Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚର୍ଚ୍ଚିତ ଆଇଆରଏସ ଅଧିକାରୀ ସମୀର ୱାନଖେଡେଙ୍କ ରାଜନୀତିରେ ପ୍ରବେଶ, ଏହି ଦଳରୁ ଲଢିବେ ନିର୍ବାଚନ
ଆଜିର ଖବର

ଚର୍ଚ୍ଚିତ ଆଇଆରଏସ ଅଧିକାରୀ ସମୀର ୱାନଖେଡେଙ୍କ ରାଜନୀତିରେ ପ୍ରବେଶ, ଏହି ଦଳରୁ ଲଢିବେ ନିର୍ବାଚନ

October 17, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଚର୍ଚ୍ଚିତ ଆଇଆରଏସ ଅଧିକାରୀ ସମୀର ୱାନଖେଡେ ରାଜନୀତିରେ ପ୍ରବେଶ କରିବାକୁ ଯାଉଛନ୍ତି। ସୂଚନାନୁସାରେ, ସମୀର ଶିବସେନା ଏକନାଥ ସିନ୍ଦେ ଦଳରେ ଯୋଗଦେବେ। ସମୀର ୱାନଖେଡେ ମୁମ୍ବାଇର ଧରାବୀ ବିଧାନସଭା ଆସନରୁ ନିର୍ବାଚନ ଲଢିପାରନ୍ତି।

ବାସ୍ତବରେ, ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ସମୀର ୱାନଖେଡେଙ୍କୁ ଆଇଆରଏସ ପଦରୁ ଇସ୍ତଫା ଦେବାକୁ ପଡ଼ିବ ଏବଂ ଇସ୍ତଫା କେନ୍ଦ୍ର ସରକାର ଗୃହ ବିଭାଗ ଦ୍ୱାରା ଗ୍ରହଣ କରିବାକୁ ପଡ଼ିବ। ଏହା ପରେ ରାଜନୀତିରେ ପ୍ରବେଶ କରିବାର ରାସ୍ତା ସ୍ପଷ୍ଟ ହେବ।

ସମୀର ୱାନଖେଡେ କିଏ?:

44 ବର୍ଷିୟ ସମୀର ୱାନଖେଡେ ଜଣେ 2008 ବ୍ୟାଚ୍ IRS ଭାରତୀୟ ରାଜସ୍ୱ ସେବା ଅଧିକାରୀ। 2021 ପର୍ଯ୍ୟନ୍ତ ସେ ମୁମ୍ବାଇରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ର ଜୋନାଲ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ। ଏନସିବିରେ ଯୋଗଦେବା ପୂର୍ବରୁ ଶ୍ରୀ ୱାନଖେଡେ ଜାତୀୟ ଅନୁସନ୍ଧାନ ଏଜେନ୍ସି ଏବଂ ଏୟାର ଇଣ୍ଟେଲିଜେନ୍ସ ୟୁନିଟ୍ ସହିତ କାର୍ଯ୍ୟ କରିଥିଲେ।

ୱାନଖେଡେ ତାଙ୍କ କ୍ୟାରିଅରରେ ଡ୍ରଗ୍ ପ୍ରୟୋଗ ସହ ଜଡିତ ଆଇନ ପ୍ରଣୟନକାରୀ ସଂସ୍ଥାଗୁଡ଼ିକରେ ବିଭିନ୍ନ ପଦବୀରେ ରହିଆସିଛନ୍ତି। ଡ୍ରଗ୍ ଚୋରା ଚାଲାଣକାରୀ ଏବଂ ସେମାନଙ୍କ ନେଟୱାର୍କକୁ ଟାର୍ଗେଟ କରି ଆକ୍ରମଣ, ଗୁପ୍ତଚର କାର୍ଯ୍ୟ ତଥା ଗୁପ୍ତ ଅନୁସନ୍ଧାନରେ ସମୀର ୱାନଖେଡେ ସକ୍ରିୟ ଭାବରେ ଜଡିତ ଅଛନ୍ତି। ତାଙ୍କର 15 ବର୍ଷର କ୍ୟାରିଅର୍ ସମୟରେ, ସେ 17,000 କିଲୋଗ୍ରାମ ନିଶା ଏବଂ 165 କିଲୋଗ୍ରାମ ସୁନା ଜବତ କରିବାର ଶ୍ରେୟ ପାଇଛନ୍ତି।

