Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

କେନ୍ଦ୍ରାପଡା ତୁଳସୀ କଲ୍‌ଚରାଲ୍ ଆସୋସିଏସନର ଦୁଇଦିନିଆ ନାଟ୍ୟ ମହୋତ୍ସବ

କେନ୍ଦ୍ରାପଡା: ଜିଲ୍ଲାର ସର୍ବପୁରାତନ ନାଟ୍ୟ ଅନୁଷ୍ଠାନ ଞ୍ଛତୁଲସୀ କଲ୍‌ଚରାଲ୍‌ ଆସୋସିଏସନ‛ ର ଦୁଇଦିନିଆ ଞ୍ଛତୁଲସୀ ନାଟ୍ୟ ମହୋତ୍ସବ-୨୦୨୩‛ ଜିଲ୍ଲା ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ସଂନ୍ଧ୍ୟାରେ ଡ଼ ରାମଚନ୍ଦ୍ର ବେହେରାଙ୍କ ଦ୍ୱାରା ଲିଖିତ ‘କୁରୁକ୍ଷେତ୍ରର ଠିକଣା’ ନାଟକ ଅଭିନୀତ ହୋଇଥିଲା।

ଏହି ନାଟକରେ କେନ୍ଦ୍ରାପଡା ମାଟିର କଳାକାରବୃନ୍ଦ ଜ୍ଞାନରଂଜନ ନାୟକ, ସଂଯୁକ୍ତା ଦାଶ(ମାମୁନୀ), କୈଳାସ ମହାନ୍ତି, ନିରଞ୍ଜନ ଦାସ, ମହେନ୍ଦ୍ର ସୁଆର, ଶାନ୍ତନୁ ମଲ୍ଲିକ, ଗଙ୍ଗାଧର ପାତ୍ର, ପ୍ରମୋଦ କୁମାର ବଳ, ନିରଞ୍ଜନ ସାହୁ, ବିଷ୍ଣୁପ୍ରିୟା ସାମଲ, ବିକ୍ରମ କେଶରୀ ସାମଲ, ଅକ୍ଷୟ କୁମାର ସେନାପତି, ରବିନ୍ଦ୍ରନାଥ ରଥ, ନିଗମାନନ୍ଦ ଦାସ ଏବଂ ଶିଶୁ କଳାକାର କୁମାର ସ୍ୱୟଂ ସାର୍ଥକ, ସାଇ ଆରାଧ୍ୟା, ସାଇ ଆଦିତ୍ୟ ପ୍ରସାଦ, ଆୟୁଷ୍ମାନ ମହାପାତ୍ର, ଆର୍ଶିବାଦ ବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

ଏହି ନାଟକକୁ ମୁଖ୍ୟ ପରିଚାଳକ ଭାବେ ପ୍ରତୀକ ଅନୁରାଗ ଦାଶ ପ୍ରମୁଖ ସହଯୋଗ କରିଥିଲେ। ମଂଚ ସଜେଇରେ ରତ୍ନାକର ସାହୁ, ସନ୍ତୋଷ ଦାସ ଏବଂ ସଞ୍ଜୟ ସାହା ଥିବା ବେଳେ ସଙ୍ଗୀତ ନିର୍ଦ୍ଦେସନାରେ ଶକ୍ତି ପ୍ରସାଦ ମିଶ୍ର ଏବଂ ଆଲୋକ ସଜ୍ଜା ଏବଂ ପରିଚାଳନାରେ ସଞ୍ଜୟ ସାହା ପ୍ରମୁଖ ଦାୟିତ୍ୱ ସମ୍ପାଦନ କରିଥିଲେ।

