Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିଆଁଖୁଣ୍ଟା ଗୋଦାବରୀଶ ମହାପାତ୍ର ଥିଲେ ତତକାଳୀନ ସମାଜର ଜାଗ୍ରତ ପ୍ରହରୀ: ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ
ଆଜିର ଖବର

ନିଆଁଖୁଣ୍ଟା ଗୋଦାବରୀଶ ମହାପାତ୍ର ଥିଲେ ତତକାଳୀନ ସମାଜର ଜାଗ୍ରତ ପ୍ରହରୀ: ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

October 1, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ସାହିତ୍ୟ ହିଁ ସମାଜର ଦର୍ପଣ। ପରାଧୀନ ଉତ୍କଳର ଶୋଷଣକଷଣ, ଅତ୍ୟାଚାର ଉତ୍ପିଡ଼ନ, କୁସଂସ୍କାର, ଭାଣ୍ଡାମୀ ବିରୁଦ୍ଧରେ କଲମଚ଼ାଳନା କରି ନିଜର ସାହିତ୍ୟ ରଚନା ବଳରେ ଯେଉଁ କେତେକ ସାରସ୍ଵତ ପ୍ରତିଭା ସମାଜକୁ ସୁଧାରୀ ଥିଲେ ତନମଧ୍ୟରୁ ଗୋଦାବରୀଶ ମହାପାତ୍ର ସର୍ବାଗ୍ରେ ପୂଜିତ। ତାଙ୍କ ଗଳ୍ପ କବିତା ଉପନ୍ୟାସ ନାଟକ ଏବଂ ବ୍ୟଙ୍ଗ ପତ୍ରିକା “ନିଆଁଖୁଣ୍ଟା” ରେ ତାହା ହିଁ ପ୍ରତିଫଳିତ ହୋଇଛି।

ଖଲିକୋଟ ରାଜାଙ୍କ ମଟର ଯାନ ଆଗରେ ମାଗୁଣୀର ଶଗଡ ଗାଡ଼ି ନିଷ୍ପ୍ରଭ ହୋଇଯାଇଛି। ସମାଜର ଲୋଲୁପ ଦୃଷ୍ଟି, ଟିକାଟିପଣୀ, ଛି ଛାକରରୁ ରକ୍ଷା ପାଇବାପାଇଁ ବାଲ୍ୟ ବିଧବା ନୀଳମାଷ୍ଟ୍ରାଣୀ ଭଲପାଇ ଅନ୍ୟତ୍ର ବିବାହ କରିଛି। ନାରସେନା ନାଇଡୁ ପେଟ ବିକଳରେ ଛତରରେ ଖାଇ ଜାତି ହରାଇ ଅଜାତିଆ ହୋଇ ସମାଜରୁ ତଡ଼ା ଖାଇବା ପରି ଅନେକ କୁସଂସ୍କାର ଓ ସମସ୍ୟା ବହୁଳ ଗଳ୍ପ ଏବେ ମଧ୍ୟ ସମାଜର ଦିଗ ବାରେଣୀ ହୋଇଏଜାତିକୁ ଦିଗ୍ ଦର୍ଶନ ଦେବା ସହିତ “ଉଠକଙ୍କାଳ,’ପରିକାଳଜୟୀ ଦେଶାତ୍ମୋବୋଧକ କବିତା ଚିର କାଳ ଓଡ଼ିଆ ଜାତିକୁ ଯାଗ୍ରତ କରୁଥିବ ବୋଲି ଅତିଥିମାନେ ନିଜ ନିଜର ବ୍ୟକ୍ତବ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଓଡ଼ିଶା ସାହିତ୍ୟ ଏକାଡ଼େମୀ, ଚିଲିକା ସାହିତ୍ୟ ସମାଜ ଓ ବାଣପୁର ପଞ୍ଚାୟତ ସମିତିଙ୍କ ମିଳିତ ଆନୁକୂଲ୍ୟରେ ସାହିତ୍ୟସମାଜର ସଭାପତି ଶିକ୍ଷାବିତ୍ ବାଳମୁକୁନ୍ଦ ଦାସଙ୍କ ସଭାପତିତ୍ଵରେ ଏବଂ ଶିକ୍ଷାବିତ୍ ଆନନ୍ଦ ଚନ୍ଦ୍ର ସେନାପତିଙ୍କ ବେଦପାଠରେ ଆୟୋଜିତ ଏହି ସମାରୋହରେ ଆଇନ୍‌ ପୂର୍ତ୍ତ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମୁଖ୍ୟ ଅତିଥି, ଡ଼ାକ୍ଟର ଉପେନ୍ଦ୍ର ପ୍ରସାଦ ନାୟକ ବିଶିଷ୍ଟ ଅତିଥି, ପ୍ରଫେସର ଆଦିକନ୍ଦ ସାହୁ ମୁଖ୍ୟବକ୍ତା, ସାହିତ୍ୟିକ ଶଶି ଭୂଷଣ ରଥ ସମ୍ମାନୀୟ ବକ୍ତା, ବାଣପୁର ମଣ୍ଡଳ ଅଧିକାରିଣୀ ଶୀତଲ ଅଗ୍ରୱାଲ୍ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂ ସମ୍ମାନନୀୟ ଅତିଥି ଭାବରେ ଯୋଗ ଦେଇ କବି ମହାପାତ୍ରଙ୍କ ବହୁ ମୁଖୀ ପ୍ରତିଭାର କଥା ବର୍ଣ୍ଣନା କରି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଶାଳିଆ ସାଂସ୍କୃତିକ ପରିଷଦର ଚ଼ିରଞ୍ଚି ପରୀଡ଼ା ଓ ସାଥିଙ୍କ ତରଫରୁ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା ବେଳେ ଜାତୀୟ ଖ୍ୟାତି ସଂପର୍ଣ୍ଣ କଣ୍ଠଶିଳ୍ପୀ ବର୍ଣ୍ଣାଳୀ ହୋତା କବିଙ୍କ ରଚନାରୁ ‘ଉଠ କଙ୍କାଳ, ଉଦବୋଧନୀ ସଂଗୀତ ଗାନ କରି ସମାରୋହକୁ ଚମକ୍ତୃତ କରିଦେଇଥିଲେ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଅତିଥି ବର୍ଗ ଓ ବର୍ଣ୍ଣଳୀଙ୍କୁ ଉପ଼ଢ଼ୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ସାହିତ୍ୟ ଏକାଡ଼େମୀର ସହ ସଚୀବ ସଂଜୟ ଛୁଆଳସିଂ ସ୍ଵାଗତ ଭାଷଣ ଦେଇଥିବାବେଳେ, ଅଧ୍ୟାପକ ସଂଗ୍ରାମ କେଶରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ନିଆଁଖୁଣ୍ଟା ଗୋଦାବରୀଶ ମହାପାତ୍ର ପୃଥ୍ବୀରାଜ ହରିଚନ୍ଦନ ଶାଳିଆ ସାଂସ୍କୃତିକ ପରିଷଦ ସାହିତ୍ୟ
Share. Facebook Twitter LinkedIn Email WhatsApp Copy Link

