Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କବିସୂର୍ଯ୍ୟ ଜୀବନୀ ଆଧାରିତ ନାଟକ ଲୋକାର୍ପିତ
ଆଜିର ଖବର

କବିସୂର୍ଯ୍ୟ ଜୀବନୀ ଆଧାରିତ ନାଟକ ଲୋକାର୍ପିତ

February 16, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବରିଷ୍ଠ ସାହିତ୍ୟିକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ରଚିତ କବିସୂର୍ଯ୍ୟ ବଳଦେବ ରଥଙ୍କ ଜୀବନୀ ଆଧାରିତ ପୁସ୍ତକ “ଧନ୍ୟ ରଥେ ତୁମ୍ଭ ଜନ୍ମ ଶୁଭକ୍ଷଣେ” ପ୍ରଥମାର୍ଦ୍ଧ ଏବଂ “ମୃତ୍ୟୁଞ୍ଜୟ ତୁମ୍ଭେ ଉତ୍କଳ ଭୁବନେ”ର ଶେଷାର୍ଦ୍ଧ କବିସୂର୍ଯ୍ୟ ଜୟନ୍ତୀରେ ଲୋକାର୍ପିତ ହୋଇଛି। ଏଇ ପୁସ୍ତକ ଦୁଇଟି ଓଡ଼ିଶା ସାହିତ୍ୟ ବିଭବ ପାଇଁ ଅମୂଲ୍ୟ ଉପହାର ଏବଂ ଆଗାମୀ ଦିନରେ କବିସୂର୍ଯ୍ୟ ନାଟକ, କଳା, ସାହିତ୍ୟ, ସଂସ୍କୃତି ବିକାଶରେ ଓଡ଼ିଶା ନାଟକ ମଂଚରେ ନୂଆ କୀର୍ତ୍ତିମାନ ସ୍ଥାପନ କରିବ ବୋଲି ସାହିତ୍ୟିକ ମାନେ ମତପ୍ରକାଶ କରିଥିଲେ।

ହାରା ଫାଉଣ୍ଡେସନ ନିବେଦିତ କବିସୂର୍ଯ୍ୟ ଜୟନ୍ତୀରେ ସୁଲେଖନୀ ଅମିତା ମିଶ୍ରଙ୍କ ସଭାପତିତ୍ୱରେ ଏବଂ ଅଧ୍ୟାପକ ଡ. ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ସଂଯୋଜନା ମଧ୍ୟରେ ପୁସ୍ତକ ଲୋକାର୍ପିତ ହୋଇଥିଲା। ପ୍ରଫେସର ପିସି ସାହୁ, ପୂର୍ବତନ କୁଳପତି ପ୍ରଫେସର ମନ୍ମଥ ପାଢ଼ୀ, ପ୍ରଫେସର ବିଷ୍ଣୁଚରଣ ଚୌଧୁରୀ, ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକ, ମେଜର ରମାରମଣ ପାଢ଼ୀ, ଲୋକସେବକ ମଣ୍ଡଳର ଆଜୀବନ ସଦସ୍ୟ ରାଜେନ୍ଦ୍ର କୁମାର ଜେନା, ନାଟ୍ୟକାର ସୁବୋଧ ପଟ୍ଟନାୟକ, ନାଟ୍ୟ ନିର୍ଦ୍ଦେଶକ ରାଜୁ ପାଢ଼ୀ, ଓଡ଼ିଶା ସାହିତ୍ୟ ଏକାଡ଼େମୀ ସଦସ୍ୟ ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ, କେସି ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷ ଅଶୋକ ମିଶ୍ର, ରବି ରଥ ଅତିଥି ଭାବରେ ଯୋଗଦେଇଥିଲେ।

କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ କୃତିତ୍ୱ ସ୍ୱରୂପ ଏଇ ନାଟକ ଦ୍ୱୟ ଓଡ଼ିଶାର ସାହିତ୍ୟ ପାଇଁ ଆକାଙ୍‌କ୍ଷିତ ଉଦ୍ଦେଶ୍ୟ ପୂରଣରେ ସହାୟ ହେବ ବୋଲଇ କହିଥିଲେ । କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ପୁସ୍ତକ ରଚୟିତା ନିଜ ବକ୍ତବ୍ୟରେ କହିଥିଲେ କବିସୂର୍ଯ୍ୟ ବଳଦେବ ସାହିତ୍ୟ କୃତ ବିନା ଓଡ଼ିଆ ଭାଷାର ସୁରୁଚିପୂର୍ଣ୍ଣ ଗୀତ ସମ୍ଭାର ପ୍ରତି ଓଡ଼ିଆ ଭାଷାପ୍ରେମୀମାନେ ଅଧିକନ୍ତୁ ଆକୃଷ୍ଟ ହେଲେ ମୋର ବହି ଲେଖିବାର ଶ୍ରମ ସାର୍ଥକ ହେବ। ପୁସ୍ତକ ଦ୍ୱୟର ପ୍ରକାଶକ କବିଙ୍କ ପୁତ୍ର ଦ୍ୱୟ ଇଂ. ମାନସ ରଂଜନ ତ୍ରିପାଠୀ, ଡା. ସାଗର ରଂଜନ ତ୍ରିପାଠୀଙ୍କ ଭଳି ସାହିତ୍ୟିକମାନେ ପ୍ରଶଂସା କରି ଅଭିନନ୍ଦନ ଜଣାଇଥିଲେ। ହାରା ଫାଉଣ୍ଡେସନ ସଂପାଦକ ଇଂ. ମାନସ ରଂଜନ ତ୍ରିପାଠୀ ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିଲେ। ହାରା ଫାଉଣ୍ଡେସନ ସଂପାଦକ ମାନସ ରଂଜନ ତ୍ରିପାଠୀ ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିଲେ।

ପୁସ୍ତକ ଉନ୍ମୋଚନ ଉତ୍ସବର ମୁଖ୍ୟ ସଂଯୋଜକ ଡା. ସାଗର ରଂଜନ ତ୍ରିପାଠୀ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଓଡ଼ିଶୀ ସଂଗୀତ ଗୁରୁ ସନ୍ତୋଷ କୁମାର ବେହେରା ଏବଂ ତାଙ୍କର ଛାତ୍ରଛାତ୍ରୀ କବିସୂର୍ଯ୍ୟ ବଳଦେବଙ୍କ ରଚିତ ଚମ୍ପୁ ଜଣାଣ ପରିବେଷଣ କରିଥିଲେ। ଆଜିର ଏହି ଉତ୍ସବରେ ବ୍ରହ୍ମପୁର ତଥା ଗଂଜାମର ବହୁ ବରିଷ୍ଠ ସାହିତ୍ୟିକ, କବି, ଲେଖକ, ସାମ୍ବାଦିକଙ୍କ ସମେତ ବହୁ ବୁଦ୍ଧିଜୀବୀ ଯୋଗଦାନ କରିଥିଲେ । ବାଣୀରୋଷନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

ନାଟକ ଲୋକାର୍ପିତ
Share. Facebook Twitter LinkedIn Email WhatsApp Copy Link

Related Posts

ଭୋଟ ପୂର୍ବରୁ ଝଟକା: ନୁସରତ ଜାହାନଙ୍କୁ ସମନ

April 21, 2026

ମଣିପରୁରେ ଭୂମିକମ୍ପ

April 21, 2026

ଯୁଦ୍ଧ ବନ୍ଦ କରିବ ରୁଷ ! ପୁଟିନଙ୍କ ମନ୍ତ୍ରୀ ଏବଂ ଆରାଘଚିଙ୍କ ମଧ୍ୟରେ ଆଲୋଚନା

April 21, 2026

ସତ୍ୟନଗର ଆକ୍ସିସ ବ୍ୟାଙ୍କ ଏଟିଏମରେ ଅଗ୍ନିକାଣ୍ଡ

April 21, 2026
Latest News

ଭୋଟ ପୂର୍ବରୁ ଝଟକା: ନୁସରତ ଜାହାନଙ୍କୁ ସମନ

April 21, 2026

ମଣିପରୁରେ ଭୂମିକମ୍ପ

April 21, 2026

ଯୁଦ୍ଧ ବନ୍ଦ କରିବ ରୁଷ ! ପୁଟିନଙ୍କ ମନ୍ତ୍ରୀ ଏବଂ ଆରାଘଚିଙ୍କ ମଧ୍ୟରେ ଆଲୋଚନା

April 21, 2026

ସତ୍ୟନଗର ଆକ୍ସିସ ବ୍ୟାଙ୍କ ଏଟିଏମରେ ଅଗ୍ନିକାଣ୍ଡ

April 21, 2026

EMI ଦେବାରେ ଅସମର୍ଥ କି, ବ୍ୟାଙ୍କ ଲଗାଇପାରେ ତାଲା, ଜାଣନ୍ତୁ ଆଇନ ବିଷୟରେ

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.