ଅନୁଷ୍ଠାନର ସଭାପତି ତଥା ବିଶିଷ୍ଟ ନାତ୍ୟକାର ଡ଼ ରାମଚନ୍ଦ୍ର ବେହେରାଙ୍କ ରଚିତ ଏହି ନାଟକର ସାରାଂଶ ଥିଲା :- ଆଲୋକ-ଅନ୍ଧାର, ଦିବ୍ୟ-ଆସୁରିକ, ନୈତିକ-ଅନୈତିକ ; ଏ ସଂଘର୍ଷ ଚିରନ୍ତନ ଓ ସର୍ବବ୍ୟାପି। ଆଶ୍ୱାସନାର କଥା ହେଉଛି, ସତ୍ୟ ଓ ଶାନ୍ତିର ସର୍ବଦା ବିଜୟ ଘଟିଥାଏ।

ଆଶା ଓ ସମ୍ଭାବନାର ସୂର୍ଯ୍ୟୋଦୟ ଘଟିଥାଏ। ଆମ ମହାନ ପୁରାଣ,ଲୋକକଥା ଏବଂ ସୃଜନଶୀଳ ସାହିତ୍ୟରେ ଏଇ ପ୍ରସଙ୍ଗ ଶେଷହୀନ ଭାବରେ ଉପସ୍ଥାପିତ। ସୁଧୀବୃନ୍ଦ, ଜଗୁ ଓ ହେମ ସ୍ୱାର୍ଥହୀନ ଉଦାରତା ଓ ଆବେଗ ଜରିଆରେ ନିଜର ଦାରିଦ୍ର‌୍ୟ ଅତିକ୍ରମ କରନ୍ତି ଏବଂ କେତେ ଗୁଡିଏ ଅନାଥ ପିଲାଙ୍କର ଲାଳନ ପାଳନ କରନ୍ତି ନିର୍ମଳ ଶ୍ରଦ୍ଧା ଓ ସ୍ନେହ ବିନିମୟରେ ।

ଟେଲିଭିଜନରେ ଏହି ମହାନ ପ୍ରସଙ୍ଗ ପ୍ରସାରିତ ହେବା ପରେ, ଜଗୁ ଓ ହେମକୁ ଅଭିଭୂତ କରି, ସଂଖ୍ୟାହୀନ ଅଦୃଶ୍ୟ ହାତ ଲମ୍ବି ଆସେ ସାହାଯ୍ୟ “ ସହଯୋଗ ଭାବରେ । ସଂପୂର୍ଣ୍ଣ ଭାବେ ନିରାସକ୍ତ ସ୍ୱାମୀ-ସ୍ତ୍ରୀଙ୍କର ଜୀବନ ଚର୍ଯ୍ୟାରେ କଂପନ ସୃଷ୍ଟି ହୁଏ। ସେମାନଙ୍କ ଚାରିପାଖରେ ରାଜନୈତିକ କର୍ମୀ, ପୁଲିସ, ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ଚାା ଏବଂ ଗାଁ ଲୋକଙ୍କର ବିଭତ୍ସ ନୃତ୍ୟ ଆରମ୍ଭ ହୁଏ, ସେମାନଙ୍କ ପାଖକୁ ଆସୁଥିବା ବିପୁଳ ଅର୍ଥକୁ କରାୟଚା କରିବାକୁ।

ସେହିପରି ଦ୍ୱିତୀୟ ସନ୍ଧ୍ୟାରେ ସୁଷମା ଦେଶପାଣ୍ଡେଙ୍କ ରଚିତ ଏବଂ ରତ୍ନମାଳା ସ୍ୱାଇଁଙ୍କ ଦ୍ୱାରା ଅନୁବାଦ୍ୟ ନାଟକ ‘ତା ମା’ ର କାହାଣୀ’ ରେ ଜଣାଶୁଣା ଅଭିନେତ୍ରୀ କୀର୍ତି ମହାନ୍ତି ଏକକ ଅଭିନୟ କରିଥିଲେ। ଏହି ନାଟକରେ ପ୍ରତାପ ରାଉତ ସଂଗୀତ ନିର୍ଦ୍ଦେଶକ ଥିଲେ । ଉଭୟ ନାଟକକୁ ଓଡିଶାର ଜଣାଶୁଣା ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅଭିନ୍ନ ରାଉତରାୟ ନିର୍ଦ୍ଦେଶନା ଦେଇଥିଲେ।

