Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ୱର ନିକଟସ୍ଥ ମଞ୍ଚେଶ୍ୱର ଷ୍ଟେସନର ପ୍ରମୁଖ ବିକାଶ ଏବଂ ନବୀକରଣ
ଆଜିର ଖବର

ଭୁବନେଶ୍ୱର ନିକଟସ୍ଥ ମଞ୍ଚେଶ୍ୱର ଷ୍ଟେସନର ପ୍ରମୁଖ ବିକାଶ ଏବଂ ନବୀକରଣ

October 23, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭୁବନେଶ୍ୱର ନିକଟସ୍ଥ ମଞ୍ଚେଶ୍ୱର ରେଳ ଷ୍ଟେସନକୁ ପ୍ରାୟ 26.85 କୋଟି ଟଙ୍କା ବିନିଯୋଗରେ ବିକାଶ କରାଯାଉଥିବାବେଳେ ଏହାର ରୂପାନ୍ତର କରାଯାଉଛି। ଯାତ୍ରୀମାନଙ୍କ ସୁବିଧାକୁ ସୁଦୃଢ଼ କରିବା ଏବଂ ଯାତ୍ରୀମାନଙ୍କ ସଂଖ୍ୟା ବୃଦ୍ଧି ପାଇଁ ସମୁଦାୟ ଯାତ୍ରା ଅଭିଜ୍ଞତାକୁ ବୃଦ୍ଧି କରିବା ଦିଗରେ ଏହି ପଦକ୍ଷେପ ନିଆଯାଇଅଛି।

ପୂର୍ବତଟ ରେଳପଥ ଅଧୀନରେ ରେଳ ମନ୍ତ୍ରଣାଳୟ ଦ୍ୱାରା ଘୋଷିତ ହୋଇଥିବା 57 ଟି ଅମୃତ ଷ୍ଟେସନ ମଧ୍ୟରୁ ମଞ୍ଚେଶ୍ୱର ଷ୍ଟେସନ ଅନ୍ୟତମ। ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ଜନସାଧାରଣ କେନ୍ଦ୍ରରେ ପରିଣତ କରାଯାଉଅଛି। ରଣକୌଶଳପୂର୍ଣ୍ଣ ମଞ୍ଚେଶ୍ୱର ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍ ନିକଟରେ ଅବସ୍ଥିତ ଥିବାବେଳେ ଏହା ଗୁରୁତ୍ୱପୂର୍ଣ୍ଣ ଶିଳ୍ପକେନ୍ଦ୍ର, କାର୍ଯ୍ୟାଳୟ ଓ ଜନବସତି ଅଞ୍ଚଳକୁ ସେଵାପ୍ରଦାନ କରିବା ଦିଗରେ ଏହି ଷ୍ଟେସନ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଭାବରେ କାର୍ଯ୍ୟକରିବ।

ବର୍ତ୍ତମାନ ଏହି ଷ୍ଟେସନ ଠାରେ 22 ଟି ଟ୍ରେନ୍ ରହଣି ପ୍ରଦାନ କରୁଥିବାବେଳେ ଷ୍ଟେସନର ବିକାଶ ଯୋଜନାରେ ନିମ୍ନଲିଖିତ ସୁବିଧା ଅନ୍ତର୍ଭୁକ୍ତ:

760 ବର୍ଗମିଟର ବିଶିଷ୍ଟ ଏକ ନୂତନ ଷ୍ଟେସନ୍ ବିଲଡିଂ (G + 1)

4000 ବର୍ଗ ମିଟରର ଏକ ସୁନ୍ଦର ଚଳପ୍ରଚଳ କ୍ଷେତ୍ର ସହିତ ଟ୍ରାଫିକ୍ ସଞ୍ଚାରଣରେ ଉନ୍ନତି, ଏକପାଖିଆ ଟ୍ରାଫିକ୍ ପ୍ରବାହ ଏବଂ ପୃଥକ ପ୍ରବେଶ / ପ୍ରସ୍ଥାନ ଗେଟ୍ ଅନ୍ତର୍ଭୁକ୍ତ

243 ବର୍ଗମିଟର ବର୍ତମାନର ଷ୍ଟେସନ ବିଲ୍ଡିଂର ଉନ୍ନତ ସାମ୍ନା ପାର୍ଶ୍ଵର ଉନ୍ନତିକରଣ

12 ମିଟର ଚଉଡା ଫୁଟ ଓଭର ବ୍ରିଜ୍ (FOB) ର ନିର୍ମାଣ

1056 ବର୍ଗମିଟର ଦୁଇ ଚକିଆ ଯାନ, ଚାରି ଚକିଆ ଯାନ ଏବଂ ଅଟୋ ରିକ୍ସା ରହିବା ପାଇଁ ଏକ ସୁଚିନ୍ତିତ ପାର୍କିଂ କ୍ଷେତ୍ର

