Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାକୁୁ ଏକ ପ୍ରତିରକ୍ଷା ସରଞ୍ଜାମ କରିଡରରେ ପରିଣତ କରାଯାଉ: ପ୍ରତିରକ୍ଷା ବିଶେଷଜ୍ଞ
ଆଜିର ଖବର

ଓଡ଼ିଶାକୁୁ ଏକ ପ୍ରତିରକ୍ଷା ସରଞ୍ଜାମ କରିଡରରେ ପରିଣତ କରାଯାଉ: ପ୍ରତିରକ୍ଷା ବିଶେଷଜ୍ଞ

October 5, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭାରତୀୟ ସେନାବାହିନୀରେ ବ୍ୟବହାର ନିମନ୍ତେ ଆବଶ୍ୟକୀୟ ଉପକରଣକୁ ନେଇ ଆତ୍ମନିର୍ଭରଶୀଳ ହେବା ଲକ୍ଷ୍ୟରେ ଦେଶ କାର୍ଯ୍ୟ କରୁଥିବା ବେଳେ ଓଡ଼ିଶାକୁ ଏକ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ହବ୍‌ରେ ପରିଣତ କରିବା ନିମନ୍ତେ ରାଜ୍ୟରେ ପର୍ଯ୍ୟାପ୍ତ ସୁଯୋଗ ରହିଛି ବୋଲି ଶନିବାର ପ୍ରତିରକ୍ଷା ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।

ଭାରତୀୟ ସେନାବାହିନୀର ପୂର୍ବତନ ଉପମୁଖ୍ୟ ଲେଫ୍ଟନାଂଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି କହିଛନ୍ତି ଯେ ଓଡ଼ିଶାରେ ଯେଉଁଭଳି ପର୍ଯ୍ୟାପ୍ତ ସୁଯୋଗ ରହିଛି ଏଠାରେ ସଫଳ ଭାବେ ଏକ ପ୍ରତିରକ୍ଷା ସରଞ୍ଜାମ କରିଡର ସୃଷ୍ଟି କରିହେବ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶନିବାର ଆୟୋଜିତ ‘ମିଶନ୍‌: ମେକ୍ ଇନ୍ ଓଡ଼ିଶା ଫର୍ ଡିଫେନ୍ସ ଇଣ୍ଡଷ୍ଟ୍ରୀ-ଅପର୍ଚୁନିଟିଜ୍ ଗାଲୋର’ ସମ୍ମିଳନୀର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ଲେଫ୍ଟନାଂଟ ଜେନେରାଲ ମହାନ୍ତି।

ଏହି ସମ୍ମିଳନୀକୁ ଓଡ଼ିଶା କର୍ପୋରେଟ ଫାଉଣ୍ଡେସନ୍‌, ସୋଆ ଏବଂ ସୋଆ ସେଂଟର ଫର୍ ଇନୋଭେସନ୍ ଆଣ୍ଡ ଇନ୍‌କ୍ୟୁବେସନ୍ (ସୋଆ-ସିଆଇଆଇ)ର ମିଳିତ ସହଯୋଗରେ ଆୟୋଜନ କରାଯାଇଥିଲା। ଏହାର ଉଦ୍ଦେଶ୍ୟ ହେଉଛି ଉଦ୍ୟୋଗପତି ଏବଂ ଶିଳ୍ପ କ୍ଷେତ୍ରର ବ୍ୟକ୍ତିଙ୍କୁ ସେନାବାହିନୀର ବିଶେଷଜ୍ଞଙ୍କ ସହ ଗୋଟିଏ ମଂଚରେ ଏକିତ୍ରିତ କରିବା।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଲୋକସଭା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ପୂର୍ବତନ ଏଓସି-ଇନ୍ -ସି, ଇଷ୍ଟର୍ଣ୍ଣ ଏୟାର କମାଣ୍ଡ ଏୟାର ମାର୍ଶାଲ ଡି.କେ. ପଟ୍ଟନାୟକ, ଡିଆର୍‌ଡିଓର ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ୍ ସିଷ୍ଟମ୍‌ର ଡାଇରେକ୍ଟର ଜେନେରାଲ ଡକ୍ଟର ବି.କେ. ଦାସ, ପୂର୍ବତନ ଆଡିସ୍‌ନାଲ୍ ସର୍ଭେୟର ଜେନେରାଲ ତଥା ଓସିଏଫ୍‌ର ଚେୟାରମ୍ୟାନ ମେଜର ଜେନେରାଲ ରମେଶ ଚନ୍ଦ୍ର ପାଢ଼ୀ, ଓସିଏଫର କୋ-ଚେୟାରମ୍ୟାନ ବ୍ରିଗେଡିୟର ଏଲ୍‌.ସି. ପଟ୍ଟନାୟକ ଏବଂ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍‌ର ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ତୁଷାର ସାହୁ ବକ୍ତବ୍ୟ ରଖିଥିଲେ।

