Categories
ଆଜିର ଖବର ଜାତୀୟ ଖବର

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମବାର୍ଷିକୀରେ ତାଙ୍କୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମବାର୍ଷିକୀରେ ତାଙ୍କୁ ସ୍ମରଣ କରିଛନ୍ତି।

ଦେଶ ପ୍ରତି ତାଙ୍କ ଉତ୍ସର୍ଗକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଶ୍ରୀ ବାଜପେୟୀ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବେ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି: ‘ଦେଶର ସମସ୍ତ ପରିବାରଜନଙ୍କ ପକ୍ଷରୁ ମୁଁ ପୂର୍ବତନ ପ୍ରଧାନମନ୍ତ୍ରୀ ସମ୍ମାନନୀୟ ଅଟଳ ବିହାରୀ ବାଜପେୟୀଙ୍କୁ କୋଟି କୋଟି ପ୍ରଣାମ। ମା ଭାରତୀ ପାଇଁ ତାଙ୍କ ସମର୍ପଣ ଏବଂ ସେବା ଭାବ ଅମୃତକାଳରେ ବି ପ୍ରେରଣାର ସ୍ରୋତ ହୋଇ ରହିବ।’

Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର ଜାତୀୟ ଖବର

ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକୁ ଥଟ୍ଟା କଲେ ଗାୟକ ଶୁଭନୀତ, ଆରମ୍ଭ ହେଲା ଆଲୋଚନା

ନୂଆଦିଲ୍ଲୀ: କାନାଡାର ଗାୟକ ଶୁଭନୀତ ସିଂ ପୁଣି ଥରେ ବିବାଦକୁ ଆସିଛନ୍ତି। ଏକ କନସର୍ଟ ସମୟରେ ସେ ପୂର୍ବତନ ଭାରତୀୟ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକୁ ପରିହାସ କରିଛନ୍ତି। ଶୁଭନୀତ ସିଂଙ୍କ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସେ ଏକ କନ୍ସର୍ଟ ସମୟରେ ଏକ ହୁଡି ପ୍ରଦର୍ଶନ କରୁଛନ୍ତି। ଭିଡିଓରେ ଦେଖାଯାଇଥିବା ହୁଡିରେ ସତବନ୍ତ ସିଂ ଏବଂ ବେଅନ୍ତ ସିଂ ଇନ୍ଦିରା ଗାନ୍ଧୀଙ୍କୁ ହତ୍ୟା କରୁଛନ୍ତି। ଏହି ଭିଡିଓ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି, ଶୁଭନୀତ ସିଂଙ୍କ କାର୍ଯ୍ୟକଳାପ ଦେଖିବା ପରେ ଲୋକମାନେ କ୍ରୋଧିତ ହେଉଛନ୍ତି। ଅନେକ ଲୋକ କହିଛନ୍ତି ଯେ, ଭବିଷ୍ୟତରେ ସେମାନେ ଶୁଭନୀତଙ୍କ ଗୀତ ଶୁଣିବା ଠାରୁ ଦୂରେଇ ରହିବେ।

ଶୁଭନୀତଙ୍କ ବିବାଦରେ ଜଡିତ ହେବା ଏହା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ମଧ୍ୟ ଶୁଭନୀତ ଭାରତ ବିରୋଧୀ କାର୍ଯ୍ୟ କରିଛନ୍ତି। ଗତ ମାସରେ ଶୁଭନୀତ ତାଙ୍କ ସୋସିଆଲ ମିଡିଆରେ ଭାରତର ମାନଚିତ୍ର ପୋଷ୍ଟ କରିଥିଲେ। ଏହାକୁ ନେଇ ଅନେକ ବିବାଦ ହୋଇଥିଲା। ସେତେବେଳେ ମଧ୍ୟ ଲୋକମାନେ କାନାଡିୟ ଗାୟକଙ୍କୁ ସମାଲୋଚନା କରିଥିଲେ।

ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଶୁଭନୀତ ସିଂଙ୍କ ଭାଇରାଲ ଭିଡିଓ ଉପରେ ପ୍ରତିକ୍ରିୟା ରଖିଛନ୍ତି। ଏକ ପୋଷ୍ଟରେ ମନ୍ତବ୍ୟ ଦେଇ ସେ ଲେଖିଛନ୍ତି ଯେ, “ତାଙ୍କ ତରଫରୁ ଜଣେ ବୁଢୀ ମହିଳାର ହତ୍ୟାକାଣ୍ଡକୁ ନେଇ ଉତ୍ସବ ପାଳନ କରାଯାଉଛି। ସେହି ମହିଳା, ଯାହାଙ୍କୁ ସେ ତାଙ୍କର ରକ୍ଷକ କରିଥିଲେ। ଯେତେବେଳେ ଆପଣଙ୍କୁ ସୁରକ୍ଷାର ଭରସା କରାଯାଇଥିଲା, ସେତେବେଳେ ଆପଣ ସେହି ବିଶ୍ୱାସ ଏବଂ ଭରସାର ଲାଭ ଉଠାଇଲ ଏବଂ ତାଙ୍କୁ ସମାନ ଅସ୍ତ୍ରରେ ହତ୍ୟା କରିଥିଲ। ଏହା କୌଣସି ବାହାଦୁରୀର କାମ ନୁହେଁ ବରଂ ଭୀରୁର କାର୍ଯ୍ୟ। ଗଣତନ୍ତ୍ରର ଜଣେ ନିର୍ବାଚିତ ନେତା, ଜଣେ ଶକ୍ତିଶାଳୀ ନାରୀ ଉପରେ ଏହିପରି ଆକ୍ରମଣ, ଏଥିରେ ଯେକେହି ଲଜ୍ଜିତ ହେବା ଉଚିତ୍। ଶୁଭମଜୀ।”

ସୂଚନାଯୋଗ୍ୟ ଯେ, ଆଗାମୀ ଚଳଚ୍ଚିତ୍ର ‘ଏମରଜେନ୍ସି’ରେ କଙ୍ଗନା ରଣାୱତ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ଯଦିଓ ଏହି ଚଳଚ୍ଚିତ୍ର ଚଳିତ ବର୍ଷ ମୁକ୍ତିଲାଭ କରିବାକୁ ଯାଉଥିଲା, ଏବେ ଏହାର ତାରିଖ ବୃଦ୍ଧି କରାଯାଇଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ସିଙ୍ଗାପୁର ପୂର୍ବତନ ପ୍ରଧାନମନ୍ତ୍ରୀ ଲି କଆନ୍ ୟୁଙ୍କୁ ତାଙ୍କ ୧୦୦ ତମ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ସିଙ୍ଗାପୁର ପୂର୍ବତନ ପ୍ରଧାନମନ୍ତ୍ରୀ ଲି କଆନ୍ ୟୁଙ୍କୁ ତାଙ୍କ ୧୦୦ ତମ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରି କହିଛନ୍ତି ଯେ, ‘ ଲି କଆନ୍ ୟୁଙ୍କୁ ତାଙ୍କ ୧୦୦ ତମ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି। ସିଙ୍ଗାପୁରର ପରିବର୍ତ୍ତନରେ ତାଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ତାଙ୍କ ଦୂରଦୃଷ୍ଟି, ନିରନ୍ତର ପ୍ରୟାସ ତାଙ୍କ ମହାନତାର ପ୍ରମାଣ। ତାଙ୍କ କାମ ବିଶ୍ୱନେତାଙ୍କୁ ପ୍ରେରଣା ଦେବା ଜାରି ରଖିବ।’