ନାଟକ ଉଦ୍‌ଘାଟନ ଉତ୍ସବରେ ଡ଼. ରାମଚନ୍ଦ୍ର ବେହେରା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ପୌରାଧକ୍ଷା ସରିତା ସାହୁ, ମୁଖ୍ୟବକ୍ତା ଭାବେ ଡ଼ ଅପର୍ଣ୍ଣା ମହାନ୍ତି ଯୋଗଦେଇଥିଲେ। ଜିଲ୍ଲାପାଳ ଅମ୍ରିତ ଋତୁରାଜ ଏବଂ ଡିଏସ୍‌ପି ଜ୍ୟୋତିରଞ୍ଜନ ସାମନ୍ତରାୟ କଳାକାର ମାନଙ୍କୁ ପ୍ରଶଂସାପତ୍ର ପ୍ରଦାନ କରିଥିଲେ। ସରୋଜ ମହାନ୍ତିଙ୍କ ଦ୍ୱାରା ସମ୍ପାଦିତ ତୁଳସୀ କଲ୍‌ଚରାଲ ଆସୋସିଏସନର ବାର୍ଷିକ ମୁଖପତ୍ର ଞ୍ଛନାଟ୍ୟବେଦ‛ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା।

ଅନ୍ତିମ ଦିବସରେ ବିଜେଡି ରାଜ୍ୟ ସମ୍ପାଦକ ରଞ୍ଜିତ ସାହୁ ଓ ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସ ଯୋଗଦେଇ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଦୁଇଦିନିଆ ନାଟ୍ୟ ମହୋତ୍ସବରେ ଅକ୍ଷୟ କୁମାର ସେନାପତି, ଶାନ୍ତନୁ ମଲ୍ଲିକ, ମହେନ୍ଦ୍ର ସୁଆର, ସଂଯୁକ୍ତା ଦାଶ, ପ୍ରତୀକ ଅନୁରାଗ ଦାଶ, ପ୍ରମୋଦ ବଳ ପ୍ରମୁଖ ମୂଖ୍ୟ ପରିଚାଳନା କରିଥିଲେ।

Categories
ବିଶେଷ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର ସଂସ୍କୃତି

ଭୁବନେଶ୍ବରରେ ନାଟକ ଉତ୍ସବ: ମଞ୍ଚସ୍ଥ ହେଲା କୁନ୍ତଳା କୁମାରୀଙ୍କ ଜୀବନୀ ଆଧାରିତ ‘ଶେଫାଳିର ମହକ’

ଭୁବନେଶ୍ୱର: ଗଙ୍ଗଶିଉଳି ରାତିରେ ଫୁଟି ସକାଳକୁ ଝଡ଼ିଯାଇଥାଏ ସତ ମାତ୍ର ରାତିକ ମଧ୍ୟରେ ତା’ର ମହକରେ ଖେଳିଯାଏ ଚତୁର୍ଦିଗ। ସେହି ଗଙ୍ଗଶିଉଳିକୁ ନେଇ ‘ଶେଫାଳି ପ୍ରତି’ କବିତାରେ ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ ଭାବପୂର୍ଣ୍ଣ ପଦପଂକ୍ତି ଅତ୍ୟନ୍ତ ହୃଦୟସ୍ପର୍ଶୀ।

