Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ୱଚ୍ଛତା ହିଁ ସେବା ଅଭିଯାନ: ପୂର୍ବତଟ ରେଳପଥ ଦ୍ୱାରା କାର୍ଯ୍ୟାନୁଷ୍ଠାନ ଏବଂ ସଚେତନତା ଦିବସ
ଆଜିର ଖବର

ସ୍ୱଚ୍ଛତା ହିଁ ସେବା ଅଭିଯାନ: ପୂର୍ବତଟ ରେଳପଥ ଦ୍ୱାରା କାର୍ଯ୍ୟାନୁଷ୍ଠାନ ଏବଂ ସଚେତନତା ଦିବସ

September 22, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ପରିଷ୍କାର ପରିଚ୍ଛନ୍ନତା ଏବଂ ପରିବେଶ ସ୍ୱଚ୍ଛତା ପ୍ରତି ପ୍ରତିବଦ୍ଧତାର ଏକ ଉତ୍ସାହଜନକ ପ୍ରଦର୍ଶନରେ, ପୂର୍ବ ତଟ ରେଳପଥ ଆଜି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇ ପ୍ରଭାତ ଫେରି, 50 କିଲୋମିଟର ସାଇକ୍ଲୋଥନ୍ ଏବଂ ବୃକ୍ଷରୋପଣ ଅଭିଯାନ ସହିତ ଅନେକ ଆକର୍ଷଣୀୟ କାର୍ଯ୍ୟକଳାପ ଆୟୋଜନ କରି ସ୍ୱଚ୍ଛତା ହିଁ ସେବା ଅଭିଯାନ ପାଳନ କରିଅଛି।

ଏହି କାର୍ଯ୍ୟକ୍ରମରେ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଯୋଗଦାନ କରି ସ୍ୱଚ୍ଛତା ଅଭିଯାନ ପାଇଁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆୟୋଜିତ ସାଇକ୍ଲୋଥନକୁ ପତାକା ଦେଖାଇ ଶୁଭାରମ୍ଭ କରିବା ସହିତ ଏଥିରେ ଅଂଶଗ୍ରହଣ କରିଥିବା କର୍ମଚାରୀ, ଅଧିକାରୀ ଏବଂ ସେମାନଙ୍କ ପରିବାର ବର୍ଗଙ୍କୁ ପ୍ରୋତ୍ସାହିତ କରିଥିଲେ, ଯେଉଁମାନେ ଉତ୍ସାହର ସହିତ ରାସ୍ତାରେ ଯାତ୍ରା କରି ସ୍ୱଚ୍ଛତା ଏବଂ ସ୍ଵଛ ଭାରତ ମିଶନର ବାର୍ତ୍ତାକୁ ସାଧାରଣ ଜନତାଙ୍କ ପାଖରେ ପହଂଚାଇବା ପାଇଁ ପ୍ରୟାସ କରିଥିଲେ।

ଏହା ସହିତ ପୂର୍ବତଟ ରେଳପଥ ଦ୍ୱାରା ପ୍ରଭାତ ଫେରି କାର୍ଯ୍ୟକ୍ରମକୁ ରେଳ ସଦନ ଠାରେ ପ୍ରାରମ୍ଭ କରାଯାଇଥିଲା ଯେଉଁଥିରେ କର୍ମଚାରୀ, ଅଧିକାରୀ ଓ ସେମାନଙ୍କର ପରିବାର ବର୍ଗ ମାନେ ଏକ ଉତ୍ସାହଜନକ ଶୋଭାଯାତ୍ରା ସହିତ ସ୍ଲୋଗାନ ଦେଇ ବ୍ୟାନର, ପୋଷ୍ଟର ଏବଂ ପ୍ଲାକାର୍ଡ ପ୍ରଦର୍ଶନ କରାଇ ଗର୍ବର ସହିତ ପଦଯାତ୍ରା କରୁଥିବା ଦେଖାଯାଇଥିଲା। ଏହି ଶୋଭାଯାତ୍ରା ରେଳ କଲୋନୀ ମାର୍ଗଦେଇ କୂକ୍ଷ ସଡକ ପଥକୁ ଅତିକ୍ରମ କରି ରେଳ ଷ୍ଟାଡିୟମରେ ସମାପ୍ତ କରାଯାଇଥିଲା ଯେଉଁଠି ପରିଷ୍କାର ପରିଚ୍ଛନ୍ନତା ଏବଂ ରେଳ ଆବାସିକ ଅଂଚଳ ମାନଙ୍କରେ ସଚେତନତାକୁ ବୃଦ୍ଧି କରାଯାଇଥିଲା।

ଦଳଗତ ସାଇକେଲ ଚଲାଇ ଏବଂ ପଦଯାତ୍ରା କରି ସଚେତନତା ବାର୍ତା ପ୍ରସାର କରିବା ବ୍ୟତୀତ ମହାପ୍ରବନ୍ଧକ ଶ୍ରୀ ଫୁଙ୍କୱାଲଙ୍କ ନେତୃତ୍ୱରେ ଏକ ବୃକ୍ଷରୋପଣ ଅଭିଯାନ ଆୟୋଜିତ ହୋଇଥିଲା ଏବଂ ସମସ୍ତ ବିଭାଗର ପ୍ରମୁଖ ଅଧିକାରୀମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ସମସ୍ତେ ଏକତ୍ର ହୋଇ ସବୁଜ ଏବଂ ସ୍ୱାସ୍ଥ୍ୟକର ପରିବେଶ ନିର୍ମାଣ କ୍ଷେତ୍ରରେ ସେମାନଙ୍କର ଅବଦାନ ପାଇଁ ଚାରା ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା।

