Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ବର ଭଞ୍ଜକଳା ମଣ୍ଡପରେ ପରିବେଷଣ ହେଲା ଶରତ ସମ୍ରାଟଙ୍କ ନାଟକ ‘ମୁଖା’
ଆଜିର ଖବର

ଭୁବନେଶ୍ବର ଭଞ୍ଜକଳା ମଣ୍ଡପରେ ପରିବେଷଣ ହେଲା ଶରତ ସମ୍ରାଟଙ୍କ ନାଟକ ‘ମୁଖା’

October 7, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ବର ଭଞ୍ଜକଳା ମଣ୍ଡପରେ ପରିବେଷଣ ହେଲା ଶରତ ସମ୍ରାଟଙ୍କ ନାଟକ 'ମୁଖା'

ଭୁବନେଶ୍ବର: ମଣିଷର ମୁଖରେ ତାର ହୃଦୟ ଓ ମନର ଭାବନା ପରିପ୍ରକାଶ ହୁଏ। ସେଥିପାଇଁ ଭଗବାନ ନିଜ ସୃଷ୍ଟିର ପ୍ରତ୍ୟେକ ଜୀବକୁ ମୁହଁଟିଏ ଦେଇଛି। କିନ୍ତୁ ଯଦି ସେହି ମୁହଁ ଉପରେ ଗୋଟିଏ ମୁଖାର ଆବରଣ ପଡ଼ିଯାଏ, ତାହାଲେ ସେଇ ମନୁଷ୍ୟର ମନ ଭିତରେ ଥିବା ପ୍ରକୃତ ଭାବନା, ଚିନ୍ତାଧାରା ଲୁଚିଯାଏ। ଯାହାଫଳରେ ଜଣେ ମନୁଷ୍ୟ ଆଉ ଏକ ମନୁଷ୍ୟକୁ ଚିହ୍ନିବା କଷ୍ଟକର ହୋଇପଡ଼େ ଏବଂ କପଟ, ଛଳନା ଓ ଷଡ଼ଯନ୍ତ୍ରର ଶିକାର ହୁଏ।

ବର୍ତ୍ତମାନର ସମାଜରେ ପ୍ରତ୍ୟେକ ସ୍ଥାନରେ ଏହି ମୁଖାମାନେ ଭର୍ତ୍ତି ହୋଇଗଲେଣି ଏବଂ ଏହି ମୁଖାମାନଙ୍କ ପାଇଁ ସମାଜରେ ଅନ୍ୟାୟ ଅତ୍ୟାଚାର ବଢ଼ି ବଢ଼ି ଚାଲିଛି। ଆମ ସମାଜ ଆମ ପୃଥିବୀକୁ ଧ୍ବଂସରୁ ବଞ୍ଚାଇବା ପାଇଁ ଏହି ମୁଖାମାନଙ୍କୁ ଖୋଜି ଖୋଜି ନିଆଁରେ ପୋଡ଼ିବାର ବର୍ତମାନ ସମୟ ଆସିଛି। ଏହିପରି ଏକ କାହାଣୀକୁ ନେଇ ଭୁବନେଶ୍ବରର ଭଞ୍ଜକଳା ମଣ୍ଡପରେ ପରିବେଶିତ ହୋଇଛି ନାଟକ ମୁଖା the act of disguise.

ଏହି ନାଟକଟି ଭୁବନେଶ୍ବରର ସମ୍ରାଟ ସିଏ କଳାର ପୂଜାରୀ ଅନୁଷ୍ଠାନ ପରିବେଷଣ କରିଥିଲା। ସେହିପରି ନାଟକର  ଅଭିକଳ୍ପ, ରଚନା, ଗୀତ, ପରିକଳ୍ପନା ଓ ନିର୍ଦ୍ଦେଶନା ଦେଇଛନ୍ତି ପ୍ରଖ୍ୟାତ ନାଟ୍ୟ ନିର୍ଦ୍ଦେଶକ ଶରତ ସମ୍ରାଟ। ଏଥିରେ ଯେଉଁମାନେ ଅଭିନୟ କରିଥିଲେ ସେମାନେ ହେଲେ ନିଜେ ଶରତ ସମ୍ରାଟ, ଦେବସ୍ମିତା, ପୂର୍ଣ୍ଣ ଚନ୍ଦ୍ର, ଅଶୋକ, ପ୍ରଦ୍ୟୁମ୍ନ, ବିଶ୍ୱଜିତ ତ୍ରିପାଠୀ, ଷ୍ଟାଲିନ, ନର୍ମଦା, ମୁରଲୀ ନାୟକ, ଲିଙ୍ଗରାଜ, ରୁଦ୍ର ବାସ୍ତବ ମିଶ୍ର , ବିବେକ, ବିଶ୍ୱଜିତ ସାହୁ, ଅନିରୁଦ୍ଧ, ଆଦର୍ଶ, ହିମାଂଶୁ, ଆନନ୍ଦ ଏବଂ ଅଜୟ। ଏହାର ସଂଗୀତ ବିନୟ, ସାଇ ଗଣେଶ ଦେଇଥିବା ବେଳେ ରୂପ ସଜା ଲୋକନାଥ ଏବଂ ଆଲୋକ ସଂପାଦନା କରିଥିଲେ ବିକାଶ।

ଏହି ନାଟକଟି ଦର୍ଶକମାନଙ୍କ ଦ୍ବାରା ବେଶ ଆଦୃତ ହୋଇଥିଲା।

ନାଟକ ମୁଖା ଶରତ ସମ୍ରାଟ
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ ହସ୍ପିଟାଲ୍‌ରେ ଅଙ୍ଗଦାନକାରୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ

September 9, 2025

ମହିଳା ଓ ଶିଶୁ ସୁରକ୍ଷା ନିମନ୍ତେ ଦିନିକିଆ କର୍ମଶାଳା

September 9, 2025

ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ଏବଂ ଆର୍ଦ୍ରଭୂମି ସହର ମାନ୍ୟତା ପୁରସ୍କାର ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ

September 9, 2025

ବିଜେଡିକୁ ପୁଣି ତେରଚ୍ଛା ବାଣ ମାରିଲେ ପୂର୍ବତନ ସାଂସଦ ତଥାଗତ ଶତପଥୀ, କହିଲେ…

September 9, 2025
Latest News

ସମ୍ ହସ୍ପିଟାଲ୍‌ରେ ଅଙ୍ଗଦାନକାରୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ

September 9, 2025

ମହିଳା ଓ ଶିଶୁ ସୁରକ୍ଷା ନିମନ୍ତେ ଦିନିକିଆ କର୍ମଶାଳା

September 9, 2025

ବାଣପୁର: ପଞ୍ଚାୟତ ସ୍ତରୀୟ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର

September 9, 2025

ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ଏବଂ ଆର୍ଦ୍ରଭୂମି ସହର ମାନ୍ୟତା ପୁରସ୍କାର ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ

September 9, 2025

ବିଜେଡିକୁ ପୁଣି ତେରଚ୍ଛା ବାଣ ମାରିଲେ ପୂର୍ବତନ ସାଂସଦ ତଥାଗତ ଶତପଥୀ, କହିଲେ…

September 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.