Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୁପ୍ରିମ୍‌କୋର୍ଟ ଓ ହାଇକୋର୍ଟ ବିଚାରପତି ନିଯୁକ୍ତି ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଲେ ଜଷ୍ଟିସ୍‌ ରଙ୍ଗନାଥ ପାଣ୍ଡେ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି
ଆଜିର ଖବର

ସୁପ୍ରିମ୍‌କୋର୍ଟ ଓ ହାଇକୋର୍ଟ ବିଚାରପତି ନିଯୁକ୍ତି ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଲେ ଜଷ୍ଟିସ୍‌ ରଙ୍ଗନାଥ ପାଣ୍ଡେ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

July 3, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ନିଯୁକ୍ତ ହେଉଥିବା ବିଚାରପତିଙ୍କୁ ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି ଆହ୍ଲାବାଦ ହାଇକୋର୍ଟ ବିଚାରପତି ରଙ୍ଗନାଥ ପାଣ୍ଡେ। ବିଚାରପତି ନିଯୁକ୍ତିରେ ପରିବାରବାଦ ଓ ଜାତିବାଦ କରାଯାଉଥିବା ନେଇ ସେ ସଙ୍ଗୀନ ଅଭିଯୋଗ କରିଛନ୍ତି। ସେ ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି। ବିଭିନ୍ନ ହାଇକୋର୍ଟରେ ବିଚାରପତି ନିଯୁକ୍ତିରେ କୌଣସି ନିର୍ଦ୍ଦିଷ୍ଟ ମାପଦଣ୍ଡ ନାହିଁ। ଏହି ସମୟରେ କେବଳ ପରିବାରବାଦ ଓ ଜାତିବାଦ ଚାଲିଛି। ବିଚାରପତି ନିଯୁକ୍ତି ପ୍ରକ୍ରିୟା ବନ୍ଦ ଗୃହରେ ଚା’ ଓ ଦାଓ୍ବତରେ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି। ଏହାଦ୍ବାରା ନ୍ୟାୟପାଳିକାର ଗରିମା କ୍ଷୁର୍ଣ୍ଣ ହେଉଛି ବୋଲି କହିଛନ୍ତି ଜଷ୍ଟିସ୍‌ ରଙ୍ଗନାଥ ପାଣ୍ଡେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଖକୁ ଚିଠି ଲେଖି ରଙ୍ଗନାଥ କହିଛନ୍ତି ଯେ, ‘ମାନନୀୟ ସର୍ବୋଚ୍ଚ ନ୍ୟାୟାଳୟର ନ୍ୟାୟଧୀଶର ଚୟନ ପ୍ରକ୍ରିୟା ବନ୍ଦ ଗୃହରୁ ବାହାରି ସାର୍ବଜନୀନ ହେଉ। ସାଧାରଣ ପୃଷ୍ଠଭୂମିରୁ ଆସିଥିବା ବ୍ୟକ୍ତିବିଶେଷ ପ୍ରତିଯୋଗିତା ପରୀକ୍ଷାରେ ଯୋଗ୍ୟତା ସିଦ୍ଧ କରି ବିଚାରପତି ହୋଇଥାଏ। କିନ୍ତୁ ହାଇକୋର୍ଟ ଓ ସୁପ୍ରିମ୍‌କୋର୍ଟ ବିଚାରପତି ଚୟନରେ ଏପରି କୌଣସି ପ୍ରକାରର ମାନଦଣ୍ଡର ଉପଯୋଗ ହେଉନାହିଁ। ପ୍ରିୟାପ୍ରୀତି ତୋଷଣ ଆଧାରରେ ନିଯୁକ୍ତି କରାଯାଉଛି। ବଂଶବାଦ ଓ ଜାତିବାଦ ନ୍ୟାୟପାଳିକାଙ୍କୁ ଗ୍ରାସ କରି ଚାଲିଛି, ଯାହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ। ହାଇକୋର୍ଟ ଓ ସୁପ୍ରିମ୍‌କୋର୍ଟ ବିଚାରପତି ନିଯୁକ୍ତି ଉପରେ ସ୍ବତନ୍ତ୍ର ଧ୍ୟାନ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଏହି ଚିଠି ଜରିଆରେ ଅନୁରୋଧ କରିଛନ୍ତି ଜଷ୍ଟିସ୍‌ ରଙ୍ଗନାଥ ପାଣ୍ଡେ।

Share. Facebook Twitter LinkedIn Email WhatsApp Copy Link

Related Posts

କାମଳ ରୋଗ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର 

May 25, 2026

ବେକାର ହେଲା ଜଲୁଙ୍କ ଶତକୀୟ ପାଳି: ବାଲୁଗାଁ ଲିଜେଣ୍ଡ୍ସଠାରୁ ୪ ରନରେ ହାରିଲା ବାଣପୁର

May 25, 2026

୧୯୪୭ ମସିହାରେ ଭାରତରେ ପେଟ୍ରୋଲର ଦର କେତେ ଥିଲା ? ଜାଣନ୍ତୁ ୭୮ ବର୍ଷ ମଧ୍ୟରେ ଦର କିପରି ବୃଦ୍ଧି ପାଇଛି

May 25, 2026

ନୂଆଦିଲ୍ଲୀ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

May 25, 2026
Latest News

ଗୋଦାବାରୀଶ ଉଚ୍ଚ ବିଦ୍ୟାଳୟର ଯୁକ୍ତ ଦୁଇ ପରୀକ୍ଷା ଫଳାଫଳ

May 25, 2026

କାମଳ ରୋଗ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର 

May 25, 2026

ବେକାର ହେଲା ଜଲୁଙ୍କ ଶତକୀୟ ପାଳି: ବାଲୁଗାଁ ଲିଜେଣ୍ଡ୍ସଠାରୁ ୪ ରନରେ ହାରିଲା ବାଣପୁର

May 25, 2026

ବିଜେଡିରେ ବଡ କମ୍ପନ, ଦଳରୁ ଇସ୍ତଫା ଦେଲେ ସାଂସଦ ଦେବାଶିଷ ସାମନ୍ତରାୟ, କହିଲେ…..

May 25, 2026

ଉତ୍ତରାଖଣ୍ଡ ଏବଂ ଗୁଜରାଟ ପରେ ଏବେ ଏହି ରାଜ୍ୟରେ ଲାଗୁ ହେବ UCC: ବିଧାନସଭାରେ ଆଗତ ହେଲା ବିଲ୍ 

May 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.