ପିପିଲି ଉପ-ନିର୍ବାଚନ: କୋଭିଡ ଆକ୍ରାନ୍ତ ମଧ୍ୟ ଦେଇପାରିବେ ଭୋଟ

Published: Sep 28, 2021, 1:54 pm IST

ଭୁବନେଶ୍ଵର: ପିପିଲି ବିଧାନସଭା ଉପ-ନିର୍ବାଚନ ନେଇ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ଉପ-ନିର୍ବାଚନ ସକାଳ ୭ ଟାରୁ ଆରମ୍ଭ ହେବ ଏବଂ ସନ୍ଧ୍ୟା ୬ ଟା ରେ ଶେଷ ହେବ। କୋଭିଡ କଟକଣା ଅନୁଯାୟୀ ନିର୍ବାଚନ ଅନୁଷ୍ଠିତ ହେବ।

ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବା ସମସ୍ତ ଅଧିକାରୀ ଉଭୟ ଡୋଜ ଟୀକା ନେଇଥିବା ନିର୍ବାଚନ ଅଧିକାରୀ କହିଛନ୍ତି। ମୋଟ ୩୪୮ ମଧ୍ୟରୁ ୨୦୦ ପୋଲିଂ ପାର୍ଟି ନିର୍ବାଚନ ସ୍ଥାନରେ ପହଞ୍ଚିସାରିଛନ୍ତି। ନିର୍ବାଚନ ପାଇଁ ୨ ହଜାର ପୋଲିସ କର୍ମଚାରୀ ଓ ୩୨ ମୋବାଇଲ ପାର୍ଟି ନିୟୋଜିତ ଅଛନ୍ତି। ପୋଲିଂ କାର୍ଯ୍ୟରେ ମୋଟ ୨ ହଜାର ୨୦୦ କର୍ମଚାରୀ ନିୟୋଜିତ ଅଛନ୍ତି। ଭଡ଼ାରେ ୪୨୩ ଟି ଗାଡିକୁ ପୋଲିଂ କାର୍ଯ୍ୟରେ ନିୟୋଜିତ ରହିବ।

ତେବେ ମୋଟ ୨୦୧ ଟି ସଂବେଦନଶୀଳ ବୁଥ ହୋଇଥିବା ବେଳେ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। କୋଭିଡ ଆକ୍ରାନ୍ତ ମଧ୍ୟ ଭୋଟ ଦେଇପାରିବେ। ଆକ୍ରାନ୍ତ ବ୍ୟକ୍ତିମାନେ ଘରେ ରହି ଭୋଟ ଦେଇପାରିବେ। ଭିନ୍ନକ୍ଷମଙ୍କ ପାଇଁ ଗାଡିର ବ୍ୟବସ୍ଥା ହୋଇଛି। ସେମାନଙ୍କୁ ଗାଡିରେ ପୋଲିଂ ବୁଥକୁ ନେବା ଏବଂ ଘରେ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଇଛି।

Related posts