Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଡକିନ ଔାଦ୍ୟୋଗିକ କ୍ଷେତ୍ରକୁ ଦେଶ ଉଦ୍ଦେଶ୍ୟରେ ଲୋକାର୍ପିତ କଲେ ପ୍ରଧାନମନ୍ତ୍ରୀ
ଆଜିର ଖବର

ବିଡକିନ ଔାଦ୍ୟୋଗିକ କ୍ଷେତ୍ରକୁ ଦେଶ ଉଦ୍ଦେଶ୍ୟରେ ଲୋକାର୍ପିତ କଲେ ପ୍ରଧାନମନ୍ତ୍ରୀ

September 30, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଡକିନ ଔଦ୍ୟୋଗିକ କ୍ଷେତ୍ର (ବିଆଇଏ)କୁ ଦେଶ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି। ଏହାର ଦେଶର ଔଦ୍ୟୋଗିକ ବିକାଶ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ସାମିଲ ହୋଇଥିଲେ। ପୁନେ ଠାରେ ଆୟୋଜିତ ମୁଖ୍ୟ ଉତ୍ସବରେ ମହାରାଷ୍ଟ୍ର ରାଜ୍ୟପାଳ ସି ପି ରାଧାକୃଷ୍ଣନ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଔରିକ ହଲ୍ ରୁ ୱେବକାଷ୍ଟ କରାଯାଇଥିଲା। ଯେଉଁଠାରେ ମହାରାଷ୍ଟ୍ରର ଆବାସ ଓ ଓବିସି କଲ୍ୟାଣ ମନ୍ତ୍ରୀ ଶ୍ରୀ ଅତୁଲ ସାଭେ ଏବଂ ରାଜ୍ୟସଭା ସାଂସଦ ଡ. ଭଗୱତ କାରାଡଙ୍କ ସହ ଅନ୍ୟାନ୍ୟ ଅତିଥି ମାନେ ଉପସ୍ଥିତ ଥିଲେ।

ବିଡକିନ ଔଦ୍ୟୋଗିକ କ୍ଷେତ୍ର ଏକ ପରିବର୍ତ୍ତନକାରୀ ପରିଯୋଜନା, ଯାହାକି ୭,୮୫୫ ଏକର ପରିବ୍ୟାପ୍ତ। ଦିଲ୍ଲୀ-ମୁମ୍ବାଇ ଔଦ୍ୟୋଗିକ କରିଡରର ଏକ ଅଂଶ ଭାବେ ଏହାକୁ ଜାତୀୟ ଔଦ୍ୟୋଗିକ କରିଡର ବିକାଶ କାର୍ଯ୍ୟକ୍ରମ ଅଧୀନରେ ନିର୍ମାଣ କରାଯାଇଛି। ମହାରାଷ୍ଟ୍ରର ଛତ୍ରପତି ଶମ୍ଭାଜୀ ନଗରର ୨୦ କିଲୋମିଟର ଦକ୍ଷିଣରେ ଅବସ୍ଥିତ ଏହି ଔଦ୍ୟୋଗିକ କ୍ଷେତ୍ର ମରାଠାୱାଡାର ଆର୍ଥିକ ବିକାଶକୁ ଗତିଶୀଳ କରିବାରେ ମୁଖ୍ୟ ଭୂମିକା ନେବାରେ ସମ୍ଭାବନା ଅଛି।

ପ୍ରକଳ୍ପର ମୁଖ୍ୟ ବିଶେଷତ୍ୱ:

ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଅବସ୍ଥିତ: ବିଡକିନ ଔଦ୍ୟୋଗିକ କ୍ଷେତ୍ରକୁ ସହଜ ଯାତାୟାତ ସୁବିଧା ଉପଲବ୍ଧ। ଏହା ଜାତୀୟ ରାଜପଥ-୭୫୨ଇ ପାଖରେ ଏବଂ ନାଗପୁର-ମୁମ୍ବାଇ ସମୃଦ୍ଧି ମହାମାର୍ଗକୁ ସଂଯୋଗ ହୋଇଛି। ଔରଙ୍ଗାବାଦ ରେଳଷ୍ଟେସନ (୨୦କିମି), ଔରଙ୍ଗାବାଦ ବିମାନବନ୍ଦର (୩୦ କିମି) ଏବଂ ଜଲନା ଡ୍ରାଏ ପୋର୍ଟ (୬୫ କିମି) ପାଖରେ ଥିବାରୁ ପିଏମ ଗତିଶକ୍ତି ସିଦ୍ଧାନ୍ତ ଅନୁସାରେ ବହୁମୁଖୀ ସଂଯୋଗ ବ୍ୟବସ୍ଥା ରଖି ଏହାକୁ ଡିଜାଇନ କରିଛି ବିଆଇଏ।

