Categories
ଆଜିର ଖବର ଜାତୀୟ ଖବର

ହୋଲି ପୂର୍ବରୁ ଏହି ଦିନ ଆସିପାରେ ପିଏମ କିଷାନର ୧୩ ତମ କିସ୍ତି, ତାଲିକାରେ ଯାଞ୍ଚ କରନ୍ତୁ ନାମ

ନୂଆଦିଲ୍ଲୀ: କେନ୍ଦ୍ରରେ ଥିବା ମୋଦୀ ସରକାର ସାରା ଦେଶରେ ଚାଷୀଙ୍କ ପାଇଁ ଅନେକ ଲାଭଦାୟକ ଯୋଜନା ଚଳାଉଛନ୍ତି। ଯାହାଦ୍ୱାରା ଚାଷୀଙ୍କ ଆୟ ଦ୍ୱିଗୁଣିତ ହୋଇପାରିବ। ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୨ ଟି କିସ୍ତି କୃଷକଙ୍କ ଆକାଉଣ୍ଟରେ ପହଞ୍ଚିଛି। କୃଷକମାନେ ବର୍ତ୍ତମାନ ଉତ୍ସାହର ସହିତ ୧୩ ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି। ଏହା ସହିତ ଜଡିତ ନୂତନ ଅପଡେଟ କ’ଣ ଜାଣନ୍ତୁ….

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୧୩ ତମ କିସ୍ତି ହୋଲି ପୂର୍ବରୁ କୃଷକଙ୍କ ଆକାଉଣ୍ଟକୁ ଆସିବ ବୋଲି ଆଶା କରାଯାଉଛି। ଖୁବ ଶୀଘ୍ର କେନ୍ଦ୍ର ସରକାର ୧୩ ତମ କିସ୍ତି ମୁକ୍ତ କରିବାକୁ ଯୋଜନା କରୁଛନ୍ତି। ଏହି ଯୋଜନା ଫେବୃଆରୀ ୨୪ ତାରିଖ ୨୦୧୯ ରେ ଆରମ୍ଭ ହୋଇଥିଲା, ଅର୍ଥାତ୍ ଫେବୃଆରୀ ୨୪ ତାରିଖ ୨୦୨୩ ରେ ଏହି ଯୋଜନାର ୪ ବର୍ଷ ପୂରଣ ହେବାକୁ ଯାଉଛି। ଏହି ଦିନ ସରକାର ଆକାଉଣ୍ଟକୁ ପାଣ୍ଠି ସ୍ଥାନାନ୍ତର କରିପାରିବେ ବୋଲି ଆଶା କରାଯାଉଛି। ତେବେ ଏପର୍ଯ୍ୟନ୍ତ ସରକାର କୌଣସି ସରକାରୀ ତାରିଖ ଘୋଷଣା କରିନାହାଁନ୍ତି। ଆଗାମୀ ଦିନରେ ୧୩ ତମ କିସ୍ତିର ଟଙ୍କା କୃଷକଙ୍କ ଆକାଉଣ୍ଟକୁ ଆସିବ ବୋଲି ବିଶ୍ୱାସ କରାଯାଏ।

କିସ୍ତି ଟଙ୍କା କେତେ ଆସିବ?:

କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା ଏବଂ ଚାଷୀଙ୍କ ଆର୍ଥିକ ସ୍ତର ବଢାଇବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆରମ୍ଭ କରାଯାଇଥିଲା। ଏହି ଯୋଜନା ଅଧୀନରେ କୃଷକମାନଙ୍କୁ ପ୍ରତିବର୍ଷ ୬ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥାଏ। ଏହି ପରିମାଣ ୩ ଟି କିସ୍ତିରେ ଟଙ୍କା ୨-୨ ହଜାର ଟଙ୍କା ଆକାରରେ ଦିଆଯାଏ। ଯଦି ଆପଣ ମଧ୍ୟ ୧୩ ତମ କିସ୍ତିର ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ଆପଣ ଆପଣଙ୍କର ନାମ ଯାଞ୍ଚ କରିପାରିବେ।

ଏହିପରି ତାଲିକାରେ ଯାଞ୍ଚ କରନ୍ତୁ ନାମ:

