Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁରୁଣା ପେନସନ ଦାବିରେ ଆକ୍ରୋଶ ମାର୍ଚ୍ଚ: ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର
ଆଜିର ଖବର

ପୁରୁଣା ପେନସନ ଦାବିରେ ଆକ୍ରୋଶ ମାର୍ଚ୍ଚ: ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

September 23, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: କେନ୍ଦ୍ରସରକାର କର୍ମଚାରୀ ମାନଙ୍କ ନିମନ୍ତେ ୟୁନିଫାଏଡ ପେନସନ ସ୍କିମ ଘୋଷଣା କରିବା ପରେ ଦେଶରେ କର୍ମଚାରୀମାନଙ୍କ ମନରେ ଅସନ୍ତୋଷ ସୃଷ୍ଟି ହୋଇଛି।ଉକ୍ତ ପରିପ୍ରେକ୍ଷୀରେ ଦେଶରେ ସମସ୍ତ କେନ୍ଦ୍ର ଏବଂ ରାଜ୍ୟ ସରକାରୀ କର୍ମଚାରୀ ଆସନ୍ତା ସେପ୍ଟେମ୍ବର ୨୬ ତାରିଖ ଦିନ ନିଜ ନିଜ ଜିଲ୍ଲାର ଜିଲ୍ଲପାଳମାନଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ପୁରୁଣା ପେନସନ ଲାଗୁ କରିବା ନିମନ୍ତେ ଦାବିପତ୍ର ପ୍ରଦାନ କରିବେ। ଏଥିନିମନ୍ତେ ଏନ ଏମ ଓ ପି ଏସ ଓଡିଶା ରାଜ୍ୟ ସଭାପତି ବିଜୟ ମଲ୍ଲଙ୍କ ଅଧ୍ୟକ୍ଷତାରେ ଗତକାଲି ଏକ ଆଭାସୀ ବୈଠକ ମାଧ୍ୟମରେ ପୁରୁଣା ପେନସନ ଅଭିଯାନର ସମସ୍ତ ରାଜ୍ୟ କର୍ମକର୍ତ୍ତା, ବିଭିନ୍ନ ସଂଗଠନର ରାଜ୍ୟ ସଭାପତି, ସମ୍ପାଦକ, ଜିଲ୍ଲା ସଭାପତି, ସମ୍ପାଦକ ଏବଂ ସମସ୍ତ ସକ୍ରିୟ ଏନ ପି ଏସ କର୍ମଚାରୀ ଯୋଗଦେଇଥିଲେ ଏବଂ ନିଜ ନିଜ ମତ ରଖିଥିଲେ।

