Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାତିସଂଘରେ ‘ଭବିଷ୍ୟତର ଶିଖର ସମ୍ମିଳନୀ’କୁ ସମ୍ବୋଧିତ ପ୍ରଧାନମନ୍ତ୍ରୀ
ଆଜିର ଖବର

ଜାତିସଂଘରେ ‘ଭବିଷ୍ୟତର ଶିଖର ସମ୍ମିଳନୀ’କୁ ସମ୍ବୋଧିତ ପ୍ରଧାନମନ୍ତ୍ରୀ

September 24, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ବିଶ୍ୱ ନେତାମାନଙ୍କଠାରୁ ଅଭିନନ୍ଦନ ବାର୍ତ୍ତା ଗ୍ରହଣ କଲେ ନରେନ୍ଦ୍ର ମୋଦୀ
ବିଶ୍ୱ ନେତାମାନଙ୍କଠାରୁ ଅଭିନନ୍ଦନ ବାର୍ତ୍ତା ଗ୍ରହଣ କଲେ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଭବିଷ୍ୟତ ପିଢ଼ି ପାଇଁ ଏକ ସ୍ଥାୟୀ ବିଶ୍ୱ ଗଠନ ପାଇଁ ଭାରତର ଦୃଷ୍ଟିକୋଣ ଉପରେ ଆଲୋକପାତ କରିଥିଲେ। ବିଶ୍ୱ ଶାନ୍ତି, ବିକାଶ ଓ ସମୃଦ୍ଧି ଚାହୁଁଥିବା ମାନବଜାତିର ଏକ ଷଷ୍ଠଭାଗ ତରଫରୁ ଶିଖର ସମ୍ମିଳନୀରେ ସେ ଏହା କହିଛନ୍ତି।

ଉଜ୍ଜ୍ୱଳ ବିଶ୍ୱ ଭବିଷ୍ୟତ ପାଇଁ ଆମର ସାମୂହିକ ପ୍ରୟାସରେ ମାନବ-କେନ୍ଦ୍ରୀତ ଆଭିମୁଖ୍ୟକୁ ପ୍ରାଥମିକତା ଦେବାକୁ ଆହ୍ୱାନ ଦେଇ ପ୍ରଧାନମନ୍ତ୍ରୀ ନିରନ୍ତର ବିକାଶ ପଦକ୍ଷେପକୁ ବୃଦ୍ଧି କରିବାରେ ଭାରତର ସଫଳତା ଉପରେ ଆଲୋକପାତ କରିଥିଲେ ଏବଂ ଏହି ପରିପ୍ରେକ୍ଷୀରେ ଉଲ୍ଲେଖ କରିଥିଲେ ଯେ ଗତ ଦଶନ୍ଧି ମଧ୍ୟରେ ଦେଶ ୨୫୦ ନିୟୁତ ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିଛି। ଦକ୍ଷିଣ ବିଶ୍ୱର ଦେଶମାନଙ୍କ ସହିତ ଏକତା ପ୍ରକାଶ କରି ସେ ଗୁରୁତ୍ୱାରୋପ କରିଥିଲେ ଯେ ଭାରତ ଏହାର ବିକାଶ ଅଭିଜ୍ଞତା ସେମାନଙ୍କ ସହିତ ବାଣ୍ଟିବାର ସୌଭାଗ୍ୟ ଲାଭ କରିଛି। ପ୍ରଯୁକ୍ତିବିଦ୍ୟାର ସୁରକ୍ଷିତ ଏବଂ ଦାୟିତ୍ୱପୂର୍ଣ୍ଣ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ସନ୍ତୁଳିତ ନିୟମ ପ୍ରଣୟନ କରିବାକୁ ସେ ଆହ୍ୱାନ ଦେଇ କହିଥିଲେ ଯେ ଭାରତ ଅଧିକ ଜନହିତ ପାଇଁ ଏହାର ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଅଂଶୀଦାର କରିବାକୁ ପ୍ରସ୍ତୁତ ଅଛି। ‘ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ’ ପ୍ରତି ଭାରତର ପ୍ରତିବଦ୍ଧତାକୁ ସେ ମାର୍ଗଦର୍ଶକ ନୀତି ଭାବେ ଦର୍ଶାଇଥିଲେ।

