Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍‌ରେ ‘ଆଇନ୍ ଏବଂ ମାନସିକ ରୋଗ’ ଶୀର୍ଷକ ସିଏମ୍‌ଇ ଆୟୋଜିତ
ଆଜିର ଖବର

ସମ୍‌ରେ ‘ଆଇନ୍ ଏବଂ ମାନସିକ ରୋଗ’ ଶୀର୍ଷକ ସିଏମ୍‌ଇ ଆୟୋଜିତ

October 1, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ‘ଆଇନ୍ ଏବଂ ମାନସିକ ରୋଗ’ ଶୀର୍ଷକ ଏକ କଂଟିନ୍ୟୁଇଙ୍ଗ ମେଡିକାଲ୍ ଏଜୁକେସନ୍ (ସିଏମ୍‌ଇ) କାର୍ଯ୍ୟକ୍ରମ ଏଠାରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍‌ର ମନସ୍ତତ୍ୱ ବିଭାଗ ପକ୍ଷରୁ ଶନିବାର ଆୟୋଜିତ ହୋଇଯାଇଥିବା ବେଳେ ଏଥିରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୧୬୦ ଜଣ ମାନସିକ ରୋଗ ବିଶେଷଜ୍ଞ ଯୋଗ ଦେଇଥିଲେ।

ଏହି ସିଏମ୍‌ଇରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିବା ବେଳେ ଡାକ୍ତରମାନେ କୋର୍ଟ ରୁମ୍‌ରେ ନ୍ୟାୟିକ ପ୍ରକ୍ରିୟାରେ ଭାଗ ନେବା ବେଳେ କିଭଳି ନିଜକୁ ପ୍ରସ୍ତୁତ କରିବା ଆବଶ୍ୟକ ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା।

ଇଣ୍ଡିଆନ୍ ସାଇକିଆଟ୍ରି ସୋସାଇଟି (ଆଇପିଏସ୍‌) ରାଜ୍ୟ ଶାଖାର ମିଳିତ ସହଯୋଗରେ ହସ୍ପିଟାଲ୍ ପକ୍ଷରୁ ଏହି ସିଏମ୍‌ଇର ଆୟୋଜନ କରାଯାଇଥିଲା। ଦେଶର ୫ ଜଣ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଏହି ସିଏମ୍‌ଇର ବିଭିନ୍ନ ଅଧିବେଶନରେ ଯୋଗ ଦେଇ ଆଲୋଚନା କରିଥିଲେ।

ଚେନ୍ନାଇର ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ପ୍ରଫେସର (ଡାକ୍ତର) ଏସ୍‌. ନାମ୍ବି ‘ମ୍ୟାରେଜ୍‌, ମେଂଟାଲ୍ ଇଲ୍‌ନେସ୍ ଏବଂ ଇଣ୍ଡିଆନ୍ ଲ’ ସମ୍ପର୍କରେ ଆଲୋଚନା କରିଥିବା ବେଳେ ପ୍ରଫେସର (ଡାକ୍ତର) ନବୀନ କୁମାର ‘ସାଇକିଆଟ୍ରିଷ୍ଟସ ଇନ୍ ଦ କୋର୍ଟ ରୁମ୍‌’ ସମ୍ପର୍କରେ ମତ ରଖିଥିଲେ। ସେହିପରି ଗୟାର ପ୍ରଫେସର (ଡାକ୍ତର) ଲକ୍ଷ୍ମୀ ନାରାୟଣ ‘ସର୍ଟିଫିକେସନ୍ ଇନ୍ ସାଇକିଆଟ୍ର’ି ସମ୍ପର୍କରେ ଆଲୋଚନା କରିଥିଲେ।

ବି.ଜେ ଗଭର୍ଣ୍ଣମେଂଟ ମେଡିକାଲ୍ କଲେଜ ଆଣ୍ଡ ସାସୋନ୍ ହସ୍ପିଟାଲ୍‌ର ମନସ୍ତତ୍ୱ ବିଭାଗର ଆସୋସିଏଟ୍ ପ୍ରଫେସର (ଡାକ୍ତର) ଆଇଭାନ୍ ଏସ୍‌. ନେଟୋ ଏବଂ ପ୍ରଫେସର (ଡାକ୍ତର) ଶ୍ରୀନିବାସ ସିଙ୍ଗିସେଟ୍ଟୀ ଆଲୋଚନାରେ ଭାଗ ନେଇଥିଲେ।

କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଅଧିବେଶନରେ ଆଇପିଏସ୍ ଓଡ଼ିଶା ଶାଖାର ସଭାପତି ପ୍ରଫେସର (ଡାକ୍ତର) ରଜନୀ କାନ୍ତ ଶୁକ୍ଲା ଅଧ୍ୟକ୍ଷତା କରିବା ସହ ଡାକ୍ତରମାନେ ଯାହା ଲେଖନ୍ତି ତାହାର ଉଭୟ ଡାକ୍ତରୀ ଏବଂ ଆଇନଗତ ଗୁରୁତ୍ୱ ରହିଥାଏ ବୋଲି କହିଥିଲେ । ସେହିପରି ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ’ର ସିନିୟର ପ୍ରଫେସର ପ୍ରବୀର କୁମାର ପଟ୍ଟନାୟକ ‘ଇନ୍‌ଟରଲିଙ୍କ ବିଟୁଇନ୍ ଲ ଆଣ୍ଡ ସାଇକିଆଟ୍ରି’ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ ।
ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର ସଂଘମିତ୍ରା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡାକ୍ତରୀ ପେସାରେ ଥିବା ବ୍ୟକ୍ତିମାନେ ଆଇନ୍‌ଗତ ଦିଗରେ ଦୁର୍ବଳ ବୋଲି କହିଥିବା ବେଳେ ଏହି ସିଏମ୍‌ଇ ସେମାନଙ୍କ ନିମନ୍ତେ ସହାୟକ ହେବ ବୋଲି କହିଥିଲେ ।

କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର, ମାନସିକ ରୋଗ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ସୁରଜିତ ସାହୁ, ଆଇପିଏସ୍ ଓଡ଼ିଶା ଶାଖାର ଉପସଭାପତି ପ୍ରଫେସର (ଡାକ୍ତର) ଶୁଭେନ୍ଦୁ ନାରାୟଣ ମିଶ୍ର, ସାଧାରଣ ସମ୍ପାଦକ ଡାକ୍ତର ଦେବଦତା ମହାପାତ୍ର, ସିଏମ୍‌ଇ କମିଟିର ଅଧ୍ୟକ୍ଷ ଡାକ୍ତର ପ୍ରଶାନ୍ତ କୁମାର ମହାପାତ୍ର ଏବଂ କାର୍ଯ୍ୟକାରୀ ସମ୍ପାଦକ ଡାକ୍ତର ଜିତେନ୍ଦ୍ରୀୟ ବିଶ୍ୱାଳ ବକ୍ତବ୍ୟ ରଖିଥିଲେ ।

କାର୍ଯ୍ୟକ୍ରମରେ ସମ୍ ହସ୍ପିଟାଲ୍‌ର ମାନସିକ ରୋଗ ବିଭାଗର ଡାକ୍ତର ଆଶିଷ ଚୌଧୁରୀ, ଡାକ୍ତର ସ୍ନେହାଶିଷ ଦେ, ଡାକ୍ତର ଲଗ୍ନଜିତ ଦାଶ, ଡାକ୍ତର ହିରଣ୍ମୟ ମହାପାତ୍ର, ଡାକ୍ତର ଅମୀୟ କୃଷ୍ଣ ସାହୁ, ଡାକ୍ତର ରାକେଶ ମହାନ୍ତି, ଡାକ୍ତର ପ୍ରୀତି ଅନୁରାଗ ଓ ଡାକ୍ତର ରୁପେଶ ସେନାପତି ସହଯୋଗ କରିଥିଲେ । ସିଏମ୍‌ଇକୁ ଡାକ୍ତର ନିର୍ଲିପ୍ତ ଦାଶ ପରିଚାଳନା କରିଥିଲେ ।

ସମ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ଗ୍ରୀଷ୍ମ ପ୍ରବାହ ପାଇଁ ନୂଆ ଗାଇଡଲାଇନ: ପୂର୍ବାହ୍ନ ୧୧ ଟାରୁ ୩ ଯାଏଁ କାର୍ଯ୍ୟ ବନ୍ଦ ନିର୍ଦ୍ଦେଶ

March 23, 2026

ଆଇନ୍ ଛାତ୍ରଛାତ୍ରୀ ନ୍ୟାୟ ବ୍ୟବସ୍ଥାକୁ ବଜାୟ ରଖିବା ନିମନ୍ତେ ଦୃଢ଼ପ୍ରତିଜ୍ଞ ହେବା ଆବଶ୍ୟକ: ଜଷ୍ଟିସ୍ ରମଣ

March 23, 2026

ବିରିରେ ରହିଛି ଅନେକ ଉପକାରିତା: ମାଗଣା ସ୍ଵାସ୍ଥ୍ୟ ଶିବିରରେ ବର୍ଣ୍ଣନା କଲେ ଡାକ୍ତର

March 23, 2026

IPL ପାଇଁ ୧୫ଟି ସହରରେ ହେବ ଫ୍ୟାନ୍ ପାର୍କ: ଜାଣନ୍ତୁ ଓଡିଶାରେ କେବେ ଓ କେଉଁଠି?

March 23, 2026
Latest News

ତିନୋଟି ନୂତନ ଉପକ୍ରମର ଘୋଷଣା କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

March 23, 2026

ଗ୍ରୀଷ୍ମ ପ୍ରବାହ ପାଇଁ ନୂଆ ଗାଇଡଲାଇନ: ପୂର୍ବାହ୍ନ ୧୧ ଟାରୁ ୩ ଯାଏଁ କାର୍ଯ୍ୟ ବନ୍ଦ ନିର୍ଦ୍ଦେଶ

March 23, 2026

ଆଇନ୍ ଛାତ୍ରଛାତ୍ରୀ ନ୍ୟାୟ ବ୍ୟବସ୍ଥାକୁ ବଜାୟ ରଖିବା ନିମନ୍ତେ ଦୃଢ଼ପ୍ରତିଜ୍ଞ ହେବା ଆବଶ୍ୟକ: ଜଷ୍ଟିସ୍ ରମଣ

March 23, 2026

ବିରିରେ ରହିଛି ଅନେକ ଉପକାରିତା: ମାଗଣା ସ୍ଵାସ୍ଥ୍ୟ ଶିବିରରେ ବର୍ଣ୍ଣନା କଲେ ଡାକ୍ତର

March 23, 2026

‘ଯଦି ସତ ହୁଏ, ତେବେ ମୁଁ….’: ରାଘବ ଚଢାଙ୍କ ବିଜେପି ରେ ଯୋଗଦେବା ପ୍ରସଙ୍ଗରେ କହିଲେ AAP ସାଂସଦ

March 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.