Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧାରେ ଅନୁଷ୍ଠିତ ହେବାକୁ ଥିବା ଦଶହରା, ରାବଣ ପୋଡି, ଗଜଲକ୍ଷ୍ମୀ ପୁଜା ସମ୍ପର୍କୀୟ ପ୍ରସ୍ତୁତି ବୈଠକ
ଆଜିର ଖବର

ଖୋର୍ଦ୍ଧାରେ ଅନୁଷ୍ଠିତ ହେବାକୁ ଥିବା ଦଶହରା, ରାବଣ ପୋଡି, ଗଜଲକ୍ଷ୍ମୀ ପୁଜା ସମ୍ପର୍କୀୟ ପ୍ରସ୍ତୁତି ବୈଠକ

October 7, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଆଜି ଅପରାହ୍ନରେ ଖୋର୍ଦ୍ଧା ଜୟୀ ରାଜଗୁରୁ ଟାଉନ ହଲରେ ଚଳିତ ବର୍ଷ ୨୦୨୪ ଦଶହରା, ରାବଣ ପୋଡି, ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଓ ଭସାଣି ଉତ୍ସବ ଶାତିଶୃଙ୍ଖଳା ଓ ସୌହାର୍ଦ୍ଦ ପୂର୍ବ ବାତାବରଣ ମଧ୍ୟରେ ପାଳନ ହେବା ପାଇଁ ଏକ ପ୍ରସ୍ତୁତି ବୈଠକ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଉପ-ଜିଲ୍ଲାପାଳଙ୍କ ଦ୍ଵାରା ଆହୁତ ହୋଇଥିଲା। ଏହି ବୈଠକରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ମୁଖ୍ୟ ଅତିଥି ଥିବାବେଳେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଅଧ୍ୟକ୍ଷତା କରିଥିଲେ।

ବୈଠକ ସଂଯୋଜନା ଉପ ଜିଲ୍ଲାପାଳ ଦିପ୍ତି ରଞ୍ଜନ ସେଠି କରିଥିବା ବେଳେ ଜିଲ୍ଲାପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନସିଂହ, ପୌରପାଳିକା ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି, ଖୋର୍ଦ୍ଧା ଏସ.ଡି.ପି.ଓ ଅନିଲ କୁମାର ମହାନ୍ତି, ଡ଼ିଏସପି ପ୍ରଶାନ୍ତ କୁମାର ମାଝୀ, ତହସିଲଦାର ବିଭାଷ ରଞ୍ଜନ ପାଣିଗ୍ରାହୀ, ପୌର କାର୍ଯ୍ୟନିର୍ବାହି ଅଧିକାରୀଣି ରିଜୁଆନ କବଅବ, ବିଡିଓ କ୍ଷୀରାବ୍ଧି ତନୟା ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଣି ଜ୍ୟୋସ୍ନାମୟୀ ଆଚାର୍ଯ୍ୟ, ବିଭିନ୍ନ ପୂଜା କମିଟି ଏବଂ ରାବଣ ପୋଡି କମିଟିର ବରିଷ୍ଠ କର୍ମକର୍ତ୍ତା ଏବଂ ଜିଲ୍ଲା ସ୍ତରୀୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ଉକ୍ତ ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ।

ଉପ-ଜିଲ୍ଲାପାଳ ଶ୍ରୀ ସେଠି ଚଳିତ ବର୍ଷର ପ୍ରସ୍ତୁତି ବୈଠକ ବିବରଣୀ ପାଠକରିବା ସହିତ ଉତ୍ସବର ପୂର୍ବ-ପର ପ୍ରସ୍ତୁତି ବ୍ୟବସ୍ଥା ଅନୁଭୂତିକୁ ଉପସ୍ଥାପନ କରିଥିଲେ ଯାହା ଉପରେ ସର୍ବସମ୍ମତି କ୍ରମେ ନିଷ୍ପତିମାନ ନିଆଯାଇଥିଲା।

ପୂଜା ମଣ୍ଡପ / ପେଣ୍ଡାଲ ନିକଟରେ କୌଣସି ଅଶ୍ଳୀଳ ସଙ୍ଗୀତ ତଥା ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ ସର୍ବସମ୍ମତିକ୍ରମେ ବାରଣ କରାଗଲା। ପୂଜା ସମୟ ମଧ୍ୟରେ ଅନୁଷ୍ଠାନ ର ସଭ୍ୟମାନେ ସମସ୍ତ ପ୍ରକାର ଶାରିଶୃଙ୍ଖଳା ରକ୍ଷା କରିବେ ଏବଂ ଆୟୋଜକ ବଡି ଜୋନ ର କର୍ମକର୍ତା ବୃନ୍ଦ ଆଜି ଏହି ବୈଠକରେ ଆଗତ କରିଥିବା କାର୍ଯ୍ୟସୂଚୀ ଅନୁସାରେ କାର୍ଯ୍ୟ କରିବା ପାଇଁ ଅନୁମୋଦନ ଗୃହିତ ହୋଇଥିଲା। ରାବଣ ପୋଡି ଉତ୍ସବ ସ୍ଥଳକୁ ରାସ୍ତା ଓ ଗୃହନିର୍ମାଣ ବିଭାଗ, ବିଦ୍ୟୁତ ବିଭାଗ ଏବଂ ଅଗ୍ନିଶମ ବିଭାଗ, ପୌରପରିଷଦ, ତହସିଲଦାର ଅଧିକାରୀଙ୍କ ଦ୍ଵାରା ମିଳିତ ଭାବେ ଯାଞ୍ଚ କରାଯିବା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀମାନଙ୍କୁ ଅନୁରୋଧ କରିଥିଲେ।

