Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କୃଷକମାନଙ୍କ ପାଇଁ ଖୁସି ଖବର!, ମିଳିବ ପିଏମ କିଷାନର ଏକାଦଶ କିସ୍ତି, ଜାଣନ୍ତୁ କେଉଁମାନେ ହେବେ ଉପକୃତ
ବିଶେଷ ଖବର

କୃଷକମାନଙ୍କ ପାଇଁ ଖୁସି ଖବର!, ମିଳିବ ପିଏମ କିଷାନର ଏକାଦଶ କିସ୍ତି, ଜାଣନ୍ତୁ କେଉଁମାନେ ହେବେ ଉପକୃତ

February 5, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
କିଷାନ ସମ୍ମାନ ନିଧି ଯୋଜନା
ଭୁବନେଶ୍ୱରରେ ୨୩ତମ ପିଏମ୍‌-କିଷାନ୍‌ କିସ୍ତି ହସ୍ତାନ୍ତରର ଲାଇଭ୍ ୱେବକାଷ୍ଟ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ଦେଶର କୋଟି କୋଟି ଚାଷୀଙ୍କୁ ନୂତନ ବର୍ଷରେ କେନ୍ଦ୍ର ସରକାର ଉପହାର ଦେଇଥିଲେ। ଜାନୁଆରୀ 1 ତାରିଖରେ କେନ୍ଦ୍ର ସରକାର ପିଏମ କିଷାନର ଦଶମ କିସ୍ତି କୃଷକଙ୍କ ଆକାଉଣ୍ଟରେ ଜମା କରିଥିଲେ। ଯଦି ପିଏମ କିଷାନର ଟଙ୍କା ଆପଣଙ୍କ ଆକାଉଣ୍ଟରେ ଏପର୍ଯ୍ୟନ୍ତ ପହଞ୍ଚି ନାହିଁ, ତେବେ ତୁରନ୍ତ ଆପଣଙ୍କର ବିବରଣୀ ଯାଞ୍ଚ କରିବା ଉଚିତ୍। ନଚେତ୍ ଆପଣ ଏକାଦଶ କିସ୍ତି ପାଇଁ ଟଙ୍କା ମଧ୍ୟ ପାଇବେ ନାହିଁ। ପିଏମ କିସାନ ଯୋଜନାର ଏକାଦଶ କିସ୍ତି ବିଷୟରେ କେନ୍ଦ୍ର ସରକାର ବଡ଼ ସୂଚନା ଦେଇଛନ୍ତି-

କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଏହି ଯୋଜନା ଅଧୀନରେ କୃଷକମାନେ ବାର୍ଷିକ 6000 ଟଙ୍କା ପାଆନ୍ତି। ଯାହାକି କିସ୍ତିରେ ଦିଆଯାଏ। ଏଥିରେ 2000-2000 ଟଙ୍କାର 3 କିସ୍ତିର ଅର୍ଥ ସିଧାସଳଖ ଚାଷୀଙ୍କ ଆକାଉଣ୍ଟରେ ଜମା ହୋଇଥାଏ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପିଏମ କିଷାନ ଯୋଜନାର ଏକାଦଶ କିସ୍ତିର ଟଙ୍କା ଏପ୍ରିଲ ମାସରେ ଜମା ହେବ। ଜାନୁୟାରୀ 1 ତାରିଖ 2022 ରେ ଦଶମ କିସ୍ତି ଟଙ୍କା 10.09 କୋଟି ହିତାଧିକାରୀଙ୍କ ଆକାଉଣ୍ଟକୁ ସରକାର ପଠାଇଥିଲେ। ସରକାର 20,900 କୋଟି ଟଙ୍କା ଟ୍ରାନ୍ସଫର କରିଥିଲେ।

ଏହିପରି ସ୍ଥିତି ଯାଞ୍ଚ କରନ୍ତୁ:

– ସର୍ବପ୍ରଥମେ ଆପଣଙ୍କୁ pmkisan.gov.in ୱେବସାଇଟ୍ କୁ ଯିବାକୁ ପଡିବ।

– ଏହି ୱେବସାଇଟ୍ ର ଡାହାଣ ପାର୍ଶ୍ୱରେ ଥିବା ଫାର୍ମର୍ସ କର୍ନରରେ କ୍ଲିକ୍ କରନ୍ତୁ।

– ବର୍ତ୍ତମାନ ଆପଣଙ୍କୁ ହିତାଧିକାରୀ ସ୍ଥିତି ଉପରେ କ୍ଲିକ୍ କରିବାକୁ ପଡିବ।

– ଆପଙ୍କର ସ୍ଥିତି ଯାଞ୍ଚ କରିବାକୁ, ଆପଣଙ୍କୁ ଆଧାର ନମ୍ବର, ମୋବାଇଲ୍ ନମ୍ବର ପରି ସମସ୍ତ ବିବରଣୀ ପୂରଣ କରିବାକୁ ପଡିବ।

