Categories
ଆଜିର ଖବର ରାଜ୍ୟ ଖବର

ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକ

ଭୁବନେଶ୍ବର: ପିପିଲର ପୂର୍ବତନ ବିଧାୟକ ତଥା ଟାଣୁଆ କଂଗ୍ରେସ ନେତା ଯୁଧିଷ୍ଠିର ସମାନ୍ତରାୟଙ୍କର ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ 70 ବର୍ଷ ବୟସ ହୋଇଥିଲା। ସେ ଦୀର୍ଘଦିନ ଧରି କ୍ୟାନସର ରୋଗରେ ପିଡିତ ହୋଇ ଚିକିତ୍ସିତ ହେଉଥିଲେ। ଆଜି ସକାଳେ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ତାଙ୍କର ଦେହାନ୍ତ ହୋଇଯାଇଛି।

ଏହି ଖବର ଜଣାପଡିବା ପରେ ତାଙ୍କୁ ଶେଷ ଦର୍ଶନ କରିବା ପାଇଁ ଡାକ୍ତରଖାନାରେ ବହୁ ସମର୍ଥକଙ୍କ ଭିଡ ଦେଖିବାକୁ ମିଳିଥିଲା। ପିପିଲି ବିଧାୟକ ରୁଦ୍ର ପ୍ରସାଦ ମହାରଥୀ ସେଠାରେ ପହଁଞ୍ଚି ଶେଷ ଦର୍ଶନ କରିବା ସହିତ ତାଙ୍କ ସହିତ ଅଛନ୍ତି। ତାଙ୍କ ମରଶରୀରକୁ ଡାକ୍ତରଖାନାରୁ ବିଧାନସଭା ପରିସରକୁ ଅଣାଯାଇଥିଲା। ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ ସହ ଶେଷ ସମ୍ମାନ ପ୍ରଦାନ କରାଯାଇଥିଲା। ଏହାପରେ ତାଙ୍କର ମରଶରୀରକୁ ପିପିଲି ଅଭିମୁଖେ ନିଆଯାଇଛି।

ଯୁଧିଷ୍ଠିର ସାମନ୍ତରାୟ 1995 ରୁ 2000 ମସିହା ପର୍ଯ୍ୟନ୍ତ ପିପିଲି ବିଧାୟକ ଥିଲେ। ତାଙ୍କର ପାରଂପାରିକ ପ୍ରତିଦ୍ବନ୍ଦି ଥିଲେ ପ୍ରଦୀପ ମହାରାଥୀ।

Categories
ଆଜିର ଖବର ରାଜ୍ୟ ଖବର

ପିପିଲିରେ ବାଜିମାତ୍ କଲା ବିଜେଡ଼ି: ଆଶ୍ରିତ ପଟ୍ଟନାୟକଙ୍କୁ ହରାଇଲେ ରୁଦ୍ର

ଭୁବନେଶ୍ବର: ପିପିଲି ଉପ-ନିର୍ବାଚନର ଫଳାଫଳ ସ୍ପଷ୍ଟ ହୋଇଛି। ପୁଣିଥରେ ପିପିଲିରେ ବିଜେଡ଼ି ବାଜିମାତ୍ କରିଛି। ବିଜେଡ଼ି ପ୍ରାର୍ଥୀ ରୁଦ୍ର ମହାରଥୀ ବିପୁଳ ଭୋଟ ବ୍ୟବଧାନରେ ନିକଟତମ ପ୍ରତିଦ୍ଵନ୍ଦୀ ବିଜେପିର ଆଶ୍ରିତ ପଟ୍ଟନାୟକଙ୍କୁ ପରାସ୍ତ କରିଛନ୍ତି। ଆଶ୍ରିତଙ୍କ ଠାରୁ ୨୦ ହଜାର ୯୧୬ ଭୋଟ ବ୍ୟବଧାନରେ ରୁଦ୍ର ବାଜି ମାରିଛନ୍ତି।