ଏହି ସମୟ ରେ ଲାଇସେନ୍ସ ପ୍ରାପ୍ତ ବ୍ୟକ୍ତିଙ୍କ ଦ୍ୱାରା ଆତସବାଜି କାର୍ଯ୍ୟକ୍ରମ କରାଇବା ନିମନ୍ତେ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ଅଗ୍ନିଶମ ବିଭାଗ ଅଧିକାରୀ ଅନୁରୋଧ କରିଥିଲେ। ରାବଣ ପୋଡି ସ୍ଥଳ ରେ ଆବଶ୍ୟକୀୟ ବ୍ୟାରିକେଡ଼ କରିବା ପାଇଁ ରାସ୍ତା ଓ ଗୃହନିର୍ମାଣ ବିଭାଗକୁ ଅନୁରୋଧ କରାଗଲା। ଉଜ୍ଜ୍ଵଳ ଆଲୋକ ବ୍ୟବସ୍ଥା ଏବଂ ଯାନବାହାନ ପାକିଂ ବ୍ୟବସ୍ଥା ପାଇଁ ପୌରପରିଷଦ ଉପରେ ନ୍ୟସ୍ତ କରାଗଲା। ରାବଣ ପୋଡି ଉତ୍ସବ ରାତ୍ର ୧୦ ଘଟିକା ପୂର୍ବରୁ ସାରିବା ନିମନ୍ତେ ପ୍ରସ୍ତାବ ଗ୍ରହଣ କରାଗଲା।

୧୪.୧୦.୨୪ ତାରିଖ ଭସାଣି ଦିନ ସମସ୍ତ ମୂର୍ତ୍ତି ମେଢ ସହିତ କେଉଁ ମାର୍ଗ ଦେଇ କେଉଁ ପଡ଼ିଆରେ ଏକତ୍ରିତ ହେବେ ସେ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳଙ୍କ ଅନୁରୋଧ କ୍ରମେ ଏକ କମିଟି ଗଠନ କରାଗଲା। ଏହି କମିଟି ରେ ଉପ-ଜିଲ୍ଲାପାଳ, ଏସ.ଡି.ପି.ଓ, ଅଗ୍ନିଶମ ଅଧିକାରୀ, କାର୍ଯ୍ୟନିର୍ବାହୀ ଅଧିକାରୀଣି , ଖୋର୍ଦ୍ଧା ପୌରପାଳିକା, ରାସ୍ତା ଓ ଗୃହନିର୍ମାଣ ଯନ୍ତ୍ରୀ, ବିଦ୍ୟୁତ ବିଭାଗ ଯନ୍ତ୍ରୀ ସଦସ୍ୟ ରହିବେ। ଆୟୋଜକ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା କରିବେ, ବୁଲା ଗାଈଗୋରୁମାନଙ୍କୁ ପୌରପରିଷଦ ଏବଂ ପୁଲିସ ବିଭାଗ କୁ ଏହାର ଆୟତ୍ତ କରିବାକୁ ନିଷ୍ପତି ନିଆଗଲା।