ପର୍ଯ୍ୟାୟ କ୍ରମେ ବିକାଶ: ତିନୋଟି ପର୍ଯ୍ୟାୟରେ ଏହି ପରିଯୋଜନାର ବିକାଶ ପାଇଁ କେନ୍ଦ୍ର ସରକାର ୬,୪୧୪ କୋଟି ଟଙ୍କା ମଂଜୁର କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୨୫୧୧ ଏକର ଅଞ୍ଚଳରେ ୨୪୨୭ କୋଟି ନିବେଶ ହେବ। ମହାରାଷ୍ଟ୍ର ଔଦ୍ୟୋଗିକ ବିକାଶ ନିଗମ (ଏମଆଇଟିଏଲ) ଏବଂ ଜାତୀୟ ଔଦ୍ୟୋଗିକ କରିଡର ବିକାଶ ଏବଂ କାର୍ଯ୍ୟାନ୍ୱୟନ ଟ୍ରଷ୍ଟ (ଏନଆଇସିଡିଆଇଟି)ର ୫୧:୪୯ ସହଭାଗିତାରେ ଗଠନ କରାଯାଇଥିବା ସ୍ପେଶାଲ ପରପୋଜ ଭେଇକିଲ (ଏସପିଭି) ମହାରାଷ୍ଟ୍ର ଔଦ୍ୟୋଗିକ ଟାଉନସିପ ଲିମିଟେଡ(ଏମଆଇଟିଏଲ) ଏହି ମହତ୍ୱାକାଂକ୍ଷୀ ପରିଯୋଜନାକୁ ଗତିଶୀଳ କରୁଛି।

ମୌଳିକ ଢାଞ୍ଚା ପ୍ରସ୍ତୁତି: ବିଡକିନ ଔଦ୍ୟୋଗିକ କ୍ଷେତ୍ରରେ ଏବେ ଚଉଡ଼ା ସଡ଼କ, ଗୁଣବତ୍ତାପୂର୍ଣ୍ଣ ପାଣି, ନିୟମିତ ବିଜୁଳି ଯୋଗାଣ, ସ୍ୱେରେଜ ଓ ଟ୍ରିଟମେଣ୍ଟ ପ୍ଲାଣ୍ଟ ସୁବିଧା ରହିଛି। ଏଭଳି ସୁବିଧାର ପ୍ଲଟ ଏବେ ଔଦ୍ୟୋଗିକ ଏବଂ ମିଶ୍ରିତ କାର୍ଯ୍ୟ ପାଇଁ ଆବଣ୍ଟନ ସକାଶେ ପ୍ରସ୍ତୁତ ହୋଇ ରହିଛି।

ପ୍ରମୁଖ ନିବେଶ ଏବଂ ଆର୍ଥିକ ପ୍ରଭାବ: ବିଡକିନ ପ୍ରଥମ ପର୍ଯ୍ୟାୟରେ ଇଥର ଏନର୍ଜିି (୧୦୦ ଏକର), ଲୁବ୍ରିଜୋଲ (୧୨୦ ଏକର), ଟୟୋଟା-କିର୍ଲୋସ୍କାର (୮୫୦ ଏକର ପାଇଁ ଏମଓୟୁ) ଆଦି ଉଲ୍ଲେଖନୀୟ କମ୍ପାନୀର ନିବେଶକୁ ଆକର୍ଷିତ କରିପାରିଛି। ଏହି ଚାରୋଟି ପରିଯୋଜନାରେ ମୋଟ ୫୬,୨୦୦ କୋଟି ଟଙ୍କାର ନିବେଶ ହେବ ଏବଂ ଏହାଦ୍ୱାରା ୩୦ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟିର ସମ୍ଭାବନା ରହିଛି।

ନିର୍ମାଣ ପରେ କେବଳ ତିନି ବର୍ଷ ପାଇଁ ଔଦ୍ୟୋଗିକ ଓ ମିଶ୍ରିତ ଉପଯୋଗ କ୍ଷେତ୍ରର ୧୮୨୨ ଏକର (୩୮ ପ୍ଲଟ) ଆବଣ୍ଟିତ କରାଯାଇଛି। ବିଡକିନ ଔଦ୍ୟୋଗିକ କ୍ଷେତ୍ରର ବିକାଶ ଦ୍ୱାରା ଏହି ଅଞ୍ଚଳର ସାମାଜିକ-ଆର୍ଥିକ ବିକାଶ କ୍ଷେତ୍ରରେ ଗଭୀର ସକରାତ୍ମକ ପ୍ରଭାବ ପଡ଼ିବା ଆଶା କରାଯାଏ। ଏହାଦ୍ୱାରା କୁଶଳୀ ମାନବ ସମ୍ବଳ ଆକର୍ଷିତ ହେବେ ଏବଂ ତ୍ୱରିତ ଗତିରେ ଔଦ୍ୟୋଗିକରଣକୁ ପ୍ରୋତ୍ସାହନ ମିଳିବ।

