Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାହିତ୍ୟ ମାସିକୀ’ କାର୍ଯ୍ୟକ୍ରମରେ ଶାରଳା ପୁରସ୍କାର ପାଇଁ ମନୋନିତ ଡ. ସରୋଜିନୀ ସାହୁ ସମ୍ବର୍ଦ୍ଧିତ
ଆଜିର ଖବର

ସାହିତ୍ୟ ମାସିକୀ’ କାର୍ଯ୍ୟକ୍ରମରେ ଶାରଳା ପୁରସ୍କାର ପାଇଁ ମନୋନିତ ଡ. ସରୋଜିନୀ ସାହୁ ସମ୍ବର୍ଦ୍ଧିତ

September 29, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସାହିତ୍ୟ ମାସିକୀ’ କାର୍ଯ୍ୟକ୍ରମରେ ଶାରଳା ପୁରସ୍କାର ପାଇଁ ମନୋନିତ ଡ. ସରୋଜିନୀ ସାହୁ ସମ୍ବର୍ଦ୍ଧିତ

ଭୁବନେଶ୍ୱର: ସେ ଖୋଲା ମନରେ ଲେଖନ୍ତି। ତାଙ୍କ ଲେଖାର ଆଧାର କଳ୍ପନା ନୁହେଁ, ବରଂ ବାସ୍ତବତା ବୋଲି ବିଶିଷ୍ଟ କଥାଶିଳ୍ପୀ ଡ. ସରୋଜିନୀ ସାହୁ ମତବ୍ୟକ୍ତ କରିଛନ୍ତି। ଆଜି ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ‘ସାହିତ୍ୟ ମାସିକୀ’ କାର୍ଯ୍ୟକ୍ରମରେ ଯୋଗଦେଇ ଡ. ସାହୁ ନିଜ ସୃଜନଯାତ୍ରାର ବିବରଣୀ ପ୍ରଦାନ କରିଛନ୍ତି। ଚଳିତ ବର୍ଷ ମର୍ଯ୍ୟାଦାଜନକ ଶାରଳା ପୁରସ୍କାର ପାଇବାକୁ ଯାଉଥିବା ଅବସରରେ ଡ. ସାହୁଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

କଥାଶିଳ୍ପୀ ଶ୍ରୀମତୀ ଗୋଲାପ ମଞ୍ଜରୀ କରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକମରେ ଡ. ସାହୁ ‘ମୋ ସୃଜନ, ମୋ ଜୀବନ’ ପ୍ରସଙ୍ଗରେ ଆଲୋକପାତ କରି କହିଥିଲେ ଯେ ପିଲାବେଳୁ ସେ ପାତରଅନ୍ତର ଦେଖିଛନ୍ତି। ପ୍ରଥମେ ସେ ଜଗଦୀଶ ମହାନ୍ତିଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲେ। ବିବାହ ପରେ ସେ ପ୍ରଭାବମୁକ୍ତ ହେଲେ। ତାଙ୍କ ମତରେ ଲେଖକର ଲିଙ୍ଗ ନାହିଁ। ସେଥି ପାଇଁ ସେ ନାରୀବାଦ, ବନ୍ଧ୍ୟାତ୍ୱ, ମାତୃତ୍ୱ ଓ ଗର୍ଭପାତ କରି ପ୍ରସଙ୍ଗକୁ ତାଙ୍କ ଲେଖାରେ ସ୍ଥାନ ଦେଇପାରିଛନ୍ତି।

ଡ. ସାହୁ ତାଙ୍କ ସାହିତ୍ୟଯାତ୍ରାର ବିସ୍ତୃତ ସୂଚନା ଦେଇଥିଲେ। ଡ. ନନ୍ଦ କିଶୋର ବିଶ୍ୱାଳ, ସରୋଜ ବଳ, ମୟାଧର ସାହୁ ଓ ସଂଜୟ ମହାନ୍ତିଙ୍କ ପ୍ରଶ୍ନରେ ଡ. ସାହୁ ବିଭିନ୍ନ ଉତ୍ତର ରଖିଥିଲେ। ‘ଏ ମାସର କଥାକାର’ ଭାବରେ ଯୋଗଦେଇ ତରୁଣ ଲେଖକ ରଞ୍ଜନ କୁମାର ମହାନ୍ତି ସ୍ୱରଚିତ ଗଳ୍ପ ପାଠ କରିଥିଲେ।

ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ରକ୍ଷକ ନାୟକ ପ୍ରାରମ୍ଭିକ ସୂଚନା ଦେଇଥିବାବେଳେ ଡ. ଅଶୋକ କୁମାର ସିଂହ ଦିବଙ୍ଗତ କବି ଓ ନାଟ୍ୟକାର ହରିହର ମିଶ୍ରଙ୍କ ପରଲୋକରେ ଶୋକପ୍ରସ୍ତାବ ଆଗତ କରିଥିଲେ ଓ ନୀରବ ପ୍ରାର୍ଥନା କରାଯାଇଥିଲା। ଶ୍ୟାମାକିଙ୍କର ମହାନ୍ତି କବିଙ୍କ ରଚିତ ‘ଢାଳିଦିଅ ସାରା ଧରଣୀରେ ଆଜି’ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ଲେଖିକାଙ୍କ ରଚିତ ଓ ଟାଇମ୍‌ପାସ୍‌ ପ୍ରକାଶିତ ‘ଅସ୍ଥିର ପାଦ’ ଲୋକାର୍ପିତ ହୋଇଥିଲା ।

