ସମାଜସେବୀ ଲକ୍ଷ୍ମୀ ନାରାୟଣ ମହାପାତ୍ରଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

Published: Sep 26, 2024, 6:31 pm IST

ଭୁବନେଶ୍ୱର: ଭଦ୍ରକର ଅଦ୍ୱିତୀୟ ଛାତ୍ରନେତା, ଜନନେତା ତଥା ବିଶିଷ୍ଟ ସମାଜସେବୀ ଲକ୍ଷ୍ମୀ ନାରାୟଣ ମହାପାତ୍ରଙ୍କ ୭୨ ବର୍ଷ ବୟସରେ ପରଲୋକ ଘଟିଛି। ଜଣେ ସୁସଂଗଠକ ଓ ସମାଜସେବୀ ଭାବେ ସୁପରିଚିତ ସ୍ୱର୍ଗତଃ ମହାପାତ୍ର ଅତ୍ୟନ୍ତ ମେଳାପୀ ଥିଲେ। ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ପ୍ରାର୍ଥୀ ହୋଇ ଭଦ୍ରକ କଲେଜ ଏବଂ ବାଣୀବିହାର ଛାତ୍ରସଂସଦ ସଭାପତି ଭାବେ ନିର୍ବାଚିତ ହୋଇଥିଲେ।

ସ୍ୱର୍ଗତଃ ମହାପାତ୍ର ନିଜ ହାତରେ ଗଢିଥିବା ଅନେକ ନେତା ବର୍ତମାନ ରାଜ୍ୟ ଓ ଦେଶରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଅଛନ୍ତି । ସ୍ୱର୍ଗତଃ ମହାପାତ୍ରଙ୍କ ବିୟୋଗରେ ଓଡ଼ିଶା ବିଜେପି ତରଫରୁ ଶୋକ ପ୍ରକାଶ କରାଯାଇଅଛି । ସ୍ୱର୍ଗତଃ ମହାପାତ୍ରଙ୍କ ବିୟୋଗ ଆମ ସମସ୍ତଙ୍କ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି।

ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଆଜି ଭଦ୍ରକସ୍ଥିତ ବାସଭବନକୁ ଯାଇ ପାର୍ଥୀବ ଶରୀର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି। ସ୍ୱର୍ଗତଃ ମହାପାତ୍ରଙ୍କ ଦିବଂଗତ ଆତ୍ମାର ସଦ୍‌ଗତି କାମନା କରିବା ସହ ଏଭଳି ଦୁଖଦଃ ସମୟରେ ଶୋକସନ୍ତପ୍ତ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧର୍ଯ୍ୟ ପ୍ରଦାନ କରନ୍ତୁ ବୋଲି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ଶ୍ରୀ ସାମଲ ପ୍ରାର୍ଥନା କରିଛନ୍ତି।

Related posts