Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଝାରସୁଗୁଡା ଠାରେ ସମ୍ବଲପୁର ରେଳମଣ୍ଡଳ ଅନ୍ତର୍ଗତ ସାଂସଦ କମିଟି ବୈଠକ
ଆଜିର ଖବର

ଝାରସୁଗୁଡା ଠାରେ ସମ୍ବଲପୁର ରେଳମଣ୍ଡଳ ଅନ୍ତର୍ଗତ ସାଂସଦ କମିଟି ବୈଠକ

October 19, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଆଜି ଝାରସୁଗୁଡାରେ ପୂର୍ବତଟ ରେଳପଥର ସମ୍ବଲପୁର ରେଳ ମଣ୍ଡଳ ପରିସୀମା ମଧ୍ୟରେ ଥିବା ସଂସଦୀୟ କ୍ଷେତ୍ରର ମାନ୍ୟବର ସାଂସଦ ମାନଙ୍କ ଏକ ବିଭାଗୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ଛତିଶଗଡ଼ ଏବଂ ଓଡିଶାର ବିଶିଷ୍ଟ ସାଂସଦ ମାନଙ୍କ ସହ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲଙ୍କ ସମେତ ବରିଷ୍ଠ ରେଳ ଅଧିକାରୀଙ୍କ ସହିତ ବିଭିନ୍ନ ଭିତ୍ତିଭୂମି ଓ ଯାତ୍ରୀ ସେବା ସମ୍ବନ୍ଧରେ ଆଲୋଚନା କରାଯାଇଥିଲା।

ମାନ୍ୟବର ସାଂସଦମାନେ ବରିଷ୍ଠ ସାଂସଦ ତଥା ମାନ୍ୟବର ଲୋକସଭା ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓଙ୍କୁ ବିଭାଗୀୟ କମିଟିର ସଭାପତି ଭାବରେ ମନୋନୀତ କରିଥିଲେ। ଏହି ବୈଠକରେ ଯୋଗଦାନ କରିଥିବା ମାନ୍ୟବର ସାଂସଦମାନେ ହେଲେ…

– ସଂଗୀତା କୁମାରୀ ସିଂହଦେଓ, ବଲାଙ୍ଗୀର ସାଂସଦ

– ପ୍ରଦୀପ ପୁରୋହିତ, ବରଗଡ଼ ସାଂସଦ

– ନିରଞ୍ଜନ ବିଶି, ରାଜ୍ୟସଭା ସାଂସଦ

– ମାଳବୀକା ଦେବୀ, କଳାହାଣ୍ଡି ସାଂସଦ

– ରୂପ କୁମାରୀ ଚୌଧୁରୀ, ମହାସମୁନ୍ଦ ସାଂସଦ

– ଟଙ୍କଧର ତ୍ରିପାଠୀ, ଝାରସୁଗୁଡା ବିଧାୟକ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦଙ୍କ ପ୍ରତିନିଧି

ସାଂସଦମାନେ ଗଠନମୂଳକ ଆଲୋଚନାରେ ଭାଗନେଇ ରେଳ ଭିତ୍ତିଭୂମି ବୃଦ୍ଧି ତଥା ଏହି ଅଞ୍ଚଳରେ ଯାତ୍ରୀଙ୍କ ସୁବିଧାରେ ଉନ୍ନତି ଆଣିବା ପାଇଁ ସେମାନଙ୍କର ମୂଲ୍ୟବାନ ମତାମତ ପ୍ରଦାନ କରିଥିଲେ। ସମ୍ବଲପୁର ରେଳ ମଣ୍ଡଳ ଦ୍ୱାରା ନିଆଯାଇଥିବା ବିକାଶମୂଳକ ପଦକ୍ଷେପ ପାଇଁ ସେମାନେ କୃତଜ୍ଞତା ଜଣାଇବା ସହ ଚାଲୁରହିଥିବା ପ୍ରକଳ୍ପର ଗୁରୁତ୍ୱକୁ ଦର୍ଶାଇ ଟ୍ରେନ୍ ସେବା, ଟ୍ରେନ ରହଣି ଏବଂ ଯାତ୍ରୀ ସୁବିଧା ସମ୍ପର୍କରେ ବିଶେଷ ଭାବେ ଆଲୋଚନା କରିଥିଲେ।

ବୈଠକରେ ଆଲୋଚନା ହୋଇଥିବା ପ୍ରମୁଖ ବିଷୟଗୁଡ଼ିକ ହେଲା…

ବୃଦ୍ଧି ପାଉଥିବା ଯାତ୍ରୀ ଚାହିଦା ମେଣ୍ଟାଇବା ପାଇଁ ଟ୍ରେନ୍ ଚଳାଚଳ ଦିବସ ବୃଦ୍ଧି ଏବଂ ଉପାନ୍ତ ଅଞ୍ଚଳକୁ ଟ୍ରେନ ସେବା ସମ୍ପ୍ରସାରଣ କରିବା।

