Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ୱର ଠାରେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଅନ୍ତର୍ଗତ ସାଂସଦ କମିଟି ବୈଠକ
ଆଜିର ଖବର

ଭୁବନେଶ୍ୱର ଠାରେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଅନ୍ତର୍ଗତ ସାଂସଦ କମିଟି ବୈଠକ

October 4, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ପୂର୍ବ ତଟ ରେଳପଥର ଖୋର୍ଦ୍ଧା ରୋଡ ରେଳ ମଣ୍ଡଳ ପରିସୀମା ମଧ୍ୟରେ ଥିବା ସଂସଦୀୟ କ୍ଷେତ୍ରର ମାନ୍ୟବର ସାଂସଦ ମାନଙ୍କ ଏକ ବିଭାଗୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ଆନ୍ଧ୍ରପ୍ରଦେଶ ଏବଂ ଓଡିଶାର ବିଶିଷ୍ଟ ସାଂସଦ ମାନଙ୍କ ସହ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲଙ୍କ ସମେତ ବରିଷ୍ଠ ରେଳ ଅଧିକାରୀଙ୍କ ସହିତ ବିଭିନ୍ନ ଭିତ୍ତିଭୂମି ଓ ଯାତ୍ରୀ ସେବା ସମ୍ବନ୍ଧରେ ଆଲୋଚନା କରାଯାଇଥିଲା।

ମାନ୍ୟବର ସାଂସଦମାନେ ବରିଷ୍ଠ ସାଂସଦ ତଥା ଲୋକସଭା ସାଂସଦ ଭର୍ତ୍ତୃହରି ମହତାବଙ୍କୁ ବିଭାଗୀୟ କମିଟିର ସଭାପତି ଭାବରେ ମନୋନୀତ କରିଥିଲେ। ଏହି ବୈଠକରେ ଯୋଗଦାନ କରିଥିବା ସାଂସଦମାନେ ହେଲେ….

କେ ରାମମୋହନ ନାଇଡୁ, ବିମାନ ଚଳାଚଳ ମନ୍ତ୍ରୀ ତଥା ସାଂସଦ / ଶ୍ରୀକାକୁଲମ

ବିଭୂ ପ୍ରସାଦ ତରାଇ, ସାଂସଦ / ଜଗତସିଂହପୁର

ଡକ୍ଟର ସମ୍ବିତ ପାତ୍ର, ସାଂସଦ / ପୁରୀ

ସୁଲତା ଦେଓ, ସାଂସଦ / ରାଜ୍ୟସଭା

ସୁଭାଷ ଖୁଣ୍ଟିଆ, ସାଂସଦ / ରାଜ୍ୟସଭା

ଡ଼. ପ୍ରଦିପ କୁମାର ପାଣିଗ୍ରାହୀ, ସାଂସଦ / ବ୍ରହ୍ମପୁର

ଅନନ୍ତ ନାୟକ, ସାଂସଦ / କେନ୍ଦୁଝର

ସୁକାନ୍ତ କୁମାର ପାଣିଗ୍ରାହୀ, ସାଂସଦ / କନ୍ଧମାଳ

ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରା, ସାଂସଦ / ଯାଜପୁର

ଅଭିମନ୍ୟୁ ସେଠୀ, ସାଂସଦ / ଭଦ୍ରକ

ସାଂସଦମାନେ ଗଠନମୂଳକ ଆଲୋଚନାରେ ଭାଗନେଇ ରେଳ ଭିତ୍ତିଭୂମି ବୃଦ୍ଧି ତଥା ଏହି ଅଞ୍ଚଳରେ ଯାତ୍ରୀଙ୍କ ସୁବିଧାରେ ଉନ୍ନତି ଆଣିବା ପାଇଁ ସେମାନଙ୍କର ମୂଲ୍ୟବାନ ମତାମତ ପ୍ରଦାନ କରିଥିଲେ। ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଦ୍ୱାରା ନିଆଯାଇଥିବା ବିକାଶମୂଳକ ପଦକ୍ଷେପ ପାଇଁ ସେମାନେ କୃତଜ୍ଞତା ଜଣାଇବା ସହ ଚାଲୁରହିଥିବା ପ୍ରକଳ୍ପର ଗୁରୁତ୍ୱକୁ ଦର୍ଶାଇ ଟ୍ରେନ୍ ସେବା, ଟ୍ରେନ ରହଣି ଏବଂ ଯାତ୍ରୀ ସୁବିଧା ସମ୍ପର୍କରେ ବିଶେଷ ଭାବେ ଆଲୋଚନା କରିଥିଲେ।

