Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନବମ ଓ ଦଶମ ଶ୍ରେଣୀ ଅର୍ଦ୍ଧବାର୍ଷିକ ପରୀକ୍ଷା ଦଶହରା ଛୁଟି ପରେ କରାଯିବ: ଓଷ୍ଟା
ଆଜିର ଖବର

ନବମ ଓ ଦଶମ ଶ୍ରେଣୀ ଅର୍ଦ୍ଧବାର୍ଷିକ ପରୀକ୍ଷା ଦଶହରା ଛୁଟି ପରେ କରାଯିବ: ଓଷ୍ଟା

October 2, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

କଟକ: ଚଳିତ ବର୍ଷ ଅକ୍ଟୋବର ମାସ ୪ ତାରିଖରୁ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀ ନିମନ୍ତେ ଅର୍ଦ୍ଧବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେବାର ଥିଲା, କିନ୍ତୁ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଯଥା- ବ୍ଲକ୍‌ସ୍ତରୀୟ ସୁରଭି, ଜିଲ୍ଲା ଓ ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ତଥା ରାଜ୍ୟର ପ୍ରାଥମିକ ବିଦ୍ୟାଳୟମାନଙ୍କରେ ସ୍କିମାଟିକ୍ ଶିକ୍ଷକ ନିଯୁକ୍ତିମେଳା ଭୁବନେଶ୍ୱରରେ ଅନୁଷ୍ଠିତ ହେଉଥିବାରୁ ଏହି ଅର୍ଦ୍ଧବାର୍ଷିକ ପରୀକ୍ଷା ଦଶହରା ଛୁଟି ପରକୁ ଘୁଞ୍ଚାଇ ଦିଆଯାଇଛି। ରାଜ୍ୟର ପ୍ରାୟ ସମସ୍ତ ମାଧ୍ୟମିକ ବିଦ୍ୟାଳୟରେ ଏହି ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରୀକ୍ଷା ପାଇଁ ଓଷ୍ଟା ପ୍ରଶ୍ନପତ୍ର ପ୍ରସ୍ତୁତ କରି ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ଥିବା ପ୍ରଶ୍ନପତ୍ର ବିତରଣ କେନ୍ଦ୍ରଗୁଡ଼ିକୁ ପଠାଇବାର ବନ୍ଦୋବସ୍ତ କରିଛି ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ ଏକ ପ୍ରେସ୍ ବିବୃତି ମାଧ୍ୟମରେ ଜଣାଇଛନ୍ତି।

ସୂଚନାଥାଉକି, ଚଳିତ ବର୍ଷ ଓଷ୍ଟା ତରଫରୁ ନବମ ଓ ଦଶମ ଶ୍ରେଣୀ ପାଇଁ ଅର୍ଦ୍ଧବାର୍ଷିକ ପରୀକ୍ଷାର ପ୍ରଶ୍ନପତ୍ର ବୋର୍ଡ଼ ନିର୍ଦ୍ଧାରିତ ମୂଲ୍ୟାୟନ ପଦ୍ଧତିରେ ପ୍ରସ୍ତୁତ କରାଯାଇ ଓଡ଼ିଶାର ସମସ୍ତ ସ୍କୁଲକୁ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। ଏହି ପରୀକ୍ଷା ନିମନ୍ତେ ଇଣ୍ଡେଣ୍ଟ ପ୍ରୋଫର୍ମାକୁ ନିର୍ଭୁଲ ଭାବରେ ପୂରଣ କରି ଓଷ୍ଟା ୱେବ୍‌ସାଇଟ୍ ossta.org.in କିମ୍ବା ପରୀକ୍ଷା ମେଲ୍ osstaexamination@gmail.com ରେ ପଠାଇବାକୁ ବିଦ୍ୟାଳୟମାନଙ୍କୁ ଅନୁରୋଧ କରାଯାଇଛି। ଯେଉଁ ବିଦ୍ୟାଳୟମାନେ ସେମାନଙ୍କର ପ୍ରଶ୍ନପତ୍ର ନେବା ପାଇଁ ଇଣ୍ଡେଣ୍ଟ୍ ବିଭିନ୍ନ ମାଧ୍ୟମରେ ଓଷ୍ଟା କାର୍ଯ୍ୟାଳୟକୁ ପଠାଇ ସାରିଛନ୍ତି ସେମାନେ ପୁନର୍ବାର ପଠାଇବାର ଆବଶ୍ୟକତା ନାହିଁ। ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ଅର୍ଦ୍ଧବାର୍ଷିକ ପରୀକ୍ଷା(Half-Yearly Examination) ର programme ଅକ୍ଟୋବର ମାସ ୫ ଓ ୬ ତାରିଖ ରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକାରୀ କିମିଟି ବୈଠକର ନିଷ୍ପତ୍ତି ପରେ ବିଦ୍ୟାଳୟମାନଙ୍କୁ ଜଣାଇ ଦିଆଯିବ।