Categories
ବିଶେଷ ଖବର

ଋଷ-ୟୁକ୍ରେନ ଯୁଦ୍ଧ ଉପରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ସମର୍ଥନ କଲେ ପୂର୍ବତନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ସମ୍ପର୍କରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କହିଛନ୍ତି ଯେ, ଶାନ୍ତି ପାଇଁ ନିବେଦନ କରିବାବେଳେ ଭାରତ ନିଜର ସାର୍ବଭୌମତ୍ଵ ତଥା ଅର୍ଥନୈତିକ ସ୍ୱାର୍ଥକୁ ପ୍ରଥମ ସ୍ଥାନରେ ରଖି ଠିକ୍ କାର୍ଯ୍ୟ କରିଛି।” ମନମୋହନ ସିଂ ଜି -୨୦ ବୈଠକ ପୂର୍ବରୁ ଇଣ୍ଡିଆନ ଏକ୍ସପ୍ରେସକୁ ଦେଇଥିବା ଏକ ସାକ୍ଷାତକାରରେ ଏହା କହିଛନ୍ତି, ଯେଉଁଥି ପାଇଁ ଆଜି ବିଶ୍ୱ ନେତାମାନେ ଦିଲ୍ଲୀରେ ଏକାଠି ହେଉଛନ୍ତି। ଏହା ସହିତ ଘରୋଇ ରାଜନୀତିରେ ବୈଦେଶିକ ନୀତି ବ୍ୟବହାର ନକରିବାକୁ ସେ ଚେତାବନୀ ଦେଇଛନ୍ତି।

ଜି -୨୦ ରାତ୍ରୀ ଭୋଜନ ପାଇଁ ମନମୋହନ ସିଂଙ୍କୁ ନିମନ୍ତ୍ରଣ କରାଯାଇଅଛି:

ସୂଚନାନୁସାରେ ୨୦୦୪ ରୁ ୨୦୧୪ ମଧ୍ୟରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏର ଦୁଇଟି କାର୍ଯ୍ୟକାଳ ମଧ୍ୟରେ ପ୍ରଧାନମନ୍ତ୍ରୀ ଥିବା ମନମୋହନ ସିଂ ଶନିବାର ଜି -୨୦ ରାତ୍ରୀ ଭୋଜନକୁ ନିମନ୍ତ୍ରିତ ହୋଇଥିବା ଅନ୍ୟତମ ନେତା। ଭାରତର ଜି -୨୦ ଅଧ୍ୟକ୍ଷତା ବିଷୟରେ ଇଣ୍ଡିଆନ ଏକ୍ସପ୍ରେସକୁ ସୂଚନା ଦେଇ ଡଃ ମନମୋହନ ସିଂ କହିଛନ୍ତି ଯେ, ତାଙ୍କ ସମୟ ତୁଳନାରେ ଘରୋଇ ରାଜନୀତି ଅପେକ୍ଷା ବୈଦେଶିକ ନୀତି ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଛି। ଦଳୀୟ ରାଜନୀତିରେ କୂଟନୀତି ବ୍ୟବହାର କରୁଥିବାବେଳେ ସଂଯମତା କରିବା ଜରୁରୀ ବୋଲି ସେ କହିଛନ୍ତି।

Categories
ବିଶେଷ ଖବର

ଯେତେବେଳେ ସଭା ସମ୍ମୁଖରେ ବସିଥିଲେ ମହାତ୍ମା ଗାନ୍ଧୀ, ସେତେବେଳେ ତାଙ୍କ ପାଦରେ ଫୁଲ ଅର୍ପଣ କରିଥିଲେ ରାଜୀବ ଗାନ୍ଧୀ

ନୂଆଦିଲ୍ଲୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ। ତାଙ୍କ ପୁଅ ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ତାଙ୍କୁ ନିଜ ଢଙ୍ଗରେ ମନେ ପକାଇଛନ୍ତି। ଲଦାଖର ପାଙ୍ଗୋଙ୍ଗସୋ ହ୍ରଦ କୂଳରେ ରାହୁଲ ତାଙ୍କ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏକବିଂଶ ଶତାବ୍ଦୀର ନିର୍ମାତା କୁହାଯାଉଥିବା ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ଭାରତୀୟ ଟେଲିକମ୍ ନେଟୱର୍କ ଗଠନ କରିଥିଲେ, ମତଦାନ ସୀମା ଥିଲା ୨୧ରୁ ୧୮ ବର୍ଷ, ପ୍ରଥମ ଥର ପାଇଁ ଦେଶରେ କମ୍ପ୍ୟୁଟର ଆଣିବା, ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବା ଇତ୍ୟାଦି ତାଙ୍କ ସଫଳତା ମଧ୍ୟରେ ଗଣାଯାଏ। ରାଜୀବ ଗାନ୍ଧୀଙ୍କ ସହ ଜଡ଼ିତ ପୁରୁଣା କାହାଣୀ ମଧ୍ୟ ବହୁତ ପ୍ରସିଦ୍ଧ। ସେଥିମଧ୍ୟରୁ ଗୋଟିଏ କାହାଣୀ ହେଉଛି ମହାତ୍ମା ଗାନ୍ଧୀଙ୍କ ସହ ତାଙ୍କର ସାକ୍ଷାତ୍ ବିଷୟରେ। ସେତେବେଳେ ରାଜୀବଙ୍କୁ ମାତ୍ର ୪ ବର୍ଷ ହୋଇଥିଲା। ଏହି ସାକ୍ଷାତ୍ ବିଷୟରେ ଉଲ୍ଲେଖ କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ପରଦିନ ମହାତ୍ମା ଗାନ୍ଧୀଙ୍କୁ ନାଥୁରାମ ଗଡସେ ଗୁଳି କରି ହତ୍ୟା କରିଥିଲେ।