ମାତ୍ର ୩୭ ବର୍ଷର ଆୟୁଷ ନେଇ ଆସିଥିବା ଏହି ମହିୟସୀ ନାରୀ ଜଣକ ଏକଧାରରେ ଥିଲେ କବି, ସମାଜସେବୀ, ସଂଗ୍ରାମୀ ଓ ଓଡ଼ିଶାର ପ୍ରଥମ ମହିଳା ଡାକ୍ତର। ସ୍ୱାଧୀନତା ସଂଗ୍ରାମରେ ନାରୀଶକ୍ତିର ଭୂମିକା ଥିଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଘରର ଚାରିକୋଣରୁ ମହିଳାମାନେ ନ ବାହାରିଲେ ଏହା ସମ୍ଭବ ନୁହେଁ – ଏହାଥିଲା ତତ୍କାଳୀନ ନାରୀ ସମାଜ ପ୍ରତି ତାଙ୍କର ଆହ୍ୱାନ। ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ସେଥିଲେ ନାରୀଶିକ୍ଷା ଓ ନାରୀ ସ୍ୱାଧୀନତାର ପ୍ରତିନିଧି। ତାଙ୍କର ସୀମିତ ଜୀବନକାଳ ମଧ୍ୟରେ ସମାଜ ପ୍ରତି ଯେଉଁ ଚିନ୍ତା ଓ ଚେତନାର ସୌଧ ନିର୍ମାଣ କରିଛନ୍ତି ତା’ର ପଟ୍ଟାନ୍ତର ନାହିଁ। ଏହି ନାଟକ ‘ଶେଫାଳିର ମହକ’ ମାଧ୍ୟମରେ ତାଙ୍କ ପ୍ରତି ଅର୍ପିତ ହୋଇଛି ଶ୍ରଦ୍ଧାଞ୍ଜଳି।

ଆଜିର ଦ୍ୱିତୀୟ ସନ୍ଧ୍ୟାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ଏହି ନାଟକ ଉତ୍ସବରେ ଅତିଥି ଭାବେ ସତ୍ୟବାଦୀସ୍ଥିତ ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ପ୍ରଧାନ, ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସଭାପତି ପଦ୍ମଶ୍ରୀ ଅରୁଣା ମହାନ୍ତି, ଉପସଭାପତି ଶ୍ରୀ ମନ୍ମଥ କୁମାର ଶତପଥୀ ଓ ସଚିବ ଶ୍ରୀ ପ୍ରବୋଧ ରଥ ପ୍ରମୁଖ ଉପସ୍ଥିତ ଥିଲେ।

ନାଟ୍ୟକାର ଡ. ସଂଜୟ ହାତୀଙ୍କ ଦ୍ୱାରା ରଚିତ ଏବଂ ଶ୍ରୀ ବିପ୍ଳବ କେଶରୀ ଶତପଥୀଙ୍କ ନିର୍ଦ୍ଦେଶନାରେ ଜଟଣୀର ଡିଭାଇନ ସଂସ୍ଥା ଦ୍ୱାରା ଉପସ୍ଥାପନା କରାଯାଇଛି । ବିଭିନ୍ନ ଚରିତ୍ରରେ ସରୋଜ କୁମାର ସାମଲ, ବିପିନ ଦାଶ, ଉମାକାନ୍ତ ମୁଦୁଲି, ପଞ୍ଚାନନ ମହାପାତ୍ର, ନିରଞ୍ଜନ ବେହେରା, ଅଶୋକ କୁମାର ସେଠୀ, ସୁଧାଂଶୁ କୁଣ୍ଡୁ, ରଞ୍ଜିତ ମହାରଣା, ମନୋଜ ପ୍ରଧାନ, ସାଇ ପ୍ରସାଦ ସାମନ୍ତରାଏ, ବୀର ସ୍ୱାଧୀନ ପଟ୍ଟନାୟକ, ସୌମ୍ୟରଞ୍ଜନ ବେହେରା, ରୋଜି ମେରୀ ବେହେରା, ବୈଶାଳୀ ସାମନ୍ତରାୟ, ପ୍ରଭାସିନୀ ନୟାଜ, ପ୍ରତିଭା ଦାଶ, କଳ୍ପନା ରାଉତ, ଅନନ୍ୟା ମହାପାତ୍ର, ଆଦ୍ୟାରଶ୍ମି ଶତପଥୀ ପ୍ରମୁଖ ଅଭିନୟ କରିଥିଲେ। ସଙ୍ଗୀତରେ ଶକ୍ତି ପ୍ରସାଦ ମିଶ୍ର, ଆଲୋକରେ ପ୍ରଭାକର ଲେଙ୍କା,ରୂପ ସଜ୍ଜାରେ ସାଇ ପ୍ରସାଦ ସାମନ୍ତରାୟ ପ୍ରମୁଖ ସହଯୋଗ କରିଥିଲେ।

