Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇସିସି ର଼୍ୟାଙ୍କିଙ୍ଗ: ବିରାଟ-ରୋହିତଙ୍କୁ ବଡ କ୍ଷତି, ଚମକିଲେ ଯଶସ୍ଵୀ-ପନ୍ତ
ଆଜିର ଖବର

ଆଇସିସି ର଼୍ୟାଙ୍କିଙ୍ଗ: ବିରାଟ-ରୋହିତଙ୍କୁ ବଡ କ୍ଷତି, ଚମକିଲେ ଯଶସ୍ଵୀ-ପନ୍ତ

September 25, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଇସିସି ର଼୍ୟାଙ୍କିଙ୍ଗରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଏବଂ ରୋହିତ ଶର୍ମା ବିପୁଳ କ୍ଷତି ସହିଛନ୍ତି। ଟେଷ୍ଟର ସର୍ବଶେଷ ର଼୍ୟାଙ୍କିଙ୍ଗରେ ଉଭୟ ଭାରତୀୟ ସୁପରଷ୍ଟାର ୫ ଟି ଲେଖାଏଁ ସ୍ଥାନ ତଳକୁ ଖସିଛନ୍ତି। ଅନ୍ୟପକ୍ଷରେ ଓପନିଂ ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୟସ୍ଵାଲ ଟେଷ୍ଟ ର଼୍ୟାଙ୍କିଙ୍ଗରେ ଉନ୍ନତି କରିଛନ୍ତି। ଏହା ବ୍ୟତୀତ ଋଷଭ ପନ୍ତ ଟେଷ୍ଟ ର଼୍ୟାଙ୍କିଙ୍ଗରେ ଜୟସ୍ଵାଲଙ୍କଠାରୁ ମାତ୍ର ଗୋଟିଏ ସ୍ଥାନ ପଛରେ ଅଛନ୍ତି। ଜୟସ୍ଵାଲ ହେଉଛନ୍ତି ଏକମାତ୍ର ଭାରତୀୟ ବ୍ୟାଟ୍ସମ୍ୟାନ୍ ଯିଏକି ସମସ୍ତ ତିନୋଟି ଫର୍ମାଟର ର଼୍ୟାଙ୍କିଙ୍ଗରେ ଟପ୍ -୫ ଭିତରେ ଅଛନ୍ତି।

ଟେଷ୍ଟ ବ୍ୟାଟିଂ ମାନ୍ୟତାରେ ୫ ଟି ସ୍ଥାନ ଖସିଯିବା ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ୭୧୬ ପଏଣ୍ଟ ସହ ୧୦ ନମ୍ବରରେ ପହଞ୍ଚିଛନ୍ତି। ଏହା ବ୍ୟତୀତ ୫ ଟି ସ୍ଥାନ ଖସିଯିବା ପରେ ବିରାଟ କୋହଲି ୭୦୯ ପଏଣ୍ଟ ସହ ଦ୍ୱାଦଶ ମାନ୍ୟତାରେ ପହଞ୍ଚିଛନ୍ତି। ଟେଷ୍ଟ ର଼୍ୟାଙ୍କିଙ୍ଗରେ ଇଂଲଣ୍ଡର ପୂର୍ବତନ ଅଧିନାୟକ ଜୋ ରୁଟ୍ ଶୀର୍ଷ ସ୍ଥାନରେ ଅଛନ୍ତି। ଜୋ ରୁଟ୍ ଙ୍କ ପାଖରେ ୮୯୯ ପଏଣ୍ଟ ରହିଛି। ଏହା ବ୍ୟତୀତ ODI ବ୍ୟାଟିଂ ମାନ୍ୟତାରେ ରୋହିତ ଶର୍ମା ୨ ନମ୍ବରରେ ଏବଂ ବିରାଟ କୋହଲି ୪ ନମ୍ବରରେ ଥିବାବେଳେ ଶୁଭମାନ ଗିଲ ତୃତୀୟ ସ୍ଥାନରେ ଅଛନ୍ତି। ଏଠାରେ ପାକିସ୍ତାନ ଅଧିନାୟକ ବାବର ଆଜମ ଶୀର୍ଷ ସ୍ଥାନରେ ଅଛନ୍ତି।

