Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖେଲୋ ଇଣ୍ଡିଆ ଯୋଜନାର ଚତୁର୍ଥ ସାଧାରଣ ପରିଷଦ ବୈଠକରେ ଅଧ୍ୟକ୍ଷତା କଲେ ଡ. ମନସୁଖ ମାଣ୍ଡଭୀୟ
ଆଜିର ଖବର

ଖେଲୋ ଇଣ୍ଡିଆ ଯୋଜନାର ଚତୁର୍ଥ ସାଧାରଣ ପରିଷଦ ବୈଠକରେ ଅଧ୍ୟକ୍ଷତା କଲେ ଡ. ମନସୁଖ ମାଣ୍ଡଭୀୟ

October 3, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନିଷିଦ୍ଧ ପଦାର୍ଥ ଚାଲାଣ ଓ ପରିଚାଳନାରେ ଜଡିତଙ୍କ ବିରୋଧରେ କଡ଼ା ଅପରାଧିକ କାର୍ଯ୍ୟାନୁଷ୍ଠାନ: କେନ୍ଦ୍ର ମନ୍ତ୍ରୀ
ନିଷିଦ୍ଧ ପଦାର୍ଥ ଚାଲାଣ ଓ ପରିଚାଳନାରେ ଜଡିତଙ୍କ ବିରୋଧରେ କଡ଼ା ଅପରାଧିକ କାର୍ଯ୍ୟାନୁଷ୍ଠାନ: କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: ଖେଲୋ ଇଣ୍ଡିଆ ଯୋଜନାର ସାଧାରଣ ପରିଷଦ (ଜିସି)ର ଚତୁର୍ଥ ବୈଠକ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ଏବଂ ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଡ. ମନସୁଖ ମାଣ୍ଡଭୀୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟର ବରିଷ୍ଠ ଅଧିକାରୀ, ପ୍ରମୁଖ କ୍ରୀଡ଼ା ନିୟନ୍ତ୍ରଣ ବୋର୍ଡ, ଜାତୀୟ କ୍ରୀଡ଼ା ମହାସଂଘ ଏବଂ କେନ୍ଦ୍ର ମନ୍ତ୍ରଣାଳୟର ପ୍ରମୁଖ ପ୍ରତିନିଧିମାନେ ଯୋଗ ଦେଇଥିଲେ।

ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣାରେ କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଜନସାଧାରଣଙ୍କ ପରାମର୍ଶ ପାଇଁ ମନ୍ତ୍ରଣାଳୟର ୱେବସାଇଟରେ ଏକ ଡ୍ରାଫ୍ଟ କ୍ରୀଡ଼ା ନୀତି ଜାରି କରାଯାଇଛି। ଦେଶର ବିକଶିତ କ୍ରୀଡ଼ା ପରିପ୍ରେକ୍ଷୀରେ ସାମ୍ପ୍ରତିକ ଢାଞ୍ଚାକୁ ଆଧୁନିକୀକରଣ ଏବଂ ଅଧୁନାତନ କରିବା ଏହି ନୀତିର ଲକ୍ଷ୍ୟ । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ସମେତ ହିତାଧିକାରୀ ତଥା ସାଧାରଣ ଜନତାଙ୍କୁ ସେମାନଙ୍କ ମତାମତ ଦାଖଲ ପାଇଁ ନିମନ୍ତ୍ରଣ କରାଯାଇଛି। ଚୂଡ଼ାନ୍ତ ହେବା ପରେ ଏହି ନୀତି ସେହି ରାଜ୍ୟଗୁଡ଼ିକ ପାଇଁ ଏକ ମଡେଲ୍ ଭାବେ କାମ କରିବ ଯେଉଁମାନେ ଏପର୍ଯ୍ୟନ୍ତ ନିଜର କ୍ରୀଡ଼ା ନୀତି ସ୍ଥିର କରିନାହାନ୍ତି।