ଆଜି ପଦ୍ମଶ୍ରୀ ବିନୋଦ କାନୁନ୍‌ଗୋଙ୍କ ଜୀବନାଦର୍ଶକୁ ନେଇ ନାଟକ ‘ଜ୍ଞାନ ତପସ୍ୱୀ’ ପ୍ରଦର୍ଶିତ ହେବ। ନାଟ୍ୟକାର ଡ. ଅରବିନ୍ଦ ରାୟଙ୍କ ଦ୍ୱାରା ଲିଖିତ ଶ୍ରୀ ଦେବାନନ୍ଦ ନାୟକଙ୍କ ପରିକଳ୍ପନା ଓ ନିର୍ଦ୍ଦେଶନାରେ ଭୁବନେଶ୍ୱରର ଏକ୍ସପ୍ରେସନର କଳାକାରମାନଙ୍କୁ ନେଇ ଏହାକୁ ପ୍ରଦର୍ଶିତ କରାଯିବ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସଂସ୍କୃତି ସିନେମା

ଆସନ୍ତାକାଲି ରବିନ୍ଦ୍ରମଣ୍ଡପରେ ପରିବେଷଣ ହେବ ନାଟକ ‘ଅବୈଧ ପାପ’

ଭୁବନେଶ୍ବର: ବର୍ତ୍ତମାନ ଲୋକଙ୍କ ମଧ୍ୟରେ ନାଟକ ଦେଖିବା ଆଗ୍ରହ ସୃଷ୍ଟି ହେବାରେ ଲାଗିଛି। ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ ଲୋକେ ଟିକେଟ କିଣି ନାଟକ ଦେଖିବାର ଆଗ୍ରହ ମଧ୍ୟ ସୃଷ୍ଟି ହୋଇଛି। ଫଳରେ ବିଭିନ୍ନ ନାଟ୍ୟ ସଂସ୍ଥା ଭିନ୍ନ ଭିନ୍ନ ସମୟରେ ନାଟକ ପରିବେଷଣ କରିବାରେ ଲାଗିଛନ୍ତି।

ଏହି ପରିପ୍ରେକ୍ଷୀରେ ଓଡିଶାର ପ୍ରଖ୍ୟାତ ନାଟ୍ୟ ଅଭିନେତା ତଥା ନିର୍ଦ୍ଦେଶକ ଶରତ ସମ୍ରାଟ ମଙ୍ଗଳବାର ଦିନ ଏକ ନାଟକ ପରିବେଷଣ କରିବାକୁ ଯାଉଛନ୍ତି। ଭୁବନେଶ୍ବରର ରବିନ୍ଦ୍ର ମଣ୍ଡପରେ ପରିବେଷଣ ହେବାକୁ ଥିବା ଏହି ନାଟକର ନାମ ‘ଅବୈଧ ପାପ’। ଏହାର କାହାଣୀ, ପରିକଳ୍ପନା ନିର୍ଦ୍ଦେଶନା ସହିତ ନିଜେ ଅଭିନୟ କରିଛନ୍ତି ଶରତ ସମ୍ରାଟ।