ତେବେ ରୁଦ୍ର ମହାରଥୀଙ୍କୁ ମୋଟ ୯୬ ହଜାର ୯୭୨ ଭୋଟ ମିଳିଥିବା ବେଳେ ବିଜେପିର ଆଶ୍ରିତ ପଟ୍ଟନାୟକଙ୍କୁ ୭୬ ହଜାର ୫୬ ଭୋଟ ମିଳିଛି। ସେହିଭଳି କଂଗ୍ରେସ ପ୍ରାର୍ଥୀଙ୍କୁ ମାତ୍ର ୪ ହଜାର ୨୬୧ ଭୋଟ ମିଳିଛି। ଏନେଇ ରିଟର୍ଣ୍ଣିଂ ଅଫିସର ଘୋଷଣା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପିପିଲି ଉପ-ନିର୍ବାଚନ ଫଳାଫଳ: ତୃତୀୟ ରାଉଣ୍ଡ ସୁଦ୍ଧା ବିଜେଡ଼ି ଆଗୁଆ

ଭୁବନେଶ୍ବର: ଆଜି ପିପିଲି ଉପ-ନିର୍ବାଚନର ଭୋଟ ଗଣତି ଜାରି ରହିଛି। ଏପର୍ଯ୍ୟନ୍ତ ତୃତୀୟ ରାଉଣ୍ଡ ଗଣତି ଶେଷ ହୋଇହିବା ସୂଚନା ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ବିଜେଡ଼ି ପ୍ରାର୍ଥୀ ରୁଦ୍ର ମହାରଥି ଆଗରେ ଅଛନ୍ତି। ରୁଦ୍ର ତାଙ୍କର ନିକଟତମ ପ୍ରତିଦ୍ଵନ୍ଦୀ ବିଜେପିର ଆଶ୍ରିତ ପଟ୍ଟନାୟକଙ୍କ ଠାରୁ ୫ ହଜାର ୪୪ ଭୋଟରେ ଆଗରେ ଅଛନ୍ତି। ତେବେ ତୃତୀୟ ରାଉଣ୍ଡ ସୁଦ୍ଧା ବିଜେଡ଼ିକୁ ୧୩ ହଜାର ୬୧୧ ଭୋଟ ମିଳିଥିବା ବେଳେ ବିଜେପିକୁ ୮ ହଜାର ୫୬୭ ଏବଂ କଂଗ୍ରେସକୁ ମାତ୍ର ୧ ହଜାର ୧୮୦ ଭୋଟ ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

Pipili ByeElection: ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ତିଆରି ହୋଇଛି ୨୦ ଟି ଆଦର୍ଶ ବୁଥ

ଭୁବନେଶ୍ବର: ଭୋଟରମାନେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବାକୁ ଆଗ୍ରହ ସୃଷ୍ଟି ନିମନ୍ତେ ପିପିଲିି ଉପନିର୍ବାଚନରେ ନିଆଯାଇଛି ଏକ ପଦକ୍ଷେପ। ତାହା ହେଲା ଏହି ଉପନିର୍ବାଚନରେ ୨୦ଟି ଆଦର୍ଶ ବୁଥ କରାଯାଇଛି। ଏହି ବୁଥକୁ ବେଶ୍ ସାଜସଜା କରାଯିବା ସହିତ ଭୋଟରମାନଙ୍କୁ ସ୍ବାଗତ କରିବାର ବ୍ୟବସ୍ଥା କରାଯାଇଛି। ଥର କରୋନା ପାଇଁ

ପିପିଲି ଉପନିର୍ବାଚନ ପାଇଁ ସମୁଦାୟ ୩୪୮ ପୁଲିଂ ବୁଥ କରାଯାଇଛି। ଏଥିରେ ସମୁଦାୟ ୧୪୯୦ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଏହା ମଧ୍ୟରେ ୯୮ ଜଣ ସଂରକ୍ଷିତ କର୍ମଚାରୀ ମଧ୍ୟ ଅଛନ୍ତି । ଏତଦ୍ ବ୍ୟତୀତ ବୁଥ୍ ବାହାରେ ରହି ନିର୍ବାଚନ କାର୍ଯ୍ୟ କରିବା ନିମନ୍ତେ ଅତିରିକ୍ତ ୬୯୬ ଜଣ କର୍ମଚାରୀଙ୍କୁ ନିଯୁକ୍ତି କରାଯାଇଛି । ଏହି କର୍ମଚାରୀ ମାନେ ବିଶେଷ ଭାବରେ କୋଭିଡ ନିୟମାବଳୀ ପାଳନ ସମ୍ପର୍କରେ କାର୍ଯ୍ୟ କରିବେ।

