
ଭୁବନେଶ୍ଵର: ମହାନ ସ୍ଵାଧୀନତା ସଂଗ୍ରାମୀ, ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ, ଭାରତ ରତ୍ନ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ”ବିଦେଶୀ ଶାସନ କବଳରୁ ଭାରତକୁ ମୁକ୍ତ କରିବା ପାଇଁ ଖୁବ କମ ବୟସରେ ସେ ଦେଶପାଇଁ ଜୀବନ ଉତ୍ସର୍ଗ କରିଥିଲେ। ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ତାଙ୍କର “ଜୟ ଯବାନ, ଜୟ କିଷାନ” ନାରା ସମଗ୍ର ଦେଶବାସୀଙ୍କ ମନୋବଳ ବଢ଼ାଇବାରେ ବିଶେଷ ସହାୟକ ହୋଇଥିଲା। ତାଙ୍କର କୁଶଳ ନେତ୍ବତ୍ବ, ଜନସେବା, ପରାକ୍ରମ ଏବଂ ଦୁରଦୃଷ୍ଟିସମ୍ପନ୍ନ ବ୍ୟକ୍ତିତ୍ବ ଆମ ପାଇଁ ଏକ ପ୍ରେରଣାର ଉତ୍ସ।”