Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଦେଶରେ ୪୦୦୦ ଅତିକ୍ରମ କଲା କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪ ହଜାର ୪୧ ଟି ନୂଆ କରୋନା ମାମଲା ରୁଜୁ ହୋଇଛି। ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୪ କୋଟି ୩୧ ଲକ୍ଷ ୬୮ ହଜାର ୫୮୫ କୁ ବୃଦ୍ଧି ପାଇଛି। ଏହି ସମୟରେ ୨୧ ହଜାର ୧୭୭ ରେ ପହଞ୍ଚିଛି ସକ୍ରିୟ ମାମଲା ସଂଖ୍ୟା।
ଗତ ୨୪ ଘଣ୍ଟା ମଧ୍ୟରେ, ୨ ହଜାର ୩୬୩ ଜଣ ଲୋକ କରୋନାରୁ ଆରୋଗ୍ୟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ମୋଟ ୪ କୋଟି ୨୬ ଲକ୍ଷ ୨୨ ହଜାର ୭୫୭ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଯୋଗୁଁ ୫ ଲକ୍ଷ ୨୪ ହଜାର ୬୫୧ ଜଣଙ୍କର ମୃତ୍ୟୁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ, କରୋନାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିଛି।

Categories
ଆଜିର ଖବର ରାଜ୍ୟ ଖବର

ପିପିଲି ଉପ-ନିର୍ବାଚନ: କୋଭିଡ ଆକ୍ରାନ୍ତ ମଧ୍ୟ ଦେଇପାରିବେ ଭୋଟ

ଭୁବନେଶ୍ଵର: ପିପିଲି ବିଧାନସଭା ଉପ-ନିର୍ବାଚନ ନେଇ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ଉପ-ନିର୍ବାଚନ ସକାଳ ୭ ଟାରୁ ଆରମ୍ଭ ହେବ ଏବଂ ସନ୍ଧ୍ୟା ୬ ଟା ରେ ଶେଷ ହେବ। କୋଭିଡ କଟକଣା ଅନୁଯାୟୀ ନିର୍ବାଚନ ଅନୁଷ୍ଠିତ ହେବ।

ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବା ସମସ୍ତ ଅଧିକାରୀ ଉଭୟ ଡୋଜ ଟୀକା ନେଇଥିବା ନିର୍ବାଚନ ଅଧିକାରୀ କହିଛନ୍ତି। ମୋଟ ୩୪୮ ମଧ୍ୟରୁ ୨୦୦ ପୋଲିଂ ପାର୍ଟି ନିର୍ବାଚନ ସ୍ଥାନରେ ପହଞ୍ଚିସାରିଛନ୍ତି। ନିର୍ବାଚନ ପାଇଁ ୨ ହଜାର ପୋଲିସ କର୍ମଚାରୀ ଓ ୩୨ ମୋବାଇଲ ପାର୍ଟି ନିୟୋଜିତ ଅଛନ୍ତି। ପୋଲିଂ କାର୍ଯ୍ୟରେ ମୋଟ ୨ ହଜାର ୨୦୦ କର୍ମଚାରୀ ନିୟୋଜିତ ଅଛନ୍ତି। ଭଡ଼ାରେ ୪୨୩ ଟି ଗାଡିକୁ ପୋଲିଂ କାର୍ଯ୍ୟରେ ନିୟୋଜିତ ରହିବ।

ତେବେ ମୋଟ ୨୦୧ ଟି ସଂବେଦନଶୀଳ ବୁଥ ହୋଇଥିବା ବେଳେ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। କୋଭିଡ ଆକ୍ରାନ୍ତ ମଧ୍ୟ ଭୋଟ ଦେଇପାରିବେ। ଆକ୍ରାନ୍ତ ବ୍ୟକ୍ତିମାନେ ଘରେ ରହି ଭୋଟ ଦେଇପାରିବେ। ଭିନ୍ନକ୍ଷମଙ୍କ ପାଇଁ ଗାଡିର ବ୍ୟବସ୍ଥା ହୋଇଛି। ସେମାନଙ୍କୁ ଗାଡିରେ ପୋଲିଂ ବୁଥକୁ ନେବା ଏବଂ ଘରେ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପଦ୍ମଭୂଷଣ ରଘୁନାଥ ମହାପାତ୍ରଙ୍କର ଜ୍ୟେଷ୍ଠ ପୁତ୍ରଙ୍କ ଦେହାନ୍ତ: ଗତକାଲି କନିଷ୍ଠ ପୁତ୍ରଙ୍କ ହୋଇଥିଲା ପରଲୋକ

ଭୁବନେଶ୍ୱର: ବିଶିଷ୍ଟ ସ୍ଥପତି ତଥା ସାଂସଦ ପଦ୍ମଭୂଷଣ ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ ବଡ ପୁଅ ଯଶୋବନ୍ତ ମହାପାତ୍ରଙ୍କର ଆଜି ବିୟୋଗ ଘଟିଛି।

ଭୁବନେଶ୍ୱର ଏମ୍ସ ରେ ଚିକିତ୍ସାଧୀନ ଥିବା ଯଶୋବନ୍ତ ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ଗତକାଲି ସମ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ସମ କୋଭିଡର ଡାକ୍ତର ଓ ନର୍ସ ମାନଙ୍କର ସମସ୍ତ ପ୍ରଚେଷ୍ଟା ଓ ନିରବଛିନ୍ନ ଚିକିତ୍ସା ସତ୍ତ୍ୱେ ତାଙ୍କର ଆଜି ଦିନ ୧ ଘଟିକାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା।

ଗତକାଲି କୋଭିଡ ଆକ୍ରାନ୍ତ ଥିବା ତାଙ୍କ ସାନ ଭାଇ ତଥା କ୍ରିକେଟର ପ୍ରଶାନ୍ତ ମହାପାତ୍ରଙ୍କର ଏମ୍ସ ରେ ମୃତ୍ୟୁ ଘଟିଥିବା ବେଳେ ୧୨ ଦିନ ତଳେ ବାପା ରଘୁନାଥ ମହାପାତ୍ର ମଧ୍ୟ କରୋନା ସଂକ୍ରମଣ ଯୋଗୁଁ ମୃତ୍ୟୁ ବରଣ କରିଛନ୍ତି।