Categories
ଆଜିର ଖବର ରାଜ୍ୟ ଖବର

ପିପିଲି ଉପ-ନିର୍ବାଚନ: କୋଭିଡ ଆକ୍ରାନ୍ତ ମଧ୍ୟ ଦେଇପାରିବେ ଭୋଟ

ଭୁବନେଶ୍ଵର: ପିପିଲି ବିଧାନସଭା ଉପ-ନିର୍ବାଚନ ନେଇ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ଉପ-ନିର୍ବାଚନ ସକାଳ ୭ ଟାରୁ ଆରମ୍ଭ ହେବ ଏବଂ ସନ୍ଧ୍ୟା ୬ ଟା ରେ ଶେଷ ହେବ। କୋଭିଡ କଟକଣା ଅନୁଯାୟୀ ନିର୍ବାଚନ ଅନୁଷ୍ଠିତ ହେବ।

ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବା ସମସ୍ତ ଅଧିକାରୀ ଉଭୟ ଡୋଜ ଟୀକା ନେଇଥିବା ନିର୍ବାଚନ ଅଧିକାରୀ କହିଛନ୍ତି। ମୋଟ ୩୪୮ ମଧ୍ୟରୁ ୨୦୦ ପୋଲିଂ ପାର୍ଟି ନିର୍ବାଚନ ସ୍ଥାନରେ ପହଞ୍ଚିସାରିଛନ୍ତି। ନିର୍ବାଚନ ପାଇଁ ୨ ହଜାର ପୋଲିସ କର୍ମଚାରୀ ଓ ୩୨ ମୋବାଇଲ ପାର୍ଟି ନିୟୋଜିତ ଅଛନ୍ତି। ପୋଲିଂ କାର୍ଯ୍ୟରେ ମୋଟ ୨ ହଜାର ୨୦୦ କର୍ମଚାରୀ ନିୟୋଜିତ ଅଛନ୍ତି। ଭଡ଼ାରେ ୪୨୩ ଟି ଗାଡିକୁ ପୋଲିଂ କାର୍ଯ୍ୟରେ ନିୟୋଜିତ ରହିବ।

ତେବେ ମୋଟ ୨୦୧ ଟି ସଂବେଦନଶୀଳ ବୁଥ ହୋଇଥିବା ବେଳେ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। କୋଭିଡ ଆକ୍ରାନ୍ତ ମଧ୍ୟ ଭୋଟ ଦେଇପାରିବେ। ଆକ୍ରାନ୍ତ ବ୍ୟକ୍ତିମାନେ ଘରେ ରହି ଭୋଟ ଦେଇପାରିବେ। ଭିନ୍ନକ୍ଷମଙ୍କ ପାଇଁ ଗାଡିର ବ୍ୟବସ୍ଥା ହୋଇଛି। ସେମାନଙ୍କୁ ଗାଡିରେ ପୋଲିଂ ବୁଥକୁ ନେବା ଏବଂ ଘରେ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପିପିଲି ଉପ-ନିର୍ବାଚନ ଲାଗି ତାରିଖ ଘୋଷଣା କଲା କେନ୍ଦ୍ରୀୟ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଆଜି ପଶ୍ଚିମବଙ୍ଗ ଏବଂ ଓଡିଶାରେ ବିଧାନସଭାକୁ ଉପ-ନିର୍ବାଚନର ତାରିଖ ଘୋଷଣା କରିଛନ୍ତି। ସେପ୍ଟେମ୍ବର ୩୦ ତାରିଖରେ ବଙ୍ଗଳା ଓ ଓଡିଶାରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ଅକ୍ଟୋବର ୩ ରେ ଫଳାଫଳ ଘୋଷଣା କରାଯିବ। ବେଙ୍ଗଲରେ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ (ଟିଏମସି) କ୍ରମାଗତ ଭାବେ ନିର୍ବାଚନ ଆୟୋଗରୁ ନିର୍ବାଚନ ଦାବି କରୁଥିଲା।