Categories
ଆଜିର ଖବର ରାଜ୍ୟ ଖବର

ନାଟ୍ୟପ୍ରେମୀଙ୍କ ପାଇଁ ଖୁସି ଖବର, ମାର୍ଚ୍ଚ ମାସ ସାରା ହେବ ନାଟକ ଉତ୍ସବ, ଜାଣନ୍ତୁ କେଉଁ ଦିନ କଣ

ଭୁବନେଶ୍ବର: କୋଭିଡ ପାଇଁ ଦୀର୍ଘ ଦୁଇ ବର୍ଷ ଧରି ସମସ୍ତ ପ୍ରେକ୍ଷାଳୟ ବନ୍ଦ ରହିଥିବାରୁ ସାଂସ୍କୃତିକ ଅନୁଷ୍ଠାନ ପାଇଁ ବହୁ କଷ୍ଟଦାୟକ ପରିସ୍ଥିତି ଥିଲା। ହେଲେ ବର୍ତ୍ତମାନ ସ୍ବାଭିବିକ ପରିସ୍ଥିତ ଆସିବାରୁ ରାଜ୍ୟର ପ୍ରେକ୍ଷାଳୟ ଗୁଡିକ ଖୋଲିବା ଆରମ୍ଭ କରିଛି। ଫଳରେ ଆସନ୍ତା ମାର୍ଚ୍ଚ ମାସ ସାରା ଓଡିଶାର ବିଭିନ୍ନ ସ୍ଥାନରେ ନାଟକ ଉତ୍ସବ ଆରମ୍ଭ ହେବାକୁ ଯାଉଛି। ଜାଣନ୍ତୁ କେଉଁଦିନ କେଉଁଠି ହେବ ଏହି ଉତ୍ସବ

ମାର୍ଚ୍ଚ ୧ରୁ ୮ ନୟାଗଡର ପଠାଣି ସାମନ୍ତ ଅଡିଟୋରିୟମ ଠାରେ ନାଟ୍ୟଧାରା ଦ୍ବାରା ରାଜ୍ୟ ସ୍ତରୀୟ ନାଟକ ଉତ୍ସବ।

ମାର୍ଚ୍ଚ ୧ ରୁ ୭ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ତରଫରୁ ରବୀନ୍ଦ୍ର ମଣ୍ଡପରେ ଆରମ୍ଭ ହେବାକୁ ଯାଉଛି ପୂର୍ବ ରଙ୍ଗ ଜାତୀୟ ନାଟ୍ୟ ଉତ୍ସବ।

ମାର୍ଚ୍ଚ ୯ ରୁ ୧୩ ରଙ୍ଗ ସଙ୍ଗମ ରାଜ୍ୟସ୍ତରୀୟ ନାଟ୍ୟ ଉତ୍ସବ

ମାର୍ଚ୍ଚ ୨୫ ରୁ ୨୭ ବିଶ୍ଵନାଟ୍ୟ ଦିବସ ଅବସରରେ ନାଟକ ଓ ଆଲୋଚନାଚକ୍ର

ମାର୍ଚ୍ଚ ୮ ଜୀବନରେଖା, ଭୁବନେଶ୍ୱର ର ନାଟକ “ଅଗରବତୀ”

ମାର୍ଚ୍ଚ ୨୦ ରୁ ୨୪ ରବୀନ୍ଦ୍ର ମଣ୍ଡପରେ ଶତତାଦ୍ଦୀର କଳାକାର, ଭୁବନେଶ୍ୱର ଦ୍ଵାରା ବହୁଭାଷୀ ଜାତୀୟ କଳିଙ୍ଗ ନାଟ୍ୟ ଉତ୍ସବ

ମାର୍ଚ୍ଚ ୮ ରୁ ୧୩ ବ୍ରହ୍ମପୁରର ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ଠାରେ ଜାତୀୟ ନାଟକ ଉତ୍ସବ। ଆୟୋଜକ ଓଡିଶା ନାଟକ ସମାରୋହ ସମିତି, ବ୍ରହ୍ମପୁର

