Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଳ୍ପକେ ବର୍ତ୍ତିଲେ ବେଞ୍ଜାମିନ୍ ନେତାନ୍ୟାହୁ!: ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ ଘରକୁ ଡ୍ରୋନ୍ ଆକ୍ରମଣ କଲା ହିଜବୁଲ
ଆଜିର ଖବର

ଅଳ୍ପକେ ବର୍ତ୍ତିଲେ ବେଞ୍ଜାମିନ୍ ନେତାନ୍ୟାହୁ!: ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ ଘରକୁ ଡ୍ରୋନ୍ ଆକ୍ରମଣ କଲା ହିଜବୁଲ

October 19, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ
ଗାଜାରେ ବ୍ୟାପକ କ୍ଷତି, ୧୫୩ ଟନ୍ ବୋମା ପକାଇଲା ଇସ୍ରାଏଲ: ନେତାନ୍ୟାହୁ ଦେଲେ ଚେତାବନୀ

ନୂଆଦିଲ୍ଲୀ: ଆଜି ଲେବାନନ୍ ଇସ୍ରାଏଲ ବିରୁଦ୍ଧରେ ପ୍ରତିଶୋଧ ନେଇଛି। ଇସ୍ରାଏଲ୍ ଖବରକାଗଜ ରିପୋର୍ଟ ଅନୁଯାୟୀ ଲେବାନନରୁ ଡ୍ରୋନ୍ ଆକ୍ରମଣ କରାଯାଇଛି। ଏହି ଆକ୍ରମଣ ଇସ୍ରାଏଲର କେନ୍ଦ୍ରୀୟ କେସରିୟା ସହରର ଏକ ଘର ଉପରେ କରାଯାଇଥିଲା। କୁହାଯାଉଛି ଯେ, ଆକ୍ରମଣର ଲକ୍ଷ୍ୟ ଥିଲା ନେତାନ୍ୟାହୁଙ୍କ ଘର। ତେବେ ନେତାନ୍ୟାହୁଙ୍କ ଘର ସୁରକ୍ଷିତ ଅଛି।

ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ କହିଛି ଯେ, ଲେବାନନରୁ ତିନୋଟି ଡ୍ରୋନ୍ କ୍ଷେପଣ କରାଯାଇଥିଲା ଏବଂ ସେଥିମଧ୍ୟରୁ ଇସ୍ରାଏଲର କେସରିୟା ସହରର ଏକ ଘରକୁ ଟାର୍ଗେଟ କରାଯାଇଥିଲା। ଏହି ଡ୍ରୋନ୍ ପଡିଥିବା କୋଠାଟି ନଷ୍ଟ ହୋଇଯାଇଛି, କିନ୍ତୁ ଏହି ଆକ୍ରମଣରେ କୌଣସି ଆହତ ହେବାର ଖବର ନାହିଁ।

ସ୍ଥାନୀୟ ପୋଲିସ କହିଛି ଯେ, କେସରିୟା ଅଞ୍ଚଳରେ ବିସ୍ଫୋରଣର ଶବ୍ଦ ଶୁଣାଯାଇଥିଲା। ଲେବାନନରୁ ଏହି ବିମାନ ଦ୍ୱାରା ହୋଇଥିବା ଆକ୍ରମଣର ଅନୁସନ୍ଧାନ କରାଯାଉଛି। ଇସ୍ରାଏଲ୍ ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଡ୍ରୋନଗୁଡିଡ଼ିକୁ ଆଇରନ୍ ଡୋମ୍ ଅଟକାଇବାରେ ଅସମର୍ଥ ହୋଇଛି। ଇସ୍ରାଏଲ୍ ଗଣମାଧ୍ୟମ ମଧ୍ୟ ଏହାକୁ ନେଇ ପ୍ରଶ୍ନ ଉଠାଇଛି। ରିପୋର୍ଟରେ କୁହାଯାଇଛି ଯେ, ଏକ ଡ୍ରୋନ୍ ସହଜରେ ଇସ୍ରାଏଲ ସୀମାରେ ପ୍ରବେଶ କରିଥିଲା। କୁହାଯାଉଛି ଯେ, ଏହି ଡ୍ରୋନ୍ ସେନା ହେଲିକପ୍ଟର ପାଖଦେଇ ଯାଇଥିଲା।

ଏଥି ସହିତ ଇସ୍ରାଏଲ୍ ସେନା ଅନୁଯାୟୀ, ତିନିଟି ଡ୍ରୋନ୍ ଲେବାନନରୁ ହାଇଫା ଆଡକୁ ଯାଇଥିଲା, ସେଥିମଧ୍ୟରୁ କେବଳ ଦୁଇଟି ଚିହ୍ନଟ କରାଯାଇ ଅଟକାଯାଇଥିଲା। ଏହି ସମୟରେ ତୃତୀୟ ଡ୍ରୋନ୍ କେସରିୟାରେ ଏକ କୋଠାକୁ ଧକ୍କା ଦେଇଥିଲା। ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ, ବିସ୍ଫୋରଣ ବହୁତ ବଡ ଥିଲା। ରିପୋର୍ଟ ଅନୁଯାୟୀ, ଡ୍ରୋନ୍ ଲେବାନନ୍ ଠାରୁ ପ୍ରାୟ ୭୦ କିଲୋମିଟର ଦୂରରେ ଉଡି କେସରିୟାର ଏକ କୋଠାକୁ ସିଧାସଳଖ ଧକ୍କା ଦେଇଥିଲା।

Benjamin Netanyahu Breaking News israel
Share. Facebook Twitter LinkedIn Email WhatsApp Copy Link

Related Posts

୯ ପୋଲିସକୁ ଫାଶୀ

April 6, 2026

୧୪ ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ

April 6, 2026

୨୦୨୫–୨୬ ଆର୍ଥିକ ବର୍ଷରେ ସ୍କ୍ରାପ୍ ବିକ୍ରୟରୁ ରେକର୍ଡ ରାଜସ୍ୱ ଅର୍ଜନ କଲା ପୂର୍ବ ତଟ ରେଳପଥ

April 6, 2026

ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ପାଇଁ ସତର୍କର ଘଣ୍ଟି!: ସର୍ଭେ ରିପୋର୍ଟରେ ଟିଏମସି-ବିଜେପି କଡ଼ା ଟକ୍କର

April 6, 2026
Latest News

ବିଜେଡିରୁ ପୁଣି ନିଲମ୍ବନ ହେଲେ ଜଣେ ପୂର୍ବତନ ବିଧାୟକ ଏବଂ ଜଣେ ପୂର୍ବତନ ସାଂସଦ

April 6, 2026

୯ ପୋଲିସକୁ ଫାଶୀ

April 6, 2026

ଓଡ଼ିଶାରେ ଯଥେଷ୍ଟ ପରିମାଣରେ ଇନ୍ଧନ ଗଚ୍ଛିତ ଅଛି: ସ୍ପଷ୍ଟ କଲେ ସରକାର

April 6, 2026

୧୪ ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ

April 6, 2026

ରାଜ୍ୟସଭା ସଦସ୍ୟ ଭାବେ ୧୯ ଜଣ ନେଲେ ଶପଥ, ଓଡିଶାର ତିନିଜଣ

April 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.