ଏହି ଦିନର କାର୍ଯ୍ୟକଳାପରେ ରେଳ ଷ୍ଟାଡିୟମରେ ଆୟୋଜିତ ଏକ ଇକୋ ୱାକ ଏବଂ ଏକ ରିଲେ ରେସ୍ ଆୟୋଜନ କରାଯାଇଥିଲା ଯେଉଁଥିରେ ଦଳଗତ କାର୍ଯ୍ୟ ପ୍ରତିପାଦନ କରିବା ଏବଂ ବିଭିନ୍ନ ବିଭାଗର କର୍ମଚାରୀ ଏବଂ ଅଧିକାରୀଙ୍କ ମଧ୍ୟରେ ଫିଟନେସ୍ ପ୍ରୋତ୍ସାହନ ମଧ୍ୟ ଦିଆଯାଇଥିଲା।

“ଏହି ଅଭିଯାନ ଏକ ସ୍ୱଚ୍ଛ ଏବଂ ସବୁଜ ଭବିଷ୍ୟତ ପ୍ରତି ଆମର ସାମୂହିକ ଦାୟିତ୍ୱବୋଧକୁ ଗ୍ରହଣ କକରୁଛି। ମିଳିତ ଭାବେ ଆମେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିପାରିବା ବୋଲି ରେଳପଥର ମହାପ୍ରବନ୍ଧକ ଶ୍ରୀ ଫୁଙ୍କୱାଲ କହିଛନ୍ତି”।

ପୂର୍ବତଟ ରେଳପଥ ଦ୍ୱାରା ଆୟୋଜିତ ହେଉଥିବା ସ୍ୱଚ୍ଛ ଭାରତ ଅଭିଯାନ ପଦକ୍ଷେପଗୁଡ଼ିକର ଏକ ଅଂଶ ଭାବରେ ପରିବେଶ ସଚେତନତା ଏବଂ ପରିଷ୍କାର ପରିଚ୍ଛନ୍ନତା ପାଇଁ ପ୍ରତିଶ୍ରୁତିବଦ୍ଧ ଅଟେ ଏବଂ ସ୍ୱଚ୍ଛତା ହିଁ ସେବା ଅଭିଯାନ ରେଳ କର୍ମଚାରୀ, ସେମାନଙ୍କର ପରିବାର ବର୍ଗ ଓ ସାଧାରଣ ଜନତାଙ୍କ ମଧ୍ୟରେ ଏହି ମୂଲ୍ୟବୋଧକୁ ଦୃଢ଼ କରିବା ପାଇଁ ଏକ ଉପଯୁକ୍ତ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିଥିଲା।

'ସ୍ୱଚ୍ଛତା ହିଁ ସେବା ଅଭିଯାନ' ପୂର୍ବତଟ ରେଳପଥ
Share. Facebook Twitter LinkedIn Email WhatsApp Copy Link

Related Posts

ନିଜ ଘରେ ପଶି ଅଷ୍ଟ୍ରେଲିଆକୁ ଧରାଶାୟୀ କଲା ଭାରତ: ୨-୧ ରେ ଜିତିଲା ଟି-୨୦ ସିରିଜ

February 21, 2026

ଶଙ୍କରାଚାର୍ଯ୍ୟଙ୍କୁ ବଡ଼ ଝଟକା: ଯୌନ ନିର୍ଯାତନା ମାମଲାରେ ଦାଖଲ ହେବ ଏଫଆଇଆର

February 21, 2026

ଏଆଇ ସମ୍ମିଳନୀ ବିବାଦ: ଚାରି ଯୁବ କଂଗ୍ରେସ କର୍ମୀଙ୍କ ଜାମିନ ଆବେଦନ ଖାରଜ

February 21, 2026

କାହ୍ନା ଚାରିଟେବୁଲ ଟ୍ରଷ୍ଟ ଓ ସକ୍ଷୀ ଅନୁଷ୍ଠାନ ପକ୍ଷରୁ ସାମୁହିକ ବିବାହ କାର୍ଯ୍ୟକ୍ରମ

February 21, 2026
Latest News

ନିଜ ଘରେ ପଶି ଅଷ୍ଟ୍ରେଲିଆକୁ ଧରାଶାୟୀ କଲା ଭାରତ: ୨-୧ ରେ ଜିତିଲା ଟି-୨୦ ସିରିଜ

February 21, 2026

ଶଙ୍କରାଚାର୍ଯ୍ୟଙ୍କୁ ବଡ଼ ଝଟକା: ଯୌନ ନିର୍ଯାତନା ମାମଲାରେ ଦାଖଲ ହେବ ଏଫଆଇଆର

February 21, 2026

ଏଆଇ ସମ୍ମିଳନୀ ବିବାଦ: ଚାରି ଯୁବ କଂଗ୍ରେସ କର୍ମୀଙ୍କ ଜାମିନ ଆବେଦନ ଖାରଜ

February 21, 2026

କାହ୍ନା ଚାରିଟେବୁଲ ଟ୍ରଷ୍ଟ ଓ ସକ୍ଷୀ ଅନୁଷ୍ଠାନ ପକ୍ଷରୁ ସାମୁହିକ ବିବାହ କାର୍ଯ୍ୟକ୍ରମ

February 21, 2026

IND vs SA ମ୍ୟାଚ୍ ପୂର୍ବରୁ ଚିନ୍ତାଜନକ ଖବର: ଅଭ୍ୟାସ ସମୟରେ ଆହତ ହେଲେ ଭାରତୀୟ ବୋଲର

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.