ସଂସ୍କାର ପ୍ରାସଙ୍ଗିକତାର ଚାବିକାଠି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଏବଂ ଜାତିସଂଘ ନିରାପତ୍ତା ପରିଷଦ ସମେତ ବିଶ୍ୱ ଶାସନ ଅନୁଷ୍ଠାନର ତୁରନ୍ତ ସଂସ୍କାର ପାଇଁ ଆହ୍ୱାନ ଦେଇଥିଲେ। ସେ ଉଲ୍ଲେଖ କରିଛନ୍ତି ଯେ ବିଶ୍ୱସ୍ତରୀୟ ପଦକ୍ଷେପ ବିଶ୍ୱସ୍ତରୀୟ ଆକାଂକ୍ଷା ସହିତ ମେଳ ଖାଇବା ଉଚିତ୍।

ଗ୍ଲୋବାଲ୍ ଡିଜିଟାଲ୍ କମ୍ପ୍ୟାକ୍ଟ ଏବଂ ଭବିଷ୍ୟତ ପିଢ଼ି ଉପରେ ଏକ ଘୋଷଣାନାମା ସହିତ ଏକ ଫଳାଫଳ ଦସ୍ତାବିଜ – ଭବିଷ୍ୟତ ପାଇଁ ଏକ ଚୁକ୍ତି ଗ୍ରହଣ କରିବା ସହିତ ଶିଖର ସମ୍ମିଳନୀ ଶେଷ ହୋଇଥିଲା।

narendra modi United Nation ଜାତିସଂଘ
Share. Facebook Twitter LinkedIn Email WhatsApp Copy Link

Related Posts

ଲକ୍ଷ୍ନୌ ଅଗ୍ନିକାଣ୍ଡ ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୋକ: କାନ୍ଦି ପକାଇଲେ ଉପମୁଖ୍ୟମନ୍ତ୍ରୀ

June 22, 2026

ଲକ୍ଷ୍ନୌରେ ଭୟଙ୍କର ଅଗ୍ନିକାଣ୍ଡ: ୧୪ ଲୋକଙ୍କ ମୃତ୍ୟୁ

June 22, 2026

ମହାରାଷ୍ଟ୍ର ବିଧାନ ପରିଷଦରେ ଠାକରେ-ପାୱାରଙ୍କୁ ଝଟକା: ୧୭ଟିରୁ ୧୬ ଟି ଆସନରେ ମହାୟୁତି ବିଜୟୀ

June 22, 2026

ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କ ଇସ୍ତଫା: ଜାଣନ୍ତୁ ଏବେ କିଏ ହେବେ ନୂତନ ପ୍ରଧାନମନ୍ତ୍ରୀ

June 22, 2026
Latest News

ଲକ୍ଷ୍ନୌ ଅଗ୍ନିକାଣ୍ଡ ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୋକ: କାନ୍ଦି ପକାଇଲେ ଉପମୁଖ୍ୟମନ୍ତ୍ରୀ

June 22, 2026

କଟକ, ଖୋର୍ଦ୍ଧା, ବ୍ରହ୍ମପୁର ଓ ବାଣପୁର ସହ ୬୪ ସ୍ଥାନର ଇଂରାଜୀ ବନାନ ହେଲା ପରିବର୍ତ୍ତନ; ବାହାରିଲା ବିଜ୍ଞପ୍ତି

June 22, 2026

ଲକ୍ଷ୍ନୌରେ ଭୟଙ୍କର ଅଗ୍ନିକାଣ୍ଡ: ୧୪ ଲୋକଙ୍କ ମୃତ୍ୟୁ

June 22, 2026

ଗ୍ୟାସ୍ ଲିକ୍ ଘଟଣା, ମୃତ ଓଡିଆ ପରିବାରଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

June 22, 2026

ମହାରାଷ୍ଟ୍ର ବିଧାନ ପରିଷଦରେ ଠାକରେ-ପାୱାରଙ୍କୁ ଝଟକା: ୧୭ଟିରୁ ୧୬ ଟି ଆସନରେ ମହାୟୁତି ବିଜୟୀ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.