ସେତେବେଳେ ରାଜୀବଙ୍କୁ ମାତ୍ର ୪ ବର୍ଷ ହୋଇଥିଲା

ଏହା ୧୯୪୮ ମସିହା ଜାନୁଆରୀ ୨୯ ତାରିଖର କଥା। ସେତେବେଳେ ସେ ଦେଶ ଓ ବିଶ୍ୱର ରାଜନୀତି ଓ ଅସ୍ଥିରତା ବିଷୟରେ ଅବଗତ ନ ଥିଲେ। ସେହି ଦିନଗୁଡ଼ିକ କେବଳ ୪ ବର୍ଷର ରାଜୀବଙ୍କ ପାଇଁ ଖେଳିବାର ଥିଲା। ଜାନୁଆରୀ ୨୯ ତାରିଖ ସନ୍ଧ୍ୟାରେ ମା’ ଇନ୍ଦିରା ଗାନ୍ଧୀ ତାଙ୍କୁ ମହାତ୍ମା ଗାନ୍ଧୀଙ୍କୁ ଭେଟିବାକୁ ନେଇଯାଇଥିଲେ। ଇନ୍ଦିରା ଓ ରାଜୀବଙ୍କ ସହ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଭଉଣୀ କ୍ରିଷ୍ଣା ହାତୀ ସିଂହ, ନୟନତାରା ପଣ୍ଡିତ ଓ ପଦ୍ମଜା ନାଇଡୁ ଉପସ୍ଥିତ ଥିଲେ। ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ଲେଖିଥିବା କ୍ୟାଥରିନ ଫ୍ରାଙ୍କ କହିଛନ୍ତି ଯେ ସେହି ଦିନ ସନ୍ଧ୍ୟାରେ ଘରୁ ବାହାରିବା ପୂର୍ବରୁ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କ ମାଳି ଏକ ଗୁଣ୍ଡ ଚମେଲି ଫୁଲ ଦେଇଥିଲେ। ଇନ୍ଦିରା ଗାନ୍ଧୀ ଭାବିଥିଲେ ଯେ ସେ ଏହି ଚମେଲି ଫୁଲ ନେଇ ଗାନ୍ଧିଜୀଙ୍କୁ ଦେବେ। ଏହାପରେ ଇନ୍ଦିରା ଗାନ୍ଧୀ, ରାଜୀବ, ନେହେରୁଙ୍କ ଭଉଣୀ କ୍ରିଷ୍ଣା ହାତୀସିଂହ, ନୟନତାରା ପଣ୍ଡିତ ଏବଂ ପଦ୍ମଜା ନାଇଡୁଙ୍କ ସହ ବିର୍ଲା ହାଉସ ଅଭିମୁଖେ ଯାତ୍ରା କରିଥିଲେ।

ସେଦିନ ରାଜୀବଙ୍କୁ ଏକ ବଡ଼ ଶିକ୍ଷା ମିଳିଥିଲା

ସବୁଦିନ ଭଳି ମହାତ୍ମା ଗାନ୍ଧୀ ବିର୍ଲା ହାଉସର ଲନରେ ଖରାରେ ବସିଥିଲେ। ଇନ୍ଦିରା ଗାନ୍ଧୀ, ନେହେରୁଙ୍କ ଭଉଣୀ କ୍ରିଷ୍ଣା ହାତୀସିଂହ, ନୟନତାରା ପଣ୍ଡିତ ଓ ପଦ୍ମଜା ନାଇଡୁ ଆସି ଗାନ୍ଧୀଙ୍କ ନିକଟରେ ବସିଥିଲେ। ରାଜୀବ ନିକଟରେ ପ୍ରଜାପତିଙ୍କ ସହ ଖେଳୁଥିଲେ। କିଛି ସମୟ ପରେ ରାଜୀବ ଆସି ମହାତ୍ମା ଗାନ୍ଧୀଙ୍କ ପାଦ ପାଖରେ ବସିଲେ। ରାଜୀବ କ’ଣ ଭାବୁଥିଲେ ଜାଣି ପାରିନଥିଲେ, ସେ ଗାନ୍ଧୀଙ୍କ ପାଦ ମଧ୍ୟରେ ଚମେଲି ଫୁଲ ବାନ୍ଧିବା ଆରମ୍ଭ କଲେ। ଜାତିର ପିତା ଏହା ଦେଖି ରାଜୀବଙ୍କ କାନ ଧରି ତାଙ୍କୁ ଉଠାଇ ନେଇଥିଲେ। ରାଜୀବଙ୍କୁ ଜୀବନର ସବୁଠାରୁ ବଡ଼ ଶିକ୍ଷା ଦେଇ ଗାନ୍ଧୀ କହିଥିଲେ ଯେ ଏପରି କରନ୍ତି ନାହିଁ, ଫୁଲ କେବଳ ମୃତ ଲୋକଙ୍କ ପାଦରେ ଦିଆଯାଏ।

ଆଉ ପରଦିନ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରାଗଲା

ଜାନୁଆରୀ ୨୯ ସନ୍ଧ୍ୟାରେ ଏହି ଘଟଣା ପରେ ମହାତ୍ମା ଗାନ୍ଧୀଙ୍କ ସହ ରାଜୀବଙ୍କର ଏହା ଥିଲା ଶେଷ ସାକ୍ଷାତ୍। ୧୯୪୮ ମସିହା ଜାନୁଆରୀ ୩୦ ତାରିଖରେ ନାଥୁରାମ ଗଡସେ ଗାନ୍ଧୀଙ୍କୁ ଗୁଳି କରି ହତ୍ୟା କରିଥିଲେ। ପ୍ରାର୍ଥନା ସଭାକୁ ଯିବା ସମୟରେ ନାଥୁରାମ ଗଡସେ ଭିଡ଼ର ଫାଇଦା ଉଠାଇ ଗାନ୍ଧୀଙ୍କୁ ସାମ୍ନାରୁ ୩ ଥର ଗୁଳି କରିଥିଲେ। ଏହାପରେ ସେଠାରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ଶେଷ ମୁହୂର୍ତ୍ତରେ ଗାନ୍ଧୀଙ୍କ ପାଟିରୁ ‘ହେ ରାମ’ ବାହାରିବା ପରେ ସେ ନିଜ ଜୀବନବଳି ଦେଇଥିଲେ। ରାଜୀବ ଗାନ୍ଧିଙ୍କ ପାଇଁ ଏହା ପ୍ରଥମ ତଥା ଶେଷ ସାକ୍ଷାତ୍ ସାବ୍ୟସ୍ତ ହୋଇଥିଲା।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗାଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନ-ଭାରତ ସଂଗଠନ (ଜେଆଇଏ)ର ଅଧ୍ୟକ୍ଷ ତଥା ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗାଙ୍କୁ ସାକ୍ଷାତ କରିଛନ୍ତି।  ଶ୍ରୀ ସୁଗା ୧୦୦ ରୁ ଅଧିକ ପ୍ରତିନିଧିମାନଙ୍କୁ ନେଇ ଭାରତ ଗସ୍ତରେ ଆସିଛନ୍ତି। ଏମାନଙ୍କ ମଧ୍ୟରେ ସରକାରୀ ଅଧିକାରୀ, କିଡାନରେନ୍‌ (ଜାପାନ ବ୍ୟବସାୟ ସଂଘ)ର ସଦସ୍ୟ ଏବଂ ‘‘ଗଣେଶ ନୋ କାଏ’’ ସାଂସଦ ଗୋଷ୍ଠୀର ସଦସ୍ୟ ସାମିଲ ରହିଛନ୍ତି।

ଶ୍ରୀ ସୁଗା ଜେଆଇଏର ଅଧ୍ୟକ୍ଷ ଭାବେ ପ୍ରଥମ ଥର ଭାରତ ଗସ୍ତରେ ଆସିଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କୁ ସ୍ୱାଗତ କରିଥିଲେ। ଉଭୟ ନେତା ଭାରତ ଓ ଜାପାନ ମଧ୍ୟରେ ସ୍ୱତନ୍ତ୍ର ରଣନୀତିକ ଓ ବୈଶ୍ୱିକ ଭାଗିଦାରୀକୁ ଆହୁରି ମଜବୁତ କରିବା ନେଇ ମତବିନିମୟ କରିଥିଲେ। ସେମାନେ ନିବେଶ ଓ ଆର୍ଥିକ ସହଯୋଗ, ରେଳବାଇ, ନାଗରିକ ସମ୍ପର୍କ, ଦକ୍ଷତା ବିକାଶ ସହଭାଗିତା ଉପରେ ଆଲୋଚନା କରିଥିଲେ।