ମାର୍ଚ୍ଚ ୧୩ ରୁ ୧୭ ପ୍ରକାଶମ ହଲ, ଗିରି ମାର୍କେଟ, ବ୍ରହ୍ମପୁର ଠାରେ ରାଜ୍ୟସ୍ତରୀୟ ନାଟକ ଉତ୍ସବ। ଆୟୋଜକ ଗଂଜାମ ଜିଲ୍ଲା ମଞ୍ଚ କଳାକାର ସମ୍ମିଳନୀ,ବ୍ରହ୍ମପୁର।

ମାର୍ଚ୍ଚ ୨୩ ରୁ ୨୮ ରାଉରକେଲା ର ସିଭିକ୍ ସେଣ୍ଟର ଠାରେ ଜାତୀୟ ନାଟକ ଉତ୍ସବ।ଆୟୋଜକ ସମ୍ପର୍କ,ରାଉରକେଲା

Categories
ଆଜିର ଖବର ଆଞ୍ଚଳିକ

କବିସୂର୍ଯ୍ୟ ଜୀବନୀ ଆଧାରିତ ନାଟକ ଲୋକାର୍ପିତ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବରିଷ୍ଠ ସାହିତ୍ୟିକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ରଚିତ କବିସୂର୍ଯ୍ୟ ବଳଦେବ ରଥଙ୍କ ଜୀବନୀ ଆଧାରିତ ପୁସ୍ତକ “ଧନ୍ୟ ରଥେ ତୁମ୍ଭ ଜନ୍ମ ଶୁଭକ୍ଷଣେ” ପ୍ରଥମାର୍ଦ୍ଧ ଏବଂ “ମୃତ୍ୟୁଞ୍ଜୟ ତୁମ୍ଭେ ଉତ୍କଳ ଭୁବନେ”ର ଶେଷାର୍ଦ୍ଧ କବିସୂର୍ଯ୍ୟ ଜୟନ୍ତୀରେ ଲୋକାର୍ପିତ ହୋଇଛି। ଏଇ ପୁସ୍ତକ ଦୁଇଟି ଓଡ଼ିଶା ସାହିତ୍ୟ ବିଭବ ପାଇଁ ଅମୂଲ୍ୟ ଉପହାର ଏବଂ ଆଗାମୀ ଦିନରେ କବିସୂର୍ଯ୍ୟ ନାଟକ, କଳା, ସାହିତ୍ୟ, ସଂସ୍କୃତି ବିକାଶରେ ଓଡ଼ିଶା ନାଟକ ମଂଚରେ ନୂଆ କୀର୍ତ୍ତିମାନ ସ୍ଥାପନ କରିବ ବୋଲି ସାହିତ୍ୟିକ ମାନେ ମତପ୍ରକାଶ କରିଥିଲେ।

ହାରା ଫାଉଣ୍ଡେସନ ନିବେଦିତ କବିସୂର୍ଯ୍ୟ ଜୟନ୍ତୀରେ ସୁଲେଖନୀ ଅମିତା ମିଶ୍ରଙ୍କ ସଭାପତିତ୍ୱରେ ଏବଂ ଅଧ୍ୟାପକ ଡ. ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ସଂଯୋଜନା ମଧ୍ୟରେ ପୁସ୍ତକ ଲୋକାର୍ପିତ ହୋଇଥିଲା। ପ୍ରଫେସର ପିସି ସାହୁ, ପୂର୍ବତନ କୁଳପତି ପ୍ରଫେସର ମନ୍ମଥ ପାଢ଼ୀ, ପ୍ରଫେସର ବିଷ୍ଣୁଚରଣ ଚୌଧୁରୀ, ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକ, ମେଜର ରମାରମଣ ପାଢ଼ୀ, ଲୋକସେବକ ମଣ୍ଡଳର ଆଜୀବନ ସଦସ୍ୟ ରାଜେନ୍ଦ୍ର କୁମାର ଜେନା, ନାଟ୍ୟକାର ସୁବୋଧ ପଟ୍ଟନାୟକ, ନାଟ୍ୟ ନିର୍ଦ୍ଦେଶକ ରାଜୁ ପାଢ଼ୀ, ଓଡ଼ିଶା ସାହିତ୍ୟ ଏକାଡ଼େମୀ ସଦସ୍ୟ ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ, କେସି ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷ ଅଶୋକ ମିଶ୍ର, ରବି ରଥ ଅତିଥି ଭାବରେ ଯୋଗଦେଇଥିଲେ।

କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ କୃତିତ୍ୱ ସ୍ୱରୂପ ଏଇ ନାଟକ ଦ୍ୱୟ ଓଡ଼ିଶାର ସାହିତ୍ୟ ପାଇଁ ଆକାଙ୍‌କ୍ଷିତ ଉଦ୍ଦେଶ୍ୟ ପୂରଣରେ ସହାୟ ହେବ ବୋଲଇ କହିଥିଲେ । କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ପୁସ୍ତକ ରଚୟିତା ନିଜ ବକ୍ତବ୍ୟରେ କହିଥିଲେ କବିସୂର୍ଯ୍ୟ ବଳଦେବ ସାହିତ୍ୟ କୃତ ବିନା ଓଡ଼ିଆ ଭାଷାର ସୁରୁଚିପୂର୍ଣ୍ଣ ଗୀତ ସମ୍ଭାର ପ୍ରତି ଓଡ଼ିଆ ଭାଷାପ୍ରେମୀମାନେ ଅଧିକନ୍ତୁ ଆକୃଷ୍ଟ ହେଲେ ମୋର ବହି ଲେଖିବାର ଶ୍ରମ ସାର୍ଥକ ହେବ। ପୁସ୍ତକ ଦ୍ୱୟର ପ୍ରକାଶକ କବିଙ୍କ ପୁତ୍ର ଦ୍ୱୟ ଇଂ. ମାନସ ରଂଜନ ତ୍ରିପାଠୀ, ଡା. ସାଗର ରଂଜନ ତ୍ରିପାଠୀଙ୍କ ଭଳି ସାହିତ୍ୟିକମାନେ ପ୍ରଶଂସା କରି ଅଭିନନ୍ଦନ ଜଣାଇଥିଲେ। ହାରା ଫାଉଣ୍ଡେସନ ସଂପାଦକ ଇଂ. ମାନସ ରଂଜନ ତ୍ରିପାଠୀ ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିଲେ। ହାରା ଫାଉଣ୍ଡେସନ ସଂପାଦକ ମାନସ ରଂଜନ ତ୍ରିପାଠୀ ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିଲେ।

ପୁସ୍ତକ ଉନ୍ମୋଚନ ଉତ୍ସବର ମୁଖ୍ୟ ସଂଯୋଜକ ଡା. ସାଗର ରଂଜନ ତ୍ରିପାଠୀ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଓଡ଼ିଶୀ ସଂଗୀତ ଗୁରୁ ସନ୍ତୋଷ କୁମାର ବେହେରା ଏବଂ ତାଙ୍କର ଛାତ୍ରଛାତ୍ରୀ କବିସୂର୍ଯ୍ୟ ବଳଦେବଙ୍କ ରଚିତ ଚମ୍ପୁ ଜଣାଣ ପରିବେଷଣ କରିଥିଲେ। ଆଜିର ଏହି ଉତ୍ସବରେ ବ୍ରହ୍ମପୁର ତଥା ଗଂଜାମର ବହୁ ବରିଷ୍ଠ ସାହିତ୍ୟିକ, କବି, ଲେଖକ, ସାମ୍ବାଦିକଙ୍କ ସମେତ ବହୁ ବୁଦ୍ଧିଜୀବୀ ଯୋଗଦାନ କରିଥିଲେ । ବାଣୀରୋଷନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।