ନିର୍ବାଚନ କେଉଁଠାରେ ହେବ?:

ସେପ୍ଟେମ୍ବର ୩୦ ତାରିଖରେ ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଉପ-ନିର୍ବାଚନ କରିବାକୁ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛନ୍ତି। ସେହି ଦିନ ପଶ୍ଚିମବଙ୍ଗର ସାମସେରଗଞ୍ଜ, ଜଙ୍ଗିପୁର ଏବଂ ପିପିଲି (ଓଡିଶା) ରେ ମଧ୍ୟ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ଭୋଟ୍ ଗଣନା ଅକ୍ଟୋବର ୩ ତାରିଖରେ ହେବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପିପିଲି ଉପନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବଡ ନିଷ୍ପତି, ସମସ୍ତେ ହେଲେ ଆଶ୍ଚର୍ଯ୍ୟ

ଭୁବନେଶ୍ବର, ପିପିଲି ଉପନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ ନିଷ୍ପତି ଗ୍ରହଣ କରିଛନ୍ତି। ତାହା ହେଲା କରୋନା ପାଇଁ ଦଳ ତରଫରୁ କୌଣସି ରାଲି କରାଯିବ ନାହିଁ। ଏପରିକି ପ୍ରଚାର ସଭା କାର୍ଯ୍ୟ ମଧ୍ୟ କରାଯିବ ନାହିଁ। ବର୍ତ୍ତମାନ କରୋନାର ଦ୍ବିତୀୟ ଲହର ସାରା ଓଡିଶାରେ କାୟା ବିସ୍ତାର କରିବାରେ ଲାଗିଛି। ଏପରି ପରିସ୍ଥିତିରେ କର୍ମିମାନଙ୍କୁ ମରଣ ମୁହଁକୁ ଠେଲି ଦିଆଯିବ ନାହିଁ। ସେଥିପାଇଁ ବିଜେଡି ସୁପ୍ରିମୋ ଏହି ନିଷ୍ପତି ଗ୍ରହଣ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଟୁଇଟ କରି ଏହି ଘୋଷଣା କରିଛନ୍ତି।

ପିପିଲି ଉପନିର୍ବାଚନରେ ବିଜେଡି ତରଫରୁ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ପୁତ୍ର ରୁଦ୍ର ପ୍ରସାଦ ମହାରଥୀ ନିର୍ବାଚନ ଲଢୁଛନ୍ତି। ତାଙ୍କ ପାଇଁ ନବୀନ ଭର୍ଚୁୟାଲ ପ୍ରଚାର ମଧ୍ୟ କରିସାରିଛନ୍ତି। ହେଲେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ କରୋନାରେ ଦେହାନ୍ତ ଯୋଗୁଁ ନିର୍ବାଚନ ସ୍ଥଗିତ ରଖାଯାଇଥିଲା। ବର୍ତ୍ତମାନ ନୂଆ ନିଷ୍ପତି ଅନୁସାରେ ପିପିଲି ଉପନିର୍ବାଚନ ପାଇଁ ଆସନ୍ତା ମେ 13 ତାରିଖରେ ଭୋଟ ଗ୍ରହଣ ହେବ।