ଦୁଇ ଦେଶ ମଧ୍ୟରେ ସଂସଦୀୟ ସମ୍ପର୍କକୁ ସଦୃଢ଼ କରିବା ନେଇ ପ୍ରଧାନମନ୍ତ୍ରୀ ‘‘ଗଣେଶ ନୋ କାଇ’’ ସଂସଦୀୟ ଗୋଷ୍ଠୀର ସଦସ୍ୟମାନଙ୍କ ସହିତ ଫଳପ୍ରଦ ଆଲୋଚନା କରିଥିଲେ। ଜାପାନରେ ଯୋଗ ଏବଂ ଆୟୁର୍ବେଦର ଲୋକପ୍ରିୟତା ବୃଦ୍ଧିକୁ ସେମାନେ ସ୍ୱାଗତ କରିବା ସହିତ ଭାରତ ଏବଂ ଜାପାନ ମଧ୍ୟରେ ସାଂସ୍କୃତିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବାର ମାର୍ଗକୁ ନେଇ ଆଲୋଚନା କରିଥିଲେ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କିଡାନରେନ୍‌ ସଦସ୍ୟମାନଙ୍କୁ ଭାରତରେ ସ୍ୱାଗତ କରିଥିଲେ ଏବଂ ଦେଶରେ ବ୍ୟବସାୟିକ ଇକୋସିଷ୍ଟମରେ ସୁଧାର ପାଇଁ ଗ୍ରହଣ କରାଯାଇଥିବା ବ୍ୟାପକ ସଂସ୍କାର ଉପରେ ଆଲୋକପାତ କରିଥିଲେ। ଭାରତରେ ଜାପାନୀ ନିବେଶକଙ୍କ ବର୍ତ୍ତମାନର ନିବେଶକୁ ବଢ଼ାଇବା ଏବଂ ସହଯୋଗର ନୂଆ କ୍ଷେତ୍ରକୁ ଅନ୍ୱେଷଣ କରିବା ଲାଗି ସେ ନିମନ୍ତ୍ରଣ କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଇସଲାମାବାଦ ହାଇକୋର୍ଟ ବାହାରେ ଗିରଫ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଇସଲାମାବାଦ ହାଇକୋର୍ଟ ବାହାରେ ମଙ୍ଗଳବାର ଦିନ ପାକିସ୍ତାନୀ ରେଞ୍ଜର୍ସ ଗିରଫ କରିଛି। ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇ ନେତା ମୁସରତ ଖେମା ଟ୍ୱିଟ୍ କରି ଦାବି କରିଛନ୍ତି ଯେ, ସେମାନେ ଇମ୍ରାନ ଖାନଙ୍କୁ ନିର୍ଯାତନା ଦେଉଛନ୍ତି। ସେମାନେ ଇମ୍ରାନ ଖାନଙ୍କୁ ପିଟୁଛନ୍ତି। ପିଟିଆଇ ଟ୍ୱିଟ୍ କରିଥିବା ଭିଡିଓରେ ଇମ୍ରାନ ଖାନଙ୍କ ଓକିଲ ଆହତ ହୋଇଥିବା ଜଣାପଡିଛି।

ଅଲ କାଦିର ଟ୍ରଷ୍ଟ ମାମଲାରେ ଇମ୍ରାନ ଖାନଙ୍କୁ ଗିରଫ କରାଯାଇଛି।

Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର

ଇମ୍ରାନ ଖାନଙ୍କ ବିରୋଧରେ ୱାରେଣ୍ଟ ଜାରି: ଯେକୌଣସି ସମୟରେ ହୋଇପାରନ୍ତି ଗିରଫ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନର ତେହେରିକ-ଇ-ଇନସାଫ ପାର୍ଟିର ସଭାପତି ଇମ୍ରାନ ଖାନଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯାଇଛି। ଇମ୍ରାନ ଖାନଙ୍କ ସହ ଅସଦ ଉମର, ଫୱାଦ ଚୌଧୁରୀଙ୍କ ବିରୋଧରେ ୱାରେଣ୍ଟ ମଧ୍ୟ ଜାରି କରାଯାଇଛି। ଏହି ୱାରେଣ୍ଟକୁ ପାକିସ୍ତାନର ନିର୍ବାଚନ ଆୟୋଗର ଚାରି ଜଣିଆ ଖଣ୍ଡପୀଠ ଜାରି କରିଛି।

ଅବମାନନା ମାମଲାରେ ଇମ୍ରାନ ଖାନଙ୍କୁ ଏହି ଗିରଫ ୱାରେଣ୍ଟ ଜାରି କରାଯାଇଛି। ଏହି ମାମଲାର ଶୁଣାଣି ବେଳେ ନିସାର ଦୁରାନୀଙ୍କ ନେତୃତ୍ୱରେ ଏକ ଚାରି ଜଣିଆ ଖଣ୍ଡପୀଠ ଏହାର ରାୟ ଦେଇଛନ୍ତି। ବର୍ତ୍ତମାନ ମାମଲାର ଶୁଣାଣି ଜାନୁଆରୀ ୧୭ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ନିର୍ବାଚନ ଆୟୋଗ ଗତ ବର୍ଷ ବରିଷ୍ଠ ପିଟିଆଇ ନେତାମାନଙ୍କୁ ମାନହାନୀ ନୋଟିସ ଜାରି କରିଥିଲେ।

ନିର୍ବାଚନ ଆୟୋଗ କହିଛନ୍ତି ,ଯେ ଇମ୍ରାନ ଖାନ ଏବଂ ପିଟିଆଇର ବଡ ନେତାମାନେ ସେମାନଙ୍କ ରାଲିରେ ଏବଂ ଗଣମାଧ୍ୟମରେ ନିର୍ବାଚନ ଆୟୋଗ ଏବଂ ଏହାର ଅଧ୍ୟକ୍ଷଙ୍କ ବିଷୟରେ ଅତ୍ୟନ୍ତ ଅପମାନଜନକ କଥା କହିଛନ୍ତି। ଏହି ମାମଲାରେ ଛାଡ ଦେବାକୁ ପିଟିଆଇ ନେତାମାନେ ଅନୁରୋଧ କରିଥିଲେ ମଧ୍ୟ ଆୟୋଗ ସେମାନଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ। ଜାନୁଆରୀ ୧୭ ତାରିଖରେ ସମସ୍ତ ନେତାଙ୍କୁ ହାଜର ହେବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ଏହାପୂର୍ବରୁ ଆୟୋଗ ଜାନୁୟାରୀ ୩ ତାରିଖ ପର୍ଯ୍ୟନ୍ତ ନିଜ ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ପୁଣି ବିବାହ କଲେ ଇମ୍ରାନ ଖାନଙ୍କ ପୂର୍ବତନ ପତ୍ନୀ ରେହମ ଖାନ, ସେୟାର କଲେ ପୋଷ୍ଟ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପୂର୍ବତନ ପତ୍ନୀ ରେହମ ଖାନ ତାଙ୍କର ନୂତନ ବିବାହିତ ଜୀବନ ଆରମ୍ଭ କରିଛନ୍ତି। ଏହି ଖବର ସାର୍ବଜନୀନ କରିବା ପାଇଁ ରେହମ ଖାନ ଆଜି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ନେଇଥିଲେ। ଏକ ଚିତ୍ର ସେୟାର କରି ସେ “ଜଷ୍ଟ ମ୍ୟାରିଡ” ଲେଖିଛନ୍ତି। ପାକିସ୍ତାନୀ-ବ୍ରିଟିଶ ସାମ୍ବାଦିକ ରେହମ ଖାନ ଇମ୍ରାନ ଖାନ।

