ଏନ୍‌ଡିଏ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ

Published: Oct 18, 2024, 1:35 pm IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନ୍‌ଡିଏ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀମାନଙ୍କର ଏକ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଜାତୀୟ ପ୍ରଗତିକୁ ଆଗକୁ ବଢ଼ାଇବା ଏବଂ ଗରିବ ତଥା ଦଳିତମାନଙ୍କୁ ସଶକ୍ତ କରିବା ପାଇଁ ପ୍ରତିବଦ୍ଧତାକୁ ସେ ନିଶ୍ଚିତ କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

“ଏନ୍‌ଡିଏ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀମାନଙ୍କର ଏକ ବୈଠକରେ ଅଧ୍ୟକ୍ଷତା କଲି। ଉତ୍ତମ ଶାସନ ତଥା ଲୋକମାନଙ୍କର ଜୀବନରେ ଉନ୍ନତି ଆଣିବା ପାଇଁ ଆମର ବ୍ୟାପକ ଆଲୋଚନା ହୋଇଥିଲା। ଜାତୀୟ ପ୍ରଗତିକୁ ଆଗକୁ ବଢ଼ାଇବା ଏବଂ ଗରିବ ତଥା ଦଳିତମାନଙ୍କୁ ସଶକ୍ତ କରିବା ପାଇଁ ଆମ ଗଠବନ୍ଧନ ପ୍ରତିବଦ୍ଧ।”

Related posts