Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ. ମିଶ୍ରଙ୍କ ଶୋକ
ଆଜିର ଖବର

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ. ମିଶ୍ରଙ୍କ ଶୋକ

December 27, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ୟୁପିଏସସିର ଶତାବ୍ଦୀ ସମ୍ମେଳନ କାର୍ଯ୍ୟକ୍ରମର ପୂର୍ଣ୍ଣାଙ୍ଗ ଅଧିବେଶନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ
ୟୁପିଏସସିର ଶତାବ୍ଦୀ ସମ୍ମେଳନ କାର୍ଯ୍ୟକ୍ରମର ପୂର୍ଣ୍ଣାଙ୍ଗ ଅଧିବେଶନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ଭୁବନେଶ୍ୱର: ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ ମିଶ୍ର ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଡକ୍ଟର ମିଶ୍ର ତାଙ୍କର ଶୋକବାର୍ତ୍ତାରେ କହିଛନ୍ତି, ଡକ୍ଟର ମନମୋହନ ସିଂଙ୍କ ବିୟୋଗରେ ଦେଶ ଜଣେ ସମ୍ମାନସ୍ପଦ ନେତା, ବିଶିଷ୍ଟ ଅର୍ଥଶାସ୍ତ୍ରୀ ଏବଂ ମହାନ ବ୍ୟକ୍ତିତ୍ୱଙ୍କୁ ହରାଇଛି। ସ୍ୱର୍ଗତ ଡକ୍ଟର ସିଂହ ଦିଲ୍ଲୀ ସ୍କୁଲ୍‌ ଅଫ୍‌ ଇକୋନୋମିକ୍ସରେ ଶିକ୍ଷାଦାନ କରୁଥିବା ସମୟରେ ତାଙ୍କର ସଂସ୍ପର୍ଶରେ ଆସିଥିଲେ ବୋଲି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ କହିଛନ୍ତି।

ଡକ୍ଟର ମିଶ୍ର କହିଛନ୍ତି, ସେତେବେଳେ ସେ ସ୍ନାତକୋତ୍ତର କଳା ପ୍ରଥମ ବର୍ଷର ଛାତ୍ର ଥିଲେ। ସେ ସମୟରେ ପଶ୍ଚିମ ଓଡ଼ିଶାର ସମ୍ବଲପୁରରୁ ଆସିଥିବା ତାଙ୍କ ଭଳି ଛାତ୍ର ପାଇଁ ଡକ୍ଟର ସିଂହଙ୍କ ଭଳି ଜ୍ଞାନୀ ପ୍ରାଧ୍ୟାପକଙ୍କୁ ପାଇବା ଆଶ୍ୱସ୍ତିର ବିଷୟ ଥିଲା। ତତ୍କାଳୀନ ସମୟରେ ଅମର୍ତ୍ତ୍ୟ ସେନ, ମୃଣାଳ ଦତ୍ତ ଚୌଧୁରୀ, ଏ.ଏମ. ଖୁସ୍ରୁ, କେ.ଏନ. ରାଜ, ସୁଖମୟ ଚକ୍ରବର୍ତ୍ତୀ, ଧର୍ମ କୁମାର ପ୍ରମୁଖଙ୍କ ଭଳି ଖ୍ୟାତନାମା ପ୍ରାଧ୍ୟାପକମାନେ ସେଠାରେ ଶିକ୍ଷାଦାନ କରୁଥିଲେ।