ପରେ ଅଭୟ ନାରାୟଣ ନାୟକ ଓ ଜୟଶ୍ରୀ ପଟ୍ଟନାୟକଙ୍କ ଯୁଗ୍ମ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ବିଧୁଭୂଷଣ ତ୍ରିପାଠୀ, ପବିତ୍ର ମୋହନ ବାରିକ, ପ୍ରଦୁ୍ୟମ୍ନ ପଟ୍ଟନାୟକ, ପୁଷ୍ପଲତା ମିଶ୍ର, ଅଲେଖ ଚରଣ ରାଉତ, ସତ୍ୟନାରାୟଣ ସିଂହ, କ୍ଷଣପ୍ରଭା ମହାନ୍ତି, ରଜନୀ କାନ୍ତ ପଟ୍ଟନାୟକ, ବିଜୟ ମହାପାତ୍ର, ପୀତାମ୍ବର ଭୋଇ, ଶକୁନ୍ତଳା ଓଝା, ଗଗନ ବିହାରୀ ନାୟକ, ଦିଲ୍ଲୀପ କୁମାର ନାୟକ, ମହେନ୍ଦ୍ର କୁମାର ମଲ୍ଲିକ, ଇତିଶ୍ରୀ ପତି, ବିରଞ୍ଚି ଶତପଥୀ, ମନମୋହନ ମିଶ୍ର, ଅକ୍ଷୟ ପାଳ, ସବିତା ଶତପଥୀ, ପ୍ରବୀଣା ପରିଡ଼ା, ଅନସୂୟା ବାରିକ ପ୍ରମୁଖ ପ୍ରମୁଖ କବିତା ପାଠ କରିଥିଲେ।

ଅନୁଷ୍ଠାନର ସଭାପତି ସୂର୍ଯ୍ୟ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଉପସଭାପତି ବିଭୂତି ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

'ମୋ ଜୀବନ' ଶାରଳା ପୁରସ୍କାର
Share. Facebook Twitter LinkedIn Email WhatsApp Copy Link

Related Posts

ଜୈବ ବିବିଧତା ସଂରକ୍ଷଣ ପାଇଁ ଏନ୍‌ବିଏର ବଡ଼ ପଦକ୍ଷେପ: ଓଡ଼ିଶା ସମେତ ୧୧ ରାଜ୍ୟକୁ ୬.୬୭ କୋଟି ମଞ୍ଜୁର

July 23, 2026

ସରକାରଙ୍କ ବଡ଼ ନିଷ୍ପତ୍ତି: ନୀତି ଆୟୋଗର ନୂତନ ସିଇଓ ଭାବେ ନିଯୁକ୍ତି ପାଇଲେ ଅନୁରାଗ ଜୈନ

July 23, 2026

ଆଜି ଜୁଲାଇ ୨୩ ତାରିଖ ଗୁରୁବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସତର୍କ

July 23, 2026

କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ସୁଭଦ୍ରା ଶକ୍ତି ପ୍ରକଳ୍ପର ଶୁଭ ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ

July 22, 2026
Latest News

ଜୈବ ବିବିଧତା ସଂରକ୍ଷଣ ପାଇଁ ଏନ୍‌ବିଏର ବଡ଼ ପଦକ୍ଷେପ: ଓଡ଼ିଶା ସମେତ ୧୧ ରାଜ୍ୟକୁ ୬.୬୭ କୋଟି ମଞ୍ଜୁର

July 23, 2026

ସମସ୍ତ ସଂସ୍କାରର ମୂଳରେ ନାଗରିକ କଲ୍ୟାଣ ରହିବା ଆବଶ୍ୟକ: ସଚିବମାନଙ୍କ ବୈଠକରେ ପ୍ରଧାନମନ୍ତ୍ରୀ

July 23, 2026

ସରକାରଙ୍କ ବଡ଼ ନିଷ୍ପତ୍ତି: ନୀତି ଆୟୋଗର ନୂତନ ସିଇଓ ଭାବେ ନିଯୁକ୍ତି ପାଇଲେ ଅନୁରାଗ ଜୈନ

July 23, 2026

ଛାତ୍ରଛାତ୍ରୀମାନଙ୍କ ପ୍ରତିବାଦ ପ୍ରତି ଯୁବରାଜ ସିଂହଙ୍କ ପ୍ରତିକ୍ରିୟା: ସମସ୍ତଙ୍କୁ ଜାଣିବା ଜରୁରୀ

July 23, 2026

ଇସ୍ତଫା ଦେବେ ଧର୍ମେନ୍ଦ୍ର ପ୍ରଧାନ?: ସ୍ପଷ୍ଟ କଲେ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀ

July 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.