ଏହି ମାମଲାଗୁଡ଼ିକ ହେଡଲାଇନ ସୃଷ୍ଟି କରିଥିଲା:

ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଗ୍ୟାଙ୍ଗର ନିଶା କାରବାର ଭାଙ୍ଗିବା, ଇସଲାମ ପ୍ରଚାରକ ଜାକିର ନାଇକଙ୍କ ଅର୍ଥ ହେରେଫେରି ମାମଲା, କଷ୍ଟମ ଚୋରି ମାମଲାରେ ଗାୟକ ମିକା ସିଂଙ୍କ ବିରୋଧରେ ମାମଲା, କାର୍ଡେଲିଆ କ୍ରୁଜ ଡ୍ରଗ୍ସ ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଜେଲରେ ରଖିଥିବା ସାହସୀ ଅଧିକାରୀ ଭାବେ ସମୀର ୱାନଖେଡେ ଜଣାଶୁଣା।

ପ୍ରକାଶ ଯୋଗ୍ୟ ଯେ, ବର୍ତ୍ତମାନର କଂଗ୍ରେସ ସାଂସଦ ତଥା ମୁମ୍ବାଇ କଂଗ୍ରେସ ସଭାପତି ବର୍ଷା ଗାଇକ୍ଵାଡ ଧରାବୀ ବିଧାନସଭା ଆସନରୁ ବିଧାୟକ। ଏହି ଆସନରେ ତାଙ୍କ ଭଉଣୀଙ୍କୁ କଂଗ୍ରେସ ପ୍ରାର୍ଥୀ କରିବାକୁ ଚାହୁଁଛନ୍ତି।

Elections 2024 Maharashtra Assembly Election 2024 Maharashtra News Sameer Wankhede
Share. Facebook Twitter LinkedIn Email WhatsApp Copy Link

Related Posts

ମହଙ୍ଗା ମାଡ଼ : ସାଧାରଣ ଲୋକଙ୍କ ପକେଟ ଉପରେ ବଢ଼ିବ ବୋଝ !

May 16, 2026

ବଟି ଆଦାୟକୁ ନେଇ ଫାୟାରିଂ

May 15, 2026

ସମ୍ବଲପୁର–ମାନେଶ୍ୱର ସେକ୍ସନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେତୁ ପୁରୀ–ରାଉରକେଲା ଏକ୍ସପ୍ରେସ୍ ବାତିଲ 

May 15, 2026

ଷ୍ଟ୍ରୋକ୍ ସଚେତନତା ଅଭିଯାନ – ଆଇଏଫଆଇ ଫାଉଣ୍ଡେସନକୁ ଅନ୍ତର୍ଜାତୀୟ ସମ୍ମାନ

May 15, 2026
Latest News

ମହଙ୍ଗା ମାଡ଼ : ସାଧାରଣ ଲୋକଙ୍କ ପକେଟ ଉପରେ ବଢ଼ିବ ବୋଝ !

May 16, 2026

ବଟି ଆଦାୟକୁ ନେଇ ଫାୟାରିଂ

May 15, 2026

New Odia Film Policy: ଶୀଘ୍ର ପ୍ରଣୟନ ହେବ ସ୍ୱତନ୍ତ୍ର ଓଡିଆ ଚଳଚ୍ଚିତ୍ର ନୀତି, ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

May 15, 2026

ସମ୍ବଲପୁର–ମାନେଶ୍ୱର ସେକ୍ସନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେତୁ ପୁରୀ–ରାଉରକେଲା ଏକ୍ସପ୍ରେସ୍ ବାତିଲ 

May 15, 2026

ଷ୍ଟ୍ରୋକ୍ ସଚେତନତା ଅଭିଯାନ – ଆଇଏଫଆଇ ଫାଉଣ୍ଡେସନକୁ ଅନ୍ତର୍ଜାତୀୟ ସମ୍ମାନ

May 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.