ଅନ୍ତର୍ଜାତୀୟ ବାଣିଜ୍ୟ ଭଳି ଜଟିଳ ବିଷୟକୁ ଖୁବ୍‌ ସହଜରେ ବୁଝାଇବାରେ ଡକ୍ଟର ମନମୋହନ ସିଂହଙ୍କର ଅସାଧାରଣ ସାମର୍ଥ୍ୟ ରହିଥିଲା। ତାଙ୍କର ପାଠ ପଢ଼ାଇବା ଶୈଳୀକୁ ସବୁ ଛାତ୍ରଛାତ୍ରୀ ବୁଝିପାରୁଥିଲେ ଏବଂ ଶିଖିପାରୁଥିଲେ। ଅତ୍ୟନ୍ତ ବିନମ୍ର ଏବଂ ସରଳ ସ୍ୱଭାବର ଥିଲେ ବୋଲି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ମିଶ୍ର କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଆହୁରି କହିଛନ୍ତି ଯେ, ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ ଏବଂ ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟ ସଚିବ ଭାବେ କାର୍ଯ୍ୟରତ ଥିବା ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଭାବେ ଡକ୍ଟର ମନମୋହନ ସିଂହଙ୍କ ସହିତ କାମ କରିବାର ସୁଯୋଗ ତାଙ୍କୁ ମିଳିଥିଲା। ଯେତେବେଳେ ବି ସେ ତାଙ୍କୁ ଭେଟୁଥିଲେ, ତାଙ୍କ ବ୍ୟବହାରରେ ଅନୁରୂପ ସରଳତା, ସଚ୍ଚୋଟତା ଓ ନମ୍ରତା ଦେଖିବାକୁ ମିଳୁଥିଲା।

ଏହି ଦୁଃଖଦ ସମୟରେ ତାଙ୍କର ପରିବାର ଓ ଆତ୍ମୀୟ ସ୍ୱଜନଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଗଭୀର ସମବେଦନା ଜ୍ଞାପନ କରିଛନ୍ତି।

ଡକ୍ଟର ପି.କେ.ମିଶ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ମନମୋହନ ସିଂହ
Share. Facebook Twitter LinkedIn Email WhatsApp Copy Link

Related Posts

Mukteswar Dance Festival: ଆରମ୍ଭ ହେଲା ମୁକ୍ତେଶ୍ଵର ନୃତ୍ୟ ଉତ୍ସବ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

January 23, 2026

ଫେବୃୟାରୀ ୨ ରୁ ରାଷ୍ଟ୍ରପତିଙ୍କ ୬ ଦିନିଆ ଓଡ଼ିଶା ଗସ୍ତ

January 23, 2026

ଶ୍ରେଷ୍ଠ ସରକାରୀ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଭାବେ ସମ୍ମାନିତ ହେଲା ଏମ୍ସ ଭୁବନେଶ୍ୱର

January 23, 2026

ପୂର୍ବତଟ ରେଳପଥର ପଣ୍ୟ ପରିବହନ ଆୟରେ ଦ୍ରୁତତମ ରେକର୍ଡ ଅଭିବୃଦ୍ଧି ହାସଲ

January 23, 2026
Latest News

Mukteswar Dance Festival: ଆରମ୍ଭ ହେଲା ମୁକ୍ତେଶ୍ଵର ନୃତ୍ୟ ଉତ୍ସବ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

January 23, 2026

ଫେବୃୟାରୀ ୨ ରୁ ରାଷ୍ଟ୍ରପତିଙ୍କ ୬ ଦିନିଆ ଓଡ଼ିଶା ଗସ୍ତ

January 23, 2026

ଶ୍ରେଷ୍ଠ ସରକାରୀ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଭାବେ ସମ୍ମାନିତ ହେଲା ଏମ୍ସ ଭୁବନେଶ୍ୱର

January 23, 2026

ପୂର୍ବତଟ ରେଳପଥର ପଣ୍ୟ ପରିବହନ ଆୟରେ ଦ୍ରୁତତମ ରେକର୍ଡ ଅଭିବୃଦ୍ଧି ହାସଲ

January 23, 2026

୩୨୫ କୋଟିର କ୍ଷତି!: ICC ସହିତ ମୁହାଁମୁହିଁ ହେବା ବାଂଲାଦେଶ କ୍ରିକେଟ୍ ବୋର୍ଡକୁ ପଡ଼ିବ ମହଙ୍ଗା?

January 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.