ଏହି ବୈଠକରେ ଡ. ମାଣ୍ଡଭୀୟ ଖେଲୋ ଇଣ୍ଡିଆ ଯୋଜନାର ଅଗ୍ରଗତିର ସମୀକ୍ଷା କରିବା ସହ କ୍ରୀଡ଼ା ଭିତ୍ତିଭୂମିରେ ଉନ୍ନତି ଆଣିବା ଏବଂ କ୍ରୀଡାବିତମାନଙ୍କ ପ୍ରଦର୍ଶନ ବୃଦ୍ଧି ପାଇଁ ସୁବିଧା ସୁଯୋଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ବିଭିନ୍ନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା, ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସୟୁ) ଏବଂ ଜାତୀୟ କ୍ରୀଡ଼ା ମହାସଂଘ ଅଧୀନରେ ପ୍ରତିଭା ଚିହ୍ନଟ ଓ ପୋଷଣ କ୍ଷେତ୍ରରେ ସମ୍ପୃକ୍ତ ବିଭିନ୍ନ ଏଜେନ୍ସି ମଧ୍ୟରେ ସମନ୍ୱୟ ସୁନିଶ୍ଚିତ କରିବା ପାଇଁ ଏକ ସମ୍ପୂର୍ଣ୍ଣ ସରକାରୀ ଆଭିମୁଖ୍ୟର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ନିମ୍ନଲିଖିତ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେଇ ଉପକମିଟିର ପୁନର୍ଗଠନ ନିମନ୍ତେ କେନ୍ଦ୍ରମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି:

କ୍ରୀଡ଼ାବିତ୍ ମାନଙ୍କ ପାଇଁ ଉନ୍ନତ କ୍ୟାରିୟର ପ୍ରଗତି ସୁନିଶ୍ଚିତ କରିବା ନିମନ୍ତେ ମନ୍ତ୍ରଣାଳୟ ଏବଂ ବିଭାଗ ଗୁଡିକରେ ନିଯୁକ୍ତି ନୀତି ଏବଂ ପ୍ରକ୍ରିୟାରେ ଉନ୍ନତି ଆଣିବା।

କ୍ରୀଡାବିତ୍ ମାନଙ୍କ ପାଇଁ କଲ୍ୟାଣ ଏବଂ ସହାୟତା ବ୍ୟବସ୍ଥା ବୃଦ୍ଧି କରିବା।

ତୃଣମୂଳ ସ୍ତରରେ ପ୍ରତିଭା ଚିହ୍ନଟ ପାଇଁ ପ୍ରଭାବଶାଳୀ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା।

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ କେନ୍ଦ୍ରମନ୍ତ୍ରୀ ଏକ ଉତ୍ସର୍ଗୀକୃତ ପୋର୍ଟାଲ , ଯେଉଁଥିରେ କେନ୍ଦ୍ର ମନ୍ତ୍ରଣାଳୟ ଗୁଡିକରେ କ୍ରୀଡ଼ା ନିଯୁକ୍ତି ସମ୍ପର୍କରେ ସୂଚନା ରହିବ , ତାହା ପ୍ରସ୍ତୁତ କରିବାକୁ ଘୋଷଣା କରିଛନ୍ତି। କ୍ରୀଡ଼ା କୋଟା ଖାଲି ଥିବା ପଦବୀର ବିଜ୍ଞାପନ, ନିଯୁକ୍ତିରେ ଉପଲବ୍ଧତା ଏବଂ ସ୍ୱଚ୍ଛତାରେ ଉନ୍ନତି ଆଣିବା ପାଇଁ ରାଜ୍ୟମାନଙ୍କୁ ମଧ୍ୟ ଏହି ପ୍ଲାଟଫର୍ମ ବ୍ୟବହାର କରିବାକୁ ପ୍ରୋତ୍ସାହିତ କରାଯିବ।

