Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅକ୍ଟୋବର ୨ ରେ ଝାଡ଼ଖଣ୍ଡ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ
ଆଜିର ଖବର

ଅକ୍ଟୋବର ୨ ରେ ଝାଡ଼ଖଣ୍ଡ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

October 1, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ ଅକ୍ଟୋବର ୨୦୨୪ରେ ଝାଡ଼ଖଣ୍ଡ ଗସ୍ତରେ ଯିବେ। ସେ ଝାଡ଼ଖଣ୍ଡର ହଜାରୀବାଗରେ ଅପରାହ୍ଣ ୨ଟା ବେଳେ ୮୩,୩୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ଶୁଭାରମ୍ଭ କରିବେ। ଦେଶରେ ଜନଜାତି ସମ୍ପ୍ରଦାୟର ବିକାଶ ଦିଗରେ ପ୍ରତିବଦ୍ଧତା ସ୍ୱରୂପ ପ୍ରଧାନମନ୍ତ୍ରୀ ୭୯,୧୫୦ କୋଟି ଟଙ୍କାର ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନର ଶୁଭାରମ୍ଭ କରିବେ। ଏହି ଅଭିଯାନ ୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୫୪୯ ଜିଲ୍ଲା ଏବଂ ୨୭୪୦ ବ୍ଲକର ୬୩ ହଜାର ଗ୍ରାମରେ ଥିବା ୫ କୋଟିରୁ ଅଧିକ ଜନଜାତି ଲୋକଙ୍କୁ ଫାଇଦା ଦେବ। ଏହି ଅଭିଯାନରେ କେନ୍ଦ୍ର ସରକାରଙ୍କ ୧୭ଟି ମନ୍ତ୍ରଣାଳୟ ଓ ବିଭାଗ ଦ୍ୱାରା ସାମାଜିକ ମୌଳିକ ଢାଞ୍ଚା, ସ୍ୱାସ୍ଥ୍ୟ, ଶିକ୍ଷା, ଜୀବିକା ଅଦି କ୍ଷେତ୍ରରେ ଥିବା ଦୁର୍ବଳତା ଦୂର କରିବାକୁ ୨୫ଟି ଯୋଜନା କାର୍ଯ୍ୟକାରୀ କରିବେ।

ଜନଜାତି ସମୁଦାୟର ଶିକ୍ଷାଗତ ଢାଞ୍ଚାରେ ବିକାଶ ଆଣିବାକୁ ପ୍ରଧାନମନ୍ତ୍ରୀ ୪୦ଟି ଏକଲବ୍ୟ ଆଦର୍ଶ ଆବାସିକ ସ୍କୁଲ (ଇଏମଆର)କୁ ଉଦଘାଟନ କରିବେ ଏବଂ ୨୮୦୦ କୋଟି ଟଙ୍କାରେ ହେବାକୂୁ ଥିବା ୨୫ଟି ସ୍କୁଲର ଶିଳାନ୍ୟାସ କରିବେ।

ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ (ପିଏମ-ଜନମନ) ଅଧୀନରେ ୧୩୬୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ଗୁଡ଼ିଏ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ। ଏହା ମଧ୍ୟରେ ରହିଛି ୧୩୮୦ କିଲୋମିଟରର ରାସ୍ତା, ୧୨୦ଟି ଅଙ୍ଗନବାଡ଼ି, ୨୫୦ଟି ବହୁମୁଖୀ କେନ୍ଦ୍ର ଏବଂ ୧୦ଟି ସ୍କୁଲ ଛାତ୍ରାବାସ। ଏଥିସହ ସେ ପିଏମ୍‌-ଜନମନ ଅଧୀନରେ ଅନେକ ଗୁଡ଼ିଏ ପ୍ରକଳ୍ପର ଶୁଭାରମ୍ଭ କରିବେ ଯାହାକି ବିକାଶର ମାଇଲଖୁଣ୍ଟ। ଏହା ମଧ୍ୟରେ ରହିଛି ୩ ହଜାର ଗ୍ରାମରେ ବିଶେଷ ଭାବେ କମ୍‌ଜୋର ଜନଜାତି ଗୋଷ୍ଠୀ (ପିଭିଟିଜି)ଙ୍କ ୭୫,୮୦୦ରୁ ଅଧିକ ଘରର ବିଦ୍ୟୁତୀକରଣ, ୨୭୫ଟି ମୋବାଇଲ ମେଡିକାଲ ୟୁନିଟର ଶୁଭାରମ୍ଭ, ୫୦୦ ଅଙ୍ଗନାବାଡ଼ି କେନ୍ଦ୍ରର ଉଦଘାଟନ, ୨୫୦ଟି ବନ ଧନ ବିକାଶ କେନ୍ଦ୍ରର ପ୍ରତିଷ୍ଠା ଏବ ୫୫୫୦ ପିଭିଟିଜି ଗ୍ରାମକୁ ‘ନଲସେ ଜଲ’ ଯୋଜନାରେ ଜଳଯୋଗାଣ ଯୋଜନା।

ଜନଜାତି ସମ୍ପ୍ରଦାୟ ଝାଡ଼ଖଣ୍ଡ ଗସ୍ତ ନରେନ୍ଦ୍ର ମୋଦୀ ହଜାରୀବାଗ
Share. Facebook Twitter LinkedIn Email WhatsApp Copy Link

Related Posts

ଚିଲିକାରେ ମେଗା ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କଲେ ଆଇନ ମନ୍ତ୍ରୀ

January 11, 2026

ଜାନୁଆରୀ ୧୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ

January 11, 2026

ସମ୍ବଲପୁରରେ ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ଏବଂ OPD ବିଲ୍‌ଡିଙ୍ଗର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

January 11, 2026

ଅନ୍ୟ ପିଲାମାନଙ୍କ ସହିତ ନିଜ ପିଲାକୁ ତୁଳନା କରୁଛନ୍ତି କି?: ଛାଡନ୍ତୁ ଏହି ଅଭ୍ୟାସ

January 11, 2026
Latest News

ଚିଲିକାରେ ମେଗା ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କଲେ ଆଇନ ମନ୍ତ୍ରୀ

January 11, 2026

ଜାନୁଆରୀ ୧୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ

January 11, 2026

ସମ୍ବଲପୁରରେ ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ଏବଂ OPD ବିଲ୍‌ଡିଙ୍ଗର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

January 11, 2026

ସମ୍ବଲପୁର ପାଇଁ ୪୫୧ କୋଟି ଟଙ୍କା ବ୍ୟୟର ୨୪ ଘଣ୍ଟିଆ ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର କଲେ ମୁଖ୍ୟମନ୍ତ୍ରୀ

January 11, 2026

ଅନ୍ୟ ପିଲାମାନଙ୍କ ସହିତ ନିଜ ପିଲାକୁ ତୁଳନା କରୁଛନ୍ତି କି?: ଛାଡନ୍ତୁ ଏହି ଅଭ୍ୟାସ

January 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.