– ପ୍ରକ୍ରିୟା ସମାପ୍ତ ହେବା ପରେ, ଆପଣ ତାଲିକାରେ ଆପଣଙ୍କର ନାମ ଯାଞ୍ଚ କରିପାରିବେ।

ଯଦି ଟଙ୍କା ନ ମିଳେ ତେବେ ଏହି ନମ୍ବରରେ ଅଭିଯୋଗ କରନ୍ତୁ:

– ପିଏମ କିଷାନ ଟୋଲ ଫ୍ରି ନମ୍ବର: 18001155266

– ପିଏମ କିଷାନ ହେଲ୍ପଲାଇନ ନମ୍ବର: 155261

– ପିଏମ କିଷାନ ଲ୍ୟାଣ୍ଡ ଲାଇନ ନମ୍ବର: 011-23381092, 23382401

– ପିଏମ କିଷାନର ନୂତନ ହେଲ୍ପଲାଇନ: 011-24300606

– ପିଏମ କିଷାନ ର ଆଉ ଏକ ହେଲ୍ପଲାଇନ: 0120-6025109

– ଇ-ମେଲ୍ ID: pmkisan-ict@gov.in

କୃଷକ କେନ୍ଦ୍ର ସରକାର ଖୁସି ଖବର ପିଏମ କିଷାନ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା
Share. Facebook Twitter LinkedIn Email WhatsApp Copy Link

Related Posts

ଇରାନରେ କିଛି ବଡ଼ ଘଟଣା ଘଟିବ?: ନିଜ ନାଗରିକମାନଙ୍କୁ ତୁରନ୍ତ ଦେଶ ଛାଡିବାକୁ ଅନୁରୋଧ କଲା ଭାରତ

July 20, 2026

୧୬ ବର୍ଷ ପରେ ବିଶ୍ୱ ଚାମ୍ପିଅନ୍ ହେଲା ସ୍ପେନ: ଫିଫା ବିଶ୍ୱକପ୍ ଫାଇନାଲରେ ପରାସ୍ତ ହେଲା ଆର୍ଜେଣ୍ଟିନା

July 20, 2026

ଓଡ଼ିଶାର ନୂଆ ଉପକୂଳ ରାଜପଥ: ଆଧ୍ୟାତ୍ମିକ ଯାତ୍ରା ଏବଂ ଉପକୂଳ ପର୍ଯ୍ୟଟନର ମାର୍ଗ

July 20, 2026

ପଶ୍ଚିମବଙ୍ଗର ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କଲେ ଅମିତ ଶାହ

July 20, 2026
Latest News

ୱାଙ୍ଗଚୁକଙ୍କ ଅନଶନ ଉପରେ ପ୍ରତିକ୍ରିୟା ଦେଲେ ମହାତ୍ମା ଗାନ୍ଧୀଙ୍କ ନାତି: ଜାଣି ଆଶ୍ଚର୍ଯ୍ୟ ହେବେ

July 20, 2026

ଇରାନରେ କିଛି ବଡ଼ ଘଟଣା ଘଟିବ?: ନିଜ ନାଗରିକମାନଙ୍କୁ ତୁରନ୍ତ ଦେଶ ଛାଡିବାକୁ ଅନୁରୋଧ କଲା ଭାରତ

July 20, 2026

ଐତିହ୍ୟ କାହାଣୀ ବା ‘ହେରିଟେଜ୍ ଟେଲ୍ସ’ କଳା ପ୍ରଦର୍ଶନୀ ଉଦ୍ଘାଟିତ

July 20, 2026

୧୬ ବର୍ଷ ପରେ ବିଶ୍ୱ ଚାମ୍ପିଅନ୍ ହେଲା ସ୍ପେନ: ଫିଫା ବିଶ୍ୱକପ୍ ଫାଇନାଲରେ ପରାସ୍ତ ହେଲା ଆର୍ଜେଣ୍ଟିନା

July 20, 2026

ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ସମ୍ପର୍କୀତ ବିଜେପିର ରାଜ୍ୟସ୍ତରୀୟ କର୍ମଶାଳା

July 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.