Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜେଡିକୁ ନେଇ ପାରାଦୀପର ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ ଏମିତି କାହିଁକି କହିଲେ
ଆଜିର ଖବର

ବିଜେଡିକୁ ନେଇ ପାରାଦୀପର ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ ଏମିତି କାହିଁକି କହିଲେ

October 12, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ବିଜେଡିକୁ ନେଇ ପାରାଦୀପର ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ ଏମିତି କାହିଁକି କହିଲେ

ଭୁବନେଶ୍ବର: ବିଜେଡିର ଜଣେ ଜଣେ ନେତା ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କଥା କହି ଦଳକୁ ଅଡୁଆରେ ପକାଉଛନ୍ତି। ସେମିତି ଏକ କଥା କହିଛନ୍ତି ପାରାଦ୍ବୀପର ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ। ସେ ପ୍ରକାଶ ବେହେରା ବିଜେଡି ଛାଡିବା ପରେ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ସେ କହିଛନ୍ତି ଯେ, ଯେଉଁମାନେ ଗତ ନିର୍ବାଚନରେ ଆମଦାନୀ ହୋଇ ବିଜେଡିକୁ ଆସିଥିଲେ ସେମାନଙ୍କ ଅସଲ ପରିଚୟ ଜଣାପଡିଗଲା। ସେମାନେ ଦଳର ଅସୁବିଧା ସମୟରେ କେବେ ବି ସାଥୀରେ ରହିବେ ନାହିଁ। ଏହିପରି କହିଛନ୍ତି ପାରାଦ୍ବୀପର ପୂର୍ବତନ ବିଜେଡି ବିଧାୟକ ସମ୍ବିତ ରାଉତରାୟ। ଦୁଇଦିନ ତଳେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା ବିଜେଡିରୁ ଇସ୍ତଫା ଦେବା ପରେ ସମ୍ବିତ ଏହା କହିଛନ୍ତି।

ସେ କହିଛନ୍ତି ଯେ, ଡଙ୍ଗା ବୁଡିବା ବେଳେ କେବଳ ଭୀରୁମାନେ ଡେଇଁ ପଡନ୍ତି। ପ୍ରକାଶ ବେହେରା ବିଜେଡିରେ କେବେ ବି ନ ଥିଲେ। ସେ କଂଗ୍ରେସ ଛାଡି ବିଜେପିରେ ଏବଂ ବିଜେପି ଛାଡି ବିଜେଡିକୁ ଆସିଥିଲେ। ତାଙ୍କୁ ବିଜେଡିକୁ ଆଣିବା ଭୁଲ ଥିଲା। ଏଥିସହିତ ତାଙ୍କୁ କଟକ ବାରବାଟୀ ଆସନରେ ପ୍ରାର୍ଥୀ କରିବା ମଧ୍ୟ ଭୁଲ ଥିଲା। ଅବଶ୍ୟ ସେତେବେଳେ ଯେଉଁମାନେ ବୁଝାବୁଝି କରୁଥିଲେ ସେମାନେ ପରିସ୍ଥିତି ଦେଖି କଣ ନିଷ୍ପତି ନେଇଥିବେ ତାହା ଭିନ୍ନ କଥା। ହେଲେ ସାଧାରଣରେ ଏହା ଭୁଲ ନିଷ୍ପତି ଥିଲା ବୋଲି କହିଛନ୍ତି ସମ୍ବିତ ରାଉତରାୟ।

ତେବେ ସମ୍ବିତଙ୍କ ଏପରି ବୟାନ ପରେ ବିଜେଡି ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି.

ପ୍ରକାଶ ବେହେରା ବିଜେଡି ବିଜେଡି କନ୍ଦଳ ସମ୍ବିତ ରାଉତରାୟ
Share. Facebook Twitter LinkedIn Email WhatsApp Copy Link

Related Posts

ମାନବ ଚାଲାଣର ମୁକାବିଲା, ମହିଳା ଓ ଶିଶୁ ସୁରକ୍ଷା ଏବଂ ଶୋଷଣ ପ୍ରତିରୋଧ କ୍ଷେତ୍ରକୁ ସୁଦୃଢ଼ ପାଇଁ ଆହ୍ଵାନ

July 30, 2026

କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଓ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଲୋଚନା

July 30, 2026

ଓଡ଼ିଶାରେ ପର୍ଯ୍ୟଟନର ବିକାଶ ପାଇଁ ୩୧୮ କୋଟିରୁ ଅଧିକ ଟଙ୍କା ମଞ୍ଜୁର: କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ

July 30, 2026

ପ୍ରିୟଙ୍କା ଗାନ୍ଧୀଙ୍କୁ ଖୋଲା ଚିଠି ଲେଖିଲେ ୨୧୫ ଭାଇସ-ଚାନ୍ସେଲର: ଜାଣନ୍ତୁ କାରଣ

July 30, 2026
Latest News

ଲୋକସଭାରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଶେଷାଧିକାର ଭଙ୍ଗ ନୋଟିସ୍

July 30, 2026

ମାନବ ଚାଲାଣର ମୁକାବିଲା, ମହିଳା ଓ ଶିଶୁ ସୁରକ୍ଷା ଏବଂ ଶୋଷଣ ପ୍ରତିରୋଧ କ୍ଷେତ୍ରକୁ ସୁଦୃଢ଼ ପାଇଁ ଆହ୍ଵାନ

July 30, 2026

କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଓ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଲୋଚନା

July 30, 2026

ଓଡ଼ିଶାରେ ପର୍ଯ୍ୟଟନର ବିକାଶ ପାଇଁ ୩୧୮ କୋଟିରୁ ଅଧିକ ଟଙ୍କା ମଞ୍ଜୁର: କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ

July 30, 2026

ବାଙ୍କିପୁର ଉପନିର୍ବାଚନ: ବିଜେପି ନା ପ୍ରଶାନ୍ତ କିଶୋର?, ଆଶ୍ଚର୍ଯ୍ୟ କଲା ସର୍ଭେ

July 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.