ସେହିଭଳି ଟି -୨୦ ଆନ୍ତର୍ଜାତୀୟ ବ୍ୟାଟିଂ ମାନ୍ୟତାରେ ଅଷ୍ଟ୍ରେଲିଆର ଟ୍ରେଭିଡ ହେଡ ୮୮୧ ରେଟିଂ ସହ ଏକ ନମ୍ବରରେ ରହିଛନ୍ତି। ତା’ପରେ ସୂର୍ଯ୍ୟକୁମାର ଯାଦବ ୮୦୫ ରେଟିଂ ସହିତ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଏହା ପରେ ଇଂଲଣ୍ଡର ଫିଲ୍ ସଲ୍ଟ ତୃତୀୟ ସ୍ଥାନରେ ଏବଂ ୭୫୭ ରେଟିଂ ସହ ଭାରତର ଯଶସ୍ୱୀ ୟସ୍ଵାଲ ଚତୁର୍ଥ ସ୍ଥାନରେ ଅଛନ୍ତି। ଏଠାରେ ପାକିସ୍ତାନ ଅଧିନାୟକ ବାବର ଆଜାମ ୭୫୫ ରେଟିଂ ସହ ପଞ୍ଚମ ସ୍ଥାନରେ ଅଛନ୍ତି।

ବୋଲିଂ ରାଙ୍କିଙ୍ଗରେ ମଧ୍ୟ ଭାରତ କବଜା:

ଟେଷ୍ଟ ବୋଲିଂ ର଼୍ୟାଙ୍କିଙ୍ଗରେ ଭାରତର ତାରକା ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ୮୭୧ ରେଟିଂ ସହ ପ୍ରଥମ ସ୍ଥାନରେ ଅଛନ୍ତି। ତା’ପରେ ଜସପ୍ରୀତ ବୁମ୍ରା ୮୫୪ରେଟିଂ ସହିତ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ତେବେ ଯଦି ଆମେ ODI ବୋଲିଂ ର଼୍ୟାଙ୍କିଙ୍ଗକୁ ଦେଖିବା, ତେବେ ଭାରତର କୁଲଦୀପ ଯାଦବ ୬୬୫ ରେଟିଂ ସହ ଚତୁର୍ଥ ସ୍ଥାନରେ ଅଛନ୍ତି। ODI ବୋଲିଂ ର଼୍ୟାଙ୍କିଙ୍ଗରେ ଟପ୍- ୫ ଭିତରେ ଥିବା କୁଲଦୀପ ହେଉଛନ୍ତି ଏକମାତ୍ର ଭାରତୀୟ। ଟି -୨୦ ଇଣ୍ଟରନ୍ୟାସନାଲର ବୋଲିଂ ର଼୍ୟାଙ୍କିଙ୍ଗରେ ଟପ୍ -୫ ର଼୍ୟାଙ୍କିଙ୍ଗରେ କୌଣସି ଭାରତୀୟ ବୋଲର ଉପସ୍ଥିତ ନାହାଁନ୍ତି।

Rishabh Pant Rohit Sharma Virat Kohli Yashasvi Jaiswal
Share. Facebook Twitter LinkedIn Email WhatsApp Copy Link

Related Posts

ଗୁଗୁଲର ‘ଏଆଇ ଇମ୍ପାକ୍ଟ ସମ୍ମିଟ’ରେ କେନ୍ଦ୍ରମନ୍ତ୍ରୀ

December 16, 2025

ପୂର୍ବତଟ ରେଳପଥ ଦ୍ୱାରା ପ୍ରମୁଖ ପାର୍ସଲ୍ ଗ୍ରାହକମାନଙ୍କ ସହ ବ୍ୟବସାୟିକ ସୁଗମତା ବୈଠକ

December 16, 2025

ଡିସେମ୍ବର ୧୮ ରେ ସୋଆରେ ଓଡ଼ିଶା ଏଆଇ ସମ୍ମିଳନୀ

December 16, 2025

‘ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍ – ୨୦୨୫’ ଉପରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରେସମିଟ

December 16, 2025
Latest News

ଗୋଦାବରୀଶ ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

December 16, 2025

ଗୁଗୁଲର ‘ଏଆଇ ଇମ୍ପାକ୍ଟ ସମ୍ମିଟ’ରେ କେନ୍ଦ୍ରମନ୍ତ୍ରୀ

December 16, 2025

ପୂର୍ବତଟ ରେଳପଥ ଦ୍ୱାରା ପ୍ରମୁଖ ପାର୍ସଲ୍ ଗ୍ରାହକମାନଙ୍କ ସହ ବ୍ୟବସାୟିକ ସୁଗମତା ବୈଠକ

December 16, 2025

ଡିସେମ୍ବର ୧୮ ରେ ସୋଆରେ ଓଡ଼ିଶା ଏଆଇ ସମ୍ମିଳନୀ

December 16, 2025

‘ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍ – ୨୦୨୫’ ଉପରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରେସମିଟ

December 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.