ନୂଆଦିଲ୍ଲୀ: ଦେଶର ବୃହତ୍ତମ ବ୍ୟାଙ୍କ ଏସବିଆଇ ଏହି ଆର୍ଥିକ ବର୍ଷରେ ଏହାର ନେଟୱାର୍କକୁ ଆହୁରି ବିସ୍ତାର କରିବାକୁ ଯୋଜନା କରିଛି। ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ 2024-25 ଆର୍ଥିକ ବର୍ଷରେ ପ୍ରାୟ 600 ନୂତନ ଶାଖା ଖୋଲିବାକୁ ପ୍ରସ୍ତୁତ ହେଉଛି। ଏଥିମଧ୍ୟରୁ ବହୁ ସଂଖ୍ୟାରେ ଗ୍ରାମୀଣ ଶାଖା ମଧ୍ୟ ରହିବ। ଗତ ଆର୍ଥିକ ବର୍ଷରେ SBI 137 ଟି ଶାଖା ଖୋଲିଥିଲା। ସେଥିମଧ୍ୟରୁ 59 ଟି ଗ୍ରାମାଞ୍ଚଳରେ ଖୋଲା ଯାଇଥିଲା। ଦେଶର ପ୍ରତ୍ୟେକ ଗ୍ରାହକଙ୍କ ନିକଟତର ହେବାକୁ ଏସବିଆଇ ଯୋଜନା କରିଛି। ଯାହାଦ୍ୱାରା ନିଜର ବ୍ୟବସାୟକୁ ବିସ୍ତାର କରିପାରିବ।
SBI ର 22,542 ଶାଖା ଏବଂ 65,000 ଏଟିଏମ୍ ଅଛି:
ଏସବିଆଇ ଚେୟାରମ୍ୟାନ୍ ସିଏସ୍ ଶେଟ୍ଟୀ କହିଛନ୍ତି ଯେ, ବର୍ତ୍ତମାନ ଆମେ ଉଦୀୟମାନ ବଜାର ଉପରେ ଧ୍ୟାନ ଦେଉଛୁ। ଆମର ବର୍ତ୍ତମାନ ଅନେକ ନୂତନ ବିକଶିତ ଆବାସିକ ଅଞ୍ଚଳକୁ ପ୍ରବେଶ ନାହିଁ। ଆମେ ସେହି ଅଞ୍ଚଳରେ ଶୀଘ୍ର ପହଞ୍ଚିବାକୁ ଚାହୁଁଛୁ। ଚଳିତ ବର୍ଷ ପ୍ରାୟ 600 ଟି ଶାଖା ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି। ସେ କହିଛନ୍ତି ଯେ, ଏହାର ସାହାଯ୍ୟରେ ଆମେ ଗ୍ରାହକଙ୍କୁ ଉନ୍ନତ ସେବା ଯୋଗାଇବାରେ ସକ୍ଷମ ହେବୁ। ମାର୍ଚ୍ଚ 2024 ସୁଦ୍ଧା ଦେଶରେ 22,542 ଏସବିଆଇ ଶାଖା ଥିଲା। ଏହା ସହିତ ଏସବିଆଇରେ 65,000 ଏଟିଏମ୍।
ଏସବିଆଇ ଅଧ୍ୟକ୍ଷ କହିଛନ୍ତି ଯେ, ବର୍ତ୍ତମାନ ଆମେ ପ୍ରାୟ 50 କୋଟି ଗ୍ରାହକଙ୍କୁ ଆମର ସେବା ଯୋଗାଉଛୁ। ଆମେ ଗର୍ବିତ ଯେ ଏସବିଆଇ ପ୍ରତ୍ୟେକ ଭାରତୀୟଙ୍କର ବ୍ୟାଙ୍କର୍ ଅଟେ। ଆମେ ମଧ୍ୟ ପ୍ରତ୍ୟେକ ପରିବାର ସହିତ ସଂଯୋଗ କରିବାକୁ ଚାହୁଁଛୁ। ଆମେ ଏସବିଆଇକୁ ଦେଶର ସର୍ବୋତ୍ତମ ବ୍ୟାଙ୍କ କରିବାରେ ନିୟୋଜିତ।