ତାଲିକାରେ ଆପଣଙ୍କର ନାମ ଯାଞ୍ଚ କରିବାକୁ, ଆପଣଙ୍କୁ ପ୍ରଥମେ ପିଏମ କିଷାନର ଅଫିସିଆଲ ୱେବସାଇଟକୁ ଯିବାକୁ ପଡିବ। ଏହା ପରେ ହିତାଧିକାରୀ ସ୍ଥିତି ଉପରେ କ୍ଲିକ୍ କରନ୍ତୁ। ମୋବାଇଲ୍ ନମ୍ବର କିମ୍ବା ପଞ୍ଜୀକରଣ ନମ୍ବର ମଧ୍ୟ ପ୍ରବେଶ କରନ୍ତୁ। ଏହା ପରେ ଆପଣଙ୍କୁ କ୍ୟାପଚା କୋଡ୍ ପ୍ରବେଶ କରିବାକୁ ପଡିବ ଏବଂ ସବମିଟ ବଟନ୍ ଉପରେ କ୍ଲିକ୍ କରିବାକୁ ପଡିବ। ତାଲିକା ଆପଣଙ୍କ ସାମ୍ନାରେ ଖୋଲିବ। ଏଥିରେ ଆପଣ ଆପଣଙ୍କର ନାମ ଯାଞ୍ଚ କରିପାରିବ।

E- KYC କରିବା ଜରୁରୀ:

ଏହି ଯୋଜନାର ଲାଭ ଉଠାଇବାକୁ, ଆପଣଙ୍କୁ E- KYC କରିବାକୁ ପଡିବ, ନଚେତ୍ ଆକାଉଣ୍ଟକୁ ଟଙ୍କା ଆସିବ ନାହିଁ। ଇ- KYC କାର୍ଯ୍ୟ କରିବାକୁ, କୃଷକମାନେ ପ୍ରଥମେ ପିଏମ କିଷାନ ପୋର୍ଟାଲର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ। ସେଠାରେ ଫାର୍ମର କର୍ନରର ବିକଳ୍ପ ଉପରେ କ୍ଲିକ୍ କରନ୍ତୁ। ସେଥିରେ, ଆପଣଙ୍କୁ ଇ- KYC ଉପରେ କ୍ଲିକ୍ କରିବାକୁ ପଡିବ। ଏହା ପରେ ନୂତନ ପୃଷ୍ଠା ଖୋଲିବା ପରେ ଆଧାର କାର୍ଡ ନମ୍ବର ପ୍ରବେଶ କରିବାକୁ ପଡିବ। ଆଧାରରୁ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ OTP ଆସିବ। OTP ଏବଂ କ୍ୟାପଚା କୋଡ୍ ପୂରଣ କରିବା ପରେ, ଇ- KYC ର ସମ୍ପୂର୍ଣ୍ଣ ପ୍ରକ୍ରିୟା କରାଯିବ।

Categories
ବିଶେଷ ଖବର

କୃଷକମାନଙ୍କ ପାଇଁ ଖୁସି ଖବର!, ମିଳିବ ପିଏମ କିଷାନର ଏକାଦଶ କିସ୍ତି, ଜାଣନ୍ତୁ କେଉଁମାନେ ହେବେ ଉପକୃତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ଦେଶର କୋଟି କୋଟି ଚାଷୀଙ୍କୁ ନୂତନ ବର୍ଷରେ କେନ୍ଦ୍ର ସରକାର ଉପହାର ଦେଇଥିଲେ। ଜାନୁଆରୀ 1 ତାରିଖରେ କେନ୍ଦ୍ର ସରକାର ପିଏମ କିଷାନର ଦଶମ କିସ୍ତି କୃଷକଙ୍କ ଆକାଉଣ୍ଟରେ ଜମା କରିଥିଲେ। ଯଦି ପିଏମ କିଷାନର ଟଙ୍କା ଆପଣଙ୍କ ଆକାଉଣ୍ଟରେ ଏପର୍ଯ୍ୟନ୍ତ ପହଞ୍ଚି ନାହିଁ, ତେବେ ତୁରନ୍ତ ଆପଣଙ୍କର ବିବରଣୀ ଯାଞ୍ଚ କରିବା ଉଚିତ୍। ନଚେତ୍ ଆପଣ ଏକାଦଶ କିସ୍ତି ପାଇଁ ଟଙ୍କା ମଧ୍ୟ ପାଇବେ ନାହିଁ। ପିଏମ କିସାନ ଯୋଜନାର ଏକାଦଶ କିସ୍ତି ବିଷୟରେ କେନ୍ଦ୍ର ସରକାର ବଡ଼ ସୂଚନା ଦେଇଛନ୍ତି-

କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଏହି ଯୋଜନା ଅଧୀନରେ କୃଷକମାନେ ବାର୍ଷିକ 6000 ଟଙ୍କା ପାଆନ୍ତି। ଯାହାକି କିସ୍ତିରେ ଦିଆଯାଏ। ଏଥିରେ 2000-2000 ଟଙ୍କାର 3 କିସ୍ତିର ଅର୍ଥ ସିଧାସଳଖ ଚାଷୀଙ୍କ ଆକାଉଣ୍ଟରେ ଜମା ହୋଇଥାଏ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପିଏମ କିଷାନ ଯୋଜନାର ଏକାଦଶ କିସ୍ତିର ଟଙ୍କା ଏପ୍ରିଲ ମାସରେ ଜମା ହେବ। ଜାନୁୟାରୀ 1 ତାରିଖ 2022 ରେ ଦଶମ କିସ୍ତି ଟଙ୍କା 10.09 କୋଟି ହିତାଧିକାରୀଙ୍କ ଆକାଉଣ୍ଟକୁ ସରକାର ପଠାଇଥିଲେ। ସରକାର 20,900 କୋଟି ଟଙ୍କା ଟ୍ରାନ୍ସଫର କରିଥିଲେ।

ଏହିପରି ସ୍ଥିତି ଯାଞ୍ଚ କରନ୍ତୁ:

– ସର୍ବପ୍ରଥମେ ଆପଣଙ୍କୁ pmkisan.gov.in ୱେବସାଇଟ୍ କୁ ଯିବାକୁ ପଡିବ।

– ଏହି ୱେବସାଇଟ୍ ର ଡାହାଣ ପାର୍ଶ୍ୱରେ ଥିବା ଫାର୍ମର୍ସ କର୍ନରରେ କ୍ଲିକ୍ କରନ୍ତୁ।

– ବର୍ତ୍ତମାନ ଆପଣଙ୍କୁ ହିତାଧିକାରୀ ସ୍ଥିତି ଉପରେ କ୍ଲିକ୍ କରିବାକୁ ପଡିବ।

– ଆପଙ୍କର ସ୍ଥିତି ଯାଞ୍ଚ କରିବାକୁ, ଆପଣଙ୍କୁ ଆଧାର ନମ୍ବର, ମୋବାଇଲ୍ ନମ୍ବର ପରି ସମସ୍ତ ବିବରଣୀ ପୂରଣ କରିବାକୁ ପଡିବ।

– ପ୍ରକ୍ରିୟା ସମାପ୍ତ ହେବା ପରେ, ଆପଣ ତାଲିକାରେ ଆପଣଙ୍କର ନାମ ଯାଞ୍ଚ କରିପାରିବେ।

ଯଦି ଟଙ୍କା ନ ମିଳେ ତେବେ ଏହି ନମ୍ବରରେ ଅଭିଯୋଗ କରନ୍ତୁ:

– ପିଏମ କିଷାନ ଟୋଲ ଫ୍ରି ନମ୍ବର: 18001155266

– ପିଏମ କିଷାନ ହେଲ୍ପଲାଇନ ନମ୍ବର: 155261

– ପିଏମ କିଷାନ ଲ୍ୟାଣ୍ଡ ଲାଇନ ନମ୍ବର: 011-23381092, 23382401

– ପିଏମ କିଷାନର ନୂତନ ହେଲ୍ପଲାଇନ: 011-24300606

– ପିଏମ କିଷାନ ର ଆଉ ଏକ ହେଲ୍ପଲାଇନ: 0120-6025109

– ଇ-ମେଲ୍ ID: [email protected]