Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡିପ୍‌ଥେରିଆ ରୋଗୀଙ୍କ ଉଚ୍ଚତର ଚିକିତ୍ସା ନିମନ୍ତେ କୋରାପୁଟ ଓ ମାଲକାନଗିରି ଗଲେ ବିଶେଷଜ୍ଞ ଦଳ
ଆଜିର ଖବର

ଡିପ୍‌ଥେରିଆ ରୋଗୀଙ୍କ ଉଚ୍ଚତର ଚିକିତ୍ସା ନିମନ୍ତେ କୋରାପୁଟ ଓ ମାଲକାନଗିରି ଗଲେ ବିଶେଷଜ୍ଞ ଦଳ

September 27, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ଡିପ୍‌ଥେରିଆ ରୋଗୀଙ୍କ ଉଚ୍ଚତର ଚିକିତ୍ସା ନିମନ୍ତେ କୋରାପୁଟ ଓ ମାଲକାନଗିରି ଗଲେ ବିଶେଷଜ୍ଞ ଦଳ

ଭୁବନେଶ୍ୱର: ରାଜ୍ୟ ସରକାର କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଦେଖାଦେଇଥିବା ଡିପ୍‌ଥେରିଆ ରୋଗକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇ ରୋଗୀମାନଙ୍କର ଉଚ୍ଚତର ଚିକିତ୍ସା ଏବଂ ଏହି ରୋଗ କିପରି ଅଧିକ ନ ବ୍ୟାପିବ ସେଥି ପାଇଁ ବିଭିନ୍ନ ତ୍ୱରିତ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ରୋଗ ମୁଖ୍ୟତଃ ଶିଶୁମାନଙ୍କଠାରେ ଦେଖାଯାଉଥିବା ଜଣାପଡ଼ିଛି।

ଏହା ଏକ ଟିକା ଦ୍ୱାରା ପ୍ରତିରୋଧ କରାଯାଇପାରୁଥିବା ରୋଗ ହୋଇଥିବାରୁ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟର ଏକ ଇମୁ୍ୟନାଇଜେସନ୍‌ ବିଶେଷଜ୍ଞ ଦଳ ଏବଂ ସହିଦ ଲକ୍ଷ୍ମଣ ନାଏକ ମେଡିକାଲ କଲେଜ ଓ ହସ୍‌ପିଟାଲ୍‌ର ଶିଶୁରୋଗ ଏବଂ ପି.ଏସ୍‌.ଏମ୍‌ ବିଶେଷଜ୍ଞ ଦଳଙ୍କୁ ଶିଶୁମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଆବଶ୍ୟକ ସ୍ଥଳରେ ସେମାନଙ୍କୁ ଟିକା ଦେବାର ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥି ସହ ଡିପ୍‌ଥେରିଆ ଦେଖାଯାଇଥିବା ଅଞ୍ଚଳରେ ରୋଗୀମାନଙ୍କୁ ଚିକିତ୍ସା ଯୋଗାଉଥିବା ଚିକିତ୍ସକ ଦଳଙ୍କୁ ସହଯୋଗ କରିବା ସହ ରୋଗର ବିସ୍ତାରକୁ ରୋକିବା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବେ।

ଆଉ ମଧ୍ୟ ସମନ୍ୱିତ ରୋଗ ନିରୀକ୍ଷଣ କାର୍ଯ୍ୟକ୍ରମର ଯୁଗ୍ମ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟରୁ ଏକ ତ୍ୱରିତ ପ୍ରତିକି୍ରୟା ଦଳ ମାଲକାନଗିରି ଜିଲ୍ଲାକୁ ଯାଇ ରୋଗୀମାନଙ୍କ ଚିକିତ୍ସା ସଂପର୍କରେ ଅନୁଧ୍ୟାନ କରି ବିହିତ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି। ସେହିପରି ଏହି ରୋଗ ଲୋକଲୋଚନକୁ ଆସିବା ପରେ ଉଭୟ ଜିଲ୍ଲା ଓ ବ୍ଲକ୍‌ର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ନେଇ ଗଠିତ ହୋଇଥିବା ତ୍ୱରିତ ପ୍ରତିକ୍ରିୟା ଦଳ ରୋଗୀମାନଙ୍କର ଚିକିତ୍ସା ଆରମ୍ଭ କରିଥିଲେ।

ରୋଗୀମାନଙ୍କ ସର୍ବୋତ୍ତମ ଚିକିତ୍ସା ପାଇଁ ସରକାର ସବୁ ପ୍ରକାର ବ୍ୟବସ୍ଥା କରିବା ସହ ଏହି ରୋଗର ପ୍ରଶମନ ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ରୋଗ ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

koraput malkangiri
Share. Facebook Twitter LinkedIn Email WhatsApp Copy Link

Related Posts

ପୋଲିସ ଶହୀଦ ସ୍ମାରକୀ ଦିବସରେ ବୀର ପୋଲିସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

October 21, 2025

ପୂର୍ବ ତଟ ରେଳପଥ ମହାପ୍ରବନ୍ଧଙ୍କ ବ୍ୟାପକ ଯାତ୍ରୀ ସୁବିଧା ଏବଂ ସୁରକ୍ଷା ଅଭିଯାନର ସମୀକ୍ଷା

October 21, 2025

ସ୍ୱଚ୍ଛତା ଓ ମାମଲା ସମାଧାନ ପାଇଁ ‘ସ୍ୱତନ୍ତ୍ର ଅଭିଯାନ ୫.୦’ ଜାରି

October 21, 2025

ନୂଆପଡ଼ା ଉପ-ନିର୍ବାଚନ: ପୋଲିସ୍ ସୁରକ୍ଷା ବ୍ୟବସ୍ଥାର ପ୍ରସ୍ତୁତିକୁ ସମୀକ୍ଷା କଲେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ

October 21, 2025
Latest News

ପୋଲିସ ଶହୀଦ ସ୍ମାରକୀ ଦିବସରେ ବୀର ପୋଲିସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

October 21, 2025

ପୂର୍ବ ତଟ ରେଳପଥ ମହାପ୍ରବନ୍ଧଙ୍କ ବ୍ୟାପକ ଯାତ୍ରୀ ସୁବିଧା ଏବଂ ସୁରକ୍ଷା ଅଭିଯାନର ସମୀକ୍ଷା

October 21, 2025

ସ୍ୱଚ୍ଛତା ଓ ମାମଲା ସମାଧାନ ପାଇଁ ‘ସ୍ୱତନ୍ତ୍ର ଅଭିଯାନ ୫.୦’ ଜାରି

October 21, 2025

ନୂଆପଡ଼ା ଉପ-ନିର୍ବାଚନ: ପୋଲିସ୍ ସୁରକ୍ଷା ବ୍ୟବସ୍ଥାର ପ୍ରସ୍ତୁତିକୁ ସମୀକ୍ଷା କଲେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ

October 21, 2025

ପୋଲିସ ସ୍ମୃତି ଦିବସ: ପ୍ରାଣବଳି ଦେଇଥିବା ସାହସୀ ଯୋଦ୍ଧାମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରତିରକ୍ଷା ମନ୍ତ୍ରୀ

October 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.