ସେ ବିବାହ ପରଠାରୁ ଚର୍ଚ୍ଚାରେ ରହିଆସୁଥିଲେ। ଏହା ପରେ ସେ ଇମ୍ରାନଙ୍କ ଛାଡପତ୍ର ପରେ ମଧ୍ୟ ସମ୍ବାଦରେ ରହିଥିଲେ।

ପ୍ରକାଶ ଯେ, ଏହା ପୂର୍ବରୁ ରେହମ୍ ଗୋଟିଏ ସ୍ଥାନରେ ଅତିଥି ଭାବରେ ଉପସ୍ଥିତ ହୋଇଥିଲେ, ଯେଉଁଠାରେ ସେ ପୁନର୍ବାର ପ୍ରେମ ଖୋଜିବା ବିଷୟରେ କହିଥିଲେ। ସେ କହିଥିଲେ ଯେ, ସେ ଦୁଇଟି ବିଫଳ ବିବାହର ସମ୍ମୁଖୀନ ହୋଇଛନ୍ତି ଏବଂ ବର୍ତ୍ତମାନ ସେ ତୃତୀୟ ଥର ବିବାହ କରିବାର ଖବର ସେୟାର କରିଛନ୍ତି।

ରେହମ୍ ଖାନ୍ ବୃତ୍ତିରେ ଜଣେ ସାମ୍ବାଦିକ। ସେ ଇମ୍ରାନ ଖାନଙ୍କ ଦ୍ୱିତୀୟ ପତ୍ନୀ ଥିଲେ। ଇମ୍ରାନ ଖାନ ଏବଂ ରେହମ ଖାନ ୬ ଜାନୁଆରୀ ୨୦୧୫ ରେ ବିବାହ କରିଥିଲେ। ହେଲେ ମାତ୍ର ୯ ମାସ ମଧ୍ୟରେ ସେମାନଙ୍କର ସମ୍ପର୍କ ଭାଙ୍ଗିଗଲା ଏବଂ ଉଭୟ ଅଲଗା ହୋଇଗଲେ।

ପାକିସ୍ତାନରେ ସରକାର ପତନ ହେବା ପରଠାରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବ୍ୟକ୍ତିଗତ ଜୀବନ ଚର୍ଚ୍ଚାରେ ରହିଆସିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ପୂର୍ବତନ ପତ୍ନୀ ରେହମ ଖାନଙ୍କ ମଧ୍ୟରେ ଝଗଡା ଖବର ମଧ୍ୟ ସାମ୍ନାକୁ ଆସିଛି। ପୂର୍ବତନ ପତ୍ନୀ ରେହମ ଖାନ ଅନେକ ସମୟରେ ଇମ୍ରାନ ଖାନଙ୍କ ଉପରେ ଆକ୍ରମଣ କରିଆସୁଛନ୍ତି। ସୋସିଆଲ ମିଡିଆରେ ବହୁତ ସକ୍ରିୟ ଥିବା ରେହମ ଖାନ ତାଙ୍କ ପୂର୍ବତନ ସ୍ୱାମୀ ଇମ୍ରାନଙ୍କୁ ଟାର୍ଗେଟ କରୁଥିବା ଦେଖିବାକୁ ମିଳିଥିଲା।

Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର

ଆଜାଦୀ ମାର୍ଚ୍ଚ ବେଳେ ଗୁଳି ବିନିମୟ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆହତ

ନୂଆଦିଲ୍ଲୀ: ପାକିସ୍ତାନର ଗୁଜରାନୱାଲାରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଆଜାଦୀ ମାର୍ଚ୍ଚରେ ଗୁଳି ବିନିମୟ ହୋଇଛି। ଏହି ଗୁଳି ବିନିମୟ ପୋଲିସ ଦ୍ୱାରା କରାଯାଇଥିବା ଜଣାପଡିଛି। ଏଥିରେ ୫ ଜଣ ଆହତ ହୋଇଥିବା ଖବର ରହଛି। ଇମ୍ରାନ ଖାନଙ୍କ କଣ୍ଟେନର ନିକଟରେ ଏହି ଗୁଳି ବିନିମୟ ଘଟିଛି। ଇମ୍ରାନ ଖାନଙ୍କ ଗୋଡରେ ଗୁଳି ଲାଗିଥିବା କୁହାଯାଉଥିବା ବେଳେ ପାକିସ୍ତାନ ତେହେରିକ-ଇ-ଇନସାଫ ପାର୍ଟି କହିଛି ଯେ, ସେ ସୁରକ୍ଷିତ ଅଛନ୍ତି।

ସୂଚନାନୁସାରେ, ଅଜ୍ଞାତ ଆକ୍ରମଣକାରୀମାନେ ଇମ୍ରାନ ଖାନଙ୍କ କଣ୍ଟେନରରେ ପହଞ୍ଚିବା ପରେ ଗୁଳି ଚଳାଇଥିଲେ। ଗୁଳି ବିନିମୟ ଆରମ୍ଭ ହେବାପରେ ଇମ୍ରାନ ଖାନଙ୍କ ସୁରକ୍ଷା କର୍ମୀ ଶୀଘ୍ର କଣ୍ଟେନରକୁ ସୁରକ୍ଷିତ କରି ଆକ୍ରମଣକାରୀଙ୍କୁ ମାଡି ବସିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଏମ୍ସ ଭୁବନେଶ୍ୱର ପକ୍ଷରୁ ପୁଣ୍ୟତିଥିରେ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର ପକ୍ଷରୁ ଏହାର ପ୍ରତିଷ୍ଠାତା ପୂର୍ବତନ ପ୍ରଧାନମନ୍ତ୍ରୀ, କିମ୍ବଦନ୍ତୀ ପୁରୁଷ, ବିଶିଷ୍ଟ ଜନନେତା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କୁ ତାଙ୍କ ଚତୁର୍ଥ ପୁଣ୍ୟତିଥି ଅବସରରେ ଆଜି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।