ବୈଠକର ନିଷ୍ପତି ଅନୁଯାୟୀ ସମସ୍ତ ଜିଲ୍ଲାରେ ଜିଲ୍ଲାପାଳ ମାନଙ୍କୁ ଦାବିପତ୍ର ପ୍ରଦାନ ସହିତ ସମସ୍ତ କର୍ମଚାରୀ ପୁରୁଣା ପେନସନ ହାସଲ କରିବା ପର୍ଯ୍ୟନ୍ତ ଏକ ହୋଇ କାମ କରିବା ସହିତ ତୃଣମୂଳ ସ୍ତରରେ କାର୍ଯ୍ୟ କରି ସଂଗଠନକୁ ସୁଦୃଢ କରି ଓଡ଼ିଶାରେ ପୁରୁଣା ପେନସନ ଲାଗୁ ପଯ୍ୟନ୍ତ ଲଢେଇ କରିବାକୁ ଶପଥ ନେଇଥିଲେ ବୋଲି ପୁରୁଣା ପେନସନ ଅଭିଯାନ ରାଜ୍ୟ ସଭାପତି ବିଜୟ ମଲ୍ଲ, ପ୍ରଜ୍ୟୋତ୍ନ ବରାଳ, ଅଜୟ ସ୍ୱାଇଁ, ଅଶ୍ବିନୀ ମିଶ୍ର, ରାଜେଶ ମହାନ୍ତି,ବଙ୍କୀମ୍‌ ସାଗର, ବିମଳ ଚୌଧୁରୀ, ଖଗେନ୍ଦ୍ର ପାଲ,ବିଭୂ ପ୍ରସାଦ ସାହୁ, ସୁଶାନ୍ତ ବେହେରା, ବିକ୍ରମ ରଥ, ଶ୍ରୀକାନ୍ତ ବାରିକ, ରାମଲାଲ ପଟେଲ, ରଶ୍ମୀରଂଜନ ପାଢୀ, ଗୁରୁଗୋବିନ୍ଦ ଦଳାଇ, ରବିନ୍ଦ୍ର ପ୍ରଧାନ, ଶୁଭ୍ରଜିତ ପ୍ରତିହାରୀ, ରାଜେନ୍ଦ୍ର ମଲ୍ଲିକ, ଅନ୍ତର୍ଯ୍ୟାମୀ ଲେଙ୍କା, କ୍ଷୀତିଶ ପଣ୍ଡା, ପ୍ରଶାନ୍ତ ରାଉରାୟ, ସୁଧାଂଶୁ ପୁହାଣ, ଆଦିତ୍ୟ ନାରାୟଣ ସ୍ୱାଇଁ, ଶୁଚିସ୍ମିତା ଦାସ, ଅନୀତା ବେହେରା, ଶିବ ଶଙ୍କର ସାହୁ ପ୍ରମୁଖ ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ଓଡିଶାର ସମସ୍ତ ସରକାରୀ କର୍ମଚାରୀ ମାନ୍ୟବର ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀକୁ କର୍ମଚାରୀ ମାନଙ୍କ ନିମନ୍ତେ ଅବିକଳ ପୁରୁଣା ପେନସନ ଲାଗୁକରାଯିବାକୁ ଅନୁରୋଧ କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମବଙ୍ଗରୁ ଆସାମ ଯାଏଁ ନିର୍ବାଚନୀ ତାତି; ୬ ଆସନରେ ଆଜି ମତଦାନ

October 6, 2026

ୟୁପି ରାଜନୀତିରେ ନୂଆ ହଲଚଲ! ରାଜ୍ୟସଭା ନିର୍ବାଚନ ପୂର୍ବରୁ ବଦଳିବ କି ଭୋଟ୍ ସମୀକରଣ?

October 6, 2026

ପିଏମଏୱାଇ(ସହରୀ) ୨.୦ରେ ଓଡ଼ିଶାକୁ ମିଳିଲା ଜାତୀୟ ପୁରସ୍କାର

October 6, 2026

ମୋଦୀଙ୍କ ଶାସନ ଓ ଜନସେବାର ୨୫ ବର୍ଷ ପୂର୍ତ୍ତି : ୭ରେ ଦେଶବ୍ୟାପୀ ‘ସେବା ଜ୍ୟୋତି ଯାତ୍ରା’

October 6, 2026
Latest News

ପଶ୍ଚିମବଙ୍ଗରୁ ଆସାମ ଯାଏଁ ନିର୍ବାଚନୀ ତାତି; ୬ ଆସନରେ ଆଜି ମତଦାନ

October 6, 2026

‘କେଜିପି୨୧’ ଜନ୍ମ ଦେଲା ୫ ଚିତା ଶାବକ: ୬୦ରେ ପହଞ୍ଚିଲା ଚିତା ସଂଖ୍ୟା

October 6, 2026

ୟୁପି ରାଜନୀତିରେ ନୂଆ ହଲଚଲ! ରାଜ୍ୟସଭା ନିର୍ବାଚନ ପୂର୍ବରୁ ବଦଳିବ କି ଭୋଟ୍ ସମୀକରଣ?

October 6, 2026

ପିଏମଏୱାଇ(ସହରୀ) ୨.୦ରେ ଓଡ଼ିଶାକୁ ମିଳିଲା ଜାତୀୟ ପୁରସ୍କାର

October 6, 2026

ପାର୍ବଣ ପୂର୍ବରୁ ବଡ଼ ଆଶ୍ୱସ୍ତି: ଶସ୍ତାରେ ମିଳିବ ଚିନି-ମଇଦା-ସୁଜି! ଜାଣନ୍ତୁ କେତେ ଟଙ୍କାରେ ମିଳିବ

October 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.