତି ଉପରେ ଆଲୋକପାତ କଲେ ଡକ୍ଟର ମନସୁଖ ମାଣ୍ଡଭିୟ

November 7, 2025
Jindal Ads
BJP Ads
Latest News

ଆଜି ମୁହାଁମୁହିଁ ହେବ ଭାରତ ଏବଂ ପାକିସ୍ତାନୀ କ୍ରିକେଟ୍ ଦଳ: ଜାଣନ୍ତୁ କେବେ ଓ କିପରି ଦେଖିବେ ଲାଇଭ୍ ଷ୍ଟ୍ରିମିଂ?

November 7, 2025

ପୂର୍ବତଟ ରେଳପଥର ସର୍ବାଧିକ ମାଲ ପରିବହନ ରେକର୍ଡ

November 7, 2025

Indian Roads Congress: ଆଜିଠାରୁ ଭୁବନେଶ୍ବରରେ ଆରମ୍ଭ ହେବ ଇଂଜିନିୟର ମହାକୁମ୍ଭ

November 7, 2025

ବନ୍ଦେ ମାତରମକୁ 150 ବର୍ଷ

November 7, 2025

ଦୋହାରେ ଭାରତର ପ୍ରଗତି ଉପରେ ଆଲୋକପାତ କଲେ ଡକ୍ଟର ମନସୁଖ ମାଣ୍ଡଭିୟ

November 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.