ଲେଫ୍ଟନାଂଟ ଜେନେରାଲ ମହାନ୍ତି କହିଥିଲେ ଯେ ଓଡ଼ିଶାରେ ପର୍ଯ୍ୟାପ୍ତ ପରିମାଣର ଖଣିଜ ସମ୍ପଦ, ୪୮୦ କିଲୋମିଟର ଦୀର୍ଘ ସମୁଦ୍ରତଟ, ସଡ଼କ ଓ ପର୍ଯ୍ୟାପ୍ତ ପରିମାଣର କୁଶଳୀ କାରୀଗର ରହିଥିବା ବେଳେ ଓଡ଼ିଶାକୁ ଏକ ପ୍ରତିରକ୍ଷା ସରଞ୍ଜାମ କେନ୍ଦ୍ର ଭାବେ ଗଢ଼ି ତୋଳିବା ନେଇ ଏହି ସମ୍ମିଳନୀ ଏକ ମଂଚ ପ୍ରସ୍ତୁତ କରୁଛି।

ଓଡ଼ିଶାରେ ବିଭିନ୍ନ ପ୍ରତିରକ୍ଷା କେନ୍ଦ୍ର ଯେପରିକି ସୁନାବେଡାର ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (ହାଲ୍‌), ବଲାଙ୍ଗୀର ସ୍ଥିତ ଅର୍ଡନାନ୍ସ ଫ୍ୟାକ୍ଟ୍ରୀ ଏବଂ ବାଲେଶ୍ୱରର ଚାନ୍ଦିପୁରରେ ଇନ୍‌ଟରିମ୍ ଟେଷ୍ଟ ରେଞ୍ଜ (ଆଇଟିଆର୍‌) ଏବଂ ପ୍ରୁଫ୍ ଆଣ୍ଡ ଏକ୍ସପେରିମେଂଟାଲ୍ ଏଷ୍ଟାବ୍ଲିସ୍‌ମେଂଟ ରହିଛି । ପୂର୍ବ ଭାରତରେ କୌଣସି ପ୍ରତିରକ୍ଷା ଶିଳ୍ପ କରିଡର ନଥିବା ଦୃଷ୍ଟିରୁ ଓଡ଼ିଶାକୁ ଏକ ପ୍ରତିରକ୍ଷା ସରଞ୍ଜାମ ହବ୍ ଭାବେ ପରିଣତ କରିହେବ ବୋଲି ସେ କହିଥିଲେ।

ପ୍ରତିରକ୍ଷା କ୍ଷେତ୍ରରେ ବ୍ୟବହୃତ ହେଉଥିବା ସରଞ୍ଜାମ ଓ ଅନ୍ୟ ଉପକରଣଗୁଡ଼ିକ ନିମନ୍ତେ ହେଉଥିବା ଖର୍ଚ୍ଚ ବିଷୟରେ ଧାରଣା ସୃଷ୍ଟି କରିବାକୁ ଲେଫ୍ଟନାଂଟ ଜେନେରାଲ ମହାନ୍ତି କହିଥିଲେ ଯେ ଗୋଟିଏ ଏୟାରକ୍ରାଫ୍ଟ କ୍ୟାରିୟର ଯୁଦ୍ଧ ଜାହାଜ ନିର୍ମାଣରେ ପ୍ରାୟ ୨୩୦୦୦ କୋଟି ଟଙ୍କା ବ୍ୟୟ କରାଯାଏ ଯାହାକି ସିକିମ ଭଳି ଗୋଟିଏ ରାଜ୍ୟର ବାର୍ଷିକ ବଜେଟର ପ୍ରାୟ ଦୁଇଗୁଣ । ଗୋଟିଏ ହେଲିକପ୍ଟର ନିର୍ମାଣରେ ୧୧୦ କୋଟି ଟଙ୍କା ଓ ଗୋଟିଏ ଅର୍ଜୁନ୍ ବ୍ୟାଟଲ ଟ୍ୟାଙ୍କ ନିମନ୍ତେ ୪୫ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ।

ସେ କହିଥିଲେ ଯେ, ଓଡ଼ିଶାର ନୂତନ ସରକାର ଶିଳ୍ପ କ୍ଷେତ୍ରରେ ୫ ଲକ୍ଷ କୋଟି ଟଙ୍କାର ବିନିଯୋଗ ଲକ୍ଷ୍ୟ ରଖିଛନ୍ତି । ଏଥି ନିମନ୍ତେ ସରକାର ମଧ୍ୟ ୧୬୦,୦୦୦ ଏକର ପର୍ଯ୍ୟବେସିତ ଲ୍ୟାଣ୍ଡ ବ୍ୟାଙ୍କର ମଧ୍ୟ ବ୍ୟବସ୍ଥା କରିଛନ୍ତି।

ଓଡ଼ିଶାକୁ ଏକ ପ୍ରତିରକ୍ଷା ସରଞ୍ଜାମ ହବ୍‌ରେ ପରିଣତ କରିବାର ପ୍ରୟାସକୁ ପ୍ରଶଂସା କରି ସାଂସଦ ଶ୍ରୀ ଷଡ଼ଙ୍ଗୀ କହିଥିଲେ ଯେ ଏହି ଉଦ୍ୟମକୁ ବାସ୍ତବ ରୂପ ଦେବା ନିମନ୍ତେ ପ୍ରଚେଷ୍ଟା ଆବଶ୍ୟକ। ଓଡ଼ିଶାରେ ବର୍ତମାନ ଯେଉଁ ସରକାର ଅଛନ୍ତି ଏହି ଉଦ୍ୟମକୁ ସମର୍ଥନ କରି ବାସ୍ତବତାର ରୂପ ଦେବେ ବୋଲି ସେ କହିଥିଲେ।

ଚାନ୍ଦିପୁର ସ୍ଥିତ ଆଇଟିଆର୍‌ର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ଦାସ କହିଥିଲେ ଯେ ଡିଆର୍‌ଡିଓ ପକ୍ଷରୁ ୧୦ କିଲୋମିଟର ରେଞ୍ଜର ତ୍ରିଶୁଳ ମିଜାଇଲ୍ ପ୍ରସ୍ତୁତ କରାଯାଇଥିଲା। ଏହାର ସରଞ୍ଜାମଗୁଡ଼ିକୁ ଆମେରିକା ଓ ଇସ୍ରାଏଲ୍‌ରୁ ଆମଦାନୀ କରାଯାଇଥିଲା। ଯେତେବେଳେ ଏହାର ଆମଦାନୀ ବନ୍ଦ ହୋଇଗଲା ଏହି ସାମଗ୍ରୀକୁ ସରକାର ନିଜ ଦେଶରେ ପ୍ରସ୍ତୁତ କରିବାର ନିଷ୍ପତି ନେଇଥିଲେ ଏବଂ ଏହା ଖୁବ୍ ସଫଳ ହୋଇଥିଲା।

ପରବର୍ତ୍ତୀ ସମୟରେ ୫୦୦୦ କିମି ରେଞ୍ଜର ଅଗ୍ନି ମିଜାଇଲ୍ ପ୍ରସ୍ତୁତ ହେବା ସମୟରେ ଏଥିରେ ବ୍ୟବହୃତ ସରଞ୍ଜାମଗୁଡ଼ିକୁ ଦେଶ ମଧ୍ୟରେ ହିଁ ପ୍ରସ୍ତୁତ କରାଯାଇଥିଲା। ବର୍ତ୍ତମାନ ରାଡାର ଓ ଟେଲିମେଟ୍ରିକ୍ ସିଷ୍ଟମରେ ବ୍ୟବହାର କରାଯାଉଥିବା ସରଞ୍ଜାମ ଏବଂ ଉତ୍ପାଦଗୁଡ଼ିକୁ ଭାରତରେ ହିଁ ପ୍ରସ୍ତୁତ କରାଯାଉଥିବା ସେ କହିଥିଲେ।

ବିଶ୍ୱରେ ଏକ ଶକ୍ତିଶାଳୀ ଦେଶ ଭାବେ ଉଭା ହେବା ନିମନ୍ତେ ଭାରତକୁ ପ୍ରତିରକ୍ଷା କ୍ଷେତ୍ରରେ ନିଜକୁ ଦୃଢ଼ କରିବାକୁ ପଡ଼ିବ। ତେଣୁ ଏ କ୍ଷେତ୍ରରେ ସରଞ୍ଜାମ ପ୍ରସ୍ତୁତି ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ବ୍ରିଗେଡିୟର (ଡ) ପଟ୍ଟନାୟକ କହିଥିଲେ। ସୁନାବେଡା ସ୍ଥିତ ହାଲ୍ ବିମାନ ଇଞ୍ଜିନ୍ ପ୍ରସ୍ତୁତ କରିବା ନିମନ୍ତେ ୨୬,୦୦୦ କୋଟି ଟଙ୍କାର ଅର୍ଡର ପାଇଥିବା ସେ କହିଥିଲେ।

ଏହି ଏକ ଦିବସୀୟ ସମ୍ମିଳନୀରେ ପ୍ରତିରକ୍ଷା ସରଞ୍ଜାମ ସମ୍ବନ୍ଧୀୟ ଅନେକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଶ୍ରୀ ତୁଷାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ଓଡିଶା ଭାରତୀୟ ସେନାବାହିନୀ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କ ୧୭ତମ ଅଭିଯୋଗ ଶୁଣାଣି, ଯୋଗଦେଲେ ୫ ଜଣ ମନ୍ତ୍ରୀ

February 9, 2026

RSS କାର୍ଯ୍ୟକ୍ରମରେ ଯୋଗ ଦେଲେ ରୂପାଲି ଗାଙ୍ଗୁଲି: ଫଟୋ ସେୟାର କରି ବ୍ୟକ୍ତ କଲେ ଖୁସି

February 9, 2026

ବଡ଼ମାଳ ମହୋତ୍ସବ ଦହନା: ଦର୍ଶକଙ୍କୁ ବାନ୍ଧି ରଖିଲା ହସ୍ୟକବିଙ୍କ ବ୍ୟଙ୍ଗ, ନାଚ ଗୀତରେ ଦୁଲୁକିଲା ମଞ୍ଚ

February 9, 2026

ଅନ୍ଧାରରେ ବୁଡ଼ିଯିବ ବାଂଲାଦେଶ?: ବିଦ୍ୟୁତ୍ ଯୋଗାଣ ବନ୍ଦ କରିବାକୁ ଧମକ ଦେଲା ଆଦାନୀ ଗ୍ରୁପ୍

February 9, 2026
Latest News

ମୁଖ୍ୟମନ୍ତ୍ରୀଙ୍କ ୧୭ତମ ଅଭିଯୋଗ ଶୁଣାଣି, ଯୋଗଦେଲେ ୫ ଜଣ ମନ୍ତ୍ରୀ

February 9, 2026

RSS କାର୍ଯ୍ୟକ୍ରମରେ ଯୋଗ ଦେଲେ ରୂପାଲି ଗାଙ୍ଗୁଲି: ଫଟୋ ସେୟାର କରି ବ୍ୟକ୍ତ କଲେ ଖୁସି

February 9, 2026

ବଡ଼ମାଳ ମହୋତ୍ସବ ଦହନା: ଦର୍ଶକଙ୍କୁ ବାନ୍ଧି ରଖିଲା ହସ୍ୟକବିଙ୍କ ବ୍ୟଙ୍ଗ, ନାଚ ଗୀତରେ ଦୁଲୁକିଲା ମଞ୍ଚ

February 9, 2026

ଅନ୍ଧାରରେ ବୁଡ଼ିଯିବ ବାଂଲାଦେଶ?: ବିଦ୍ୟୁତ୍ ଯୋଗାଣ ବନ୍ଦ କରିବାକୁ ଧମକ ଦେଲା ଆଦାନୀ ଗ୍ରୁପ୍

February 9, 2026

ପାକିସ୍ତାନର ୟୁ-ଟର୍ଣ୍ଣ: ଟି୨୦ ବିଶ୍ୱକପରେ ଭାରତ ସହିତ ଖେଳିବାକୁ ରାଜି

February 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.