
ପିପିଲି: ପୁରୀ ଜିଲ୍ଲା ପିପିଲି ନିକଟସ୍ଥ ଅଲାରପୁରର ହର ଦୂର୍ଗା କ୍ଲବ୍ ପକ୍ଷରୁ ଆୟୋଜିତ କୁମାର ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ କହିଥିଲେ ଯେ, ଡେଲାଙ୍ଗ ପିପିଲି ଅଞ୍ଚଳର ଐତିହ୍ୟ ଅନନ୍ୟ, ଏହା ବିଶ୍ଵ ପ୍ରସିଦ୍ଧ ଚାନ୍ଦୁଆର ଉତ୍ପତ୍ତି ସ୍ଥଳ, ଏହି ଅଞ୍ଚଳର ବିକାଶ ପ୍ରତି ଆମେ ସଂକଳ୍ପବଦ୍ଧ।
ପିପିଲି ଟୋଲ୍ ପ୍ଲାଜା ନିକଟରେ ପରିବେଶ ପର୍ଯ୍ୟଟନ କ୍ଷେତ୍ର ବିକଶିତ କରାଯିବ, ପିପିଲି ଚାନ୍ଦୁଆ ପ୍ରକଳ୍ପ ଓ ପରିବେଶ ପର୍ଯ୍ୟଟନ ପ୍ରକଳ୍ପ ପାଇଁ ଅର୍ଥ ର ଅଭାବ ରହିବ ନାହିଁ।
ଉତ୍ତରାୟିଣୀ ଶୀତଳ ଭଣ୍ଡାର କୁ ବୃହତ ଶୀତଳ ଭଣ୍ଡାର ରେ ପରିଣତ କରାଯିବ ବୋଲି ନିଜ ଅଭିଭାଷଣରେ କହିଥିଲେ ମୁଖ୍ୟମନ୍ତ୍ରୀ।
ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟ ଭାବରେ ପ୍ରତିଷ୍ଠିତ କରିବା ସମସ୍ତେ ମିଳିମିଶି ପ୍ରଚେଷ୍ଟା କରିବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ।
Tags: କୁମାର ଉତ୍ସବ, ପିପିଲି