ଏମ୍ସ ଭୁବନେଶ୍ୱର ଡିନ୍ (ଏକାଡେମିକ୍ସ) ଡ. ଦେବାଶିଷ ହୋତା, ପିଆର ସେଲ ମୁଖ୍ୟ ଡ. ପ୍ରଭାସ ରଂଜନ ତ୍ରିପାଠୀ, ଭାରପ୍ରାପ୍ତ ଡିଡିଏ ରଶ୍ମିରଂଜନ ସେଠୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସମାଜର ବିଭିନ୍ନ ବର୍ଗରୁ ଆସିଥିବା ପ୍ରମୁଖ ବ୍ୟକ୍ତିବିଶେଷ ଏମ୍ସ ପରିସରରେ ଥିବା ଶ୍ରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ବାଜପେୟୀ ୧୫ ଜୁଲାଇ ୨୦୦୩ ରେ ଏମ୍ସ ଭୁବନେଶ୍ୱରର ମୂଳଦୁଆ ପକାଇଥିଲେ। ଏହା ହେଉଛି ଦେଶର ଦ୍ୱିତୀୟ ଏବଂ ଏକମାତ୍ର ଏମ୍ସ ଯାହାର ଭିତ୍ତିପ୍ରସ୍ଥର ସ୍ଥାପନ ଶ୍ରୀ ବାଜପେୟୀଙ୍କ ଦ୍ୱାରା ସମ୍ପାଦିତ ହୋଇଥିଲା।

ପୁଣ୍ୟତିଥି ଅବସରରେ ଏକ ବାର୍ତ୍ତା ମାଧ୍ୟମରେ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ କହିଛନ୍ତି ଯେ ଏମ୍ସ ଭୁବନେଶ୍ୱରର ପ୍ରତିଷ୍ଠା କରି ଅସୀମ ଦୂରଦୃଷ୍ଟିସମ୍ପନ୍ନ ପ୍ରଧାନମନ୍ତ୍ରୀ ଶ୍ରୀ ବାଜପେୟୀ ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବ୍ୟାପକ ପରିବର୍ତ୍ତନ ଆଣିଛନ୍ତି। ଆଜି ଏମ୍ସ ଭୁବନେଶ୍ୱର ପୂର୍ବ ଭାରତର ଏକ ବିଶ୍ୱସନୀୟ ସ୍ୱାସ୍ଥ୍ୟ ସେବା ପ୍ରତିଷ୍ଠାନରେ ପରିଣତ ହୋଇପାରିଛି।

ଏହି ଜାତୀୟ ପ୍ରତିଷ୍ଠାନର ସମସ୍ତ ଅଧ୍ୟାପକ, ଡାକ୍ତର, ନର୍ସିଂ ଅଧିକାରୀ, ଛାତ୍ର ଏବଂ କର୍ମଚାରୀମାନେ ଏହାକୁ ଦେଶ ତଥା ବିଶ୍ୱର ଏକ ପ୍ରମୁଖ ଅନୁଷ୍ଠାନ ଭାବେ ପ୍ରତିଷ୍ଠା କରିବା ଏବଂ ଗରିବ ଅସହାୟ ଲୋକଙ୍କ ସେବା କରିବା ପାଇଁ ପ୍ରତିବଦ୍ଧ। ଏଥିସହିତ ଶ୍ରୀ ବାଜପେୟୀ ଜୀ’ଙ୍କର ରାଷ୍ଟ୍ର ପ୍ରତି ରହିଥବା ଅଙ୍ଗୀକାରବଦ୍ଧତାକୁ ଅନୁସରଣ କରି ତାଙ୍କ ମହନୀୟ ଲକ୍ଷ୍ୟକୁ ପୂରଣ କରିବାକୁ ଶପଥ ନେଇଥିବା ଡ. ବିଶ୍ୱାସ ପ୍ରକାଶ କରିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ନିଧନ, ସଭାକୁ ସମ୍ବୋଧିତ ବେଳେ ହୋଇଥିଲା ଆକ୍ରମଣ

ନୂଆଦିଲ୍ଲୀ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଗୁଳି ପରେ ମୃତ୍ୟୁ ଘଟିଛି। ନାରା ସହରରେ ଜଣେ ବ୍ୟକ୍ତି ତାଙ୍କ ଉପରକୁ ଗୁଳି ଚଳାଇବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତାଙ୍କୁ ବଞ୍ଚାଇଯାଇ ପାରିଲା ନାହିଁ। ଯେତେବେଳେ ସିଞ୍ଜୋ ଆବେଙ୍କ ଉପରେ ଏହି ଆକ୍ରମଣ ହୋଇଥିଲା, ସେତେବେଳେ ସେ ଏକ ଛୋଟ ସାଧାରଣ ସଭାକୁ ସମ୍ବୋଧିତ କରୁଥିଲେ। କୁହାଯାଇଛି ଯେ, ଗୁଳି ପରେ ସେ ହୃଦଘାତରେ ପୀଡିତ ହୋଇଥିଲେ, ଯେଉଁଥିପାଇଁ ତାଙ୍କର ମୃତ୍ୟୁ ଘଟିଥିଲା। ଗଣମାଧ୍ୟମରୁ ଏହି ସୂଚନା ମିଳିଛି।

ଆମେ ଆପଣଙ୍କୁ କହିବୁ ଯେ ସିଞ୍ଜୋ ଆବେଙ୍କୁ ଗୁଳି ଚଳାଇବା ପରେ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ତାଙ୍କୁ ପ୍ରାୟ ଚାରି ରୁ ପାଞ୍ଚ ଘଣ୍ଟା ଚିକିତ୍ସା କରାଯାଇଥିଲା, କିନ୍ତୁ ଡାକ୍ତରମାନେ ତାଙ୍କୁ ସୁସ୍ଥ କରିପାରିନଥିଲେ। ତାଙ୍କ ଉପରେ ହୋଇଥିବା ଏହି ଆକ୍ରମଣକୁ ସର୍ବତ୍ର ନିନ୍ଦା କରାଯାଉଛି।

ପ୍ରକାଶ ଯେ, ଆକ୍ରମଣକାରୀ ପଛରୁ ସିଞ୍ଜୋ ଆବେଙ୍କ ଉପରକୁ ଦୁଇଟି ଗୁଳି ଚଳାଇଥିଲେ, ପରେ ଆବେ ତଳେ ପଡ଼ିଯାଇଥିଲେ। ସେଠାରେ ଉପସ୍ଥିତ ଲୋକମାନେ ସିଞ୍ଜୋ ଆବେଙ୍କୁ CPR ଦେବାକୁ ଚେଷ୍ଟା କରିଥିଲେ। ଏହା ପରେ ତାଙ୍କୁ ହେଲିକପ୍ଟର ଯୋଗେ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା। ଏହି ଆକ୍ରମଣକାରୀ ୪୧ ବର୍ଷିୟ ତେତ୍ସୁୟା ୟମଗମି ବୋଲି ଜଣାପଡିଛି। ଯାହାକୁ ପୋଲିସ ଘଟଣାସ୍ଥଳରୁ ଗିରଫ କରିଛି।

Categories
ଅନ୍ତରାଷ୍ଟ୍ରୀୟ ବିଶେଷ ଖବର

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଉପରେ ବଡ଼ ଆକ୍ରମଣ, ଭାଷଣ ମଝିରେ ଗୁଳି ଚଳାଇଲା ଦୁର୍ବୃତ୍ତ