ସେହିପରି ଏହି ନିର୍ବାଚନରେ ବିଜେପିରୁ ଆଶ୍ରିତ ପଟ୍ଟନାୟକ ପ୍ରତିଦ୍ବନ୍ଦିତା କରୁଛନ୍ତି। କଂଗ୍ରେସ ପ୍ରାର୍ଥୀ ମୃତ୍ୟୁ ପରେ ବର୍ତ୍ତମାନ କାହାର ନାମ ଘୋଷଣା କରାଯାଇ ନାହିଁ। ତେବେ ବିଶେଷ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଅଜିତ ମଙ୍ଗରାଜଙ୍କ ପତ୍ନୀଙ୍କୁ ଟିକେଟ ଦେବା ପାଇଁ କଂଗ୍ରେସ ହାଇକମାଣ୍ଡ ନିକଟକୁ ସୁପାରିଶ କରିଛି।

ମୁଖ୍ୟମନ୍ତ୍ରୀଙ୍କ ଏପରି ନିଷ୍ପତିକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। ଓଡିଶା ସଚେତନ ନାଗରିକ ଫୋରମ ତରଫରୁ ଏହି ନିଷ୍ପତିକୁ ସ୍ବାଗତ କରାଯାଇଛି। ଏହାର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ନବୀନଙ୍କ ଏପରି ନିଷ୍ପତିକୁ ପ୍ରଶଂସା କରିଛନ୍ତି। ସେହିପରି ସଂପାଦକ ଦିଲ୍ଲୀପ ହାଲି ମଧ୍ୟ ଏହି ପଦକ୍ଷେପକୁ ସ୍ବାଗତ କରିବା ସହିତ ଅନ୍ୟଦଳ ଏପରି ନିଷ୍ପତି ନେବା ଉଚିତ ବୋଲି କହିଛନ୍ତି।

ବିଜେଡି ସୁପ୍ରିମୋଙ୍କ ଏପରି ନିଷ୍ପତି ପରେ ବର୍ତ୍ତମାନ ବିଜେପି ମଧ୍ୟ ସେହିପରି ପଦକ୍ଷେପ ନେବ ବୋଲି ଚିନ୍ତା କରୁଥିବାର ଜଣାପଡିଛି। କଂଗ୍ରେସ ମଧ୍ୟ ପ୍ରାର୍ଥୀଙ୍କ ନାମ ଘୋଷଣା ପରେ ବଡ ରାଲି କରିବା ନାହିଁ ବୋଲି ପରୋକ୍ଷରେ ଜଣେ ନେତା ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପିପିଲି ଉପନିର୍ବାଚନକୁ ସ୍ଥଗିତ ଆଦେଶ ଦେଲେ ପୁରୀ ଏଡିଏମ

ଭୁବନେଶ୍ବର: ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଛି। କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ବିୟୋଗ ପରେ ଉପନିର୍ବାଚନକୁ ସ୍ଥଗିତ ରଖାଯାଇଛି। ପୁରୀ ଏଡିଏମ ଏନେଇ ଘୋଷଣା କରିଛନ୍ତି। ସିଇଓ ଓ ଇସିଆଇଙ୍କୁ ସ୍ଥଗିତାଦେଶ କପି ପଠାଯାଇଛି ବୋଲି ପୁରୀ ଏଡ଼ିଏମ କହଛନ୍ତି। ହେଲେ ଆସନ୍ତାକାଲି  ଆସିବାକୁ ଥିବା ପୋଲିଂ କର୍ମଚାରୀଙ୍କୁ ପିପିଲି ନଆସିବାକୁ କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ପିପିଲି ଉପ-ନିର୍ବାଚନ: ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଘୋଷଣା କଲେ ପ୍ରାର୍ଥୀ

ଭୁବନେଶ୍ବର: ପିପିଲି ଉପ-ନିର୍ବାଚନ ପାଇଁ ବିଜେଡ଼ି ପ୍ରାର୍ଥୀ ଘୋଷଣା କରିଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପିପିଲି ଉପ-ନିର୍ବାଚନ ପାଇଁ  ରୁଦ୍ର ପ୍ରତାପ ମହାରଥୀଙ୍କ ନାମ ଘୋଷଣା କରିଛନ୍ତି। ରୁଦ୍ରପ୍ରତାପ ହେଉଛନ୍ତି ସ୍ଵର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ।