ଏହି ବୈଠକରେ ପ୍ରଧାନମନ୍ତ୍ରୀ ଗତି ଶକ୍ତି ଅଧୀନରେ ସମନ୍ୱିତ କ୍ରୀଡ଼ା ଭିତ୍ତିଭୂମି ଡାଟାବେସ୍ ର ଅଗ୍ରଗତି  ସମ୍ପର୍କରେ ସମୀକ୍ଷା ମଧ୍ୟ କରାଯାଇଥିଲା। ଦେଶର ସମସ୍ତ କ୍ରୀଡ଼ା ଭିତ୍ତିଭୂମିର ବ୍ୟାପକ ତାଲିକା ପ୍ରସ୍ତୁତ କରିବା ପାଇଁ ରାଜ୍ୟ, କ୍ରୀଡ଼ା ମହାସଂଘ ଏବଂ ଅନ୍ୟାନ୍ୟ ସଂସ୍ଥାର ତଥ୍ୟ ସଂଗ୍ରହ କରିବାକୁ ଡ. ମାଣ୍ଡଭୀୟ ନିର୍ଦ୍ଦେଶ ଦେଇଛନ୍ତି।

ଖେଲୋ ଇଣ୍ଡିଆ ଡ. ମନସୁଖ ମାଣ୍ଡଭୀୟ ସାଧାରଣ ପରିଷଦ ବୈଠକ
Share. Facebook Twitter LinkedIn Email WhatsApp Copy Link

Related Posts

ବିଧାନସଭା ନିର୍ବାଚନ: ଆରମ୍ଭ ହେଲା ମତଗଣନା

May 4, 2026

ହର୍ମୁଜ ଦେଇ ଭାରତ ଆସୁଛି ରନ୍ଧନ ଗ୍ୟାସ: ମେ’ ୧୩ରେ ପହଞ୍ଚିବ ୪୬ ହଜାର ମେଟ୍ରିକ ଟନ୍‍ ଏଲ୍‍ପିଜି

May 4, 2026

ଚ଼ିଲିକା ବିଜେପିର ମିଶ୍ରଣ ପର୍ବ: ଯୋଗଦେଲେ ପୂର୍ବତନ ସରପଞ୍ଚ, ସମିତିସଭ୍ୟାଙ୍କ ସମେତ ଶତାଧିକ କର୍ମକର୍ତ୍ତା

May 4, 2026

ଆଉ କିଛି ସମୟର ଅପେକ୍ଷା : ଆସିବ ନିର୍ବାଚନ ଫଳ

May 4, 2026
Latest News

ବିଧାନସଭା ନିର୍ବାଚନ: ଆରମ୍ଭ ହେଲା ମତଗଣନା

May 4, 2026

ହର୍ମୁଜ ଦେଇ ଭାରତ ଆସୁଛି ରନ୍ଧନ ଗ୍ୟାସ: ମେ’ ୧୩ରେ ପହଞ୍ଚିବ ୪୬ ହଜାର ମେଟ୍ରିକ ଟନ୍‍ ଏଲ୍‍ପିଜି

May 4, 2026

ଚ଼ିଲିକା ବିଜେପିର ମିଶ୍ରଣ ପର୍ବ: ଯୋଗଦେଲେ ପୂର୍ବତନ ସରପଞ୍ଚ, ସମିତିସଭ୍ୟାଙ୍କ ସମେତ ଶତାଧିକ କର୍ମକର୍ତ୍ତା

May 4, 2026

ଆଉ କିଛି ସମୟର ଅପେକ୍ଷା : ଆସିବ ନିର୍ବାଚନ ଫଳ

May 4, 2026

ଆଜି ମଇ ୪ ତାରିଖ ସୋମବାରରେ ପାଞ୍ଚୋଟି ରାଶିର ଭାଗ୍ୟରେ ହେବ ବଡ ପରିବର୍ତ୍ତନ

May 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.