ନୂଆଦିଲ୍ଲୀ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଉପରେ ଏକ ବଡ଼ ଆକ୍ରମଣ ହୋଇଛି। ଭାଷଣ ସମୟରେ ଆବେଙ୍କ ଉପରକୁ ଗୁଳି କରାଯାଇଛି ଏବଂ ପରେ ସେ ସେଠାରେ ଟଳି ପଡ଼ିଯାଇଛନ୍ତି। ସୂଚନା ଅନୁଯାୟୀ, ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଉପରେ ଆକ୍ରମଣ ନାରା ସହରରେ ହୋଇଥିଲା। ଗୁଳି ଚଳାଇବା ପରେ ସିଞ୍ଜୋ ଆବେ ଲହୁଲୁହାଣ ହୋଇ ତଳେ ପଡ଼ିଯାଇଥିଲେ। ଏହା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଏହି ସୂଚନା ସ୍ଥାନୀୟ ସାମ୍ବାଦିକଙ୍କ ଉଦ୍ଧେଶ୍ୟରେ ବାହାରକୁ ଆସୁଛି। ଯେଉଁଥିରେ କୁହାଯାଇଛି ଯେ ଏହି ଆକ୍ରମଣ ସକାଳ ପ୍ରାୟ ସାଢେ ୧୧ଟା ସମୟରେ ସିଞ୍ଜୋ ଆବେଙ୍କ ଉପରେ ଘଟିଥିଲା। ଏହି ଆକ୍ରମଣ ପରେ ପୋଲିସ ମଧ୍ୟ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ବର୍ତ୍ତମାନ, ସିଞ୍ଜୋ ଆବେଙ୍କ ଅବସ୍ଥା ଗୁରୁତର କି ସେ ବିପଦରୁ ବାହାରିଛନ୍ତି ତାହା ଜଣା ପଡିନାହିଁ। କୁହାଯାଉଛି କି ଆକ୍ରମଣକାରୀ ସିଞ୍ଜୋ ଆବେଙ୍କ ଉପରକୁ ଦୁଇଟି ଗୁଳି ଚଳାଇଥିଲା। କିନ୍ତୁ ଏହା ପରେ ସେ ସେଠାରେ ଠିଆ ହୋଇରହିଥିଲା। ଆକ୍ରମଣକାରୀଙ୍କ ବୟସ ପ୍ରାୟ ୪୦ ବର୍ଷ ବୋଲି କୁହାଯାଉଛି।

ପ୍ରକାଶ ଯୋଗ୍ୟ ଯେ, ଜାପାନ ହେଉଛି ବିଶ୍ୱର ଅନ୍ୟତମ ଦେଶ ଯାହାକୁ ସୁରକ୍ଷିତ ଭାବେ ବିବେଚନା କରାଯାଏ। କିନ୍ତୁ ଏହି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣ ସମସ୍ତଙ୍କୁ ଚକିତ କରିଛି। ଏହି ଘଟଣା ସମ୍ପର୍କରେ ପୋଲିସ ମଧ୍ୟ ସତର୍କ ହୋଇପଡିଛି। ସମଗ୍ର ଅଞ୍ଚଳରେ ସୁରକ୍ଷା ବୃଦ୍ଧି କରାଯାଇଛି। ଅଭିଯୁକ୍ତକୁ ଗିରଫ କରାଯାଇ ଅନୁସନ୍ଧାନ ଜାରି ରହିଛି।

ପଶ୍ଚିମ ଜାପାନର ନାରା ସହରରେ ସିଞ୍ଜୋ ଆବେଙ୍କ ଏହା ଏକ ଛୋଟ ସମାବେଶ ଥିଲା। ଯେଉଁଥିରେ ପ୍ରାୟ ୧୦୦ ଲୋକ ସାମିଲ ଥିଲେ। ଯେତେବେଳେ ଆବେ ଭାଷଣ ଦେବାକୁ ଆସିଥିଲେ, ଜଣେ ଆକ୍ରମଣକାରୀ ପଛରୁ ଗୁଳି ଚଳାଇଥିଲା। ଯାହା ପରେ ଆବେ ତଳେ ପଡ଼ିଗଲେ।

ସିଞ୍ଜୋ ଆବେ ଜାପାନରେ ଦୀର୍ଘ ସମୟ ଧରି କାର୍ଯ୍ୟ କରୁଥିବା ପ୍ରଧାନମନ୍ତ୍ରୀ ହୋଇଥିଲେ। ସିଞ୍ଜୋ ପ୍ରଥମେ ୨୦୦୬ ରେ ଜାପାନର ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହା ପରେ ୨୦୦୭ ମସିହାରେ ସେ ଅସୁସ୍ଥତା ହେତୁ ଏହି ପଦରୁ ଇସ୍ତଫା ଦେଇଥିଲେ। କିନ୍ତୁ ୨୦୧୨ ମସିହାରେ ସେ ପୁନର୍ବାର ଜାପାନର ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ୨୦୨୦ ପର୍ଯ୍ୟନ୍ତ ଏହି ପଦରେ ରହିଥିଲେ। ଅସୁସ୍ଥତା ହେତୁ ସେ ନିଜ ପଦ ଛାଡିଥିଲେ। ସେ କାର୍ଯ୍ୟକାଳ ପୂରଣ କରିପାରିନଥିବାରୁ ଜାପାନବାସୀଙ୍କୁ କ୍ଷମା ମାଗିଥିଲେ। ଆବେ ଦୀର୍ଘ ବର୍ଷ ଧରି ଅଲଜାଇମର କୋଲାଇଟିସରେ ପୀଡିତ ଥିଲେ। ଯାହା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା, ତେଣୁ ସେ ଏହି ପଦ ଛାଡିଥିଲେ। ୟୋସିହିଦେ ସୁଗା ତାଙ୍କ ସ୍ଥାନରେ ନୂତନ ପ୍ରଧାନମନ୍ତ୍ରୀ ହୋଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପାୟୀଙ୍କ ଭିଡିଓ ମାଧ୍ୟମରେ ନିଜ ସରକାରକୁ ଟାର୍ଗେଟ କଲେ ସାଂସଦ ବରୁଣ ଗାନ୍ଧୀ