ଔଦ୍ୟୋଗିକ ଉତ୍କୃଷ୍ଟତା ଦିଗକୁ ଏକ ପାଦ: ବିଡକିନ ଔଦ୍ୟୋଗିକ କ୍ଷେତ୍ରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ ଭାରତ ବୈଶ୍ୱିକ ଔଦ୍ୟୋଗିକ ମହାଶକ୍ତିରେ ପରିଣତ ହେବା ଦିଗରେ ଅଗ୍ରସର ହେବାର ପ୍ରତୀକ। ଏହି ପରିଯୋଜନା ସରକାରଙ୍କ ‘ମେକ୍ ଇନ୍ ଇଣ୍ଡିଆ ଏବଂ ମେକ୍ ଫର ଦ ୱାର୍ଲ୍ଡ’ ଦୃଷ୍ଟିକୋଣର ରୂପ, ଯାହାକି ଅଞ୍ଚଳରେ ଔଦ୍ୟୋଗିକ ବିକାଶ, ଆର୍ଥିକ ସମୃଦ୍ଧି ଏବଂ ଶତତ ବିକାଶକୁ ବୃଦ୍ଧି କରିବ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହା ଗୁରୁତ୍ୱ ଦେଇଛନ୍ତି ଯେ, ବିଡକିନ ଔଦ୍ୟୋଗିକ କ୍ଷେତ୍ର ଉତ୍କୃଷ୍ଟତାର ପ୍ରତୀକ ହେବ, ରୋଜଗାର ସୃଷ୍ଟି କରିବ, ରପ୍ତାନି ବଢ଼ାଇବ ଏବଂ ଅଞ୍ଚଳର ସମସ୍ତ ବିକାଶ ପ୍ରତି ଅବଦାନ ରଖିବ।

ଆର୍ଥିକ ବିକାଶ
Share. Facebook Twitter LinkedIn Email WhatsApp Copy Link

Related Posts

ବି.ଏଡ଼, ଏମ.ଏଡ଼, ବି.ଏଚ.ଏଡ଼ ପ୍ରବେଶିକା ପରୀକ୍ଷା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି

March 22, 2026

ଗୋଟିଏ ମ୍ୟାଚରେ ୫୦୦ ରୁ ଉର୍ଦ୍ଧ୍ଵ ରନ: ଅଭିଷେକ ଶର୍ମା ଏବଂ ଈଶାନ କିଷାନଙ୍କ ବିସ୍ଫୋରକ ପାଳି

March 22, 2026

ନବରାତ୍ରର ଚତୁର୍ଥ ଦିବସ: ମାଆଙ୍କ କୁଷ୍ମାଣ୍ଡା ରୂପ

March 22, 2026

ଶ୍ରୀ ବଳଦେବଜୀଉଙ୍କ ନୂତନ ରଥ ନିର୍ମାଣ ଦାବିରେ ଜିଲ୍ଲାପାଳଙ୍କୁ ଭେଟିଲା ବଳଦେବ ସେନା

March 22, 2026
Latest News

ବି.ଏଡ଼, ଏମ.ଏଡ଼, ବି.ଏଚ.ଏଡ଼ ପ୍ରବେଶିକା ପରୀକ୍ଷା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି

March 22, 2026

ଗୋଟିଏ ମ୍ୟାଚରେ ୫୦୦ ରୁ ଉର୍ଦ୍ଧ୍ଵ ରନ: ଅଭିଷେକ ଶର୍ମା ଏବଂ ଈଶାନ କିଷାନଙ୍କ ବିସ୍ଫୋରକ ପାଳି

March 22, 2026

ନବରାତ୍ରର ଚତୁର୍ଥ ଦିବସ: ମାଆଙ୍କ କୁଷ୍ମାଣ୍ଡା ରୂପ

March 22, 2026

ଶ୍ରୀ ବଳଦେବଜୀଉଙ୍କ ନୂତନ ରଥ ନିର୍ମାଣ ଦାବିରେ ଜିଲ୍ଲାପାଳଙ୍କୁ ଭେଟିଲା ବଳଦେବ ସେନା

March 22, 2026

“୪୮ ଘଣ୍ଟା ମଧ୍ୟରେ ଖାଲି କର ହରମୁଜ୍, ନଚେତ….”: ଇରାନକୁ ଧ୍ୱଂସ କରିବାକୁ ଧମକ ଦେଲେ ଟ୍ରମ୍ପ 

March 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.