ଏହା ପୂର୍ବରୁ ଗତକାଲି ବିଜେପି ପ୍ରାର୍ଥୀ ଘୋଷଣା କରିଥିଲା। ବିଜେପି ପକ୍ଷରୁ ଆଶ୍ରିତ ପଟ୍ଟନାୟକ ପିପିଲି ଉପ-ନିର୍ବାଚନରେ ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ସେ ଆଜି ନିଜର ନାମାଙ୍କନ ପତ୍ର ଦାଖଲ ମଧ୍ୟ କରିସାରିଛନ୍ତି। ଏପ୍ରିଲ ୧୭ ତାରିଖରେ ଉପ-ନିର୍ବାଚନ ପାଇଁ ଭୋଟିଂ ହେବ।

Categories
ଆଜିର ଖବର ରାଜ୍ୟ ଖବର

ପିପିଲି ଉପ-ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ଆଜିଠୁ ପ୍ରାର୍ଥୀ ପତ୍ର ଦାଖଲ

ଭୁବନେଶ୍ବର: ପିପିଲି ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠୁ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ପ୍ରାର୍ଥୀ ପତ୍ର ଦାଖଲ କରିବାର ଶେଷ ତାରିଖ ମାର୍ଚ୍ଚ ୩୦ ତାରିଖ ରହିଛି। ଏପ୍ରିଲ ୩ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ରହିଛି। ଏପ୍ରିଲ ୧୭ ତାରିଖରେ ଭୋଟ ଗ୍ରହଣ କରାଯିବ। ସକାଳ ୭ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ। ମେ ୨ ତାରିଖରେ ଭୋଟ ଗଣତି କରାଯିବ। ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ଵାରା ବିଦ୍ଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି।

Categories
ଫଟୋ ଖବର

ପୁରୀ ଯିବା ବେଳେ ପିପିଲିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପି ତରଫରୁ ବିପୁଳ ସ୍ବାଗତ

ପୁରୀ ଯିବା ବେଳେ ପିପିଲି ଠାରେ ବିଜେପି କାର୍ଯ୍ୟକର୍ତ୍ତାମାନେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ୱାଗତ କରୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପିପିଲି ଓ ଡେଲାଙ୍ଗ ଲୋକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ: ୭୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା

ଭୁବନେଶ୍ବର: ଆଜି ପିପିଲି ଓ ଡେଲାଙ୍ଗର ଲୋକଙ୍କ ସହ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପିପିଲି-ଡେଲାଙ୍ଗର ବିକାଶ ପାଇଁ ୭୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି

ଏଥିରେ ରାସ୍ତା, ଜଳସେଚନ, ଷ୍ଟାଡ଼ିୟମ, ବସ୍ ଷ୍ଟାଣ୍ଡ୍, ସେତୁ ଭଳି ଅନେକ ବିକାଶ ମୂଳକ ପ୍ରକଳ୍ପ ନିର୍ମାଣ ହେବ। ପିପିଲି ଡେଲାଙ୍ଗର ବିକାଶ କାମକୁ ଆଗକୁ ନେବାକୁ ଏହା ଏକ ପ୍ରୟାସ ବୋଲି ନବୀନ କହିଛନ୍ତି। ଆଜି ପିପିଲିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୬୭.୬୮କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରିଛନ୍ତି। ପିପିଲି ବ୍ଲକ୍‌ ପାଇଁ ୨୪.୪୧ କୋଟି ଓ ପିପିଲି ପୌରାଞ୍ଚଳର ବିକାଶ ପାଇଁ ୧୬.୮୫ କୋଟି ଟଙ୍କା ଖର୍ଚ୍ଚ କରାଯିବ।

ହେଲେ ପିପିଲି ଉପ-ନିର୍ବାଚନ ପୂର୍ବରୁ ଏଭଳି ପ୍ୟାକେଜ୍ ଘୋଷଣା କରି ଲୋକଙ୍କୁ ପ୍ରଭାବିତ କରାଯାଉଛି ବୋଲି ବିରୋଧୀ କହିଛନ୍ତି।