ବୈଠକରେ ଆଲୋଚନା ହୋଇଥିବା ପ୍ରମୁଖ ବିଷୟଗୁଡ଼ିକ ହେଲା…

ବୃଦ୍ଧି ପାଉଥିବା ଯାତ୍ରୀ ଚାହିଦା ମେଣ୍ଟାଇବା ପାଇଁ ଟ୍ରେନ୍ ଚଳାଚଳ ଦିବସ ବୃଦ୍ଧି ଏବଂ ଉପାନ୍ତ ଅଞ୍ଚଳକୁ ଟ୍ରେନ ସେବା ସମ୍ପ୍ରସାରଣ କରିବା।

ନୂତନ ରେଳ ଲାଇନ ନିର୍ମାଣ କାର୍ଯ୍ୟ ଶୀଘ୍ର ସମ୍ପନ୍ନ କରିବା।

ରୋଡ଼ ଅଣ୍ଡର ବ୍ରିଜ୍ (ଉପମାର୍ଗ) ଏବଂ ରୋଡ୍ ଓଭର ବ୍ରିଜ୍ ର ବିକାଶ।

ଷ୍ଟେସନ ମାନଙ୍କରେ ଯାତ୍ରୀଙ୍କ ସୁବିଧା ସୁଦୃଢ଼ କରିବା।

ଟ୍ରେନ, ପ୍ଲାଟଫର୍ମ ଓ ଷ୍ଟେସନ ପରିସରରେ ସ୍ୱଚ୍ଛତା ସମ୍ବନ୍ଧରେ ବିଶେଷ ଧ୍ୟାନଦେବା।

ଚାଲୁରହିଥିବା ରେଳ ପ୍ରକଳ୍ପ ଗୁଡିକୁ ସମୟ ସୀମା ମଧ୍ୟରେ କାର୍ଯ୍ୟକ୍ଷମ କରିବା।

ବିଭିନ୍ନ ଷ୍ଟେସନ ଠାରେ ଟ୍ରେନ ମାନଙ୍କର ରହଣି।

ଆଞ୍ଚଳିକ ପାନ୍ୟପାରିବହନ ଚାହିଦା ପୁରାଣ କରିବା ସହିତ କ୍ରମାଗତ ଭାବେ ଯାତ୍ରୀବାହୀ ଟ୍ରେନ ଚଳାଚଳ କ୍ଷେତ୍ରରେ ଉନ୍ନତି ଆଣିବା କ୍ଷେତ୍ରରେ ପୂର୍ବତଟ ରେଳପଥର ପ୍ରଚେଷ୍ଟାକୁ ମାନ୍ୟବର ସାଂସଦ ମାନେ ପ୍ରଶଂସା କରିଥିଲେ।

ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ତାଙ୍କ ଅଭିଭାଷଣରେ ସାଂସଦମାନଙ୍କୁ ସ୍ୱାଗତ କରିବା ସହ ସେମାନଙ୍କର ମୂଲ୍ୟବାନ ମତାମତ, ଉପଦେଶ ଏବଂ ସମର୍ଥନ ପାଇଁ କୃତଜ୍ଞତା ଜଣାଇଛନ୍ତି। ଯାତ୍ରୀ ସେବାରେ ଉନ୍ନତି ଏବଂ ଚାଲୁରହିଥିବା ଭିତ୍ତିଭୂମି ବିକାଶ ପ୍ରକଳ୍ପ ଉପରେ ଧ୍ୟାନ ଦେଇ ସେ ପୂର୍ବତଟ ରେଳପଥର କାର୍ଯ୍ୟଦକ୍ଷତା ଉପରେ ମଧ୍ୟ ଆଲୋକପାତ କରି ଯାତ୍ରୀ ପରିଷେବା କ୍ଷେତ୍ରରେ ଉନ୍ନତି ଆଣିବା ଏବଂ ବିଭିନ୍ନ ଚାଲୁରହିଥିବା ରେଳ ପ୍ରକଳ୍ପ ଗୁଡିକର ଅଗ୍ରଗତିର ସ୍ଥିତି ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ।

ଏହି ବୈଠକରେ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଏଚ ଏସ ବଜୱା ଙ୍କ ସମେତ ରେଳପଥ ମୁଖ୍ୟାଳୟର ପ୍ରମୁଖ ବିଭାଗୀୟ ଅଧିକାରୀ ଓ ଖୋର୍ଦ୍ଧା ରୋଡ ରେଳମଣ୍ଡଳର ଅଧିକାରୀମାନେ ଯୋଗ ଦେଇଥିଲେ।

ଖୋର୍ଦ୍ଧା ରୋଡ ରେଳ ମଣ୍ଡଳ ପରମେଶ୍ୱର ଫୁଙ୍କୱାଲ ପୂର୍ବ ତଟ ରେଳପଥ ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

‘ପୋଲିସ ସ୍ମାରକୀ ଦିବସ’ରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ପ୍ରତିରକ୍ଷା ମନ୍ତ୍ରୀ

October 19, 2025

ଇସ୍ତଫା ଦେବେ ଅଜିତ ଅଗରକର, ଟିମ୍ ଇଣ୍ଡିଆର ନୂତନ ମୁଖ୍ୟ ଚୟନକର୍ତ୍ତା ହେବେ କି ରବି ଶାସ୍ତ୍ରୀ?

October 19, 2025

ବିପୁଳ ପରିମାଣରେ ବେଆଇନ ବାଣ ଜବତ କଲା ବାଣପୁର ପୋଲିସ

October 19, 2025

ଭାରତୀୟମାନଙ୍କୁ କାହିଁକି ବଳପୂର୍ବକ ବିତାଡ଼ିତ କରୁଛନ୍ତି କାନାଡା ସରକାର?: ପ୍ରଧାନମନ୍ତ୍ରୀଙ୍କ ବଡ଼ ଖୁଲାସା

October 19, 2025
Latest News

‘ପୋଲିସ ସ୍ମାରକୀ ଦିବସ’ରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ପ୍ରତିରକ୍ଷା ମନ୍ତ୍ରୀ

October 19, 2025

ଇସ୍ତଫା ଦେବେ ଅଜିତ ଅଗରକର, ଟିମ୍ ଇଣ୍ଡିଆର ନୂତନ ମୁଖ୍ୟ ଚୟନକର୍ତ୍ତା ହେବେ କି ରବି ଶାସ୍ତ୍ରୀ?

October 19, 2025

ବିପୁଳ ପରିମାଣରେ ବେଆଇନ ବାଣ ଜବତ କଲା ବାଣପୁର ପୋଲିସ

October 19, 2025

ଭାରତୀୟମାନଙ୍କୁ କାହିଁକି ବଳପୂର୍ବକ ବିତାଡ଼ିତ କରୁଛନ୍ତି କାନାଡା ସରକାର?: ପ୍ରଧାନମନ୍ତ୍ରୀଙ୍କ ବଡ଼ ଖୁଲାସା

October 19, 2025

“୫୦୦ ବର୍ଷର ଅପମାନ ଏବଂ ସଂଘର୍ଷ ପରେ ବିଶ୍ୱାସର ବିଜୟ”: ଦୀପୋତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗୀ

October 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.