ଯୋଗୀ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଛି । ଉତ୍ତରପ୍ରଦେଶର ଯୋଗୀ ସରକାର କେନ୍ଦ୍ର ସରକାରଙ୍କ ନିର୍ଦ୍ଧାରିତ ପ୍ରକ୍ରିୟାକୁ ପାଳନ ନ କରି ୧୭ଟି ପଛୁଆ ଜାତିକୁ ଅନୁସୂଚିତ ଜାତିରେ ସାମିଲ୍ କରିବାକୁ ନେଇ ଯୋଗୀ ସରକାରଙ୍କୁ ପ୍ରଶ୍ନ କରିଛନ୍ତି କେନ୍ଦ୍ର ସରକାର । ସାମାଜିକ ନ୍ୟାୟ ଏବଂ ଅଧିକାରୀ ମନ୍ତ୍ରୀ ଥାଓ୍ବର ଚନ୍ଦ୍ର ଗେହଲଟ୍ ରାଜ୍ୟସଭାର ଶୂନ୍ୟକାଳରେ ‘ଯୋଗୀ ସରକାରଙ୍କ ୧୭ଟି ପଛୁଆ ଜାତିକୁ ଅନୁସୂଚିତ ବର୍ଗରେ ସାମିଲ୍ କରିବା ଉଚିତ୍ ହୋଇନାହିଁ ବୋଲି କହିଛନ୍ତି । ଶୂନ୍ୟକାଳରେ ବିଏସ୍ପିର ସତୀଶ ଚନ୍ଦ୍ର ମିଶ୍ର ଏହି ବିଷୟକୁ ଉଠାଇଥିଲେ । ଯୋଗୀ ସରକାରଙ୍କ ୧୭ଟି ପଛୁଆ ବର୍ଗଙ୍କୁ ଅନୁସୂଚିତ ବର୍ଗରେ ସାମିଲ୍ କରିବା ଅସାମ୍ବିଧାନିକ । ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ତଥା ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ସୂଚୀରେ ପରିବର୍ତ୍ତନ କରିବାର ଅଧିକାର ସଂସଦର ରହିଛି । ସେହିପରି ଗେହଲଟ୍ ମଧ୍ୟ କହିଛନ୍ତି ଯେ, କୌଣସି ଏକ ସମୁଦାୟକୁ ଗୋଟିଏ ବର୍ଗରୁ ହଟାଇ ଆଉ ଏକ ବର୍ଗରେ ସାମିଲ୍ କରିବାର ଅଧିକାର କେବଳ ସଂସଦର ରହିଛି । ରାଜ୍ୟସରକାର ଏହି କ୍ଷେତ୍ରରେ ସମୁଚିତ ପ୍ରକ୍ରିୟା ପାଳନ କରିବା ଆବଶ୍ୟକ, ଅନ୍ୟାଥା ଏହି ମାମଲା ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରିବ ।
ଜାତିକୁ ନେଇ କେନ୍ଦ୍ର ସରକାର ଓ ଯୋଗୀ ସରକାରଙ୍କ ମଧ୍ୟରେ ମତଭେଦ
Published:
Jul 2, 2019, 5:10 pm IST
Tags: