Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପିଏମ କିଷାନର ୧୮ ତମ କିସ୍ତି ଛାଡିଲେ ପ୍ରଧାନମନ୍ତ୍ରୀ: ଜାଣନ୍ତୁ ଖୋର୍ଦ୍ଧା ଜିଲ୍ଲାରେ କେତେ ଚାଷୀଙ୍କୁ ମିଳିଲା ଟଙ୍କା
ଆଜିର ଖବର

ପିଏମ କିଷାନର ୧୮ ତମ କିସ୍ତି ଛାଡିଲେ ପ୍ରଧାନମନ୍ତ୍ରୀ: ଜାଣନ୍ତୁ ଖୋର୍ଦ୍ଧା ଜିଲ୍ଲାରେ କେତେ ଚାଷୀଙ୍କୁ ମିଳିଲା ଟଙ୍କା

October 6, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷକ ମାନଙ୍କୁ ୧୮ ତମ ପ୍ରଧାନମନ୍ତ୍ରୀ କିଷାନ ନିଧି ସମ୍ମାନ (ପିଏମ କିଷାନ) ସହାୟତା ଅର୍ଥ ସିଧାସଳଖ ପ୍ରଦାନ କରିଥିଲା ବେଳେ ଏ ନେଇ ଭାରତ ବର୍ଷର ସମସ୍ତ ଚାଷୀ ମାନଙ୍କୁ ସମ୍ବୋଧିତ କରି ଏହି ସହାୟତା ରାଶିର ସଦବିନିଯୋଗ କରିବାକୁ କହିଛନ୍ତି। ଏହି ଅବସରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସଭାଗୃହରେ ଜିଲ୍ଲାର ୧୦୦ ରୁ ଉର୍ଦ୍ଧ୍ବ ଚାଷୀଙ୍କୁ ନେଇ ଜିଲ୍ଲା ସ୍ତରୀୟ କିଷାନ ସମ୍ମାନ ସହାୟତା ଉତ୍ସବ ଆୟୋଜନ ହୋଇଥିଲା ବେଳେ ଚାଷୀମାନେ ଲାଇଭ ଟେଲିକାଷ୍ଟ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସୁବାର୍ତ୍ତା ଗ୍ରହଣ କରିଥିଲେ।

ତେବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରବିନାରାୟଣ ସେନାପତିଙ୍କ ସୂଚନା ଅନୁସାରେ ଚଳିତ ୧୮ ତମ କିସ୍ତିରେ ଜିଲ୍ଲାରେ ମୋଟ ୬୭ ହଜାର ୫୦୨ ଜଣ କୃଷକ ପିଏମ କିଷାନ ସହାୟତା ପାଇଥିବା ବେଳେ ଜିଲ୍ଲାରେ ୯୩ ହଜାରରୁ ପଞ୍ଜିକରଣ କରିଥିଲେ। ତେବେ ଗତ ୧୭ ତମ କିସ୍ତି ବେଳେ ଖୋର୍ଦ୍ଧା ଜିଲ୍ଲାରେ ୬୨ ହଜାର ଜଣ କୃଷକ ପିଏମ କିଶନ ସହାୟତା ପାଇଥିଲା ବେଳେ ଚଳିତ ଥର ୫ ହଜାର ଜଣ କୃଷକ ଅଧିକ ଏହି ସହାୟତା ରାଶି ପାଇଛନ୍ତି।

ତେବେ ଜିଲ୍ଲାର ସମସ୍ତ ଯୋଗ୍ୟ ହିତାଧିକାରୀ EKYC କରିବା ବ୍ୟାଙ୍କ ଆକାଉଣ୍ଟରେ ଆଧାର ଲିଙ୍କ, ମୋବାଇଲ ଲିଙ୍କ ଓ ବ୍ୟାଙ୍କରେ NPCL ଲିଙ୍କ କରି ସଠିକ ରୂପେ ଆବେଦନ କରିବାକୁ ଜିଲ୍ଲା କୃଷି ଅଧିକାରୀ ରବିନାରାୟଣ ସେନାପତି ପ୍ରକାଶ କରିଛନ୍ତି।

ଏହି ଟେଲିକାଷ୍ଟ ଉତ୍ସବ ପାଳନ ଅବସରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ବ୍ଲକର ଚାଷୀମାନେ ଉପସ୍ଥିତ ଥିଲା ବେଳେ କୃଷି ଜ଼ିଲ୍ଲା ଅଧିକାରୀ, ଖୋର୍ଦ୍ଧା ପ୍ରଦୀପ୍ତ କୁମାର ପଣ୍ଡା,ସହକାରୀ କୃଷି ନିର୍ଦେଶକ,ବିଭୁଦତ୍ତ ସାହୁ, ସହକାରୀ କୃଷି ଅଧିକାରୀ ମଧୁସ୍ମିତା ଶତପଥୀ,ପଲ୍ଲବୀ ସାହୁ,ତୁଷାରକାନ୍ତ ସାହୁ, ବବିତା ସା, ବରସାହି ସରପଞ୍ଚ ଶରତ କୁମାର ବେହେରା ପ୍ରମୁଖ ଙ୍କ ସହିତ କୃଷି ବିଭାଗର ଷ୍ଟାଫଉପସ୍ଥିତ ରହି ସହଯୋଗ କରିଥିଲେ।

ସେହିପରି ଜିଲ୍ଲାର ସମସ୍ତ ବ୍ଲକ ରେ ଏହି ଉତ୍ସବ ପାଳନ ହୋଇଥିଲା ବେଳେ ସ୍ଥାନୀୟ କୃଷି ଅଧିକାରୀ, ଗ୍ରାମ୍ୟ କୃଷି କର୍ମୀ ଓ ସ୍ଥାନୀୟ ଚାଷୀ ମାନେ ଉପସ୍ଥିତ ଥିଲେ।

ଖୋର୍ଦ୍ଧା ଜିଲ୍ଲା ନରେନ୍ଦ୍ର ମୋଦି ପିଏମ କିଷାନ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି କମିଲା ସୁନା ଓ ରୂପାର ମୂଲ୍ୟ: ଜାଣନ୍ତୁ ଗୋଟିଏ ଦିନରେ କେତେ ହ୍ରାସ?

March 30, 2026

ISI ନିର୍ଦ୍ଦେଶରେ ଭାରତ ବିରୁଦ୍ଧରେ ଷଡ଼ଯନ୍ତ୍ର!: ଦିଲ୍ଲୀ ସୀମାରୁ ଲସ୍କର ଆତଙ୍କବାଦୀ ଗିରଫ

March 30, 2026

ଓଡିଶାରେ ଯୁଦ୍ଧର ପ୍ରଭାବ, ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଡାକିଲେ ଜିଲ୍ଲାପାଳମାନଙ୍କ ବୈଠକ

March 30, 2026

ବାଣପୁର ଓକିଲ ସଂଘ ନିର୍ବାଚନ: ନିର୍ବାଚନ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ପରାଜିତ ପ୍ରାର୍ଥୀ

March 30, 2026
Latest News

ଆଜି କମିଲା ସୁନା ଓ ରୂପାର ମୂଲ୍ୟ: ଜାଣନ୍ତୁ ଗୋଟିଏ ଦିନରେ କେତେ ହ୍ରାସ?

March 30, 2026

ISI ନିର୍ଦ୍ଦେଶରେ ଭାରତ ବିରୁଦ୍ଧରେ ଷଡ଼ଯନ୍ତ୍ର!: ଦିଲ୍ଲୀ ସୀମାରୁ ଲସ୍କର ଆତଙ୍କବାଦୀ ଗିରଫ

March 30, 2026

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବିବାଦୀୟ ବିବୃତ୍ତି ମାମଲା: କଂଗ୍ରେସ ନେତାଙ୍କୁ ହାଇକୋର୍ଟଙ୍କ ଆଶ୍ୱସ୍ତି

March 30, 2026

ଓଡିଶାରେ ଯୁଦ୍ଧର ପ୍ରଭାବ, ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଡାକିଲେ ଜିଲ୍ଲାପାଳମାନଙ୍କ ବୈଠକ

March 30, 2026

ବାଣପୁର ଓକିଲ ସଂଘ ନିର୍ବାଚନ: ନିର୍ବାଚନ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ପରାଜିତ ପ୍ରାର୍ଥୀ

March 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.