Related Posts

ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଚୋରା ବାଲି ମହଜୁଦ ଡିପୋରେ ଚଢ଼ାଉ: ଜବତ ହେଲା ଶତାଧିକ ଟ୍ରକର ବାଲି

July 21, 2025

ନୀତିଶ ରେଡ୍ଡିଙ୍କ ସ୍ଥାନରେ କିଏ ଖେଳିବେ?: ଗୌତମ ଗମ୍ଭୀରଙ୍କ ସାମ୍ନାରେ ଏକ ବଡ଼ ଚ୍ୟାଲେଞ୍ଜ

July 21, 2025

ଛାତ୍ର କଂଗ୍ରେସ ସଭାପତିଙ୍କ ଦୁଷ୍କର୍ମ ଅଭିଯୋଗ ଅନୁଧ୍ୟାନ ପାଇଁ କଂଗ୍ରେସ ଗଠନ କଲା କମିଟ, ସସ୍ମିତା ଅଧ୍ୟକ୍ଷା

July 21, 2025

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବାଳକର ମୃତ୍ୟୁ: ପଡୋଶୀଙ୍କୁ ଉଠାଇନେଲା ପୋଲିସ

July 21, 2025
Latest News

ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଚୋରା ବାଲି ମହଜୁଦ ଡିପୋରେ ଚଢ଼ାଉ: ଜବତ ହେଲା ଶତାଧିକ ଟ୍ରକର ବାଲି

July 21, 2025

ନୀତିଶ ରେଡ୍ଡିଙ୍କ ସ୍ଥାନରେ କିଏ ଖେଳିବେ?: ଗୌତମ ଗମ୍ଭୀରଙ୍କ ସାମ୍ନାରେ ଏକ ବଡ଼ ଚ୍ୟାଲେଞ୍ଜ

July 21, 2025

ଛାତ୍ର କଂଗ୍ରେସ ସଭାପତିଙ୍କ ଦୁଷ୍କର୍ମ ଅଭିଯୋଗ ଅନୁଧ୍ୟାନ ପାଇଁ କଂଗ୍ରେସ ଗଠନ କଲା କମିଟ, ସସ୍ମିତା ଅଧ୍ୟକ୍ଷା

July 21, 2025

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବାଳକର ମୃତ୍ୟୁ: ପଡୋଶୀଙ୍କୁ ଉଠାଇନେଲା ପୋଲିସ

July 21, 2025

ଦୁଷ୍କର୍ମ ଅଭିଯୋଗରେ ଗିରଫ ହେବା ପରେ ଛାତ୍ର କଂଗ୍ରେସ ସଭାପତିରୁ ନିଲମ୍ବିତ ହେଲେ ଉଦିତ ପ୍ରଧାନ

July 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.