ଏହି ପରୀକ୍ଷାରେ ପ୍ରଶ୍ନପତ୍ର ପୂର୍ବବର୍ଷ ପରି Booklet ଆକାରରେ ଯୋଗାଇ ଦିଆଯିବ, ଯେଉଁଥିରେ ଛାତ୍ରଛାତ୍ରୀମାନେ ଉତ୍ତର ଲେଖିବେ। ନବମ ଓ ଦଶମ ଶ୍ରେଣୀ ନିମନ୍ତେ ପ୍ରଥମ ୧ ଘଣ୍ଟା OMR Answer Sheet ମାଧ୍ୟମରେ (କେବଳ ଗଣିତ ୧ଘଣ୍ଟା ୧୫ ମିନିଟ୍‌) ଏବଂ ପରବର୍ତ୍ତୀ ୧ ଘଣ୍ଟା ୩୦ ମିନିଟ୍ Subjective ବିଭାଗର ପରୀକ୍ଷା କରାଯିବ।

ପ୍ରତ୍ୟେକ ଶ୍ରେଣୀପାଇଁ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ବୋର୍ଡ଼ର ସିଲାବସ୍ ଅନୁଯାୟୀ ପଢ଼ାଯାଇଥିବା ପାଠ୍ୟକ୍ରମରୁ ପ୍ରଶ୍ନ ଆସିବ। ଚଳିତ ବର୍ଷ ହିନ୍ଦୀ ଓ ସଂସ୍କୃତର ପ୍ରଶ୍ନପତ୍ର ଗୋଟିଏ Booklet ରେ ରହିବ । Half-Yearly Examination ର ପ୍ରଶ୍ନପତ୍ର ପ୍ୟାକେଟ୍ ନିର୍ଘଣ୍ଟ ତାରିଖର ଦୁଇଦିନ ପୂର୍ବରୁ ପ୍ରଶ୍ନପତ୍ର ବିତରଣ କେନ୍ଦ୍ରମାନଙ୍କରେ ପହଞ୍ଚାଇ ଦିଆଯିବ। ସମସ୍ତ ଗୋପନୀୟତା, ସ୍ୱଚ୍ଛତା ଓ ସଫଳତା ପାଇଁ ପ୍ରଧାନ ଶିକ୍ଷକ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକ ମାନଙ୍କର ସାହାଯ୍ୟ, ସହଯୋଗ ଓ ସଦିଚ୍ଛା କାମନା କରାଯାଉଛି ବୋଲି ଓଷ୍ଟା ପକ୍ଷରୁ ସର୍ବଶ୍ରୀ ସଭାପତି ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସଂପାଦକ ବ୍ରଜକିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଶିକ୍ଷାପ୍ରଦୀପ ସଂପାଦକ ଶଙ୍କର କୁମାର ସୁବୁଦ୍ଧି ଏବଂ ପରୀକ୍ଷା ପରିଚାଳନା ସଂପାଦକ ଶ୍ରୀଯୁକ୍ତ ନିର୍ମଳ କୁମାର ଜେନା ପ୍ରମୁଖ ପ୍ରେସ୍ ବିବୃତି ମାଧ୍ୟମରେ ଜଣାଇଛନ୍ତି ।

ଅର୍ଦ୍ଧବାର୍ଷିକ ପରୀକ୍ଷା ଓଷ୍ଟା ନବମ ଓ ଦଶମ ଶ୍ରେଣୀ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଥମ ସପ୍ତାହାନ୍ତରେ ‘ଦି ବେଙ୍ଗଲ୍ ଫାଇଲ୍ସ’ର ଆୟ ୧୧୧% ବୃଦ୍ଧି, ଜାଣନ୍ତୁ ସବୁକିଛି

September 9, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରୀ, ତେବେ ଜଣେ ପ୍ରାର୍ଥୀ ଜିତିବାକୁ କେତେ ଭୋଟ ଆବଶ୍ୟକ

September 9, 2025

ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ: ୧୩ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା

September 9, 2025

ଉପରାଷ୍ଟ୍ରପତି ନିର୍ବାଚନ: ପ୍ରଧାନମନ୍ତ୍ରୀ ମୋଦି ଦେଲେ ଭୋଟ୍

September 9, 2025
Latest News

ପ୍ରଥମ ସପ୍ତାହାନ୍ତରେ ‘ଦି ବେଙ୍ଗଲ୍ ଫାଇଲ୍ସ’ର ଆୟ ୧୧୧% ବୃଦ୍ଧି, ଜାଣନ୍ତୁ ସବୁକିଛି

September 9, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରୀ, ତେବେ ଜଣେ ପ୍ରାର୍ଥୀ ଜିତିବାକୁ କେତେ ଭୋଟ ଆବଶ୍ୟକ

September 9, 2025

ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ: ୧୩ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା

September 9, 2025

ଉପରାଷ୍ଟ୍ରପତି ନିର୍ବାଚନ: ପ୍ରଧାନମନ୍ତ୍ରୀ ମୋଦି ଦେଲେ ଭୋଟ୍

September 9, 2025

ଅଭ୍ୟାସ ସମୟରେ ମୁହାଁମୁହିଁ ହେଲେ ଭାରତ-ପାକିସ୍ତାନ ଖେଳାଳି: ଜାଣନ୍ତୁ କ’ଣ ହେଲା?

September 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.