ଉନ୍ନତ ଅଭିଗମ୍ୟତା ପାଇଁ ଚାରିଟି ଲିଫ୍ଟ ସ୍ଥାପନ

ସମୁଦାୟ 45 ଟି ବେ ସହିତ ଏକାଧିକ ପ୍ଲାଟଫର୍ମରେ ଅତିରିକ୍ତ ପ୍ଲାଟଫର୍ମ ଆଶ୍ରୟସ୍ଥଳ

180 ବର୍ଗ ମିଟରର ଏକ ପ୍ରଶସ୍ତ ଅପେକ୍ଷା ହଲ୍

80 ବର୍ଗମିଟରର ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ପ୍ରିମିୟମ୍ ମଡ୍ୟୁଲାର୍ ଶୌଚାଳୟ

ନବୀକରଣ ହୋଇଥିବା ପ୍ଲାଟଫର୍ମ ପୃଷ୍ଠଗୁଡ଼ିକ ଗ୍ରାନାଇଟ୍ ଏବଂ ଭାରୀ-ମୋଜାଇକ୍ ଟାଇଲ୍ ଦ୍ୱାରା ନିର୍ମାଣ

ବର୍ଦ୍ଧିତ ନାଭିଗେସନ୍ ପାଇଁ ବିସ୍ତୃତ ସାଇନେଜ୍ ସ୍ଥାପନ

ବର୍ତ୍ତମାନ ସୁଦ୍ଧା, ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟରେ 35% (ଶତକଡା) ପ୍ରଗତି ହାସଲ କରିଛି।  ଏହି ପଦକ୍ଷେପ ଭୁବନେଶ୍ୱର ଏବଂ ଏହାର ଆଖପାଖ ଅଞ୍ଚଳରେ ଯାତ୍ରୀମାନଙ୍କ ଚାହିଦାକୁ ପ୍ରତିଫଳିତ କରି ଦେଶର ପ୍ରମୁଖ ଷ୍ଟେସନରେ ଯାତ୍ରୀଙ୍କ ଅଭିଜ୍ଞତା ଏବଂ ଭିତ୍ତିଭୂମି ବୃଦ୍ଧି ପାଇଁ ଭାରତୀୟ ରେଳବାଇର ପ୍ରତିବଦ୍ଧତା ସହିତ ସମକକ୍ଷ ଅଟେ।

ଅମୃତ ଷ୍ଟେସନ ଭୁବନେଶ୍ୱର ରେଳ ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ଗରିବ ଓ ମଧ୍ୟବିତ୍ତଙ୍କୁ ଆରାମଦାୟକ ଯାତ୍ରା ଦେବା ରେଳବାଇର ପ୍ରାଥମିକତା: ଅଶ୍ୱିନୀ ବୈଷ୍ଣବ

April 3, 2026

ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?

April 3, 2026

ଆମେରିକୀୟ ଏଫ-୩୫ ଲଢ଼ୁଆ ବିମାନକୁ ଖସାଇଲା ଇରାନ: ପାଇଲଟ୍‌ ଅଟକ

April 3, 2026

ରାଜ୍ୟସଭା ନିର୍ବାଚନ ପାଇଁ ବଢିବ ସମସ୍ୟା!: ହ୍ରାସ ପାଉଛି ମଧ୍ୟପ୍ରଦେଶରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା

April 3, 2026
Latest News

ଗରିବ ଓ ମଧ୍ୟବିତ୍ତଙ୍କୁ ଆରାମଦାୟକ ଯାତ୍ରା ଦେବା ରେଳବାଇର ପ୍ରାଥମିକତା: ଅଶ୍ୱିନୀ ବୈଷ୍ଣବ

April 3, 2026

ଇନ୍ଧନ ଯୋଗାଣ ସ୍ଥିତି ନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହ ପେଟ୍ରୋଲିୟମ ସଚିବଙ୍କ ସମୀକ୍ଷା ବୈଠକ 

April 3, 2026

ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?

April 3, 2026

ବାଣପୁର: ଭଗବତୀ ମଣ୍ଡଳ ଭାଜପା କାର୍ଯ୍ୟକର୍ତ୍ତାମାନଙ୍କୁ ଗୁରୁମନ୍ତ୍ର ଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

April 3, 2026

ଆମେରିକୀୟ ଏଫ-୩୫ ଲଢ଼ୁଆ ବିମାନକୁ ଖସାଇଲା ଇରାନ: ପାଇଲଟ୍‌ ଅଟକ

April 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.