ନିଶାମୁକ୍ତ, ଡିଜେ ମୁକ୍ତ, ପଲିଥିନ ମୁକ୍ତ ଭସାଣି ପାଇଁ ବୈଠକରେ ସ୍ଥିର କରାଗଲା। ଭକ୍ତିର ବାତାବରଣ ସୃଷ୍ଟି ହେବା ପରି ସଙ୍ଗୀତ ପରିବେଷଣ କରିବେ ଏବଂ ଅଶ୍ଳୀଳ ସଙ୍ଗୀତ ତଥା ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ ସର୍ବସମ୍ମତିକ୍ରମେ ବାରଣ କରାଗଲା। ଆୟୋଜକ, ପୂଜା ମଣ୍ଡପ ପାଖରେ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ରଖିବେ। ଯେଉଁମାନେ ରାସ୍ତା ଉପରେ ତୋରଣ ବାନ୍ଧୁଛନ୍ତି ସେମାନେ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ / ରାସ୍ତା ଓ ଗୃହନିର୍ମାଣ ବିଭାଗ, ବିଦ୍ୟୁତ ବିଭାଗ ଏବଂ ଅଗ୍ନିଶମ ବିଭାଗ ଠାରୁ ଆବଶ୍ୟକ ଅନୁମତି ଆଣିବେ ଏବଂ ତୋରଣ ଗୁଡିକୁ ସମ୍ଭାବ୍ୟ ଉଚ୍ଚତା ୫ ମିଟର ରଖିବେ। ସିଡିଏମଓ ଙ୍କୁ ଲକ୍ଷ୍ମୀପୂଜା ଦିନ ରାବଣ ପୋଡି ଓ ଭସାଣି ଉତ୍ସବ ଦିନ ଆମ୍ବୁଲାନ୍ସ ଯୋଗାଇଦେବାକୁ, ମୁନିସିପାଲିଟି ଓ ପି ଏଚ ଡି ପାଣି ଟାଙ୍କି, ବିଦ୍ୟୁତ ବିଭାଗ କୁ ଅନ୍ୟୁନ ୨୦ ପୁଟ୍ଟ ଉଚ୍ଚତାରେ ବିଦ୍ୟୁତ ସଂଯୋଗ ଦେବାକୁ ଅନୁରୋଧ କରାଗଲା।

ହାବେଳି ପଡିଆରେ ୧୩.୧୦.୨୪ ଦିନ ରାବଣ ପୋଡ଼ି କାର୍ଯ୍ୟକ୍ରମ ସନ୍ଧ୍ୟା ୭ ଟାରୁ ରାତି ୧୦ ଭିତରେ ସାରିବାକୁ ନିର୍ଦ୍ଦେଶ ରହିଲା। ୨୩.୧୦.୨୦୨୪ ଲକ୍ଷ୍ମୀ ପୂଜା ଦିନ ମଧ୍ୟାହ୍ନ ୧୨ ସୁଦ୍ଧା ମଣ୍ଡପ ଛାଡିବାକୁ ଏବଂ ବିଜେବି ହାଇ ସ୍କୁଲ ପଡିଆରେ ଅପରାହ୍ନ ୩ ସୁଦ୍ଧା ସମସ୍ତ ମୂର୍ତ୍ତି ଏକାଠି ହୋଇ ସନ୍ଧ୍ୟା ୫ଟା ରେ ଭସାଣି ଆରମ୍ଭ କରିବାକୁ ନିଷ୍ପତି ନିଆଯାଇଛି। ଶେଷରେ ମୁଖ୍ୟ ଅତିଥି ନିକଟରେ ଅସ୍ଥାୟୀ ଦୋକାନକୁ ଉଠାଇବାକୁ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

ପରିଶେଷରେ ପୌରପରିଷଦ ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି ଧନ୍ୟବାଦ ଜ୍ଞାପନ କରିଥିଲେ।

ଖୋର୍ଦ୍ଧା ଗଜଲକ୍ଷ୍ମୀ ପୁଜା ଜୟୀ ରାଜଗୁରୁ ଟାଉନ ହଲ ଦଶହରା ରାବଣ ପୋଡି
Share. Facebook Twitter LinkedIn Email WhatsApp Copy Link

Related Posts

୧୬ତମ ମିଳିତ କମାଣ୍ଡର ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

September 15, 2025

ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ଟ୍ରେନ୍ ସେବାରେ ଅସ୍ଥାୟୀ ପରିବର୍ତ୍ତନ

September 15, 2025

ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ଏସଆଇଟି ପକ୍ଷରୁ ବନତାରାକୁ କ୍ଲିନ୍ ଚିଟ୍

September 15, 2025

ମୟୂରଭଞ୍ଜ ଜିଲ୍ଲାରେ କାର୍ଯ୍ୟକାରୀ ସରକାରୀ ଯୋଜନାର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

September 15, 2025
Latest News

୧୬ତମ ମିଳିତ କମାଣ୍ଡର ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

September 15, 2025

ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ଟ୍ରେନ୍ ସେବାରେ ଅସ୍ଥାୟୀ ପରିବର୍ତ୍ତନ

September 15, 2025

ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ଏସଆଇଟି ପକ୍ଷରୁ ବନତାରାକୁ କ୍ଲିନ୍ ଚିଟ୍

September 15, 2025

ମୟୂରଭଞ୍ଜ ଜିଲ୍ଲାରେ କାର୍ଯ୍ୟକାରୀ ସରକାରୀ ଯୋଜନାର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

September 15, 2025

ଭାରତ କୁ ଆଉ ଏକ ସାନିଆ ମିର୍ଜା ମିଳିଛି କି?: ଜାଣନ୍ତୁ କିଏ ଏହି ୧୬ ବର୍ଷିୟା ଯୁବ ଖେଳାଳି?

September 15, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.