ନୂତନ ରେଳ ଲାଇନ ନିର୍ମାଣ କାର୍ଯ୍ୟ ଶୀଘ୍ର ସମ୍ପନ୍ନ କରିବା।

ରୋଡ଼ ଅଣ୍ଡର ବ୍ରିଜ୍ (ଉପମାର୍ଗ) ଏବଂ ରୋଡ୍ ଓଭର ବ୍ରିଜ୍ ର ବିକାଶ।

ଷ୍ଟେସନ ମାନଙ୍କରେ ଯାତ୍ରୀଙ୍କ ସୁବିଧା ସୁଦୃଢ଼ କରିବା।

ଟ୍ରେନ, ପ୍ଲାଟଫର୍ମ ଓ ଷ୍ଟେସନ ପରିସରରେ ସ୍ୱଚ୍ଛତା ସମ୍ବନ୍ଧରେ ବିଶେଷ ଧ୍ୟାନଦେବା।

ଚାଲୁରହିଥିବା ରେଳ ପ୍ରକଳ୍ପ ଗୁଡିକୁ ସମୟ ସୀମା ମଧ୍ୟରେ କାର୍ଯ୍ୟକ୍ଷମ କରିବା।

ବିଭିନ୍ନ ଷ୍ଟେସନ ଠାରେ ଟ୍ରେନ ମାନଙ୍କର ରହଣି ବ୍ୟବସ୍ଥା।

ଆଞ୍ଚଳିକ ପଣ୍ୟ ପରିବହନ ଚାହିଦା ପୁରଣ କରିବା ସହିତ କ୍ରମାଗତ ଭାବେ ଯାତ୍ରୀବାହୀ ଟ୍ରେନ ଚଳାଚଳ କ୍ଷେତ୍ରରେ ଉନ୍ନତି ଆଣିବା କ୍ଷେତ୍ରରେ ପୂର୍ବତଟ ରେଳପଥର ପ୍ରଚେଷ୍ଟାକୁ ମାନ୍ୟବର ସାଂସଦ ମାନେ ପ୍ରଶଂସା କରିଥିଲେ।

ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ତାଙ୍କ ଅଭିଭାଷଣରେ ସାଂସଦମାନଙ୍କୁ ସ୍ୱାଗତ କରିବା ସହ ସେମାନଙ୍କର ମୂଲ୍ୟବାନ ମତାମତ, ଉପଦେଶ ଏବଂ ସମର୍ଥନ ପାଇଁ କୃତଜ୍ଞତା ଜଣାଇଛନ୍ତି। ଯାତ୍ରୀ ସେବାରେ ଉନ୍ନତି ଏବଂ ଚାଲୁରହିଥିବା ଭିତ୍ତିଭୂମି ବିକାଶ ପ୍ରକଳ୍ପ ଉପରେ ଧ୍ୟାନ ଦେଇ ସେ ପୂର୍ବତଟ ରେଳପଥର କାର୍ଯ୍ୟଦକ୍ଷତା ଉପରେ ମଧ୍ୟ ଆଲୋକପାତ କରି ଯାତ୍ରୀ ପରିଷେବା କ୍ଷେତ୍ରରେ ଉନ୍ନତି ଆଣିବା ଏବଂ ବିଭିନ୍ନ ଚାଲୁରହିଥିବା ରେଳ ପ୍ରକଳ୍ପ ଗୁଡିକର ଅଗ୍ରଗତିର ସ୍ଥିତି ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ।

ଏହି ବୈଠକରେ ସମ୍ବଲପୁର ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ତୁଷାର କାନ୍ତ ପାଣ୍ଡେଙ୍କ ସମେତ ରେଳପଥ ମୁଖ୍ୟାଳୟର ପ୍ରମୁଖ ବିଭାଗୀୟ ଅଧିକାରୀ ଓ ସମ୍ବଲପୁର ରେଳମଣ୍ଡଳର ଅଧିକାରୀମାନେ ଯୋଗ ଦେଇଥିଲେ।

ଝାରସୁଗୁଡା ସମ୍ବଲପୁର ରେଳମଣ୍ଡଳ
Share. Facebook Twitter LinkedIn Email WhatsApp Copy Link

Related Posts

ଲଜିଷ୍ଟିକ୍ସ କ୍ଷେତ୍ରରେ ବଡ଼ ସଂସ୍କାର; ଖର୍ଚ୍ଚ କମାଇବା ଓ ଯୋଗାଣ ଶୃଙ୍ଖଳା ସୁଦୃଢ଼ ପାଇଁ ନୂଆ ନୀତି

July 14, 2026

“ମୁଁ ଏକ ଉଡ଼ନ୍ତା ବସ୍ ଆଣିବି”: ଜାଣନ୍ତୁ ନୀତିନ ଗଡକରୀଙ୍କ ଯୋଜନା

July 14, 2026

ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀରେ ବଡ଼ ପରିବର୍ତ୍ତନ!: ଆରମ୍ଭ ହେବ ବାଂଲାଦେଶ ଗସ୍ତ

July 14, 2026

ଅମୃତ ଭାରତ ଷ୍ଟେସନ ଯୋଜନାରେ ବରପାଲି ରେଳ ଷ୍ଟେସନର ପୁନଃକଳ୍ପନା

July 14, 2026
Latest News

ଲଜିଷ୍ଟିକ୍ସ କ୍ଷେତ୍ରରେ ବଡ଼ ସଂସ୍କାର; ଖର୍ଚ୍ଚ କମାଇବା ଓ ଯୋଗାଣ ଶୃଙ୍ଖଳା ସୁଦୃଢ଼ ପାଇଁ ନୂଆ ନୀତି

July 14, 2026

“ମୁଁ ଏକ ଉଡ଼ନ୍ତା ବସ୍ ଆଣିବି”: ଜାଣନ୍ତୁ ନୀତିନ ଗଡକରୀଙ୍କ ଯୋଜନା

July 14, 2026

ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀରେ ବଡ଼ ପରିବର୍ତ୍ତନ!: ଆରମ୍ଭ ହେବ ବାଂଲାଦେଶ ଗସ୍ତ

July 14, 2026

ଅମୃତ ଭାରତ ଷ୍ଟେସନ ଯୋଜନାରେ ବରପାଲି ରେଳ ଷ୍ଟେସନର ପୁନଃକଳ୍ପନା

July 14, 2026

ବାଣପୁର: ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୂଣ୍ୟତିଥିରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

July 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.