ନୂଆଦିଲ୍ଲୀ: କେନ୍ଦ୍ର ତଥା ଉତ୍ତରପ୍ରଦେଶରେ ଶାସକ ଭାରତୀୟ ଜନତା ପାର୍ଟିର ସାଂସଦ ବରୁଣ ଗାନ୍ଧୀ ଆଜିକାଲି ଦଳ ବିରୋଧରେ ଆକ୍ରମଣ କରୁଛନ୍ତି। ଲକ୍ଷ୍ମୀପୁର ଖେରୀରେ କୃଷକଙ୍କୁ ଗାଡି ଚଢାଇବା ମାମଲାରେ ବିଜେପି ସରକାରକୁ ସେ ପୁଣିଥରେ ସମାଲୋଚନା କରିବା ସହ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଭାଷଣର ଏକ ଅଂଶ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ବରୁଣ ଗାନ୍ଧୀଙ୍କ ଦ୍ୱାରା ସେୟାର କରାଯାଇଥିବା ଭିଡିଓରେ ବାଜପେୟୀ କୃଷକଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା ଦେଖିବାକୁ ମିଳିଛି। ଭିଡିଓରେ ବାଜପେୟୀ ଏଭଳି କହୁଥିବା ଶୁଣିବାକୁ ମିଳୁଛି ଯେ, “ମୁଁ ସରକାରଙ୍କୁ ଚେତାବନୀ ଦେବାକୁ ଚାହୁଁଛି। ଦମନ ପ୍ରକ୍ରିୟାକୁ ଛାଡିଦିଅ। ଭୟଭୀତ କରିବାକୁ ଚେଷ୍ଟା କର ନାହିଁ। କୃଷକ ଭୟଭୀତ ନୁହଁନ୍ତି। ଆମେ ଦଳୀୟ ରାଜନୀତିକୁ କୃଷକଙ୍କ ଆନ୍ଦୋଳନରେ ବ୍ୟବହାର କରିବାକୁ ଚାହୁଁନାହୁଁ।” କିନ୍ତୁ ଆମେ ଚାଷୀଙ୍କ ଉଚିତ ଦାବିକୁ ସମର୍ଥନ କରୁଛୁ। ଯଦି ସରକାର ଆଇନକୁ ଦମନ କରନ୍ତି, ଅପବ୍ୟବହାର କରନ୍ତି, ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଦମନ କରିବାକୁ ଚେଷ୍ଟା କରନ୍ତି, ତା’ହେଲେ ଆମେ କୃଷକଙ୍କ ଆନ୍ଦୋଳନରେ ଡେଇଁବାକୁ ଦ୍ୱିଧା କରିବୁ ନାହିଁ। ସେମାନଙ୍କ ସହିତ କାନ୍ଧ ସହିତ କାନ୍ଧ ମିଶାଇ ଏକାଠି ଠିଆ ହେବୁ।”

ଗତ ରବିବାର (ଅକ୍ଟୋବର ୧୦ ତାରିଖ) ମଧ୍ୟ ବରୁଣ ଗାନ୍ଧୀ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟନିର୍ବାହୀ ପଦରୁ ବହିଷ୍କୃତ ହେବା ପରେ ଲକ୍ଷ୍ମୀପୁର ଖେରୀ ମାମଲାରେ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କୁ ଟାର୍ଗେଟ କରିଥିଲେ। ଯେଉଁଥିରେ ସେ କହିଥିଲେ ଯେ, ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀରେ ‘ଖାଲିସ୍ତାନୀ’ ଏଭଳି ଘଟଣାକୁ ଘଟାଇଛି। ମନ୍ତ୍ରୀଙ୍କ ନାମ ନ ରଖି ବରୁଣ ଗାନ୍ଧୀ କହିଛନ୍ତି ଯେ, ଏହି ଘଟଣାକୁ ସାମ୍ପ୍ରଦାୟିକ କରିବା ପାଇଁ ପ୍ରୟାସ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଅସୁସ୍ଥ: ଚିକିତ୍ସା ଲାଗି ଏମ୍ସରେ ହେଲେ ଭର୍ତ୍ତି

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଅସୁସ୍ଥ ହୋଇପଡିଛନ୍ତି। ତାଙ୍କୁ ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) ଭର୍ତ୍ତି କରାଯାଇଛି। ଏକ ସୂତ୍ରରୁ ପ୍ରକାଶ, “ସେ ଦୁଇ ଦିନ ପୂର୍ବରୁ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ ଏବଂ ଡାକ୍ତରଙ୍କ ପରାମର୍ଶରେ ଆଜି ତାଙ୍କୁ ଭର୍ତ୍ତି କରାଯାଇଛି। ତାଙ୍କୁ ଡାକ୍ତରଙ୍କ ତତ୍ତ୍ବାବଧାନରେ ରଖାଯାଇଛି।

୨୦୦୪ ମସିହାରୁ ୨୦୧୪ ମସିହା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଥିବା ମନମୋହନ ସିଂ ଚଳିତ ବର୍ଷ କରୋନାରେ ସଂକ୍ରମିତ ହୋଇଥିଲେ। କରୋନା ପଜିଟିଭ୍ ହେବା ପରେ ତାଙ୍କୁ ଏପ୍ରିଲ ୧୯ ତାରିଖରେ ଏମ୍ସ ର ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ଏହା ପରେ, ଏପ୍ରିଲ ୨୯ ତାରିଖରେ ତାଙ୍କୁ ଏମ୍ସ ର ଟ୍ରମା କେନ୍ଦ୍ରରୁ ଡିସଚାର୍ଜ କରାଯାଇଥିଲା। ମାର୍ଚ୍ଚ ୪ ତାରିଖ ଏବଂ ଏପ୍ରିଲ ୩ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ କରୋନା ଟିକା ନେଇଥିଲେ।

ତାଙ୍କୁ ୮୮ ବର୍ଷ ବୟସ ଏବଂ ସେ ମେଦବହୁଳତା ରୋଗରେ ମଧ୍ୟ ପୀଡିତ। ପୂର୍ବତନ ପ୍ରଧାନମନ୍ତ୍ରୀ ମଧ୍ୟ ଦୁଇଟି ବାଇପାସ୍ ସର୍ଜରୀ କରିଛନ୍ତି। ତାଙ୍କର ପ୍ରଥମ ଅସ୍ତ୍ରୋପଚାର ୧୯୯୦ ମସିହାରେ ବ୍ରିଟେନରେ କରାଯାଇଥିଲା। ଯେତେବେଳେ କି ୨୦୦୯ ମସିହାରେ ତାଙ୍କର ଦ୍ୱିତୀୟ ବାଇପାସ୍ ସର୍ଜରୀ ଏମ୍ସ ରେ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନାରେ ଆକ୍ରାନ୍ତ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡା ଏବଂ ତାଙ୍କ ପତ୍ନୀ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ ନେତା ଏଚଡି ଦେବଗୌଡା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏଚଡିଦେବଗୌଡାଙ୍କ ବ୍ୟତୀତ ତାଙ୍କ ପତ୍ନୀ ଚେନ୍ନାମା ମଧ୍ୟ ସଂକ୍ରମଣ ହୋଇଛନ୍ତି। ଆଜି ଦେବଗୌଡା ଟ୍ବିଟ କରି ସୂଚନା ଦେଇଛନ୍ତି। ତାଙ୍କ ସମ୍ପର୍କରେ ଆସିଥିବା ସବୁ ଲୋକଙ୍କୁ କରୋନା ପରୀକ୍ଷା କରାଇବା ପାଇଁ ସେ ଅନୁରୋଧ କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଏଚଡି ଦେବଗୌଡାଙ୍କ ବୟସ ଏବେ ୮୭ ବର୍ଷ। ସେ ଜୁନ ୧ ତାରିଖ ୧୯୯୬ ଠାରୁ ଏପ୍ରିଲ ୨୧ ତାରିଖ ୧୯୯୭ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ଥିଲେ। ଏହାସହିତ ସେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ମଧ୍ୟ ରହିଥିଲେ। ବର୍ତ୍ତମାନ ସେ କର୍ଣ୍ଣାଟକରୁ ରାଜ୍ୟସଭା ସାଂସଦ ଅଛନ୍ତି।